ଆଣବିକ ଲକ୍ଷ୍ୟରୁ ନ ହଟିଲେ ଯୁଦ୍ଧ: ଇରାନ୍‌କୁ ଆମେରିକାର ଚେତାବନୀ

ନ୍ୟୁୟର୍କ ,୩୧ା୧:ମଧ୍ୟପ୍ରାଚ୍ୟରେ ଆମେରିକାର ଶକ୍ତିଶାଳୀ ନୌସେନା ଉପସ୍ଥିତି ଇରାନ ଉପରେ ଆକ୍ରମଣର ଆଶଙ୍କାକୁ ଦ୍ୱିଗୁଣିତ କରିଛି। ଆରବ ସାଗରରେ ଇରାନ ଉପକୂଳଠାରୁ ଅଳ୍ପ କିଛି ଦୂରରେ ଆମେରିକାର ପରମାଣୁ ଅସ୍ତ୍ର ସଜିତ ଶକ୍ତିଶାଳୀ ‘ଆବ୍ରାହମ ଲିଙ୍କନ’ ଓ ଅନ୍ୟ କ୍ଷେପଣାସ୍ତ୍ର ନିକ୍ଷେପକାରୀ ଯୁଦ୍ଧପୋତଗୁଡ଼ିକ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି। ଆମେରିକା ଯେକୌଣସି ମୁହୂର୍ତ୍ତରେ ଇରାନ ଉପରେ ଆକ୍ରମଣ ଆରମ୍ଭ କରିପାରେ ବୋଲି ଆଶଙ୍କା କରାଯାଉଛି। ଏହାମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେବା ସହିତ ବିକଳ୍ପ ବାଛିନେବାକୁ କହିଛନ୍ତି। ଏଥିପାଇଁ ସେ ଦୁଇଟି ସର୍ତ୍ତ ରଖିଛନ୍ତି। ପ୍ରଥମତଃ ଇରାନ ତୁରନ୍ତ ଏହାର ଆଣବିକ କାର୍ଯ୍ୟକ୍ରମ ବନ୍ଦ କରିବା ନେଇ ଘୋଷଣା କରୁ। ଦ୍ୱିତୀୟରେ ଇରାନରେ ସାଧାରଣ ବିକ୍ଷୋଭକାରୀଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ ହେବା ସହିତ ଅନେକ ହଜାର ଲୋକଙ୍କୁ ଯେଭଳି ହତ୍ୟା କରାଯାଉଛି ତାହା ମଧ୍ୟ ବନ୍ଦ ହେବା ଦରକାର ବୋଲି ଟ୍ରମ୍ପ କହିଛନ୍ତି। ଯଦି ଏହି ଦୁଇଟି ସର୍ତ୍ତକୁ ଇରାନ ସରକାର ନ ମାନନ୍ତି ତେବେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ସେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଏବେ ଆମେରିକା ନୌସେନାର ବହୁ ଶକ୍ତିଶାଳୀ ଯୁଦ୍ଧପୋତ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି। କିନ୍ତୁ ଏହାକୁ ଯେଭଳି ଉପଯୋଗ ନ କରିବାକୁ ପଡ଼େ, ସେ ସମ୍ପର୍କରେ ଇରାନ ତୁରନ୍ତ ନିଷ୍ପତ୍ତି ନେବା ଦରକାର। ଭେନେଜୁଏଲା ଶୈଳୀରେ ଆମେରିକା ପ୍ରଥମେ ଇରାନର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଏବଂ ସାମରିକ ଘାଟି ଉପରେ ଆକ୍ରମଣ କରିପାରେ ବୋଲି ଆନ୍ତର୍ଜାତିକ ସ୍ତରରେ ସାମରିକ ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ଇରାନ ନିଜକୁ ପ୍ରସ୍ତୁତ କରିବା ସହିତ ଆମେରିକାର ଆକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରାୟ ୧ ହଜାର ଡ୍ରୋନ ମୁତୟନ କରିଛି ବୋଲି ଏଠାକାର ସରକାରୀ ଖବରଦାତା ଏଜେନ୍ସି ଟାସ୍‌ନିମ୍‌ ପ୍ରକାଶ କରିଛି।
ତୁର୍କୀ ଶରଣରେ ଇରାନ ଆମେରିକାର ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ଯେକୌଣସି ଭୟାବହ ସ୍ଥିତି ଏଡ଼ାଇବା ଲକ୍ଷ୍ୟରେ ଇରାନ ବୈଦେଶିକ ମନ୍ତ୍ରୀ ଆବାସ୍‌ ଆରାଗଚି ଦିନିକିଆ ଗସ୍ତରେ ଯାଇ ତୁର୍କୀରେ ପହଞ୍ଚିଛନ୍ତି। ଇରାନ ସମାନ ନୀତିରେ ଆମେରିକା ସହ ଏହାର ଆଣବିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛି ବୋଲି ସେଠାରେ ସାମ୍ବାଦିକମାନଙ୍କୁ ଆବାସ୍‌ କହିଛନ୍ତି। ଏହାବ୍ୟତୀତ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଏଡାଇବାକୁ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି। ତେବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଚେତାବନୀକୁ ନେଇ ମଧ୍ୟପ୍ରାଚ୍ୟରେ ଆରବ ରାଷ୍ଟ୍ରସମୂହର ଚିନ୍ତା ବଢିଛି। ଯଦି ଆମେରିକା ଇରାନ ଉପରେ ଆକ୍ରମଣ କରେ ତେବେ ପୁଣିଥରେ ମଧ୍ୟପ୍ରାଚ୍ୟ ସ୍ଥିତି ଅଶାନ୍ତ ହେବା ସହିତ ଆନ୍ତର୍ଜାତିକ ଅର୍ଥନୈତିକ କ୍ଷେତ୍ରକୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଉଛି। ଶନିବାର ନୂଆଦିଲ୍ଲୀଠାରେ ହେବାକୁ ଥିବା ଭାରତ-ଆରବ ରାଷ୍ଟ୍ର ସମୂହ(ଲିଗ୍‌ ଅଫ୍‌ ଆରବ ଷ୍ଟେଟସ୍‌) ବୈଠକରେ ଏସମ୍ପର୍କରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ଆଗୁଆ ସତର୍କତା: ଖୋଲିଲା ହରଭଙ୍ଗୀ ଜଳଭଣ୍ଡାରର ୪ ଗେଟ୍‌

ମୋହନା,୨।୧୧( ମନ୍ମଥ ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବ ନ କମୁଣୁ ଏବେ ସମ୍ଭାବ୍ୟ ବାତ୍ୟା ମୁରାସୁକୁ ନେଇ ବଢ଼ିଲାଣି ଚିନ୍ତା। ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ…

ଶ୍ୱଶୁର ଘରକୁ ଯାଉଥିଲେ ଦୁର୍ଯ୍ୟ, ବାଟରେ ଛକିଥିଲା ଯମ: ଘଟିଲା…

ଲାଞ୍ଜିଗଡ଼,୨।୧୧ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଭବାନୀପାଟଣା-ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କଦଳୀଘାଟି କୁଚେଇଯୋର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।…

ପ୍ରଦ୍ମଶ୍ରୀ ଡା. ଅଶୋକ ମହାପାତ୍ରଙ୍କ ପରଲୋକ: ଖେଲିଗଲା ଶୋକର ଛାୟା

ନୂଆଦିଲ୍ଲୀ,୨।୧୧: ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ପ୍ରଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବ୍ରେନ ଷ୍ଟ୍ରୋକ…

ବାତ୍ୟା ‘ମୁରାସୁ’ ପାଇଁ ଦାରିଙ୍ଗବାଡ଼ିରେ ଆଗୁଆ ପ୍ରସ୍ତୁତି: ୨୫ ପଞ୍ଚାୟତରୁ ୬୯୧ ଜଣଙ୍କୁ ଥଇଥାନ

ଦାରିଙ୍ଗବାଡ଼ି,୨।୧୧(ଅରୁଣ ସାହୁ): ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ବାତ୍ୟା ‘ମୁରାସୁ’କୁ ନେଇ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା…

ଲୋକଙ୍କୁ ସହାନୁଭୂତି ଦେଖାଅ, ସହାୟତା ଯୋଗାଅ: ଅଧିକାରୀଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

ଭଞ୍ଜନଗର, ୨।୧୧ (ବାବୁଲା ପ୍ରଧାନ): ଗୋଟିଏ ବାତ୍ୟାର ଦୁଃଖ ନ ଲିଭୁଣୁ ପୁଣି ଆଉ ଏକ ବାତ୍ୟାର ଆଶଙ୍କା ଦେଖାଦେଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିପନ୍ନ ଲୋକଙ୍କ…

ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା: ପ୍ରତିଶୋଧ ନେବେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨।୧୧:ଆଗାମୀ ଏସିସି ରାଇଜିଂ ଷ୍ଟାର୍ସ ଏସିଆ କପ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା କରିଛି ବିସିସିଆଇ। ଦଳର ନେତୃତ୍ୱ ଭାର ତିଳକ ବର୍ମାଙ୍କୁ ଦିଆଯାଇଥିବା ବେଳେ ରଜତ…

ଏସିଆ କପ ପାଇଁ ଟିମ ଇଣ୍ଡିଆ ଘୋଷଣା: ତିଳକ ଅଧିନାୟକ; ବୈଭବଙ୍କୁ ମିଳିଲା ସୁଯୋଗ, ଏହି ଦିନ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ, ୨।୧୧: ୨୦୨୬ ପୁରୁଷ ରାଇଜିଂ ଷ୍ଟାର୍ସ ଏସିଆ କପ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା କରିଛି ବିସିସିଆଇ। ତିଳକ ବର୍ମାଙ୍କୁ ଦଳର ଅଧିନାୟକ ଏବଂ ରଜତ…

‘ଅର୍ଣ୍ଣବ’ ଉଜାଡ଼ିଥିଲା ଫସଲ, ଏବେ ‘ମୁରାସୁ’କୁ ନେଇ ଚିନ୍ତାରେ ଉଦ୍ୟାନ କୃଷକ

ଦାରିଙ୍ଗବାଡ଼ି, ୨।୧୧ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ଆଣିଥିଲା ଦୁଃଖ। ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୁରାସୁ’କୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଦାରିଙ୍ଗବାଡ଼ି ଅଞ୍ଚଳର ଉଦ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?