Posted inଫୁରସତ

ହ୍ବାଟ୍ସଆପ୍‌ରେ ଚାଟ୍‌ ଲୁଚାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ଆପଣଙ୍କ ଫ୍ରେଣ୍ଡ୍‌ଲିଷ୍ଟରେ ଏମିତି କିଛି ଖାସ୍‌ ବନ୍ଧୁ ଥା’ନ୍ତି, ଯେଉଁମାନଙ୍କ ସହ ଆପଣ ସିକ୍ରେଟ୍‌ ଚାଟ୍‌ କରିଥାନ୍ତି। ଆଉ ଏହି ଚାଟ୍‌ ଯେମିତି କେହି ନ ପଢ଼ନ୍ତୁ ଆପଣ ନିଶ୍ଚିତ ଚାହୁଁଥିବେ। ଏଥିପାଇଁ କିଛି ଟିପ୍ସ ରହିଛି। ଯାହା ସାହାଯ୍ୟରେ ଆପଣ ଅନ୍ୟମାନଙ୍କ ଆଗରେ ଆପଣଙ୍କର ଚାଟ୍‌ ଲୁଚାଇବାରେ ସମର୍ଥ ହେବେ । ଖାଲି ଏତିକି ନୁହେଁ, ଆପଣ ଯେତେବେଳେ ଚାହିଁବେ ଏହି ଚାଟ୍‌କୁ ପୁନର୍ବାର ଫେରାଇ ମଧ୍ୟ ଆଣିପାରିବେ।

ଏହି ଫିଚର ସାହାଯ୍ୟରେ ଲୁଚାନ୍ତୁ ଚାଟ୍‌:
ଅଧିକାଂଶ ହ୍ବାଟ୍ସଆପ୍‌ ବ୍ୟବହାରକାରୀ ଅଛନ୍ତି, ଯେଉଁମାନେ ହ୍ବାଟ୍ସଆପ୍‌ର ଏହି ଫିଚର ବିଷୟରେ ଜାଣି ନ ଥାନ୍ତି। ହ୍ବାଟ୍ସଆପର ଆର୍ଚିଭ୍‌ ଫିଚର ସାହାଯ୍ୟରେ ଆପଣ ସିକ୍ରେଟ୍‌ ଚାଟ୍‌ ଲୁଚାଇ ପାରିବେ। ଏହା ସାହାଯ୍ୟରେ ଆପଣ ଉଭୟ ସିଙ୍ଗଲ ଚାଟ୍‌ କିମ୍ବା ଗ୍ରୁପ ଚାଟ୍‌ ମଧ୍ୟ ପୁନର୍ବାର ଦେଖିପାରିବେ।

କେମିତି ଲୁଚାଇବେ ଚାଟ୍‌:

– ସିକ୍ରେଟ୍‌ ଚାଟ୍‌ ଲୁଚାଇବା ପାଇଁ ହ୍ବାଟ୍ସଆପ୍‌ ଖୋଲନ୍ତୁ।

-ବର୍ତ୍ତମାନ ଆପଣ ଲୁଚାଇବାକୁ ଚାହୁଁଥିବା ଚାଟ୍‌ ଦୀର୍ଘ ସମୟ ଦବାନ୍ତୁ।

– ଦୀର୍ଘ ସମୟ ଦବାଇବା ପରେ, ଆପଣ ଉପର ଆର୍ଚିଭ୍‌ ଅପ୍ସନ୍‌ ଦେଖିପାରିବେ।

– ବର୍ତ୍ତମାନ ଆପଣଙ୍କୁ ଆର୍ଚିଭର ଅପ୍ସନ ସିଲେକ୍ଟ କରିବାକୁ ପଡ଼ିବ।

– ଏହା ପରେ ଆପଣଙ୍କ ଚାଟ୍‌ ଲୁଚିଯିବ।

କିପରି ଫେରାଇବେ ଏହି ଚାଟ୍‌ ଜାଣନ୍ତୁ:

– ଚାଟ ଫେରାଇବାକୁ ହ୍ବାଟ୍ସଆପ୍‌ ଖୋଲନ୍ତୁ ।

– ତା’ପରେ ଚାଟ୍‌ ସ୍କ୍ରିନର ତଳ ଭାଗକୁ ସ୍କ୍ରଲ କରନ୍ତୁ।

– ତଳେ ଆପଣ ଆର୍ଚିଭ୍‌ର ଅପ୍ସନ ଦେଖିବେ, ଏଥିରେ ଟ୍ୟାପ୍‌ କରନ୍ତୁ।

– ଆର୍ଚିଭ୍‌ ଉପରେ କିଛି ସମୟ ଅଙ୍ଗୁଳି ଦବାନ୍ତୁ। ଏଥର ଆଇକନ ଉପରେ ଟ୍ୟାପ୍‌ କରନ୍ତୁ।

ଏହି ଉପାୟରେ ଆପଣ ଲୁଚି ଯାଇଥିବା ଚାଟ୍‌କୁ ପୁନର୍ବାର ଫେରାଇ ଆଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?