ଅପେକ୍ଷାରତ

ଉତ୍ତରପ୍ରଦେଶର ଜାଲାଉନ୍‌ ଜିଲାରେ ୧୬ ଜୁଲାଇରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସଓ୍ବେ ଉଦ୍‌ଘାଟନ କରିବା ପରେ ଏକ ଜନସଭାରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ ପାଇଁ ଯେଉଁ ମାଗଣା ସୁବିଧା ବଣ୍ଟନ ସଂସ୍କୃତି (ଫ୍ରିବି କଲଚର) ସୃଷ୍ଟି କରାଯାଉଛି, ତାହା ଦେଶର ବିକାଶ ସକାଶେ ବିପଜ୍ଜନକ ବୋଲି କହିଛନ୍ତି। ମୋଦିଙ୍କ କହିବାର କଥା ହେଉଛି ଯେ, ମାଗଣା ମିଠା ଖୁଆଉଥିବା ଅଣଭାଜପା ଦଳର ରାଜ୍ୟ ସରକାରଗୁଡ଼ିକ ସଂକୀର୍ଣ୍ଣ ମନୋଭାବ ନେଇ କେବଳ ଭୋଟ ପଛରେ ଧାଉଁଥିବାରୁ ବଡ଼ ପ୍ରକଳ୍ପ ଯଥା ଏକ୍ସପ୍ରେସ୍‌ଓ୍ବେ, ବିମାନବନ୍ଦର କିମ୍ବା ପ୍ରତିରକ୍ଷା କରିଡର ଭଳି କାର୍ଯ୍ୟ କରିବା ଲାଗି ଅସମର୍ଥ। ତେବେ ପ୍ରଶ୍ନ ଉଠିପାରେ ଯେ, ଏହିସବୁ ଏକ୍ସପ୍ରେସ୍‌ଓ୍ବେ ଏବଂ ବିମାନବନ୍ଦରଗୁଡ଼ିକ କେତେ ଶୀଘ୍ର ଘରୋଇକରଣ କରାଯାଇ ନିଜର ସମର୍ଥକ ବ୍ୟବସାୟୀଙ୍କ ହାତରେ, କରଦାତାଙ୍କ ଅର୍ଥରେ ନିର୍ମିତ ବିରାଟକାୟ ପ୍ରକଳ୍ପଗୁଡ଼ିକୁ, ଧରାଇ ଦିଆଯିବ। ବାସ୍ତବରେ ଦେଖିବାକୁ ଗଲେ ସବୁ ପ୍ରାନ୍ତରେ ଶାସନ କରୁଥିବା ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳ, ଭାଜପା ସମେତ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ବିଛାଯାଇଥିବା ଜାଲରେ ପଡ଼ିବେ। କାରଣ କେବଳ ଦିଲ୍ଲୀର ଏଏପି ସରକାର ନୁହେଁ, ସବୁ ରାଜ୍ୟର ଏହିଭଳି ଭୋଟରଙ୍କୁ ଆକର୍ଷିତ କରିବା ପାଇଁ କରଦାତାଙ୍କ ଅର୍ଥକୁ ଧ୍ୱଂସ କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ, କେବଳ ଆୟକର ଦେଉଥିବା ବ୍ୟକ୍ତି କରଦାତା ନୁହନ୍ତି, ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଭଳି ଯମ ମହାରାଜାଙ୍କ ଟିକସରେ ଅଟା ରୁଟି, ଚୁଡ଼ା, ମୁଢ଼ି ଭଳି ଗରିବ ଲୋକର ଅତ୍ୟାବଶ୍ୟକ ଖାଦ୍ୟ ମାଧ୍ୟମରେ ମଧ୍ୟ କର ନିଆଯାଉଛି।
ମାଗଣା ସୁବିଧା ବଣ୍ଟନ ସଂସ୍କୃତି ସଂକ୍ରାନ୍ତରେ ମୋଦିଙ୍କ ମନ୍ତବ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଉପଲକ୍ଷ୍ୟ କରି କୁହାଯାଇଥିବା ଆଲୋଚନା ହେଉଛି। ତେବେ କେଜ୍‌ରିଓ୍ବାଲ ଏହାର ଜବାବରେ କହିଛନ୍ତି, ମୋଦି ନିର୍ଦ୍ଦିଷ୍ଟ କର୍ପୋରେଟ୍‌ ସଂସ୍ଥାକୁ ଋଣ ଛାଡ଼ କରିବା ଓ ସେମାନଙ୍କ ପାଇଁ ବିଦେଶରୁ କଣ୍ଟ୍ରାକ୍ଟ ମାଗିବା ହେଉଛି ‘ଫ୍ରିବି କଲ୍‌ଚର’। ଜନସାଧାରଣଙ୍କୁ ମାଗଣାରେ ପାଣି, ବିଜୁଳି, ସ୍ବାସ୍ଥ୍ୟସେବା କିମ୍ବା ସରକାରୀ ସ୍କୁଲଗୁଡ଼ିକୁ ଦେଉଥିବା ସୁବିଧା ଦେଶର ମଙ୍ଗଳରେ ଆସୁଛି ବୋଲି କେଜ୍‌ରିଓ୍ବାଲ କହିଛନ୍ତି। ବାସ୍ତବରେ ଦେଖିଲେ ଏକ ଜନମଙ୍ଗଳ ରାଷ୍ଟ୍ରରେ ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ଲୋକଙ୍କୁ ଯୋଗାଇ ଦେବା ଏକ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କ ଦାୟିତ୍ୱ। କେଜ୍‌ରିଓ୍ବାଲ ହୁଅନ୍ତୁ ବା ଅନ୍ୟ ଯେକୌଣସି ସରକାର ତାହା କରୁଥିଲେ ତାହାକୁ ଖୁଣି ହେବ ନାହିଁ। କିନ୍ତୁ ଜନକଲ୍ୟାଣ ନାମରେ ମାଗଣା ସୁବିଧା ଦେବାକୁ ଯାଇ ଭୋଟରଙ୍କୁ ଆକୃଷ୍ଟ କରିବା ସକାଶେ ଯଚାଯାଉଥିବା ସାମଗ୍ରୀ ଓ ସେବା ସୀମା ଲଂଘନ କଲେ, ତାହା ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଇବା ସ୍ବାଭାବିକ। ପ୍ରଧାନମନ୍ତ୍ରୀ ନିଜେ ଯେଉଁ ମାଗଣା ସଂସ୍କୃତି ବିଷୟରେ ପ୍ରଶ୍ନ ଉଠାଇଛନ୍ତି, ତାଙ୍କ ସରକାର ସେଥିରୁ ବାଦ୍‌ ପଡ଼ିଛି କି ନାହିଁ ସ୍ପଷ୍ଟ କରିବା ଦରକାର ଥିଲା। ଏହାବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଶ୍ଳେଷଣ କଲେ ଆହୁରି ଅନେକ ଛବି ପଦାକୁ ଆସୁଛି। ଉଦାହରଣ ସ୍ବରୂପ, ୨୦୧୪ ପରେ ହୋଇଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର କେତେ ମାସ ପୂର୍ବରୁ ବିମୁଦ୍ରୀକରଣ ଘୋଷଣା କରି ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଶୂନ୍ୟ ହସ୍ତ କରାଇ ଦେଇପାରିଥିଲେ। କିନ୍ତୁ ସେଭଳି ବିରାଟକାୟ ଅର୍ଥନୈତିକ ନିଷ୍ପତ୍ତି କେବଳ ରାଜନୈତିକ ଲକ୍ଷ୍ୟ ସାଧନ ପାଇଁ ହୋଇଥିଲା ବୋଲି ଆଜି ଦେଶର ଅର୍ଥନୀତିକୁ ଦେଖିଲେ ସ୍ପଷ୍ଟ ବୁଝାପଡ଼ୁଛି। ଅନୁରୂପ ଭାବେ ପ୍ରତ୍ୟେକ ରାଜ୍ୟ ନିର୍ବାଚନ ପୂର୍ବରୁ, ଭାଜପା ତରଫରୁ ଅନେକ ମାଗଣା ସୁବିଧା ବଣ୍ଟାଯିବାର ଉଦାହରଣ ଦେଖିବାକୁ ମିଳିଛି। ୨୦୨୨ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ମୋଦିଙ୍କ ନେତୃତ୍ୱାଧୀନ ଭାଜପା ଅନେକ ମାଗଣା ଭେଟିର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଫେରିଆସିଥିଲା। ସେଗୁଡ଼ିକ ମଧ୍ୟରେ ଛାତ୍ରୀଛାତ୍ରଙ୍କ ପାଇଁ ଲାପ୍‌ଟପ, ସାଇକେଲ, ୟୁନିଫର୍ମ ଓ ଆଖୁଚାଷୀଙ୍କ ପାଇଁ ଅସ୍ଥାୟୀ ଭାବେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି ଅନ୍ତର୍ଭୁକ୍ତ। କିନ୍ତୁ ଆମେ ସମସ୍ତେ ଆଜି ମଧ୍ୟ ୨୦୧୪ ସାଧାରଣ ନିର୍ବାଚନ ପୂର୍ବର ୧୫ ଲକ୍ଷ ଟଙ୍କା ପାଇଁ ଅପେକ୍ଷାରତ। ଏଥିରୁ ବୁଝାପଡ଼େ କେହି ଜଣେ ମଧ୍ୟ କରଦାତାଙ୍କ ଅର୍ଥକୁ ସମ୍ମାନ ଦେଉନାହାନ୍ତି। ସମସ୍ତେ ନିଜେ କ’ଣ ପାଇପାରିବେ ତାହାକୁ ଅନିଶା କରି ଦେଶକୁ ବଡ଼ ବାଣୀ ଶୁଣାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri