ଅଭିବୃଦ୍ଧିରେ ସହାୟକ ହେବ ଆବର୍ଜନା

ଅନୁଗୋଳ ଅଫିସ, ୩୧ା୮: କରୋନା କଟକଣା ମଧ୍ୟରେ ସୋମବାର ସ୍ବାୟତ୍ତ ଶାସନ ଦିବସ ପାଳିବ ଅନୁଗୋଳ ପୌରପାଳିକା। ଏଥିପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି କରାଯାଇଛି। ନିରାଡମ୍ବର ଭାବେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଅବସରରେ ଚଳିତବର୍ଷ ପୌରପାଳିକାର ୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ସହ ମ୍ୟାଟ୍‌ରିଆଲ୍‌ ରିକଭରି ଫ୍ୟାସିଲିଟି (ଏମ୍‌ଆର୍‌ଏଫ୍‌) ଉଦ୍‌ଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଏହି ଉଦ୍‌ଘାଟନ କରିବେ। ସେହିପରି ପଞ୍ଚମହଲାରେ ହୋଇଥିବା ଫିକଲ ସ୍ଲଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଏଫ୍‌ଏସ୍‌ଟିପି) ପାଇଁ ଚୁକ୍ତି ସ୍ବାକ୍ଷର ହେବ। ସହରରୁ ଦୈନିକ ବାହାରୁଥିବା ଟନ୍‌ ଟନ୍‌ ଆବର୍ଜନା ଏଠାରେ ପ୍ରକ୍ରିୟାକରଣ କରାଯାଇ ସାର ଉତ୍ପାଦନ କରାଯିବ, ଯାହା ପୌରପାଳିକାର ଆର୍ଥତ୍କ ଅଭିବୃଦ୍ଧିରେ ସହାୟକ ହେବ ବୋଲି ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି।
୧୯୬୬ ଡିସେମ୍ବର ୨୧ରେ ଅନୁଗୋଳରେ ପ୍ରଥମେ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଗଠନ ହୋଇଥିଲା। ସେ ସମୟରେ ଓ୍ବାର୍ଡ ସଂଖ୍ୟା ଥିଲା ୧୨। ପରବର୍ତ୍ତୀ ସମୟରେ ୧୭ ଓ ପରେ ଏହା ୨୧କୁ ବୃଦ୍ଧି ପାଇଥିଲା। ୨୦୦୮ ଜୁନ୍‌ ୧୬ରେ ଏହା ପୌରପାଳିକାରେ ପରିଣତ ହେଲା। ଏହାପରେ ୱାର୍ଡ ସଂଖ୍ୟା ବୃଦ୍ଧି ପାଇ ଏବେ ୨୩ରେ ପହଞ୍ଚିଛି। ୨୦୧୮ ଅକ୍ଟୋବର ୧ ତାରିଖରୁ ବିନା କାଉନସିଲ୍‌ରେ ପୌରପାଳିକା ଚାଲୁଛି। ଜିଲାପାଳ ଏହାର ପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ ସହରର ଲୋକ ସଂଖ୍ୟା ଥିଲା ୪୩ ହଜାର ୭୯୫, ଯାହା ବର୍ତ୍ତମାନ ୭୦ ହଜାରରୁ ଅଧିକ ହେଲାଣି। କିନ୍ତୁ ସରକାରଙ୍କ ପକ୍ଷରୁ ୨୦୧୧ ଲୋକ ସଂଖ୍ୟା ଅନୁସାରେ ସଫେଇ ପାଇଁ ଅର୍ଥ ଯୋଗାଇ ଦିଆଯାଉଛି। ପ୍ରତି ୱାର୍ଡକୁ ୬ ଜଣ ଲେଖାଏ ସଫେଇ କର୍ମଚାରୀ ପ୍ରଦାନ କରାଯାଉଥିବାରୁ ଏହା ଯଥେଷ୍ଟ ହେଉନାହିଁ। ଫଳରେ ଆବର୍ଜନା ସମସ୍ୟା ସବୁବେଳେ ମୁଣ୍ଡବ୍ୟଥାର କାରଣ ହେଉଛି।

ଉତ୍ପାଦନ ପାଇଁ ପ୍ରସ୍ତୁତ ଏମ୍‌ସିସି, ଏମ୍‌ଆର୍‌ଏଫ୍‌
ଅନୁଗୋଳ ସହରର ହେମସୁରପଡ଼ା, ହୁଲୁରୁସିଂହା ଓ ମିଶ୍ରପଡ଼ାରେ ପାଖାପାଖି ଦେଢ଼ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ଓ ମ୍ୟାଟ୍‌ରିଆଲ ରିକଭରି ଫ୍ୟାସିଲିଟି (ଏମ୍‌ଆର୍‌ଏଫ୍‌) ପ୍ରକଳ୍ପ ନିର୍ମାଣ କରାଯାଇଛି। ସହରରୁ ସଂଗ୍ରହ କରାଯାଉଥିବା ଆବର୍ଜନାକୁ ଏହି ଏମ୍‌ସିସିରେ ପ୍ରକ୍ରିୟାକରଣ କରାଯାଇ ସାର ଉତ୍ପାଦନ କରାଯିବ। ଉକ୍ତ ସାରକୁ ସହରବାସୀଙ୍କୁ କିଲୋ ପ୍ରତି ୨୦ ଟଙ୍କା ଲେଖାଏରେ ବିକ୍ରି କରାଯିବ। ସେହିପରି ଏମ୍‌ସିସିରୁ ପ୍ଲାଷ୍ଟିକ୍‌ ଆବର୍ଜନା ଅଲଗା କରାଯାଇ ଏମ୍‌ଆର୍‌ଏଫ୍‌କୁ ପଠାଯିବ। ସେଠାରେ ତାହାକୁ ଗୁଣ୍ଡ କରାଯାଇ ବରଗଡ଼ର ସିମେଣ୍ଟ କରାଖାନାକୁ ଯୋଗାଯିବାର ଯୋଜନା ରହିଛି।
କାର୍ଯ୍ୟକ୍ଷମ ହେଲାଣି ଏଫ୍‌ଏସ୍‌ଟିପି
ଅନୁଗୋଳ ସହର ଉପକଣ୍ଠ ପଞ୍ଚମହଲାରେ ଫିକଲ ସ୍ଲଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଏଫ୍‌ଏସ୍‌ଟିପି) ୩କୋଟି ଟଙ୍କାରେ ନିର୍ମାଣ କରାଯାଇଛି। ସହର ଓ ଆଖପାଖ ଅଞ୍ଚଳର ଲୋକଙ୍କ ଘରୁ ସଂଗୃହୀତ ମଳରୁ ଏହି ପ୍ଲାଣ୍ଟରେ ଜୈବିକ ସାର ପ୍ରସ୍ତୁତ କରାଯିବ। ଏହି ଜୈବିକ ସାରକୁ ମତ୍ସ୍ୟସମ୍ପଦ ସହ ଜଙ୍ଗଲ ବିଭାଗକୁ ପ୍ରଦାନ କରାଯିବ। ଏଥିସହ ଯେଉଁ ଲୋକମାନେ ଏହାକୁ ନେବାକୁ ଚାହିଁବେ ସେମାନଙ୍କୁ ମଧ୍ୟ କିଲୋ ପିଛା ୨୦ ଟଙ୍କା ଲେଖାଏରେ ପ୍ରଦାନ କରାଯିବ। ଏଥିପାଇଁ ସୋମବାର ଜୟ ହନୁମାନ ସ୍ବୟଂ ସହାୟକ ଗୋଷ୍ଠୀ ଏଏଲ୍‌ଏଫ୍‌ ସହ ରାଜିନାମା ସ୍ବାକ୍ଷର କରାଯିବ। ଏହି ସ୍ବୟଂ ସହାୟକ ଗୋଷ୍ଠୀ ପ୍ଲାଣ୍ଟର ପରିଚାଳନା ଦାୟିତ୍ୱ ସହ ସଫେଇ ଓ ବଗିଚା ଦାୟିତ୍ୱ ତୁଲାଇବ। ଇତିମଧ୍ୟରେ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇସାରିଛି ଓ ୧୦ କୁଇଣ୍ଟାଲ ଜୈବିକ ସାର ମଧ୍ୟ ଉତ୍ସାଦନ ସରିଥିବା ସୂଚନା ମିଳିଛି।

ସନ୍ତୁଷ୍ଟ ନୁହନ୍ତି ସହରବାସୀ
ଆବର୍ଜନା ପରିଚାଳନାରେ ଅନୁଗୋଳ ପୌରପାଳିକାର ପଦକ୍ଷେପକୁ ନେଇ ସନ୍ତୁଷ୍ଟ ନୁହନ୍ତି ସହରବାସୀ। ବିଶେଷକରି ସ୍ବଚ୍ଛ ସର୍ବେକ୍ଷଣରେ ୨୦୧୯ରେ ରାଜ୍ୟର ଅନ୍ୟ ପୌରାଞ୍ଚଳକୁ ପଛରେ ପକାଇ ଅନୁଗୋଳ ପୌର ପରିଷଦ ନମ୍ବର ୧ ହୋଇଥିବା ବେଳେ ୨୦୨୦ରେ ଏହା ୯ମ ସ୍ଥାନକୁ ଖସିଯାଇଛି। ଯଦିଓ ଜାତୀୟସ୍ତରୀୟ ତାଲିକାରେ ଅନୁଗୋଳ ଉପରକୁ ଉଠିଛି ତଥାପି ଆହୁରି ବହୁତ କିଛି କରିବାର ବାକି ଅଛି ବୋଲି ସହରବାସୀ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଶାନ୍ତନୁ କୁମାର ସରଙ୍କ କହିବା ଅନୁଯାୟୀ, ପ୍ରଥମେ ଡ୍ରେନ୍‌ ସମସ୍ୟାର ସମାଧାନ ଆବଶ୍ୟକ। ଡ୍ରେନ୍‌ ଉପରୁ ଜବରଦଖଲ ହଟାଯାଉ। ସହରର ବିଭିନ୍ନ ସ୍ଥାନରେ ଶୌଚାଳୟ ନିର୍ମାଣ କରାଯାଉ। ସହର ସଫା ସୁତରା ରହିଲେ ଏହାର ଗାରିମା ବୃଦ୍ଧି ସହ ଅନ୍ୟ ପୌରାଞ୍ଚଳ ପାଇଁ ଉଦାହରଣ ହୋଇପାରିବ। ସେହିପରି ଶରତ ସାହୁ କହିଛନ୍ତି, ଭବିଷ୍ୟତକୁ ଲକ୍ଷ୍ୟ କରାଯାଇ ପଦକ୍ଷେପ ନିଆଯିବା ଆବଶ୍ୟକ। ଅଧିକ ଜଳଉତ୍ସ ସହ ପରିମଳ ଉପରେ ଧ୍ୟାନ ଦିଆଯିବା ଜରୁରୀ। ସରୋଜ ପାଣିଗ୍ରାହୀ କହିଛନ୍ତି, ପୌରପାଳିକା ପ୍ରତି ଜନପ୍ରତିନିଧିଙ୍କ ଓ ଜନସାଧାରଣଙ୍କ ସମର୍ଥନ ରହିବା ଆବଶ୍ୟକ। ନଚେତ ସବୁ ପ୍ରତିଶ୍ରୁତି ଓ ପଦକ୍ଷେପ ମୂଲ୍ୟହୀନ ହୋଇପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?