Posted inଖେଳ

ବାପା ଆଉଟ୍‌ ହେବା ପରେ ରାଗରେ ପୁଅ କଲେ ଏମିତି କାମ, ଭିଡିଓ ଭାଇରାଲ୍‌

ୟୁଏଇ,୨୭।୯: ୟୁଏଇରେ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଖେଳାଯାଉଛି। ପ୍ଲେ ଅଫ ଦୌଡ଼ ପାଇଁ ପ୍ରତ୍ୟେକ ମ୍ୟାଚ ସହିତ ଆକର୍ଷଣୀୟ ହେଉଛି। ରବିବାର ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ବିରାଟ ସେନା ମୁମ୍ବାଇକୁ ୫୪ ରନରେ ପରାସ୍ତ କରିଥିଲା। ୟୁଏଇରେ ୭ ମ୍ୟାଚ୍‌ ହାରିବା ପରେ ଏହା ଆରସିବିର ପ୍ରଥମ ବିଜୟ। ଏହି ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲି (୫୧) ଏବଂ ଗ୍ଲେନ ମ୍ୟାକ୍ସୱେଲ (୫୬) ଙ୍କ ବ୍ୟତୀତ ଏହି ମ୍ୟାଚରେ କୌଣସି ବ୍ୟାଟ୍ସମ୍ୟାନ ଆରସିବି ପାଇଁ ଅଧିକ ରନ ସଂଗ୍ରହ କରିନାହାଁନ୍ତି। ବିଶେଷକରି ଶ୍ରୀ ୩୬୦ ଡିଗ୍ରୀ ଭାବରେ ଜଣାଶୁଣା ଏବି ଡି ଭିଲିୟର୍ସଙ୍କ ବ୍ୟାଟ ଚାଲି ନ ଥିଲା। ସେ ୧୧ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ।
ଡି ଭିଲିୟର୍ସଙ୍କ ମ୍ୟାଚ ଦେଖିବା ପାଇଁ ତାଙ୍କ ସ୍ତ୍ରୀ ଡାନିଏଲ ଏବଂ ପିଲାମାନେ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ। କୋହଲିଙ୍କୁ ଆଉଟ୍‌ କରାଯିବା ପରେ ସେ ୧୬ ତମ ଓଭରରେ ବ୍ୟାଟିଂ କରିବାକୁ ବାହାରିଥିଲେ ଡି ଭିଲିୟର୍ସ। ପରବର୍ତ୍ତୀ ଓଭରରେ ବୋଲିଂ କରିବାକୁ ଜସପ୍ରୀତ ବୁମ୍‌ରା ଆସିଥିଲେ। ଡି ଭିଲିୟର୍ସ ତାଙ୍କ ଓଭରରେ ଗୋଟିଏ ଛଅ ଓ ଚାରିଟି ଚୌକା ସହ ଏକ ଭଲ ଆରମ୍ଭ କରିଥିଲେ। ଏହା ପରେ ବୁମରା ଆରସିବି ଇନିଂସର ୧୯ତମ ଓଭର ବୋଲିଂ କରିବାକୁ ଆସିଥିଲେ। ସେ ଏହି ଓଭରର ତୃତୀୟ ବଲରେ ଡି ଭିଲିୟର୍ସ କ୍ୟାଚ୍‌ ଆଉଟ୍‌ ହୋଇଥିଲା। ସେ ଆଉଟ୍‌ ହେବା ମାତ୍ରେ ଷ୍ଟାଡିୟମରେ ବସିଥିବା ପୁଅ ହତାଶ ହୋଇ ରାଗରେ ଚେୟାରରେ ହାତ ବାଡେଇଥିଲେ। ଡାନିଏଲ ପୁଅର ହାତ ଧରିଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଭିଡିଓରେ ଡି ଭିଲିୟର୍ସଙ୍କ ଆଉଟ୍‌ ହେତୁ ତାଙ୍କ ପରିବାର କେତେ ନିରାଶ ହୋଇଥିଲେ ତାହା ସ୍ପଷ୍ଟ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାନେଜମେଣ୍ଟ ଉପରେ ବର୍ଷିଲା BCCI: ବିପଦରେ ଗୌତମ ଗମ୍ଭୀରଙ୍କ ଚାକିରି!

ନୂଆଦିଲ୍ଲୀ, ୧୦।୭: ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟି-୨୦ ମ୍ୟାଚରେ ପରାଜୟ ପରେ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରିପୋର୍ଟ ଅନୁଯାୟୀ,…

ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ମାସରେ ହେବା ନେଇ ସୂଚନା

ଭୁବନେଶ୍ୱର,୧୦।୭: ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍‌। ଏଥର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଏପ୍ରିଲ କିମ୍ବା ମେ’ ମାସ ଆଡ଼କୁ…

ଟ୍ରାକ୍ଟର ଡାଲାରେ ବସି ଗଲେ ବିଜେଡି ନେତା, ଭିଡିଓ ଭାଇରାଲ ପରେ…

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାକୁ ବିଜେଡି ଦଳର ରାଜ୍ୟର ଏକ ଟିମ୍‌ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ…

ଟ୍ରମ୍ପଙ୍କୁ ମିଳିଲା ବଡ଼ ସମ୍ମାନ, ଏମିତି ସମ୍ମାନ ପାଇବାରେ ସେ ହେଲେ ପ୍ରଥମ ରାଷ୍ଟ୍ରପତି

ଓ୍ବାଶିଂଟନ,୧୦।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କ ଦ୍ୱାରା ଜାତୀୟ ସ୍ମାରକୀ ଠାରୁ ଆରମ୍ଭ କରି ନୋଟ ପର୍ଯ୍ୟନ୍ତ ସବୁଠି ତାଙ୍କ ନାମ ଏବଂ…

କିଏ ଏହି ମହିଳା ଖେଳାଳି? ଯାହାଙ୍କ ବ୍ୟାଟରେ ଅଟୋଗ୍ରାଫ୍ ଦେଲେ ମୋଦି

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଅନେକ ଖେଳାଳିଙ୍କୁ ଭେଟିଥିଲେ। ସେ ଯେଉଁ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ! ଟିକା ନେବା ପରେ ବି ୪ ସଂକ୍ରମିତ, ୨ ଜଣଙ୍କ ଜୀବନ ଗଲା…

ଅମରାବତୀ,୧୦।୭: ଆନ୍ଧ୍ରପ୍ରଦେଶରୁ ଆସିଛି ଚିନ୍ତାଜନକ ଖବର। ଦେଶରେ ପୁଣିଥରେ ମାରାତ୍ମକ କରୋନା ଭାଇରସ ଫେରିବାର ସଙ୍କେତ ମିଳିଛି। ରାଜ୍ୟର କଡ଼ପ୍ପା ଜିଲାରେ କୋଭିଡ-୧୯ର କିଛି ନୂଆ ମାମଲା…

ଗୋଟିଏ ପରେ ଗୋଟିଏ ଭୁଲ କରୁଛନ୍ତି ଗୌତମ ଗମ୍ଭୀର-ଶ୍ରେୟସ ଆୟର! ଟିମ ଇଣ୍ଡିଆର ପରିସ୍ଥିତି ଆହୁରି ଖରାପ ହୋଇ ଯିବନାହିଁ ତ…

ନୂଆଦିଲ୍ଲୀ,୧୦।୭: ୨୦୨୬ ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ବିଜୟରେ ଅଭ୍ୟସ୍ତ ହୋଇଯାଇଥିଲା; ସିରିଜ ହାରିବା ପ୍ରଶ୍ନବାଚୀ ବାହାରେ ଥିଲା। ତା’ପରେ ଶ୍ରେୟସ ଆୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri