କୋଲେଷ୍ଟରଲ ସମସ୍ୟା ଦୂର କରେ ଉଷୁମ ପାଣି

ଆମ ଶରୀରରେ କୋଲେଷ୍ଟରଲ ପରିମାଣ ସନ୍ତୁଳିତ ରହିବା ନିହାତି ଜରୁରୀ। ଯଦି ଏଥିରେ ଅସନ୍ତୁଳନ ପରିଲକ୍ଷିତ ହୁଏ, ତେବେ ତାହା କେତେକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ। ଏହାଦ୍ୱାରା ରକ୍ତଚାପ (ବ୍ଲଡ ପ୍ରେସର) ଏପରି କି ହୃଦ୍‌ଘାତ ହେବାର ଆଶଙ୍କା ରହିଛି। ତେଣୁ ଏହା କିପରି ସନ୍ତୁଳିତ ରହିବ ସେ ନେଇ ଆମେ ସତର୍କ ହେବା ଦରକାର। ଏଥିପାଇଁ ଏକ ସଜହ ଉପାୟ ମଧ୍ୟ ରହିଛି। ତାହା ହେଲା ଉଷୁମ ପାଣି ପିଇବା। ଅର୍ଥାତ୍‌, ଜଣେ ବ୍ୟକ୍ତି ଯଦି ନିୟମିତ ଉଷୁମ ପାଣି ପିଅନ୍ତି ତେବେ ତାଙ୍କର ଶରୀରରେ କୋଲେଷ୍ଟରଲ ଅନେକାଂଶରେ ସନ୍ତୁଳିତ ରହିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘କୋଲେଷ୍ଟରଲ ଏବଂ ଉଷୁମ ପାଣି’ ଶୀର୍ଷକ ଏକ ବିଷୟକୁ ନେଇ ୟୁନିଭର୍ସିଟି ଅଫ ସିଡ୍‌ନୀର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ନିୟମିତ ଉଷୁମ ପାଣି ପିଇବାକୁ ପରାମର୍ଶ ଦିଆଯାଇଥିଲା। ଏହାଦ୍ୱାରା ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର କୋଲେଷ୍ଟରଲ ପରିମାଣ କେତେକାଂଶରେ କମୁଥିବା ଜଣାପଡିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ଉଷୁମ ପାଣି ପିଇଲେ ତାହା ମଧ୍ୟ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ। ଉଷୁମ ପାଣି ପିଇଲେ ତାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଉଷୁମ ପାଣି ପିଇବା ଦ୍ୱାରା ମେଦବହୁଳତା କେତେକାଂଶରେ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ଦହି ସହିତ ମନା..

ଦହି ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୁର। ତେବେ ଏହା ସହିତ କେତେକ ଖାଦ୍ୟ ଏକାଠି ନ ଖାଇବାକୁ ଚିକିତ୍ସକ ବାରଣ କରିଥାନ୍ତି। ଦହି ସହିତ ଖଟା...

ଝାଳ ଦୁର୍ଗନ୍ଧ ହେଉଛି କି? ଜାଣନ୍ତୁ କେମିତି ଦୂର କରିବେ…

ଖରାଦିନେ ଅନେକଙ୍କର ଝାଳ ବୋହିଥାଏ। ବେଳେବେଳେ ଏହି ଝାଳ ଖୁବ୍‌ ଦୁର୍ଗନ୍ଧ ମଧ୍ୟ ହୁଏ; ଯଦ୍ୱାରା ଅପ୍ରୀତିକର ପରିସ୍ଥିତି ଉପୁଜିଥାଏ। ବିଶେଷଜ୍ଞଙ୍କ ମତରେ, ଶରୀରରୁ ଝାଳ...

ଦୁନିଆର ସବୁଠାରୁ ବଡ଼ ପାପ ‘ନାରୀର ଅପମାନ’, ଭୋଗିବାକୁ ପଡେ ଏପରି କର୍ମଫଳ

ସଂସାରରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। କିଛି ଲୋକ ଭଲ ହୋଇଥିବା ବେଳେ କିଛି ଖରାପ। ତେବେ ଖରାପ ବ୍ୟକ୍ତିଟିଏ ସାରା ଜୀବନ ପାପ କରୁଥିବା...

ଜୀବନସାଥୀଙ୍କୁ ନିକଟତର କରିବା ପାଇଁ ଆପଣାନ୍ତୁ ଏପରି ଉପାୟ

ସମ୍ପର୍କର ଆରମ୍ଭ ହେଉ କିମ୍ବା ସମ୍ପର୍କ ଦୀର୍ଘ ସମୟ ଧରି ଚାଲିଥାଉ, ପ୍ରତ୍ୟେକ ଦମ୍ପତି ଚାହାନ୍ତି ଯେ, ସେମାନଙ୍କ ମଧ୍ୟରେ କୌଣସି ଦୂରତା ରହିବା ଉଚିତ୍‌...

କ୍ରଞ୍ଚି ଭେଜ୍‌

ଖାଦ୍ୟାବଳୀରେ ଏବେ ଷ୍ଟାର୍ଟର ଭାରି ପସନ୍ଦଯୋଗ୍ୟ ହେଉଛି। ମେନ୍‌କୋର୍ସକୁ ଯିବା ଆଗରୁ ଏଭଳି କିଛି ଷ୍ଟାର୍ଟର ଯାହା ପେଟ ଭରି ଦେଉଛି। କ୍ରିସ୍ପି ସ୍ବାଦକୁ ପନିର...

କେବଳ କନ୍ୟାର ସୌନ୍ଦର୍ଯ୍ୟ ଦେଖନ୍ତୁ ନାହିଁ, ଏଭଳି ଗୁଣ ଥିଲେ କରନ୍ତୁ ବିବାହ; ନଚେତ…

ବିବାହ ଜୀବନର ସବୁଠାରୁ ପବିତ୍ର ଅନୁଷ୍ଠାନ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ନେଇଥିବା ନିଷ୍ପତ୍ତି ଭୁଲ ନ ହୋଇଯାଉ ତାହା ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି।...

ଜୀବନରେ କରୁଥିବା ଏଭଳି ଭୁଲ ମଣିଷକୁ କରିଦିଏ ବରବାଦ, ଆପଣ କରୁନାହାନ୍ତି ତ…

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ସମୟରେ ବେଶ ପ୍ରାସଙ୍ଗିକ। ନିଜର ନୀତି ଯୋଗୁ ସେ ଜଣେ ସାଧାରଣ ବାଳକଙ୍କୁ ସମ୍ରାଟ କରିପାରିଥିଲେ।...

ଘରକୁ ଦିଅନ୍ତୁ କଲରଫୁଲ୍‌ ଲୁକ୍‌

କଲରଫୁଲ୍‌ ଡେକୋରେଟିଭ୍‌ ଆଇଟମ୍‌ ଘରକୁ ଆକର୍ଷଣୀୟ ଓ ଫ୍ରେସ୍‌ ଲୁକ୍‌ ଦେଇଥାଏ। ଯଦି ଦୀପାବଳିରେ ଆପଣ ନିଜ ଘରକୁ ଏପରି ସଜାଇବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ...

Advertisement
Archives

Model This Week