ନିଯୁକ୍ତିକୁ ଅପେକ୍ଷା

ଆଇଓସିଏଲ୍‌ ଅଧ୍ୟକ୍ଷ ଶ୍ରୀକାନ୍ତ ମାଧବ ବୈଦ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ତାଙ୍କ ଉତ୍ତରାଧିକାରୀ ପାଇଁ ଜୋର୍‌ସୋର ଖୋଜା ଚାଲିଛି। ଏଥିପାଇଁ ଗତ ସପ୍ତାହରେ ମଲ୍ଲିକା ଶ୍ରୀନିବାସନ୍‌ଙ୍କ ନେତୃତ୍ୱରେ ପେଟ୍ରୋଲିୟମ ସଚିବ ପଙ୍କଜ ଜୈନ ଏବଂ ପୂର୍ବତନ ଏଚ୍‌ପିସିଏଲ୍‌ ଅଧ୍ୟକ୍ଷ ଏମ୍‌.କେ. ସୁରନାଙ୍କୁ ନେଇ ଏକ ତିନି ଜଣିଆ ସର୍ଚ୍ଚ କମ୍‌ ସିଲେକ୍‌ଶନ କମିଟି (ଏସ୍‌ସିଏସ୍‌ସି)ଗଠନ କରାଯାଇଥିଲା। ଯୋଗ୍ୟ ପ୍ରାର୍ଥୀ ପାଇଁ ଏହି କମିଟି ଏକ ଡଜନରୁ ଅଧିକ ପ୍ରାର୍ଥୀଙ୍କ ସାକ୍ଷାତ୍‌କାର ନେଇଥିଲା। ଏଥିରେ ଆଇଓସିଏଲ୍‌ ମଧ୍ୟରୁ ଏକାଧିକ ଏବଂ ବାହାରୁ ଜଣେ ଦକ୍ଷ ପ୍ରାର୍ଥୀ ଭାଗ ନେଇଥିଲେ। ଜଣେ ପ୍ରତିଯୋଗୀ ନିଯୁକ୍ତି ଦୌଡ଼ରେ ଆଗୁଆ ଥିବା ପ୍ରାରମ୍ଭିକ ସଙ୍କେତରୁ ଜଣାପଡ଼ିଛି। ଉଲ୍ଲେଖନୀୟ ଯେ, ଏହି ପଦବୀ ପାଇଁ ସବୁଠୁ ଭଲ ପ୍ରାର୍ଥୀ ଚୟନ କରିବା କ୍ଷେତ୍ରରେ ଏସ୍‌ସିଏସ୍‌ସିର ଅଧିକାର ଓ ଦାୟିତ୍ୱ ରହିଛି। ବୈଦ୍ୟ ଗତବର୍ଷ ୩୧ ଅଗଷ୍ଟରେ ଅବସର ନେବାର ଥିଲା। ହେଲେ ପୁନଃନିଯୁକ୍ତି ତଥା ଚୁକ୍ତିଭିତ୍ତିରେ ତାଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି କରାଯାଇଥିଲା ଏବଂ ଚଳିତ ଅଗଷ୍ଟ ୩୧ରେ ସେ ଅବସର ନେବେ। କ୍ୟାବିନେଟ ନିଯୁକ୍ତି କମିଟି(ଏସିସି)ରୁ ଚୂଡ଼ାନ୍ତ ସ୍ବୀକୃତିର ନିଷ୍ପତ୍ତି ଆସିନାହିଁ। ଏଣୁ ଅଧ୍ୟକ୍ଷ ନିଯୁକ୍ତି ନିଶ୍ଚିତ କରାଯିବା ପାଇଁ ଆଉ କିଛି ସପ୍ତାହ ଲାଗିପାରେ ବୋଲି ଗୁଞ୍ଜରଣ ପ୍ରକାଶ ପାଇଛି। ନିଯୁକ୍ତିରେ ବିଳମ୍ବ ସ୍ପଷ୍ଟ ହେଉଛି ଯେ, ସବୁଦିଗ ଉପରେ ଚୟନ ପ୍ରକ୍ରିୟା ଧ୍ୟାନ ଦେଉଛି ଏବଂ ଏହା ମଧ୍ୟ ନିଶ୍ଚିତ କରୁଛି ଯେ, ସାବଧାନତାର ସହ ଆଇଓସିଏଲ୍‌ର ପରବର୍ତ୍ତୀ ନେତୃତ୍ୱ ଚୟନ କରାଯାଉଛି।
ସମସ୍ୟାରେ ମନ୍ତ୍ରୀମାନେ
ପ୍ରାଇଭେଟ ସେକ୍ରେଟାରି (ପିଏସ୍‌) ଏବଂ ଅଫିସର୍ସ ଅନ୍‌ ସ୍ପେଶିଆଲ ଡ୍ୟୁଟି (ଓଏସ୍‌ଡି)ନିଯୁକ୍ତିକୁ ନେଇ ମୋଦିଙ୍କ ତୃତୀୟ ପାଳିରେ ଅନେକ ମନ୍ତ୍ରୀ କଠିନ ସମସ୍ୟାରେ ପଡ଼ିିଥିବା ଜଣାପଡ଼ିଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକ ପାଇଁ ଏହି ମନ୍ତ୍ରୀମାନଙ୍କର ନିଜସ୍ବ ପସନ୍ଦ ରହିଛି। ବହୁ ସମୟରେ ବ୍ୟକ୍ତିଗତ ସମ୍ବନ୍ଧ କିମ୍ବା ଅତୀତର କାର୍ଯ୍ୟଗତ ସମ୍ପର୍କକୁ ଆଧାର କରି ସେମାନେ ପିଏସ୍‌ ଓ ଓଏସ୍‌ଡିଙ୍କୁ ନିଯୁକ୍ତି ଦେଇଥାନ୍ତି। କିନ୍ତୁ ସେମାନଙ୍କ ପସନ୍ଦକୁ ସୀମିତ କରୁଥିବା ଅନେକ ପୂର୍ବ ସର୍ତ୍ତାବଳୀ ଯୋଗୁ ମନ୍ତ୍ରୀମାନେ ଅକଳରେ ଥିବା ମନେକରୁଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ଶେଷ ହେବା ପୂର୍ବରୁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ପିଏସ୍‌ ଏବଂ ଓଏସ୍‌ଡି ଭାବେ କାର୍ଯ୍ୟ କରିବାକୁ ଯୋଗ୍ୟ ଅଧିକାରୀଙ୍କ ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରିଥିଲା। ମୋଦି ସରକାରଙ୍କ ପୂର୍ବ ପାଳିରେ ମନ୍ତ୍ରୀଙ୍କ ପିଏସ୍‌ ଏବଂ ଓଏସ୍‌ଡି ଭାବେ କାର୍ଯ୍ୟ କରିଥିବା ଅନେକ ଅଧିକାରୀ ଏହି ତାଲିକାରେ ରହିଛନ୍ତି। ସୂତ୍ରରୁ ଜଣାପଡ଼ିଛି, ଏହି ପୂର୍ବ ନିର୍ଦ୍ଧାରିତ ତାଲିକାରୁ ପିଏସ୍‌ ଏବଂ ଓଏସ୍‌ଡିଙ୍କ ଚୟନ କରିବା ଉଚିତ ବୋଲି ମନ୍ତ୍ରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଥିଲା। ଯେଉଁମାନେ ଏହାକୁ ଶୀଘ୍ର ବୁଝିଗଲେ ଏବଂ ଗ୍ରହଣ କଲେ, ସେମାନେ ଅଧିକାରୀମାନଙ୍କୁ ଚୟନ କରିସାରିଲେଣି। ତେବେ ଅନ୍ୟମାନେ କ’ଣ ନିଷ୍ପତ୍ତି ନେବେ ତାହା ସ୍ଥିର କରିପାରୁ ନାହାନ୍ତି କି କିପରି ଆଗେଇବେ ତାହା ନିଶ୍ଚିତ କରିପାରୁନାହାନ୍ତି। ଏବକାର ସ୍ଥିତି ଏହି ସରକାରଙ୍କ ସକ୍ରିୟ ଅମଲାତାନ୍ତ୍ରିକ ପ୍ରୋଟୋକଲ ଏବଂ ବ୍ୟକ୍ତିଗତ ଚୟନ ମଧ୍ୟରେ ଥିବା ଅଶାନ୍ତିକୁ ସାମ୍ନାକୁ ଆଣୁଛି। ମନ୍ତ୍ରୀମାନେ ଏବେ ସେମାନଙ୍କ ବିଶ୍ୱସ୍ତ ସହଯୋଗୀ ପାଇବା ପାଇଁ ସେମାନଙ୍କ ଆଶା ଉପରେ ବିଚାର କରିବା ସହ ମୋଦି ଶାସନର ନିୟମାବଳୀକୁ ପାଳନ କରିବା ଦରକାର।
ସୋମନାଥନ୍‌ଙ୍କୁ ନୂଆ ଦାୟିତ୍ୱ
କେନ୍ଦ୍ର ଡ. ଟି.ଭି. ସୋମନାଥନ୍‌ଙ୍କୁ ୩୩ତମ କ୍ୟାବିନେଟ ସଚିବ ଭାବେ ଘୋଷଣା କଲାବେଳେ ଏହା ସିଭିଲ ସର୍ଭିସଗୁଡ଼ିକରେ ଖୁସିର ଲହରି ଖେଳିଯାଇଥିଲା। ସର୍ଭିସ ମଧ୍ୟରେ ଟିଭିଏସ୍‌ ନାମରେ ଜଣାଶୁଣା ଡ. ସୋମନାଥନ୍‌ ବର୍ତ୍ତମାନ ବ୍ୟୟ ବିଭାଗର ସଚିବ ଭାବେ କାର୍ଯ୍ୟରତ ଏବଂ ମେ ୨୦୨୫ରେ ଅବସର ନେଇଥାନ୍ତେ। ତେବେ ଏହି ନୂଆ ଦାୟିତ୍ୱ ଦିଆଯିବା ସହ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଚଳିତ ମାସ ପରେ ସେ ରାଜୀବ ଗୌବାଙ୍କଠାରୁ ଦାୟିତ୍ୱ ନେବେ ଏବଂ କ୍ୟାବିନେଟ ସଚିବ ଭାବେ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। କାର୍ଯ୍ୟକାଳ ବୃଦ୍ଧିର ଏବକାର ଧାରାକୁ ଦେଖିଲେ ତାଙ୍କ କାର୍ଯ୍ୟକାଳ ଆଉ ଥରେ ବୃଦ୍ଧି ହେବ ବୋଲି ଅନେକେ ଅନୁମାନ କରୁଛନ୍ତି। ତିନି ଦଶନ୍ଧିରୁ ଅଧିକ ସମୟ ଧରି ଟିଭିଏସ୍‌ କାର୍ଯ୍ୟ କରି ଅନେକ ଉଲ୍ଲେଖନୀୟ ସଫଳତା ପାଇଛନ୍ତି। କର୍ପୋରେଟ ଆଫେୟାର୍ସ ଏବଂ ଇକୋନୋମିକ ଆଫେୟାର୍ସରେ ଯୁଗ୍ମ ସଚିବ ଭାବେ ଅନେକ ପ୍ରମୁଖ ପଦବୀରେ ରହିଛନ୍ତି। ନରେନ୍ଦ୍ର ମୋଦିଙ୍କ ଅଧୀନରେ ୨୦୧୪ରେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ। ବିଶେଷକରି ଅର୍ଥନୀତି ପ୍ରତି ଆହ୍ବାନ ସୃଷ୍ଟି ହୋଇଥିବା ସମୟରେ ସେ ବିତ୍ତୀୟ ନୀତି ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଆମତ୍ନିର୍ଭର ଭାରତ, ନ୍ୟାଶନାଲ ମନିଟାଇଜେଶନ ପାଇପ୍‌ଲାଇନ ଭଳି ଯୋଜନା ଏବଂ କେନ୍ଦ୍ର ବଜେଟ୍‌ରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି। ସବୁଠୁ କୌତୂହଳପୂର୍ଣ୍ଣ ବିଷୟ ହେଉଛି, ଟିଭିଏସ୍‌ ହେଉଛନ୍ତି ସମ୍ଭବତଃ ଏକମାତ୍ର କ୍ୟାବିନେଟ୍‌ ସଚିବ, ଯିଏ କେବେ ବି ଜିଲାପାଳ ଭାବେ କାର୍ଯ୍ୟ କରିନାହାନ୍ତି। କଷ୍ଟ୍‌ ଆକାଉଣ୍ଟାଣ୍ଟ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟର କ୍ୱାଲିଫିକେଶନ ସହ ସେ ଇକୋନୋମିକ୍ସରେ ପିଏଚ୍‌ଡି କରିଛନ୍ତି। ଏଣୁ ତାଙ୍କ କାର୍ଯ୍ୟକାଳରେ ଅର୍ଥନୀତି ଉପରେ ତାଙ୍କର ବିଶେଷ ଧ୍ୟାନ ରହିବ, ଏଥିରେ ସନ୍ଦେହ ନାହିଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri