ସେଞ୍ଚୁରିୟନ,୨୯।୧୨: ଟିମ ଇଣ୍ଡିଆ ଆଜିକାଲି ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ସେଞ୍ଚୁରିଅନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯାଉଛି। ମ୍ୟାଚ୍ରେ ତୃତୀୟ ଦିନରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୩୨୭ ରନ ସ୍କୋର କରି ଅଲଆଉଟ ହୋଇଥିଲା। ଏହାର ଜବାବରେ ୧୯୭ ରନରେ ଅଲଆଉଟ୍ ହୋଇଥିଲା। ତେବେ ମ୍ୟାଚର ଦ୍ୱିତୀୟ ଦିନରେ ଗୋଟିଏ ବି ବଲ ଖେଳାଯାଇପାରି ନ ଥିଲା।
Mohammad Siraj doing a Cristiano Ronaldo celebration
Ronaldo's influence is so unreal pic.twitter.com/DRC4ZjRoBF
— Atharv (@Atharv7i) December 28, 2021
ମ୍ୟାଚର ତୃତୀୟ ଦିନରେ ଦ୍ରୁତ ବୋଲର ମହମ୍ମଦ ସିରାଜ ଗୋଟିଏ ଉଇକେଟ ନେଇଛନ୍ତି। ସେ ରାସି ଭାନ ଡେର୍ ଡୁସେନଙ୍କୁ ଆଉଟ୍ କରିଥିଲେ। ଉଇକେଟ ନେବା ପରେ ସିରାଜଙ୍କୁ କିମ୍ବଦନ୍ତୀ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋଙ୍କ ଶୈଳୀରେ ସେଲିବ୍ରେଶନ କରୁଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହୋଇଛି। ପ୍ରଶଂସକମାନେ ତାଙ୍କୁ ମିନି ରୋନାଲ୍ଡୋ ବୋଲି ମଧ୍ୟ କହୁଛନ୍ତି।