ଇଲେକ୍ଟ୍ରୋନିକ୍‌ ସାମଗ୍ରୀ କିଣୁଥିଲେ

ବର୍ତ୍ତମାନ ବିଭିନ୍ନ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ଆମ ସମସ୍ତଙ୍କର ଦୈନନ୍ଦିନ ଜୀବନର ଆବଶ୍ୟକତା ପାଲଟିଗଲାଣି। ଏସବୁ ବିନା କୌଣସି କାର୍ଯ୍ୟ କରିବା ଏକ ପ୍ରକାର ଅସମ୍ଭବ ମନେହେଉଛି। ତେଣୁ ଏସବୁ ବହୁମାତ୍ରାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ସାମଗ୍ରୀ କିଣିବା ବେଳେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଜାଣି ରଖନ୍ତୁ ସେ ସମ୍ପର୍କରେ….

ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯେତେ ଦାମୀ ହୋଇଥାଉ ନା କାହିଁିକି ଏହାର ରିସେଲ ଭ୍ୟାଲୁ ଖୁବ୍‌ କମ୍‌ କିମ୍ବା କେତେକର ଆଦୌ ନାହିଁ। ତେଣୁ ଯେଉଁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀଗୁଡ଼ିକ ଆପଣଙ୍କର ନିହାତି ଆବଶ୍ୟକ କିଣନ୍ତୁ। ଯଦି ମାର୍କେଟକୁ କିଛି ନୂଆ ସାମଗ୍ରୀ କଲେକ୍ସନ ଆସୁଛି ତୁରନ୍ତ ନ କିଣି ପ୍ରଥମେ ତାହାର ବ୍ୟବହାର କିପରି ଏବଂ ତାହା ଆପଣଙ୍କର କେତେ କାମରେ ଲାଗିବ ଜାଣିବା ପରେ କିଣନ୍ତୁ।
ଇଲେକ୍ଟ୍ରୋନିକ୍ସ ସାମଗ୍ରୀଗୁଡ଼ିକରେ ପୂଜାପାର୍ବଣ ସମୟରେ ବାଏ ଓ୍ବାନ୍‌ ଗେଟ୍‌ ଓ୍ବାନ୍‌ ଫ୍ରି, ପୁରୁଣା ବଦଳାଇ ନୂଆ ବା ଏକ୍ସଚେଞ୍ଚ୍‌, ବିଭିନ୍ନ ପ୍ରକାର ଡିସ୍କାଉଣ୍ଟ ଭଳି ଅନେକ ଅଫର ଆସିଥାଏ। ଏସବୁ ଦେଖି ଖୁସିରେ ଜିନିଷ କିଣିନେବା ବଦଳରେ ନିଜ ବଜେଟ୍‌ ଅନୁଯାୟୀ ଆବଶ୍ୟକ ଥିବା ସାମଗ୍ରୀ ହିଁ କିଣନ୍ତୁ। ନଚେତ୍‌ ଠକାମିର ଶିକାର ହୋଇପାରନ୍ତି।
ଯଦି କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ବେଳେ ଦୋକାନୀ ଓ୍ବାରେଣ୍ଟି ଏବଂ ଗ୍ୟାରେଣ୍ଟି କାର୍ଡ଼ ନ ଦେଉଛି ତେବେ ମାଗନ୍ତୁ। କେବଳ ଏତିକି ନୁହେଁ ଏହା ସମ୍ପର୍କରେ ଭଲ ଭାବେ ବୁଝି ନିଅନ୍ତୁ। କାରଣ ଅଧିକାଂଶ କମ୍ପାନୀ ହାର୍ଡଓ୍ବେର ଉପରେ ଓ୍ବାରେଣ୍ଟି, ଗ୍ୟାରେଣ୍ଟି ଦେଉଥିବା ବେଳେ ସଫ୍ଟଓ୍ବେର୍‌ ଉପରେ ଦେଇ ନ ଥାଏ।
ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କେବେ ଅନ୍ୟଠୁ କିମ୍ବା ବିଜ୍ଞାପନରୁ ପ୍ରଭାବିତ ହୋଇ କିଣନ୍ତୁ ନାହିଁ। ଅଧିକ ଆପ୍ଲିକେଶନ୍‌ ବ୍ୟବହାର ନ କରୁଥିଲେ ଏହା ବାବଦରେ ଅଧିକ ଟଙ୍କା ଖର୍ଚ୍ଚ ନ କରି ନିଜର ଆବଶ୍ୟକତା ଅନୁଯାୟୀ ଜିନିଷ ବାଛନ୍ତୁ।
ପ୍ରତ୍ୟେକ ଦୋକାନରେ ଏବଂ ଅନ୍‌ଲାଇନ୍‌ ସାଇଟ୍‌ଗୁଡ଼ିକରେ ବିଭିନ୍ନ ବ୍ରାଣ୍ଡକୁ ନେଇ ଇଲେକ୍ଟ୍ରୋନିକ୍ସ ସାମଗ୍ରୀଗୁଡ଼ିକର ଦାମ୍‌ ଭିନ୍ନ ଭିନ୍ନ ଥାଏ, ତେଣୁ କିଣିବା ପୂର୍ବରୁ ମାର୍କେଟ୍‌ ରିସର୍ଚ୍ଚ କରିପାରିଲେ ଅଧିକ ଉପକୃତ ହୋଇପାରିବେ। ତେବେ ମାର୍କେଟ୍‌ ରିସର୍ଚ୍ଚ ପାଇଁ ସବୁବେଳେ ବାହାରକୁ ଯାଇ ଶୋ’ରୁମ୍‌ରୁ ଶୋ’ରୁମ୍‌ ବୁଲିବା ଆବଶ୍ୟକ ତା’ ନୁହେଁ, ଆପଣ ଘରେ ବସି ଇଣ୍ଟରନେଟ୍‌ରେ ଲାଟେଷ୍ଟ ମଡ଼େଲ୍‌, ସେଥିରେ ଉପଲବ୍ଧ ସୁବିଧା, ଉପଯୋଗିତା, ଦାମ୍‌ ଆଦି ବିଷୟରେ ଜାଣିପାରିବେ।
ଯଦି ଅନ୍‌ଲାଇନ୍‌ରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଗାଉଛନ୍ତି ତେବେ ଏଣୁ ତେଣୁ ସାଇଟ୍‌ ବ୍ୟବହାର ନ କରି ରେଜିଷ୍ଟର୍ଡ ସାଇଟ୍‌ରୁ ମଗାନ୍ତୁ। ଏକ୍ସଚେଞ୍ଜ ଅଫର ଅଛି କି ନାହିଁ
ଏବଂ କ୍ୟାଶ୍‌ ଅନ୍‌ ଡେଲିଭରୀ ସୁବିଧା ଅଛି କି ନାହିଁ ଚେକ୍‌ କରି ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri