ଚେତାବନୀ, ସମସ୍ତଙ୍କର ଟିକାକରଣ ନ ହେଲେ, ଆସୁଥିବ ନୂଆ ନୂଆ ଭାରିଆଣ୍ଟ…

ନୂଆଦିଲ୍ଲୀ, ୧୮।୧ : ଜାତିସଂଘର ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ ୨୦୨୨ ବର୍ଷରେ ବହୁବିଧ ସଂସ୍କାର ଆଣିବା ସହିତ ଉପଯୁକ୍ତ ପଦକ୍ଷେପ ନେବାକୁ ବିଶ୍ୱ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ କରୋନା ମହାମାରୀର ମୁକାବିଲା ସମାନତା ଏବଂ ନିରପେକ୍ଷତାର ଆଧାରରେ କରାଯିବା ଆବଶ୍ୟକ।

ସେ ଚେତାବନୀ ଦେଇଛନ୍ତି ଯେପର୍ଯ୍ୟନ୍ତ ପୃଥିବୀର ପ୍ରତ୍ୟେକ ବ୍ୟକ୍ତିଙ୍କ ଟିକାକରଣ ନ କରାଯାଇଛି ସେ ପର୍ଯ୍ୟନ୍ତ କରୋନାର ନୂଆ ନୂଆ ଭାରିଆଣ୍ଟ ଆସଥିବ। ଏହାଦ୍ୱାରା ଲୋକଙ୍କ ଜୀବନ ଏବଂ ଅର୍ଥନୀତି ଅଟକି ଯିବାର ଯଥେଷ୍ଟ ଆଶଙ୍କା ରହିଛି।

୨୦୨୨ ବିଶ୍ୱ ଅର୍ଥନୈତିକ ଫୋରମ ବୈଠକର ଅଧିବେଶନକୁ ସମ୍ବୋଧିତ କରିବାବେଳେ ଗ୍ୟୁଟେରସ ଏହା କହିଛନ୍ତି। ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ ସେ ଏକ ସରଳ କିନ୍ତୁ କଠୋର ସତ୍ୟ ପ୍ରମାଣି ହୋଇଛି ଯେ ଯଦି ଆମେ କାହାକୁ ଛାଡିଦେଉ, ତେବେ ଆମେ ସମସ୍ତଙ୍କୁ ଛାଡିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ସେ କହିଛନ୍ତି ଯେ ୨୦୨୨ କୁ ସଂସ୍କାରର ପ୍ରକୃତ ବର୍ଷ ଭାବେ ମହାମାରୀର ମୁକାବିଲା ପାଇଁ ଆମେ ଏକଜୁଟ ହେବାର ଆବଶ୍ୟକତା ରହିଛି।

କରୋନା ମହାମାରୀର ନୂତନ ଓମିକ୍ରନ ଭାରିଆଣ୍ଟ ଯୋଗୁ ପୁଣି ସଙ୍କଟ ଘନେଇବାରେ ଲାଗିଛି। ଏହି କାରଣରୁ, ଲୋକମାନେ କଠିନ ସମୟର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ପୁନରୁଦ୍ଧାର ଏବଂ ଅର୍ଥନୈତିକ ସଂସ୍କାର ପାଇଁ ଆମ ସମସ୍ତଙ୍କର ସହଯୋଗ ଏକାନ୍ତ ଆବଶ୍ୟକ।

ଜାତିସଂଘର ମହାସଚିବ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି ଯେ ଆଫ୍ରିକୀୟ ଦେଶ ତୁଳନାରେ ଉଚ୍ଚ ଆୟକାରୀ ଦେଶରେ ଟିକାକରଣ ହାର ସାତଗୁଣ ଅଧିକ। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଆମେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକାକରଣ କରିବାରେ ବିଫଳ ହୁଏ, ତେବେ ନୂତନ ଭାରିଆଣ୍ଟଗୁଡିକ ଆସିବା ଧାରା ଜାରି ରହିବ ଏବଂ ଲୋକଙ୍କ ଦୈନନ୍ଦିନ ଜୀବନ ଏବଂ ଅର୍ଥନୀତିକୁ ପ୍ରଭାବିତ କରିବ।

ଗତ ବର୍ଷ ଶେଷ ସୁଦ୍ଧା ସମସ୍ତ ଦେଶର ୪୦ ପ୍ରତିଶତ ଏବଂ ଚଳିତ ବର୍ଷ ମଧ୍ୟଭାଗ ସୁଦ୍ଧା ୭୦ ପ୍ରତିଶତ ଲୋକଙ୍କୁ ଟିକାକରଣ କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟରେ ଆମେ ପହଞ୍ଚି ପାରି ନାହୁଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ପରେ ‘X’ରେ ପ୍ରତିକ୍ରିୟା

ଓ୍ବାଶିଂଟନ,୨୫ା୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘X’ରେ ଏକ ପୋଷ୍ଟ ଶେୟାର ହେବାର କିଛି ଘଣ୍ଟା ପରେ, ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ...

ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ବୁଧବାର ଶପଥ ନେବେ ବୋରିସ

ଲଣ୍ଡନ,୨୩।୭: ବ୍ରିଟେନର ଶାସକ ଦଳ କଞ୍ଜରଭେଟିଭ ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ଲଣ୍ଡନର ପୂର୍ବତନ ମେୟର ବୋରିସ ଜନସନ ବିଜୟୀ ହୋଇଛନ୍ତି। ଏହି...

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ପାଇଁ ନାଁ ବାଛିଲେ ଟ୍ରମ୍ପ

ଓ୍ବାଶିଂଟନ,୧୮।୯: ଗତ ସପ୍ତାହରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ପଦରୁ ଜନ୍‌ ବୋଲ୍ଟନଙ୍କୁ ପଦରୁ ହଟାଇବା ପରେ ମଙ୍ଗଳବାର ଏହି ପଦ ପାଇଁ ୫ ଜଣଙ୍କ...

ଶାହାଙ୍କୁ ଚିଠି ଲେଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀରେ କରୋନା ସଙ୍କଟ ଜଟିଳ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ଲକ୍‌ଡାଉନ ୩.୦: ଚାଲିବନି ଟ୍ରେନ୍‌-ବିମାନ, ଖୋଲିବନି ମଲ୍‌-ସିନେମା ହଲ୍‌

ନୂଆଦିଲ୍ଲୀ,୧।୫: ଲକ୍‌ଡାଉନ ପରେ ବି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଶୁକ୍ରବାର କେନ୍ଦ୍ର ସରକାର ପୁଣିଥରେ ଲକ୍‌ଡାଉନ ୩.୦ ଜାରି କରିଛନ୍ତି।...

ଷ୍ଟକ୍‌ ମାର୍କେଟରେ ବୁଡ଼ିଗଲା ଅର୍ଥ, ପରେ ଏମିତି ପଦକ୍ଷେପ ନେଲେ ଫ୍ୟାକ୍ଟ୍ରି କର୍ମଚାରୀ

ବେଜିଂ,୧।୪: ଚାଇନାର ଜଣେ ଫ୍ୟାକ୍ଟ୍ରି କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। କାରଣ ଏହି କର୍ମଚାରୀ ଜଣକ ଷ୍ଟକ୍‌ ମାର୍କେଟରେ ୬ ଲକ୍ଷ ଟଙ୍କା ହରାଇଥିଲେ। ଏହା ପରେ...

CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ୧୬୯୫ ପଜିଟିଭ, ୨୭୯୫୮୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ରାଜ୍ୟରେ ଶନିବାର ୩୦ ଜିଲାରୁ ପୁଣି ୧୬୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

ଇଡେନ୍‌ ଗାର୍ଡେନ୍‌ରେ ହେବ କ୍ୱାରାଣ୍ଟାଇନ୍‌ ସେଣ୍ଟର

କୋଲକତା, ୧୧।୭: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର କୋଲକତାର ଲୋକପ୍ରିୟ କ୍ରିକେଟ ଷ୍ଟାଡ଼ିୟମ୍‌ରେ କରୋନା ଆକ୍ରାନ୍ତଙ୍କ...

Advertisement
Archives

Model This Week