ନେତାନ୍ୟାହୁଙ୍କ ପୁଅ ଇସ୍ରାଏଲ ସେନା ମଧ୍ୟରେ ବାକ୍‌ଯୁଦ୍ଧ ସୋସିଆଲ ମିଡିଆରେ ଭାଇରାଲ…

ଜେରୁଜେଲମ,୨୦।୧୧ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଦେଢ଼ ମାସରୁ ଅଧିକ ସମୟ ବିତିଗଲାଣି। ଏହି ଯୁଦ୍ଧରେ ଇସ୍ରାଏଲ ସେନା ଗାଜାର ଆତଙ୍କବାଦୀଙ୍କ ଉପରେ ଆତଙ୍କ ସୃଷ୍ଟି କରୁଛି। ଏଥି ସହିତ ଇସ୍ରାଏଲ ସେନା ଦ୍ୱାରା ହୋଇଥିବା ଆକ୍ରମଣରେ ଏପର୍ଯ୍ୟନ୍ତ ୧୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଗାଜାର ଉତ୍ତର ଭାଗରୁ ଆତଙ୍କବାଦୀଙ୍କୁ ହଟାଇବା ପରେ ଇସ୍ରାଏଲ ସେନା ବର୍ତ୍ତମାନ ଦକ୍ଷିଣ ଆଡକୁ ଗତି କରିଛି। ଏହି ସମୟରେ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପୁଅ ୟେର ନେତାନ୍ୟାହୁ ହମାସ ଆକ୍ରମଣ ପାଇଁ ହାଇକୋର୍ଟର ଏକ ନିଷ୍ପତ୍ତି ଏବଂ ଇସ୍ରାଏଲ ସେନାର ବିଫଳତାକୁ ଦାୟୀ କରିଛନ୍ତି।

ଏହି ସମୟରେ, ନାସିରାଟ କ୍ୟାମ୍ପ ଉପରେ ଇସ୍ରାଏଲର ଷ୍ଟ୍ରାଇକରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜବାଲିଆ ଅଞ୍ଚଳରେ ତଥା ଏହାର ଶରଣାର୍ଥୀ ଶିବିରରେ ପୃଥକ ପୃଥକ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲ ଆକ୍ରମଣରେ ଗାଜା ମିଡିଆ ଇନଷ୍ଟିଚ୍ୟୁଟର ମୁଖ୍ୟଙ୍କ ସମେତ ତିନିଜଣ ଖବରଦାତାଙ୍କର ମୃତ୍ୟୁ ଘଟିଛି। ଯୁଦ୍ଧ ଆରମ୍ଭରୁ ଖବରଦାତାଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।

ଜେରୁଜେଲମ ପୋଷ୍ଟ ଅନୁଯାୟୀ, ଇସ୍ରାଏଲର ରିଜର୍ଭ ଫୋର୍ସ ୟେରଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେନା ଏକ ବିବୃତ୍ତି ଜାରି କରି କହିଛି ତୁମେ ଚୁପ ରହିଲେ ଭଲ ହେବ। ୮ ଶହୀଦଙ୍କୁ ହରାଇବା ପରେ ଆମେ ଦୁଃରେ ଅଛୁ। ୟେର ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଗାଜା ସୀମାରେ ସେନା ମୁତୟନ ପାଇଁ ହାଇକୋର୍ଟ ନିୟମ ପରିବର୍ତ୍ତନ କରିଛନ୍ତି। ଏହି କାରଣରୁ ହମାସ ଆତଙ୍କବାଦୀମାନେ ଆମ ସୀମାରେ ପ୍ରବେଶ କରିଥିଲେ। ସେ କହିଛନ୍ତି ଅକ୍ଟୋବର ୭ ରେ ହୋଇଥିବା ଆକ୍ରମଣ ଇସ୍ରାଏଲ ସେନାର ବିଫଳତା କାରଣରୁ ହୋଇଥିଲା କାରଣ ସେନା ହିଁ ନିଷ୍ପତ୍ତି ନେଇଥିଲା ଗାଜା ଷ୍ଟ୍ରିପକୁ ଇନ୍ଧନ ଯୋଗାଣ କେବେ ବି ବାଧାପ୍ରାପ୍ତ ହେବ ନାହିଁ ।

ୟେରଙ୍କ ବିବୃତ୍ତିକୁ କାଉଣ୍ଟର କରି ଇସ୍ରାଏଲ ସେନାର ରିଜର୍ଭ ଫୋର୍ସ କହିଛି ତୁମର ଇଗୋ କହୁଛି, ଭୁଲ ପାଇଁ ତୁମର ପିତା ଦାୟୀ। ଆମେ ଦେଶ ପାଇଁ ଶହୀଦ ହେଉଥିବା ସୈନିକମାନଙ୍କ ସହିତ ଅଛୁ। ତୁମେ ଏଠାରୁ ପଳାଇ ଯାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri