କରଜରୁ ମୁକ୍ତି ଚାହୁଁଥିଲେ…

ଅସୁବିଧାରେ ପଡି ମଣିଷ କରଜ କରିବାକୁ ବାଧ୍ୟ ହୁଏ। ଆଉ ନ ସୁଝିବା ପର୍ଯ୍ୟନ୍ତ ତାହା ତାଙ୍କୁ ବୋଝ ଭଳି ଲାଗିଥାଏ। ସେଥିପାଇଁ ଏଥିରୁ ଶୀଘ୍ର୍ର ମୁକ୍ତି ପାଇବାକୁ ସମସ୍ତେ ଚାହିଁଥାନ୍ତି। ହେଲେ ବେଳେବେଳେ ପରିସ୍ଥିତି ଏମିତି ଉପୁଜେ, କରଜ ସୁଝିବାକୁ ରଖିଥିବା ଟଙ୍କା ଅନ୍ୟ ବାଟରେ ଖର୍ଚ୍ଚ ହୋଇଯାଏ। ଏହା ବାସ୍ତୁଦୋଷରୁ ହୋଇଥାଏ ବୋଲି ଅନେକେ ବିଶ୍ୱାସ କରନ୍ତି। ତେଣୁ କରଜରୁ ଶୀଘ୍ର ମୁକ୍ତି ପାଇବା ପାଇଁ ବାସ୍ତୁଶାସ୍ତ୍ରରେ କେତୋଟି ଉପାୟ କୁହାଯାଇଛି। ଯେମିତିକି:
– ପକ୍ଷୀମାନଙ୍କୁ ଖାଇବାକୁ ଦେଲେ କରଜରୁ ଶୀଘ୍ର ମୁକ୍ତି ମିଳିବାର ବାଟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ପ୍ରତିଦିନ ହେଉ ଅବା ମଙ୍ଗଳବାର ଓ ଶନିବାର ଦିନ ପକ୍ଷୀମାନଙ୍କୁ କିଛି ଦାନା ଖାଇବାକୁ ଦେଲେ, ୨/୩ ଦିନ ଭିତରେ ଏହାର ସୁପ୍ରଭାବ ଅନୁଭବ ହୋଇଥାଏ।
– କୁହାଯାଏ, ଦୁଃଖୀଦରିଦ୍ରଙ୍କୁ ଖାଇବାକୁ ଦେଲେ ବି ଜୀବନ ଖୁସି ଭରିଯାଏ। ବିଶେଷକରି ମଙ୍ଗଳବାର ଓ ଶନିବାର ଦିନ ଏହି ପୂଣ୍ୟ କର୍ମ କଲେ ସୁଖଶାନ୍ତି ମିଳିବା ସହ ଶୀଘ୍ର କରଜରୁ ମୁକ୍ତି ପାଇବାର ବାଟ ଖୋଲିଯାଏ।
-ମାଙ୍କଡ଼ଙ୍କୁ ପ୍ରତି ମଙ୍ଗଳବାର ଦିନ ମିଠା,କଦଳୀ ଅବା ବୁଟ ଖାଇବାକୁ ଦେଲେ ପ୍ରଭୂ ହନୁମାନ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ। ଆଉ ତାଙ୍କରି ଆଶୀର୍ବାଦରୁ ଶୀଘ୍ର କରଜ ସୁଝିବାକୁ ଆମକୁ ଉପାୟ ମିଳିଥାଏ।
-କୁକୁରକୁ ମିଠା ବିସ୍କୁଟ୍‌ ଖାଇବାକୁ ଦେଲେ କରଜରୁ ମୁକ୍ତି ମିଳିବା ସହ ଘରୁ ନକରାତ୍ମକ ଉର୍ଜ୍ଜା ଦୂର ହୋଇ ଶାନ୍ତି ବଜାୟ ରହିଥାଏ ବୋଲି ବାସ୍ତୁବିତ୍‌ମାନେ ମତ ଦେଇଥାନ୍ତି।
-ଗାଈଙ୍କୁ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟ କିମ୍ବା ରୁଟିକୁ ପ୍ରଥମେ ଖାଇବାକୁ ଦେଲେ କରଜରୁ ଶୀଘ୍ର ମୁକ୍ତି ମିଳିବାର ବାଟ ଖୋଲିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri