ଯୁଦ୍ଧ ଘୋଷଣା…

ମସ୍କୋ,୨୪।୨ : ଯୁଦ୍ଧ ଟାଳିବା ପାଇଁ ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ବୈଠକ ଚାଲିଥିବାବେଳେ ରୁଷ୍‌ଇଆ ରାଷ୍ଠ୍ରପତି ବ୍ଲାଡିମୀର ପୁଟିନ୍‌ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ନାଟୋ କିମ୍ବା ଆମେରିକା ୟୁକ୍ରେନକୁ ସହଯୋଗ କଲେ ଭୟଙ୍କର ପରିଣାମ ହେବ ବୋଲି ପୁଟିନ୍‌ ଚେତାବନୀ ଦଇଛନ୍ତି। ତେବେ ପୁଟିନ ଏହା ସ୍ପଷ୍ଟ କରିଛନ୍ତି ଯେ ସେ ୟୁକ୍ରେନ ଦଖଲ କରିବାକୁ ଚାହୁଁନାହାଁନ୍ତି।

ସେ କହିଛନ୍ତି ଯେ ୟୁକ୍ରେନ ସୈନ୍ୟମାନେ ଅସ୍ତ୍ରଶସ୍ତ୍ର ଛାଡି ଆତ୍ମସମର୍ପଣ କରିବା ଉଚିତ। ଜାତିସଂଘରେ ରୁଷିଆ ୟୁକ୍ରେନ ପ୍ରସଙ୍ଗରେ ଏକ ବୈଠକ ଚାଲିଛି। ଏଭଳି ପରିସ୍ଥିତିରେ ପୁଟିନଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ଭାବନା ମଧ୍ୟ ରହିଛି।

ପୁଟିନ୍‌ଙ୍କ ବିବୃତ୍ତିର କିଛି ସମୟ ପରେ, ୟୁକ୍ରେନର ବିଦ୍ରୋହୀଙ୍କ ଦଖଲରେ ଥିବା ରାଜଧାନୀ କ୍ୱିଭର ଏକ ଅଞ୍ଚଳରେ ବଡ଼ ବିସ୍ଫୋରଣ ହେବାର ଖବର ମିଳିଛି। ଖବର ଅନୁଯାୟୀ, କ୍ରାମାଟୋସ୍କରେ ୨ ଟି ବିସ୍ଫୋରଣ ଘଟିଛି। ରୁଷିଆର ସୈନିକମାନେ କ୍ରିମିୟା ବାଟେ ୟୁକ୍ରେନରେ ପ୍ରବେଶ କରୁଛନ୍ତି। ଦୁଇ ଲକ୍ଷରୁ ଅଧିକ ରୁଷିଆ ସୈନ୍ୟ ସୀମାରେ ରହିଛନ୍ତି।

ଜାତିସଂଘ ପକ୍ଷରୁ ଶାନ୍ତି ପାଇଁ ଏକ ନିବେଦନ କରାଯାଇଛି। ୟୁକ୍ରେନ୍‌ ରାଷ୍ଟ୍ରପତି ବଲଡୋମିର ଜେଲନେସ୍କି ଟିଭିରେ ଭାବୁକ ହୋଇ ପୁଟିନ୍‌ଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ୟୁକେନ୍‌ବାସୀ ଶାନ୍ତି ଚାହାଁନ୍ତି। ସେ ରୁଷିଆ ଏବଂ ୟୁକ୍ରେନ୍‌ର ମିଳିତ ସଂସ୍କୃତିକୁ ମନେ ପକାଇଛନ୍ତି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ଯେ, ସାରା ପୃଥିବୀର ଦେଶ ଆମ ସହିତ ଅଛନ୍ତି। ଆମେ ଏହାର କଡ଼ା ଜବାବ ଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ବେରୁଟ୍‌ ବିସ୍ଫୋରଣର ହୃଦୟ ବିଦାରକ ଦୃଶ୍ୟ: ଆହତଙ୍କୁ ସ୍କୁଟିରେ ଡାକ୍ତରଖାନା ନେଲେ ଯୁବକ

ବେରୁଟ୍‌,୬ା୮: ମଙ୍ଗଳବାର ଲେବାନନ୍‌ର ରାଜଧାନୀ ବେରୁଟ୍‌ରେ ଘଟିଥିବା ଭୟାନକ ବିସ୍ଫୋରଣରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣ...

ରାତି ୧୦ରୁ ସକାଳ ୮ ଭିଡ଼ିଓ ଗେମ୍‌ ଖେଳିବା ମନା

ବେଜିଂ,୨୦।୧୧: ଚାଇନାରେ ପିଲାଙ୍କ ମଧ୍ୟରେ ଭିଡ଼ିଓ ଗେମ୍‌ ଖେଳିବା ନିଶା ଭଳି ବ୍ୟାପିବାରେ ଲାଗିଛି। ଏହାଦ୍ୱାରା ପିଲାଙ୍କ ମାନସିକ ଏବଂ ଶାରୀରିକ ବିକାଶରେ ବାଧା ସୃଷ୍ଟି...

ଶ୍ରୀଲଙ୍କାକୁ ଫସାଇବା ପାଇଁ ଚାଇନାର ଚାଲ୍‌

କଲମ୍ବୋ,୭ା୫: ଋଣ ପରିଶୋଧରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଥିବା ଶ୍ରୀଲଙ୍କା ଉପରେ ଚାଇନା ପୁଣି ଥରେ ଚାଲ୍‌ ଆରମ୍ଭ କରିଛି। ଏକ ରିପୋର୍ଟ ଅନୁଯାୟୀ, ଚାଇନା...

୧୩୬ ବର୍ଷରେ ପ୍ରଥମଥର: ହାର୍ଭାର୍ଡ ଲ ରିଭ୍ୟୁର ଅଧ୍ୟକ୍ଷ ନିର୍ବାଚିତ ହେଲେ ଭାରତୀୟ ମୂଳ ବାସିନ୍ଦା ଅପସରା

ନୂଆଦିଲ୍ଲୀ/କେମ୍ବ୍ରିଜ,୭ ।୨: ଦେଶ ପାଇଁ ଗର୍ବର କଥା । ହାର୍ଭାର୍ଡ ଲ ସ୍କୁଲରେ ଦ୍ୱିତୀୟ ବର୍ଷର ଭାରତୀୟ-ଆମେରିକା ଛାତ୍ରୀ ଅପସରା ଅୟାରଙ୍କୁ ପ୍ରତିଷ୍ଠିତ ହାର୍ଭାର୍ଡ ଲ...

ଅଜୟ ବଙ୍ଗା ବିଶ୍ୱବ୍ୟାଙ୍କର ନିର୍ବିରୋଧ ଅଧ୍ୟକ୍ଷ ହେବା ନିଶ୍ଚତ…

ଓ୍ବାଶିଂଟନ,୩୦।୩ : ମୂଳ ଭାରତୀୟ ଅଜୟ ବଙ୍ଗା ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ହେବା ପ୍ରାୟ ନିଶ୍ଚିତ। ବୁଧବାର ଏହି ପଦବୀ ପାଇଁ ନାମାଙ୍କନ ଶେଷ ହୋଇଛି। ଅନ୍ୟ...

କ୍ୟାମରୁନରେ ଅନ୍ତିମ ସଂସ୍କାର ସମୟରେ ଭୂସ୍ଖଳନ, ୧୪ ମୃତ ମାଟିତଳେ ପୋତି ହୋଇଛନ୍ତି ଅନେକେ

ୟାଉଣ୍ଡେ,୨୮ ।୧୧: କ୍ୟାମରୁନର ରାଜଧାନୀ ୟାଉଣ୍ଡରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଅନ୍ତିମ ସଂସ୍କାର ସମୟରେ ଭୂସ୍ଖଳନ ହାଇ ୧୪ ଜଣଙ୍କ ମୃତ୍ୟୁ...

ଶ୍ରୀଲଙ୍କାରେ ପହଞ୍ଚିଲା ଚାଇନା ଅନୁସନ୍ଧାନକାରୀ ଜାହାଜ

କଲମ୍ବୋ,୧୬।୮: ଭାରତର ଆପତ୍ତି ସତ୍ତ୍ୱେ ଚାଇନାର ଅନୁସନ୍ଧାନକାରୀ ଜାହାଜ ୟୁଆନ ୱାଙ୍ଗ-୫ ଶ୍ରୀଲଙ୍କାର ହାମ୍ବାନଟୋଟା ବନ୍ଦରରେ ପହଞ୍ଚିଛି। ଶ୍ରୀଲଙ୍କା ସରକାର ଏହାର ବନ୍ଦରକୁ ଆସିବାକୁ ଅନୁମତି...

ଜି-୭ ସମ୍ମିଳନୀ: କଶ୍ମୀର ମାମଲାରେ ମଧ୍ୟସ୍ଥତା କରିବନି ଆମେରିକା

ବିଆରିଜ୍‌,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ସମ୍ମିଳନୀରେ ଯୋଗ ଦେବାପାଇଁ ଫ୍ରାନ୍ସ ପହଞ୍ଚିଛନ୍ତି। ସୋମବାର ସେଠାରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ୍‌...

Advertisement
Archives

Model This Week