Posted inଜାତୀୟ

ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲା: ଆନ୍ଦୋଳନରେ ସାମିଲ ହେଲା ଆଇଏମ୍‌ଏ

ନୂଆଦିଲ୍ଲୀ,୧୭ା୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ପିଜି ମେଡିକାଲ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲା ପ୍ରତିବାଦରେ ରେସିଡେଣ୍ଟ ଓ ଜୁନିୟର ଡାକ୍ତରମାନଙ୍କ ଆନ୍ଦୋଳନ ୫ ଦିନ ହେଲା ଜାରି ରହିଥିବାବେଳେ ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ସେଥିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି। ଶନିବାର ଦେଶର ସମସ୍ତ ସରକାରୀ, ଘରୋଇ ଏବଂ କର୍ପୋରେଟ୍‌ ହସ୍ପିଟାଲଗୁଡ଼ିକର ଓପିଡି ଏବଂ ଅଣଜରୁରୀ ସେବା ୨୪ ଘଣ୍ଟା ପାଇଁ ବନ୍ଦ ରଖିବାକୁ ଗୁରୁବାର ଆଇଏମ୍‌ଏ ଆହ୍ବାନ ଦେଇଛି।

ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ବିସ୍ଫୋରକ ରୂପ ଧାରଣ କରିଥିବାବେଳେ ଡାକ୍ତରମାନଙ୍କ କାର୍ଯ୍ୟବନ୍ଦ ଯୋଗୁ ରୋଗୀସେବା ବ୍ୟାହତ ହୋଇଛି। ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନରତ ରେସିଡେଣ୍ଟ ଓ ଜୁନିୟର ଡାକ୍ତରମାନଙ୍କ ଉପରେ ବୁଧବାର ରାତି ଅଧିଆ ଆକ୍ରଣ ପରେ ଆଇଏମ୍‌ଏ ଏହାର ରାଜ୍ୟ ଶାଖାଗୁଡ଼ିକ ସହ ଜରୁରୀ ବୈଠକ କରିଥିଲା। ତଦନୁଯାୟୀ ୧୭ ତାରିଖରେ ୨୪ ଘଣ୍ଟିଆ ଅଣଜରୁରୀ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ କୌଣସି ଜରୁରୀ ରୋଗୀ ସେବା ବାଧାପ୍ରାପ୍ତ ହେବ ନାହିଁ ବୋଲି ଆଇଏମ୍‌ଏ କହିଛି।

କର୍ପୋରେଟ୍‌ ହସ୍ପିଟାଲଗୁଡ଼ିକରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଶନିବାର ସକାଳ ୬ରୁ ରବିବାର ସକାଳ ୬ ପର୍ଯ୍ୟନ୍ତ ଓପିଡି ଏବଂ ଅନ୍ୟାନ୍ୟ ଅଣଜରୁରୀ ସେବା ବନ୍ଦ ରଖିବାକୁ ଅନୁରୋଧ କରାଯାଇଥିବା ଆଇଏମ୍‌ଏର ଜାତୀୟ ଅଧ୍ୟକ୍ଷ ଡ. ଆର୍‌.ଭି. ଅଶୋକନ୍‌ କହିଛନ୍ତି। ସରକାର ହସ୍ପିଟାଲଗୁଡ଼ିକୁ ସୁରକ୍ଷିତ ଅଞ୍ଚଳ ଘୋଷଣା କରିବା ସହ ସ୍ବାସ୍ଥ୍ୟସେବା କର୍ମଚାରୀମାନଙ୍କ ପାଇଁ କେନ୍ଦ୍ରୀୟ ସୁରକ୍ଷା ଆଇନ ଆଣନ୍ତୁ ବୋଲି ଡ. ଅଶୋକନ କହିଛନ୍ତି। ଦେଶର ସର୍ବବୃହତ୍‌ ଡାକ୍ତର ସଂଗଠନ ଆଇଏମ୍‌ଏରେ ୩.୫ ଲକ୍ଷ ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ବଲ୍‌ରେ ବଡ଼ କାରନାମା: ଚୌକା-ଛକା ବର୍ଷା କରି ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଲେ ଏହି କ୍ରିକେଟର୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୭: T20 ବ୍ଲାଷ୍ଟରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ୨୪ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋର୍ଡାନ କକ୍ସ ଏକ ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।...

FM କଲେଜ ଘଟଣା ପରେ ରେଭେନ୍ସା ବିଶ୍ବବିଦ୍ୟାଳୟର ବଡ଼ ନିଷ୍ପତ୍ତି: ଏଣିକି ଛାତ୍ରୀମାନେ…

ଭୁବନେଶ୍ୱର,୧୮।୭: ବାଲେଶ୍ୱରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଘଟଣାକୁ ନେଇ ରାଜ୍ୟବାସୀ ସ୍ତବ୍ଧ ହୋଇଯାଇଛନ୍ତି।...

ରାଜଧାନୀ ପରେ ବେଙ୍ଗାଲୁରୁ, ୪୦ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ବେଙ୍ଗାଲୁରୁ,୧୮।୭: ଦିଲ୍ଲୀ ପରେ, ଏବେ ବେଙ୍ଗାଲୁରୁର ଅତି କମରେ ୪୦ଟି ସ୍କୁଲକୁ ବୋମା ଧମକ ମିଳିଛି। ଏହି ବିଷୟରେ ସୂଚନା ପାଇବା ପରେ, ପୋଲିସ ସକ୍ରିୟ...

ବଳାତ୍କାର ପରେ ବାଳିକାକୁ କରିଥିଲେ ହତ୍ୟା, ଏବେ ଏନକାଉଣ୍ଟରରେ ଗଲା ଜୀବନ

ଫରୁଖାବାଦ,୧୮।୭: ଜଣେ ବାଳିକଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ, ଅଭିଯୁକ୍ତଙ୍କ ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଏବେ ଏହି ମଧ୍ୟବୟସ୍କ ବ୍ୟକ୍ତିଙ୍କୁ ପୋଲିସ...

୩୯ ବର୍ଷୀୟା ଯୁବତୀଙ୍କ ହାତରେ ଦେଶର ଶାସନ ଭାର ଦେଇଦେଲେ ଜେଲେନ୍‌ସ୍କି

କିଭ୍‌,୧୮।୭: ରୁଷିଆ ଆକ୍ରମଣ ପରେ ପ୍ରଥମ ଥର ପାଇଁ, ୟୁକ୍ରେନର ଉପର କରିଡରରେ ଏକ ବଡ଼ ପରିବର୍ତ୍ତନ ଆସିଛି। ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏବେ ଦେଶର...

ଧରାପଡିଲା ପାକିସ୍ତାନର ଚାଲାକି, ଭାରତର ମିତ୍ର ଦେଶକୁ କାହିଁକି ବାରମ୍ବାର ଯାଉଛନ୍ତି ମୁନିର, ପଛରେ ରହିଛି ଚାଇନାର…

ନୂଆଦିଲ୍ଲୀ/ଇସଲାମାବାଦ,୧୮।୭: ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଜୁଲାଇ ୨୦ରୁ ତିନୋଟି ଦେଶକୁ ଏକ ସପ୍ତାହ ବ୍ୟାପୀ ଗସ୍ତରେ ଯିବେ, ଯାହାକୁ ଗ୍ଲୋବାଲ...

‘Saiyaara’ ପ୍ରଥମ ଦିନର ଆଡ଼ଭାନ୍ସ ବୁକିଂ: ବଲିଉଡରେ ନୂଆ ରେକର୍ଡ ସୃଷ୍ଟି, ପଛରେ ପଡିଲା ସୁପରଷ୍ଟାରଙ୍କ ଫିଲ୍ମ

ମୁମ୍ବାଇ: ମୋହିତ ସୁରୀ ନିର୍ଦ୍ଦେଶିତ ଏବଂ ଅହାନ ପାଣ୍ଡେ ଓ ଅନୀତ ପଡ୍ଡା ଅଭିନୀତ ବଲିଉଡ ଫିଲ୍ମ ‘ସୈୟାରା’ ରିଲିଜ ପୂର୍ବରୁ ହିଁ ବକ୍ସ ଅଫିସରେ...

ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା, ୫୦୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ମିଳିଲା ଦର୍ଶନ ଅନୁମତି

ଶ୍ରୀନଗର,୧୮ା୭: ଖରାପ ପାଗ ଏବଂ ରାସ୍ତା ଧସିବା ଯୋଗୁ ଅମରନାଥ ଯାତ୍ରାକୁ ଗୋଟିଏ ଦିନ ପାଇଁ ବନ୍ଦ ହୋଇଥିଲା। ଯାହା ପରେ ଆଜି ଅର୍ଥାତ୍‌ ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri