ନୂଆ ଦାୟିତ୍ୱ ଅପେକ୍ଷାରେ

Dillip Cherian

ଅବସରପ୍ରାପ୍ତ ୧୯୮୫ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତଥା ପୂର୍ବତନ ମୁମ୍ବାଇ ମ୍ୟୁନିସିପାଲ କମିଶନର ପ୍ରବୀଣ ପରଦେଶୀ କରୋନା ମହାମାରୀ ସଂକ୍ରମଣ ସମୟରେ ନିଗମର ନେତୃତ୍ୱ ନେଇ ଆବଶ୍ୟକ କୋଭିଡ୍‌ ଚିକିତ୍ସା ସୁବିଧା ଯୋଗାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଏବେ ପରଦେଶୀଙ୍କୁ ମହାରାଷ୍ଟ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଟ୍ରାନ୍ସଫର୍‌ମେଶନ (ଏମ୍‌ଆଇଟିଆର୍‌ଏ)ର ନୂଆ ସିଇଓ ଭାବେ ନିଯୁକ୍ତ କରାଯାଉଥିବା ଜଣାପଡ଼ିଛି। କୁହାଯାଉଛି, ଏମ୍‌ଆଇଟିଆର୍‌ଏ କେନ୍ଦ୍ରର ନୀତି ଆୟୋଗ ସହ ସମତୂଲ୍ୟ। ଗୁଞ୍ଜରଣ ପ୍ରକାଶ ପାଇଛି ଯେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଉଭୟ ପରଦେଶୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଛନ୍ତି। ତେବେ ନୀତି ଆୟୋଗର ମୁଖ୍ୟ ପ୍ରଧାନମନ୍ତ୍ରୀ ରହିଥିବାବେଳେ ଏମ୍‌ଆଇଟିଆର୍‌ଏର ମୁଖ୍ୟ ରହିବେ ମୁଖ୍ୟମନ୍ତ୍ରୀ। ପରଦେଶୀ ମ୍ୟୁନିସିପାଲ କମିଶନର ଥିବା ସମୟରେ ତାଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଝଗଡ଼ା କରିଥିଲେ ଓ ଅକସ୍ମାତ ତାଙ୍କୁ ଯୁଗ୍ମ ମୁଖ୍ୟ ସଚିବ(ସହରବିକାଶ) ଭାବେ ବଦଳି କରାଯାଇଥିଲା। କିନ୍ତୁ ସେ ଏହି ପଦବୀରେ ଯୋଗ ଦେବା ପାଇଁ ମନା କରିଦେଇଥିଲେ। ଅନ୍ୟପକ୍ଷରେ, ଜାତିସଂଘକୁ ଡେପୁଟେଶନରେ ଯିବାକୁ ଚାହଁିଥିଲେ। ଗତ ବର୍ଷ ଫେବୃୟାରୀରେ ରାଜ୍ୟ ମୁଖ୍ୟ ସଚିବ ହେବାର ସୁଯୋଗ ହରାଇବା ପରେ ସେ ସ୍ବେଚ୍ଛାକୃତ ଭାବେ ସେବାରୁ ଇସ୍ତଫା ଦେଇଥିଲେ। ପରେ ତାଙ୍କୁ ନ୍ୟାଶନାଲ କାପାସିଟି ବଲ୍ଡିଂ କମିଶନର ଜଣେ ସଦସ୍ୟ ଭାବେ ଅଣାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ, ଏହି ଅବସରପ୍ରାପ୍ତ ବାବୁଙ୍କ ଥଇଥାନ ପ୍ରକ୍ରିୟାରେ ଭଲ ଅଗ୍ରଗତି ହୋଇଛି।
ମାନ୍‌ଙ୍କ ଅଭିଯୋଗ
ପଞ୍ଜାବ କ୍ୟାଡର ଆଇପିଏସ୍‌ ଅଧିକାରୀ କେ.ଏସ୍‌. ଚହଲଙ୍କର ମୂଳ କ୍ୟାଡରକୁ ହଠାତ୍‌ ପ୍ରତ୍ୟାବର୍ତ୍ତନ ପରେ ତାଙ୍କ ସ୍ଥାନରେ ହରିୟାଣା କ୍ୟାଡର ଆଇପିଏସ୍‌ ଅଧିକାରୀ ମନୀଷା ଚୌଧୁରୀଙ୍କୁ ଅବସ୍ଥାପିତ କରାଯାଇଛି। ଏହାକୁ ନେଇ ପଞ୍ଜାବ ଓ ହରିୟାଣା ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି। ଚୌଧୁରୀଙ୍କୁ ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡିଗଡ଼ ଆଡ୍‌ମିନିଷ୍ଟ୍ରେଟର ବଓ୍ବଁରି ଲାଲ ପୁରୋହିତ ନିଯୁକ୍ତ କରିଛନ୍ତି ା ଚଣ୍ଡିଗଡ଼ର ଏବକାର ପ୍ରଶାସନିକ ବ୍ୟବସ୍ଥାରେ ଗୃହ ସଚିବ ଓ ଉପ କମିଶନର ପଦବୀ ହରିୟାଣା କ୍ୟାଡର ଅଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଅର୍ଥ ସଚିବ ଓଏସ୍‌ଏସ୍‌ପି ପଦବୀଗୁଡ଼ିକ ପଞ୍ଜାବ କ୍ୟାଡର ଅଧିକାରୀମାନଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଥିଲା। ବାସ୍ତବରେ ପଞ୍ଜାବ ଲାଗି ସଂରକ୍ଷିତ ଏକ ପଦବୀରେ ଚୌଧୁରୀଙ୍କ ନିଯୁକ୍ତିକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଚହଲଙ୍କ ବଦଳରେ ଯଦି ଜଣେ ପଞ୍ଜାବ କ୍ୟାଡର ଅଧିକାରୀଙ୍କୁ ଅବସ୍ଥାବିତ କରାଯାଇଥାଆନ୍ତା ତେବେ ତାହାକୁ ନିୟମିତ ଅଦଳବଦଳ ପ୍ରକ୍ରିୟା ଭାବେ ଦେଖାଯାଇଥାଆନ୍ତା। କିନ୍ତୁ ରାଜ୍ୟପାଳଙ୍କର ଏହା ଏକ ଉତ୍ତେଜକ ପଦକ୍ଷେପ ଏବଂ ପଞ୍ଜାବ ଓ ହରିୟାଣା ମଧ୍ୟରେ ରହିଥିବା ଦୀର୍ଘ ଦଶନ୍ଧିର ପୁରୁଣା ବ୍ୟବସ୍ଥାକୁ ଭାଙ୍ଗିଦିଆଯାଇଥିବା ଅଭିଯୋଗ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ବିବାଦ ଠିଆ କରିଛନ୍ତି। ମାନ୍‌ଙ୍କ ଅଭିଯୋଗ ଫଳରେ ରାଜ୍ୟପାଳ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଚହଲଙ୍କ ପ୍ରତ୍ୟାବର୍ତ୍ତନ ନିଷ୍ପତ୍ତି ତାଙ୍କର ଦୁର୍ବ୍ୟବହାର ଅଭିଯୋଗକୁ ଆଧାର କରି ନିଆଯାଇଥିଲା; ଯାହା ପଞ୍ଜାବ ମୁଖ୍ୟ ସଚିବ ଭି.କେ.ଯାଞ୍ଜୁଆ ଭଲ ଭାବେ ଅବଗତ। କିନ୍ତୁ ମାନ୍‌ ଘଟଣାକୁ ସହଜରେ ଛାଡ଼ିଦେଇନାହାନ୍ତି। ଜଣାପଡ଼ିଛି ଯେ,ଏହି ଘଟଣାରେ କେବଳ ପଞ୍ଜାବ ସରକାର ରାଜ୍ୟପାଳଙ୍କୁ ବିରୋଧ କରିନାହାନ୍ତି, ବରଂ ଚଣ୍ଡିଗଡ଼ ଏସ୍‌ଏସ୍‌ପି ପଦବୀ ପାଇଁ ଚୟନ କରିବା ଲାଗି ସେ ରାଜ୍ୟପାଳଙ୍କ ପାଇଁ ୩ ଜଣ ଅଧିକାରୀଙ୍କ ତାଲିକା ପଠାଉଛନ୍ତି। ତେବେ ଏହିସବୁ ଆକ୍ରାମକ ରଣନୀତି ଆପଣାଇ ମାନ୍‌ ବିଜୟୀ ହେବେ କି?
ଅବାଞ୍ଛିତ ବିଳମ୍ବ
ଦୀର୍ଘଦିନର ବିଳମ୍ବ ପରେ ନିକଟରେ ସରକାର ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌( ବିପିସିଏଲ୍‌)ର ପୂର୍ବତନ ସିଏମ୍‌ଡି ଅରୁଣ କୁମାର ସିଂଙ୍କୁ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ କମିଶନ( ଓଏନ୍‌ଜିସି)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିବା ବିଷୟ ଉକ୍ତ ସ୍ତମ୍ଭରେ ପୂର୍ବରୁ ଉଲ୍ଲେଖ କରାଯାଇଥିଲା । ଏହାର ପ୍ରକୃତ ରହସ୍ୟ ଜଣାପଡ଼ି ନ ଥିଲେ ବି ଏବେ ଯାଏ ସବୁ ଠିକ୍‌ଠାକ୍‌ ଅଛି। ତଥାପି ରାଷ୍ଟ୍ରାୟତ୍ତ ଉଦ୍ୟୋଗ( ପିଏସ୍‌ୟୁ)ଗୁଡ଼ିକରେ ଏଯାବତ୍‌ ସିଏମ୍‌ଡି, ଏମ୍‌ଡିର ଓ ପୂର୍ଣ୍ଣକାଳିକ ନିର୍ଦ୍ଦେଶକର ୭୨ଟି ପଦବୀ ଖାଲି ରହିଛି, ଯାହା ଚିନ୍ତାଜନକ। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡ.ଭଗଓ୍ବତ କ୍ରିଷ୍ଣାରାଓ ପାର୍ଲାମେଣ୍ଟରେ ମନ୍ତବ୍ୟ ଦେଇଥିଲେ ଯେ, ଲଗାତର ଭାବେ ଚୟନ ପ୍ର୍ରକ୍ରିୟା ଜାରି ରହିଛି। ଯଦି ଆମେ ତାଙ୍କର ଉକ୍ତ ମନ୍ତବ୍ୟକୁ ଗ୍ରହଣ କରିବା, ତେବେ ନିୟମିତ ଭାବେ ଏହି ସବୁ ପଦବୀରେ ନିଯୁକ୍ତିର ବିଳମ୍ବକୁ ଦେଖିଲେ ଚୟନ ପ୍ରକ୍ରିୟାର ଦକ୍ଷତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ। କୁହାଯାଉଛି ଯେ, ପ୍ରମୁଖ ପିଏସ୍‌ୟୁଗୁଡ଼ିକରେ ପୂର୍ଣ୍ଣକାଳିକ ନେତୃତ୍ୱ ରହୁ ନ ଥିବା କାରଣରୁ ଅର୍ଥ ବ୍ୟବସ୍ଥାର କ୍ଷତି ହେଉଛି। ଏହି ସବୁ ପଦବୀ ଲାଗି ବିଭିନ୍ନ ମନ୍ତ୍ରଣାଳୟର ଭିନ୍ନ ଭିନ୍ନ ସର୍ତ୍ତ ରହିଛି। ଅର୍ଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ,ରାଷ୍ଟ୍ରାୟତ୍ତ କମ୍ପାନୀର ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୫ ବର୍ଷ ହେବା ଉଚିତ ଓ ରାଷ୍ଟ୍ରାୟତ୍ତ ୧୨ଟି ବ୍ୟାଙ୍କ ପାଇଁ ଏହାକୁ ୧୦ ବର୍ଷ ପର୍ଯ୍ୟନ୍ତ ବଢାଯାଇପାରିବ। ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ତା’ଅଧୀନରେ ରହିଥିବା କମ୍ପାନୀଗୁଡ଼ିକ ପାଇଁ ୩ ବର୍ଷ କାର୍ଯ୍ୟକାଳ ସ୍ଥିର କରିଥିବାବେଳେ ଶକ୍ତି ମନ୍ତ୍ରଣାଳୟ ଏଯାବତ ନିଷ୍ପତ୍ତି ନେଇନାହିଁ। ପିଏସ୍‌ୟୁରେ ମୁଖ୍ୟ ପଦବୀଗୁଡ଼ିକରେ ଅବାଞ୍ଛିତ ବିଳମ୍ବ ଦୂର କରିବା ପାଇଁ ଚୟନ ପ୍ରକ୍ରିୟା ସହ ଏହିସବୁ ମୌଳିକ ନିଷ୍ପତ୍ତି ଉପରେ ତୁରନ୍ତ ସମାଧାନ କରାଯିବା ଉଚିତ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri