ଏସ୍‌ଇସିସି ତାଲିକାରେ ଓ୍ବାର୍ଡବାସୀଙ୍କ ନାଁ ନାହିଁ

ମୁରିବାହାଲ, ୧୩।୧୦(ଡି.ଏନ.ଏ.)
ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଚଳକି ପଞ୍ଚାୟତ ଅନ୍ତର୍ଗତ ଚଳକି ଗଁା ୩ ନମ୍ବର ୱାର୍ଡର ଗୋଟିଏ ବି ପରିବାର ଏସଇସିସି (ସାମାଜିକ, ଅର୍ଥନୈତିକ, ଜାତିଗତ ଜନଗଣନା) ତାଲିକାରେ ନାହାନ୍ତି। ଫଳରେ ଗତ ୭ ବର୍ଷ ହେବ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନାର ସୁଫଳ ଏହି ଓ୍ବାର୍ଡବାସୀ ପାଇ ପାରୁନାହାନ୍ତି। ଏ ନେଇ ବିଭିନ୍ନ ସମୟରେ ଅଭିଯୋଗ କରି ଆସୁଥିଲେ ବି ସେମାନେ କଥା କେହି ଶୁଣୁନାହାନ୍ତି। ଏହାର ପ୍ରତିବାଦ କରି ସୋମବାର ୱାର୍ଡବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ ଏହି ଓ୍ବାର୍ଡରେ ପ୍ରାୟ ୨୪୩ଟି ପରିବାର ରହୁଛନ୍ତି। କିନ୍ତୁ ୨୦୧୧ ବର୍ଷରେ ହୋଇଥିବା ଏସଇସିସି ତାଲିକାରେ ୱାର୍ଡର ଗୋଟିଏ ବି ପରିବାରକୁ ଅନ୍ତର୍ଭୁକ୍ତ କରାଯାଇନାହିଁ। କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଏସଇସିସି ତାଲିକାଭୁକ୍ତ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଗୃହ ପ୍ରଦାନ କରାଯାଇଥାଏ। ଉକ୍ତ ୱାର୍ଡବାସୀ ତାଲିକାରେ ସଂଯୋଗ ନ ଥିବାରୁ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚତ୍ତ ରହିଛନ୍ତି । ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରି ଓ୍ବାର୍ଡବାସୀ ଏକ ଦାବିପତ୍ର ବିଡିଓ ମହେନ୍ଦ୍ର ପ୍ରଧାନୀଙ୍କୁ ପ୍ରଦାନ କରିଛନ୍ତି । ବିଡିଓ ପ୍ରଧାନୀଙ୍କୁ ପଚାରିବାରୁ ଜିଲା ପ୍ରଶାସନଙ୍କୁ ଅବଗତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ୱାର୍ଡସଭ୍ୟ ଭାରତୀ ନାଗ, ବିଶିଷ୍ଟ ବଗର୍ତ୍ତି, ଅନିରୁଦ୍ଧ ନାଗ, ସୁନ୍ଦର ନାଗ, ମୋହନ ଭୋଇ, ନୀଳମଣି ନାଗ, ପ୍ରମୋଦ କାଲସାଏ, ଗୋପୀନାଥ ବଗର୍ତ୍ତି, ପଦ୍ମଲୋଚନ ବଗର୍ତ୍ତି, ରୀନା ନାଗ, ଲାଲୁ ସେଲମାଙ୍କ ସହ ଶତାଧିକ ୱାର୍ଡବାସୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଉନସୁଗାର : ବଡ଼ବଡ଼ିଆଙ୍କୁ ମାଫ

ଭୁବନେଶ୍ୱର, ୧୫।୭(ବ୍ୟୁରୋ): ଓଡିଶା ପୋଲିସ ଓ କ୍ରାଇମବ୍ରାଞ୍ଚ ରାଜ୍ୟରେ ନିଶା କାରବାର ବନ୍ଦ କରିବାକୁ ଦୀର୍ଘଦିନ ହେବ ସ୍ବତନ୍ତ୍ର ଡ୍ରାଇଭ୍‌ ଚଳାଇଛି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌, କମିଶନରେଟ୍‌...

ଚାଷ ଜମିରୁ ବ୍ୟାପିଛି ନିଆଁ

ସମ୍ବଲପୁର,୯ା୩(ବ୍ୟୁରୋ): ସମଗ୍ର ରାଜ୍ୟରେ ଜଙ୍ଗଲ ଅସୁରକ୍ଷିତ। ନିଆଁ ଆଁରେ ପୋଡ଼ି ପାଉଁଶ ହେଉଛି ମୂଲ୍ୟବାନ ବୃକ୍ଷଲତା। ବିପଦରେ ବନ୍ୟପ୍ରାଣୀଙ୍କ ଜୀବନ। ସମ୍ବଲପୁର ବନଖଣ୍ଡ ମଧ୍ୟ ଏଥିରୁ...

ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟକୁ ନେଇ ଅନିଶ୍ଚିତତା

ବଲାଙ୍ଗୀର ଅଫିସ, ୧୫ା୧୦ କେବିକେ ଅଞ୍ଚଳରେ ପ୍ରସ୍ତାବିତ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ ସମ୍ପ୍ରତି ଶୀତଳ ଭଣ୍ଡାରରେ ରହିଛି ା ଏ ନେଇ...

ଓଡ଼ିଶାର ୩ ରାଜ୍ୟ ସଭା ଆସନ ପାଇଁ ବାଜିଲା ବିଗୁଲ୍‌

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଓଡ଼ିଶାର ଖାଲିପଡ଼ିିଥିବା ୩ଟି ରାଜ୍ୟ ସଭା ଆସନରେ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ଶନିବାର ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି।...

ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୫ ବର୍ଷୀୟ ଏହି ଆକ୍ରାନ୍ତ ବ୍ୟକ୍ତି ଭୁବନେଶ୍ୱରର ମଧୁସୂଦନ ନଗରର ବୋଲି ସୂଚନା ମିଳିଛି। ଏ...

ବଦଳିଲେ ଏହି ଆଇଏଏସ୍‌, ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର, ୧୩।୧୧(ବ୍ୟୁରୋ): ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆଇଏଏସ୍‌ ରଞ୍ଜନ କୁମାର ଦାସଙ୍କୁ ବିଭାଗର ସଚିବ ଭାବେ...

ବିନା ମାସ୍କରେ ବୁଲୁଥିବା ୭ ଜଣଙ୍କଠାରୁ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୬ା୪-କୋଭିଡ୍‌-କରୋନା ଭାଇରସ୍‌ ମୁକାବିଲା ପାଇଁ ଅଧିକ କଠୋର ହୋଇଛି ଗଞ୍ଜାମ ଜିଲା ପ୍ରଶାସନ। ଜିଲାରେ ଆଂଶିକ ଶଟ୍‌ଡାଉନ୍‌ ଲାଗୁ କରାଯିବା ସହ ବିନା ମାସ୍କରେ...

କଳାର ଯାଦୁରେ ବାନ୍ଧି ରଖିପାରୁଥିଲେ ବିଜୟ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୦ା୭(ବ୍ୟୁରୋ)-ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁରେ ଓଡିଶା ସିନେ ଜଗତରେ...

Advertisement


Archives

Model This Week