
ଜୟପୁର,୧୯।୨(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ବିସିଂହପୁର ଥାନା କେରାପୁଟ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ରାସ୍ତାଉପରେ ଅଟକିଥିବା ଏକ ଟ୍ରକ୍କୁ ବାଇକ୍ ପଛରୁ ପିଟି ଘଟଣାସ୍ଥଳରେ ହିଁ ବାଇକ୍ରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଉଭୟ ମୃତ ବ୍ୟକ୍ତି ହେଲେ ଜମୁଣ୍ଡା ପଞ୍ଚାୟତ ବଦାଗୁଡା ଗାଁର ଲକ୍ଷ୍ମଣ ଜାନୀ ଏବଂ କୁମ ଜାନୀ।
ଆହତ ବ୍ୟକ୍ତି ପର୍ଶୁରାମ ଜାନୀ। ଏମାନେ ସମସ୍ତେ ବଦାଗୁଡା ଗ୍ରାମରୁ ନିଜ ସମ୍ପରିକୀୟଙ୍କ ବାହାଘର ଭୋଜି ପାଇଁ ବିସିଂହପୁର ଯାଇଥିଲେ। ଭୋଜି ଖାଇ ଫେରିବା ବେଳେ କେରାପୁଟ ନିକଟରେ ରାସ୍ତାମଝିରେ ଖରାପ ହୋଇ ଅଟକିଥିବା ଏକ ଟ୍ରକକୁ ପଛପଟୁ ଧକା ଦେଇଥିଲେ।