Posted inଖେଳ

ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡକୁ ଟ୍ରୋଲ୍‌ କଲେ ଜାଫର୍‌

ନୂଆଦିଲ୍ଲୀ,୨୧।୧୦: ପୂର୍ବତନ ଭାରତୀୟ ତାରକା କ୍ରିକେଟର ଓ୍ବାସିମ ଜାଫର ଏବଂ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ମଧ୍ୟରେ ସର୍ବଦା କଥା କଟାକଟି ଦେଖିବାକୁ ମିଳିଥାଏ। ଉଭୟ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ପରସ୍ପର ଦେଶ ଏବଂ ଟିମ୍‌କୁ ନେଇ କିଛି ନା କିଛି କଟାକ୍ଷ କରିଥାନ୍ତି। ଏହି କ୍ରମରେ ଏବେ ଜାଫର ଇଂଲଣ୍ଡକୁ ଟ୍ରୋଲ କରିଛନ୍ତି।
ଜାଫର ଟି୨୦ ବିଶ୍ୱକପ୍‌ ପୂର୍ବରୁ ସମସ୍ତ ଟିମ୍‌ର ଖେଳାଳିକୁ ନେଇ ବିଶ୍ଳେଷଣ କରିଥିଲେ। ଏହାକୁ ନେଇ ଟୁଇଟରରେ ଏକ ପୋଷ୍ଟ ମଧ୍ୟ କରିଥିଲେ। ପୋଷ୍ଟରେ ସେ ଇଂଲଣ୍ଡର ଅଭାବ ବିଷୟରେ କହିଛନ୍ତି, ଯାହାକୁ ଶୁଣିଲେ ଆପଣ ହସ ରୋକି ପାରିବେ ନାହିଁ।

ପ୍ରଥମେ ଭାରତୀୟ ଟିମ୍‌ର ଅଭାବ ବିଷୟରେ ଜାଫର କହିଛନ୍ତି କି ତାଙ୍କ ପାଖରେ ୧୫୦ରୁ ଅଧିକ ଜୋର୍‌ରେ ବୋଲିଂ କରୁଥିବା ବୋଲର୍‌ ନାହିଁ। ପାକିସ୍ତାନ ଟିମ୍‌ରେ ଭଲ ଫିନିଶର୍‌ ନାହାନ୍ତି। ନ୍ୟୁଜିଲାଣ୍ଡ ଟିମ୍‌ର ଅଷ୍ଟ୍ରେଲିଆରେ ରେକର୍ଡ ଖରାପ ଅଛି। ଶ୍ରୀଲଙ୍କା ଟିମ୍‌ ପାଖରେ ଅନୁଭବୀ ସ୍କ୍ବାର୍ଡ ନାହିଁ। ଶେଷରେ ଇଂଲଣ୍ଡ ପାଖରେ ପ୍ରଧାନମନ୍ତ୍ରୀ ହିଁ ନାହାନ୍ତି ବୋଲି ଜାଫର ବେଶ ମଜାଳିଆ ଢ଼ଙ୍ଗରେ କହିଛନ୍ତି।ଜାଫରଙ୍କ ଏହି ଟୁଇଟ୍‌କୁ ବେଶ ପସନ୍ଦ କରାଯାଉଛି। ପ୍ରଶଂସକମାନେ ମଜାଦାର ଟିପ୍ପଣୀ ଦେଉଛନ୍ତି।

କହିରଖୁଛୁ, ଟି୨୦ ବିଶ୍ୱକପ୍‌ର ଆରମ୍ଭ ଅକ୍ଟୋବର ୨୨ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମୁକାବିଲା ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ତେବେ ଭାରତ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୨୩ରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri