Posted inଖେଳ

ବାପା ଆଉଟ୍‌ ହେବା ପରେ ରାଗରେ ପୁଅ କଲେ ଏମିତି କାମ, ଭିଡିଓ ଭାଇରାଲ୍‌

ୟୁଏଇ,୨୭।୯: ୟୁଏଇରେ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଖେଳାଯାଉଛି। ପ୍ଲେ ଅଫ ଦୌଡ଼ ପାଇଁ ପ୍ରତ୍ୟେକ ମ୍ୟାଚ ସହିତ ଆକର୍ଷଣୀୟ ହେଉଛି। ରବିବାର ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ବିରାଟ ସେନା ମୁମ୍ବାଇକୁ ୫୪ ରନରେ ପରାସ୍ତ କରିଥିଲା। ୟୁଏଇରେ ୭ ମ୍ୟାଚ୍‌ ହାରିବା ପରେ ଏହା ଆରସିବିର ପ୍ରଥମ ବିଜୟ। ଏହି ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲି (୫୧) ଏବଂ ଗ୍ଲେନ ମ୍ୟାକ୍ସୱେଲ (୫୬) ଙ୍କ ବ୍ୟତୀତ ଏହି ମ୍ୟାଚରେ କୌଣସି ବ୍ୟାଟ୍ସମ୍ୟାନ ଆରସିବି ପାଇଁ ଅଧିକ ରନ ସଂଗ୍ରହ କରିନାହାଁନ୍ତି। ବିଶେଷକରି ଶ୍ରୀ ୩୬୦ ଡିଗ୍ରୀ ଭାବରେ ଜଣାଶୁଣା ଏବି ଡି ଭିଲିୟର୍ସଙ୍କ ବ୍ୟାଟ ଚାଲି ନ ଥିଲା। ସେ ୧୧ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ।
ଡି ଭିଲିୟର୍ସଙ୍କ ମ୍ୟାଚ ଦେଖିବା ପାଇଁ ତାଙ୍କ ସ୍ତ୍ରୀ ଡାନିଏଲ ଏବଂ ପିଲାମାନେ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ। କୋହଲିଙ୍କୁ ଆଉଟ୍‌ କରାଯିବା ପରେ ସେ ୧୬ ତମ ଓଭରରେ ବ୍ୟାଟିଂ କରିବାକୁ ବାହାରିଥିଲେ ଡି ଭିଲିୟର୍ସ। ପରବର୍ତ୍ତୀ ଓଭରରେ ବୋଲିଂ କରିବାକୁ ଜସପ୍ରୀତ ବୁମ୍‌ରା ଆସିଥିଲେ। ଡି ଭିଲିୟର୍ସ ତାଙ୍କ ଓଭରରେ ଗୋଟିଏ ଛଅ ଓ ଚାରିଟି ଚୌକା ସହ ଏକ ଭଲ ଆରମ୍ଭ କରିଥିଲେ। ଏହା ପରେ ବୁମରା ଆରସିବି ଇନିଂସର ୧୯ତମ ଓଭର ବୋଲିଂ କରିବାକୁ ଆସିଥିଲେ। ସେ ଏହି ଓଭରର ତୃତୀୟ ବଲରେ ଡି ଭିଲିୟର୍ସ କ୍ୟାଚ୍‌ ଆଉଟ୍‌ ହୋଇଥିଲା। ସେ ଆଉଟ୍‌ ହେବା ମାତ୍ରେ ଷ୍ଟାଡିୟମରେ ବସିଥିବା ପୁଅ ହତାଶ ହୋଇ ରାଗରେ ଚେୟାରରେ ହାତ ବାଡେଇଥିଲେ। ଡାନିଏଲ ପୁଅର ହାତ ଧରିଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଭିଡିଓରେ ଡି ଭିଲିୟର୍ସଙ୍କ ଆଉଟ୍‌ ହେତୁ ତାଙ୍କ ପରିବାର କେତେ ନିରାଶ ହୋଇଥିଲେ ତାହା ସ୍ପଷ୍ଟ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନ ଶେଷ ହେଲା ହେଲେ ମିଳିଲାନି ଉଇକେଟ

ଲିଡ୍ସ,୨୫।୮ : ପ୍ରଥମେ ତାରକା ଖଚ୍ଚିତ ବ୍ୟାଟିଂ ଲାଇନ୍‌ଅପ୍‌ ଫେଲ୍‌ ହେବାରୁ ଟିମ୍‌ ଇଣ୍ଡିଆ ମାତ୍ର ୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ତା’ ପରେ ଦିନ...

ଓ୍ବାସିମ ଜାଫରଙ୍କୁ ଓଡ଼ିଶା ଦଳର ଗୁରୁ ଦାୟିତ୍ୱ

ଭୁବନେଶ୍ୱର,୧୪।୭: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ୱାସିମ ଜାଫରଙ୍କୁ ଓଡ଼ିଶା ସିନିୟର୍‌ କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ବୁଧବାର ସୂଚନା...

ଗୋଟିଏ ସର୍ତ୍ତରେ ଅଧିନାୟକ ପଦ ଛାଡ଼ିବାକୁ ରାଜି ଟିମ୍‌ ପେନ୍‌; ଅଷ୍ଟ୍ରେଲିଆର ଆଗାମୀ ଅଧିନାୟକ ଭାବେ…

ମେଲବର୍ନ,୧୩।୫: ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ଟିମ୍‌ ପେନ ଦାୟିତ୍ୱରୁ ହଟିବାକୁ ନେଇ ସଙ୍କେତ ଦେଇଛନ୍ତି। ଆସେସ୍‌ କ୍ରିକେଟ ସିରିଜରେ ଇଂଲଣ୍ଡକୁ ଯଦି ତାଙ୍କ ଦଳ ପରାସ୍ତ...

ବ୍ୟାଡ୍‌ମିଣ୍ଟନରୁ ମାଥିଆସଙ୍କ ଅବସର

ନୂଆଦିଲ୍ଲୀ, ୨୫ା୪ (ପି.ଟି.)- ଡେନମାର୍କର ଅଗ୍ରଣୀ ବ୍ୟାଡ୍‌ମିଣ୍ଟନ ଡବଲ୍ସ ଖେଳାଳି ମାଥିଆସ ବୋଏ ଖେଳରୁ ଅବସର ନେଇଛନ୍ତି। ଦୁଇ ଦଶନ୍ଧି ଧରି ତାଙ୍କ କ୍ୟାରିୟରରେ ସେ...

ପ୍ରଥମଥର ଫାଇନାଲରେ ୩ ଭାରତୀୟ

ବୁଦାପେଷ୍ଟ, ୨୬।୮(ପି.ଟି.): ଓଡ଼ିଶାର କିଶୋର ଜେନା ଏଠାରେ ଚାଲିଥିବା ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତାଙ୍କ ସହ ଟୋକିଓ...

ଓଡ଼ିଶା ପ୍ରତିଯୋଗୀଙ୍କୁ ୫ ସ୍ବର୍ଣ୍ଣ ସହ ୮ ପଦକ

ଭୁବନେଶ୍ୱର, ୮।୫(କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ରବିବାର ଶେଷ ହୋଇଥିବା ୫ମ ଇଣ୍ଡିଆନ ଓପନ୍‌ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ ଓଡ଼ିଶାକୁ...

ଭାରତୀୟ ଦଳ ପାଇଁ ମୁଣ୍ଡବିନ୍ଧା ସାଜିପାରନ୍ତି ୧୪୦ କିଲୋ କ୍ରିକେଟର୍‌

ପୋର୍ଟ-ଅଫ୍‌-ସ୍ପେନ୍‌,୧୨।୮:ଭାରତୀୟ କ୍ରିକେଟ ଦଳ ଏବେ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଯାଇଛି। ଟି-୨୦ ସିରିଜ୍‌ ହାତେଇବା ପରେ ଏବେ ଏକଦିବସୀୟ ସିରିଜ୍‌ ଖେଳୁଛି। ଏହାପରେ ଆରମ୍ଭ ହେବ ଟେଷ୍ଟ...

ଏହି ମାମଲାରେ ବିରାଟଙ୍କୁ ପଛରେ ପକାଇଲେ ବୁମ୍‌ରା: ଟପ୍‌-୫ରୁ ରୋହିତ ଶର୍ମା ଗାଏବ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଦଳର ଦ୍ରୁତ ବୋଲର ଜଶପ୍ରିତ ବୁମ୍‌ରା ଅଧିନାୟକ ବିରାଟ କୋହଲୀଙ୍କୁ ପଛରେ ପକାଇଛନ୍ତି। ୨୦୨୦ରେ ବିସିସିଆଇ ପକ୍ଷରୁ ଅଧିକ ପାଉଣା ନେଇଥିବା ଖେଳାଳି...

Advertisement
Archives

Model This Week