Posted inଫୁରସତ

ରହିବନି ଭୟ

ଅନେକ ଯୁବତୀଯୁବକ ଅଛନ୍ତି ଯେଉଁମାନଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ କିମ୍ବା ଜନସମାଗମରେ କିଛି କହିବାକୁ ଭୟ ଲାଗିଥାଏ, ଯାହାକୁ ମେଡିକାଲ ସାଇନ୍ସରେ ଗ୍ଲୋସୋଫୋବିଆ ବୋଲି କୁହାଯାଇଥାଏ। ଅନେକ ଯୁବତୀଯୁବକ ଏହି ଫୋବିଆ ଯୋଗୁ ଗୀତ, ଅଭିନୟ, ବକ୍ତବ୍ୟ ଆଦିରେ ଦକ୍ଷତା ଥିଲେ ସୁଦ୍ଧା ନିଜ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରି ନ ପାରି ପଛୁଆ ରହିଯାଆନ୍ତି। ଏମିତି କି ଅନେକେ ବିଭିନ୍ନ କମ୍ପିଟେଟିଭ୍‌ ପରୀକ୍ଷା ରିଟିନ୍‌ ଟେଷ୍ଟରେ ବହୁତ ଭଲ ନମ୍ବର ରଖି ଚାକିରି ପାଇଁ ଯୋଗ୍ୟ ହୋଇଥିଲେ ହେଁ, ମେନ୍‌ ଇଣ୍ଟରଭ୍ୟୁ ସମୟରେ ଏକାଧିକ ପରୀକ୍ଷକଙ୍କ ସମ୍ମୁଖରେ ଜାଣିଥିଲେ ବି ଉତ୍ତର ଦେବାକୁ ଭୟ କରିଥାନ୍ତି ଏବଂ ଚାକିରି ପାଇବାରୁ ବଞ୍ଚତ୍ତ ହୋଇଥାନ୍ତି। ତେଣୁ ଜୀବନରେ ଆଗକୁ ବଢି ସଫଳତାର ସ୍ବାଦ ଚାଖିବାକୁ ହେଲେ ମନ ଭିତରୁ ଏହି ଭୟ ଦୂର କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ କେତେକ ଉପାୟ ଆପଣାଇବା ଦ୍ୱାରା ଉପକୃତ ହୋଇପାରିବେ…
ଆତ୍ମ ପ୍ରଚେଷ୍ଟା: କେତେକଙ୍କଠାରେ ଜନସାଧାରଣ ବା ଅଧିକଲୋକଙ୍କ ଆଗରେ କିଛି କହିବା ଭଳି ପରିସ୍ଥିତି ଆସିଲେ ଏହାକୁ ସାମ୍‌ନା କରିବା ତ ଦୂରର କଥା ଏହା ସମ୍ପର୍କରେ ଶୁଣିବା ମାତ୍ରେ ଦେହ ଥରିବା, ବ୍ୟସ୍ତ ହୋଇପଡ଼ିବା, ଝାଳ ବୋହିବା, ଭୟରେ ଓଠ ଶୁଖିଯିବା, ମାନସିକ ସ୍ତରରେ ଦୁର୍ବଳ ହୋଇଯିବା, ବାରମ୍ବାର ମନା କରିବା ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। ଏମିତି କି ପବ୍ଲିକ୍‌ରେ ନିଜକୁ କିଛି କହିବାକୁ ହେବ ଜାଣିବା ମାତ୍ରେ କାହା କାହାକୁ ଭୟରେ ଝାଡ଼ା, ପରିସ୍ରା ମଧ୍ୟ ଲାଗିଥାଏ। ତେବେ ଏହି ଭୟକୁ ମେଡ଼ିକାଲ ସାଇନ୍ସରେ ଗ୍ଲୋସୋଫୋବିଆ ବୋଲି କୁହାଯାଇଥାଏ, ଯାହାକୁ ଦୂର କରିବା ଲାଗି ନିଜସ୍ବ ଚେଷ୍ଟା ନିତାନ୍ତ ଆବଶ୍ୟକ। ଯଦି ଏହା ଦ୍ୱାରା ଲାଭ ନ ମିଳୁଛି ତେବେ କମ୍ୟୁନିକେଶନ ସ୍କିଲ୍‌ ଡେଭଲପ୍‌ମେଣ୍ଟ, ଗ୍ରୁପ୍‌ ଡିସ୍କଶନ୍‌ ଭଳି ଟ୍ରେନିଂ ନେଲେ ଧୀରେ ଧୀରେ ଏହି ଡର କମିବ।
ବଢାନ୍ତୁ ଆତ୍ମବିଶ୍ୱାସ: ପ୍ରତ୍ୟେକ କାର୍ଯ୍ୟ ଲାଗି ଆମତ୍ବିଶ୍ୱାସ ରହିବା ଅତ୍ୟନ୍ତ ଜରୁରୀ। ତେଣୁ ଯଦି ମନରେ ମୁଁ କହି ପାରିବିନି, ଯଦି ମୋ କଥାରେ କେହି କିଛି ପରିହାସ କରିବେ ଅବା ହସିବେ, କାଳେ କିଛି ଭୁଲ ହୋଇଯିବ ଭଳି କୌଣସି ନକାରାମତ୍କ ଭାବନା ବା ଭୟ ରହିଛି, ତେବେ ଏହାକୁ ଦୂର କରିବା ଲାଗି ପ୍ରଥମେ ନିଜର ଆମତ୍ବିଶ୍ୱାସ ବଢାନ୍ତୁ ଏବଂ ଦୃଢତାର ସହ ନିଜ କଥା ଅନ୍ୟମାନଙ୍କ ସମ୍ମୁଖରେ ଉପସ୍ଥାପନା କରନ୍ତୁ। ଦେଖିବେ ଏହା ନିଶ୍ଚିତ ଭାବେ ଆପଣଙ୍କୁ ଆଗକୁ ବଢିବାରେ ସହଯୋଗ କରିବ।
ପୂର୍ବ ପ୍ରସ୍ତୁତି: ଜନସମାଗମରେ କିଛି କହିବାକୁ ଭୟ ଲାଗୁଥିଲେ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ଏହାର ଉଦ୍ଦେଶ୍ୟ ଏବଂ ବିଷୟ ବସ୍ତୁକୁ ଭଲ ଭାବେ ବୁଝନ୍ତୁ। ଯାହାଦ୍ୱାରା ଆପଣଙ୍କୁ ପୂର୍ବ ପ୍ରସ୍ତୁତି ଅର୍ଥାତ୍‌ ଏହା ସମ୍ପର୍କରେ ପୂର୍ବରୁ ପଢିବା କିମ୍ବା କିଛି ନୋଟ୍ସ କରିବାରେ ସୁବିଧା ହେବ। ଭଲ ଭାବେ ପୂର୍ବ ପ୍ରସ୍ତୁତି କରିବା ଆପଣଙ୍କୁ ନିର୍ଭୟ ଭାବେ ସମସ୍ତଙ୍କ ଆଗରେ କହିବାର ସାହସ ଯୋଗାଇବ।
ଅଭ୍ୟାସ: କୌଣସି କ୍ଷେତ୍ରରେ ନିଜର ବେଷ୍ଟ ଦେବାକୁ ହେଲେ ବାରମ୍ବାର ଅଭ୍ୟାସ କରିବା ସବୁଠୁ ଉପକାରୀ। ଏହାଦ୍ୱାରା ଆତ୍ମବିଶ୍ୱାସ ଦୃଢ ହେବ। ତେବେ ପରିବାର ସଦସ୍ୟ କିମ୍ବା ବନ୍ଧୁମାନଙ୍କୁ ଦର୍ଶକ ଭାବେ ବସାଇ ସେମାନଙ୍କଠାରୁ ମତାମତ ନେଇପାରିଲେ ଭଲ। ଏହାଦ୍ୱାରା ନା କେବଳ ଆପଣଙ୍କ ସାହସ ବଢିବ ବରଂ କୌଣସି ତ୍ରୁଟି ଥିଲେ ଏହାକୁ ସୁଧାରିବାର ମଉକା ମିଳିବ ଏବଂ ଏଥିନେଇ ଆପଣଙ୍କ ମନ ଭିତରେ ଥିବା ଡର ବି ଦୂର ହେବ।
ଦର୍ଶକଙ୍କୁ ଧ୍ୟାନରେ ରଖନ୍ତୁ: ବେଳେ ବେଳେ କିଭଳି ସରଳ ଓ ସୁନ୍ଦର ଶୈଳୀରେ ନିଜର ବକ୍ତବ୍ୟ ପ୍ରଦାନ କଲେ ଏହା ଦର୍ଶକଙ୍କ ହୃଦୟସ୍ପର୍ଶୀ ହୋଇପାରିବ ସେ ନେଇ ଅନେକେ ଚିନ୍ତିତ ହୋଇପଡ଼ନ୍ତି ଏବଂ ଏହା ଭଲ ନ ହେଲେ ଦର୍ଶକଙ୍କ ପ୍ରତିକ୍ରିୟା କ’ଣ ରହିବ ବୋଲି କେହି କେହି ଡରରେ ପଛଘୁଞ୍ଚା ଦିଅନ୍ତି। ହେଲେ ଏପରି ନ କରି ଯଦି ବକ୍ତବ୍ୟ ଦେଉଥିବା ସ୍ଥାନରେ କେଉଁ ବର୍ଗର ଦର୍ଶକ ଉପସ୍ଥିତ ଅଛନ୍ତି ଏବଂ ସେ ସମ୍ପର୍କରେ ବିଚାର କରିବେ ତେବେ ବ୍ୟକ୍ତବ୍ୟ ଦେବା ସମୟରେ ଭୟ କିମ୍ବା ସଂକୋଚ ଲାଗିବ ନାହିଁ।
ନକଲ ଛାଡ଼ନ୍ତୁ: ପବ୍ଲିକ୍‌ ସ୍ପିକିଂକୁ ଭୟ ଥିବା ଯୁବତୀଯୁବକ ଅନେକ ସମୟରେ ପଛଘୁଞ୍ଚା ଦିଅନ୍ତି କିମ୍ବା ନିହାତି ଆବଶ୍ୟକ ସ୍ଥଳେ ନିଜର ବେଷ୍ଟ ଦେବା ଆଳରେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନକଲ କରିବାକୁ ଚେଷ୍ଟା କରନ୍ତି। ହେଲେ ଏହାଦ୍ୱାରା ସେମାନେ ନିଜର ବକ୍ତବ୍ୟକୁ ଆକର୍ଷଣୀୟ କରିବା ପରିବର୍ତ୍ତେ ଅଧିକ ଖରାପ କରିଦିଅନ୍ତି ଏବଂ ପରିହାସର ପାତ୍ର ହୁଅନ୍ତି, ଯାହାକି ଆଗକୁ ବଢିବା ଦିଗରେ ସେମାନଙ୍କ ମନବଳକୁ ଦୁର୍ବଳ କରିଦିଏ। ତେଣୁ କାହାକୁ ନକଲ ନ କରି ନିଜର ବ୍ୟକ୍ତିତ୍ବକୁ ବଜାୟ ରଖି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ।
ବଡିଲାଙ୍ଗୁଏଜ୍‌ ପ୍ରତି ସଜାଗ: ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନା କରୁଥିବା ସମୟରେ ଭୟକୁ ଲୁଚାଇବା ଆଳରେ ଅନେକେ ଏତେ ଯତ୍ନଶୀଳ ହୋଇ ଉଠନ୍ତି ଯେ, ଅପରପକ୍ଷେ ତାଙ୍କ ସମ୍ପୂର୍ଣ୍ଣ ବକ୍ତବ୍ୟ, ଗୀତ ବା ମନ୍ତବ୍ୟ ଶୁଣୁଥିବା ଦର୍ଶକଙ୍କ ନଜରରେ ତାଙ୍କ ଭୟ ସ୍ପଷ୍ଟ ବାରିହୋଇଯାଉଛି ବୋଲି ସେମାନେ ଜାଣି ପାରନ୍ତି ନାହିଁ। ଫଳସ୍ବରୂପ ସେମାନେ ନିଜ ଉପସ୍ଥାପନାରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ବିଫଳ ହୁଅନ୍ତି। ତେଣୁ ମନ ଭିତରେ ଡର ଥିଲେ ସୁଦ୍ଧା ଆପଣ ନିଜକୁ ଏଭଳି ଭାବେ ରଖନ୍ତୁ ଯେପରି ଦର୍ଶକଙ୍କୁ ତାହା ପ୍ରଭାବିତ କରିପାରିବ। ନିଜର ଉପସ୍ଥାପନା ଶୈଳୀକୁ ମନୋରଞ୍ଜକପୂର୍ଣ୍ଣ କରନ୍ତୁ ଏବଂ ନିଜର ବଡ଼ିଲାଙ୍ଗୁଏଜ୍‌ ଏବଂ ଫେସିଆଲ୍‌ ଏକ୍ସପ୍ରେଶନ୍‌ ପ୍ରତି ସଜାଗ ରୁହନ୍ତୁ । ଫଳରେ ଦର୍ଶକ ଧୈର୍ଯ୍ୟର ସହିତ ଆପଣଙ୍କ କଥା ଶୁଣିବେ ଏବଂ ପୁନର୍ବାର ଶୁଣିବାକୁ ଉତ୍ସାହିତ ହେବେ।

କ’ଣ କରନ୍ତି ଏମାନେ ….

ସମୀର ଶତପଥୀ(ଅଭିନେତା, ଅଠରନଳା, ଅନ୍ନପୂର୍ଣ୍ଣା ନଗର, ପୁରୀ)- ଅଭିନୟ ପ୍ରତି ପିଲାବେଳୁ ରୁଚି ଥିଲା। ହେଲେ ବଡ଼ ହେବା ପରେ ପ୍ରଥମ ଥର ଯେବେ ମଞ୍ଚରେ ହିରୋ ଭୂମିକାରେ ଅଭିନୟର ସୁଯୋଗ ମିଳିଲା ଡାଇଲଗ୍‌ ଡେଲିଭରି କିପରି ରହିବ, ଦର୍ଶକ କେତେ ପସନ୍ଦ କରିବେ ଇତ୍ୟାଦିକୁ ନେଇ ଟିକେ ନର୍ଭସ ଲାଗୁଥିଲା। ହେଲେ ମନୋବଳ ଦୃଢ ଥିଲା ଏବଂ ଭଲ ଭାବେ ପୂର୍ବରୁ ଅଭ୍ୟାସ କରିଥିବାରୁ ହଁ ମୁଁ କରିପାରିବି ବୋଲି ଜୋସ୍‌ ବି ଥିଲା, ଯାହାକି ମୋର ଡର ଦୂର କରିଦେଲା। ମଞ୍ଚ ଉପରେ ପ୍ରଥମ ସିନ୍‌ ସରିବା ବେଳକୁ ଦର୍ଶକଙ୍କ କରତାଳି ମୋତେ ଆଗକୁ ବଢିବାକୁ ଉତ୍ସାହିତ କଲା। ସେବେଠୁ ମଞ୍ଚ ଉପରେ ହେଉ ବା କ୍ୟାମେରା ଆଗରେ ଅଭିନୟ କଲା ବେଳେ ଡର ଲାଗେନି।
ପ୍ରଣୟ ଠାକୁର( ଛାତ୍ର, ଜଙ୍କିଆ, ଖୋର୍ଦ୍ଧା)- ବକ୍ତୃତା ଦେବା ପ୍ରତି ମୋର ଖୁବ ଆଗ୍ରହ ରହିଛି, ହେଲେ ଅଧିକ ଦର୍ଶକଙ୍କ ଆଗରେ କିଛି କହିବା କଥା ଭାବିଲେ ବି ଡର ଲାଗେ। ମନେପଡ଼ୁଛି ଥରେ ଏକ ଅନୁଷ୍ଠାନ ପକ୍ଷରୁ ଏକ ପୁରସ୍କାର ଗ୍ରହଣ କରିବା ଅବସରରେ ପ୍ରଥମ ଥର ମାଇକ୍‌ ଧରି ସର୍ବସାଧାରଣରେ କହିବାର ସୁଯୋଗ ପାଇଥିଲି। ପ୍ରଥମେ କ’ଣ କହିବି, ଲୋକେ ମୋ କଥାକୁ କିଭଳି ଗ୍ରହଣ କରିବେ ଭାବି ପାଟି ଶୁଖି ଯାଉଥିଲା। ହେଲେ ଆତ୍ମବିଶ୍ୱାସ ଓ ସାହସର ସହିତ ଥରେ କହିବା ଆରମ୍ଭ କଲା ପରେ ଡର ଛାଡ଼ିଗଲା। ମୋ ମତରେ ମଣିଷ ଯେଉଁ ପର୍ଯ୍ୟନ୍ତ ନିଜ ମନକୁ ଦୃଢ ନ କରିଛି ଜନସମାଗମରେ ମୁହଁ ଖୋଲିବାର ଡର ଯିବନି।


Enter your email to get our daily news in your inbox.

All Right Reserved By Dharitri.Com

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

କକରୋଚ୍ ଜନତା ପାର୍ଟି ଆନ୍ଦୋଳନ ଉପରେ ହେବ ଫିଲ୍ମ: ୨୦୨୭ରେ ହେବ ରିଲିଜ୍‌, ଜାଣନ୍ତୁ କିଏ କରିବେ ଅଭିନୟ?

ଦିଲ୍ଲୀର ଜନ୍ତର-ମନ୍ତରରେ ‘କକରୋଚ୍ ଜନତା ପାର୍ଟି’ (CJP) ର ଆନ୍ଦୋଳନ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଦେଶସାରାର ଯୁବକମାନେ ଏହି ଆନ୍ଦୋଳନର ଅଂଶବିଶେଷ ହୋଇଥିଲେ ଏବଂ…

ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ! ଚଳନ୍ତା ବସ୍‌ ଆଗରେ ଛିଡା ହୋଇଗଲେ ACP ମୋନିକା, ଜାଣନ୍ତୁ କାରଣ

ଭୋପାଳ,୩୦।୭: ମଧ୍ୟପ୍ରଦେଶର ଭୋପାଳରେ କୃଷକ ଆନ୍ଦୋଳନ ସମୟରେ ACP ମୋନିକା ଶୁକ୍ଲାଙ୍କ ସାହସିକ ପଦକ୍ଷେପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଦୋଳନକାରୀମାନେ ବ୍ୟାରିକେଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri