ଭୁଲ ନେଇ ପଶ୍ଚାତାପ କଲା ଓ୍ବାଗନର ଗ୍ରୁପ୍‌, ଫେରିବାକୁ ଅପିଲ କଲା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ…

ମସ୍କୋ,୨୪।୬ : ଏକ ବର୍ଷରୁ ଅଧିକ ସମୟ ଧରି ୟୁକ୍ରେନ ଯୁଦ୍ଧରେ ରୁଷିଆ ପାଇଁ ଢାଲ ଭାବରେ କାର୍ଯ୍ୟ କରୁଥିବା ୱାଗନର୍‌ ଗ୍ରୁପ ରୁଷିଆ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଛି। ପିଏମସି ୱାଗନର୍‌ ଭାବରେ ଜଣାଶୁଣା ଏହି ଗୋଷ୍ଠୀ ପ୍ରଥମେ ପୂର୍ବ ୟୁକ୍ରେନରେ ୨୦୧୪ ବିବାଦ ସମୟରେ ବିଶ୍ୱରେ ନିଜର ପରିଚିତି ସୃଷ୍ଟି କରିଥିଲା।
ୱାଗନର୍‌ ଗ୍ରୁପ ସାହାଯ୍ୟରେ ହିଁ ରୁଷିଆର ସେନା ୟୁକ୍ରେନ ଯୁଦ୍ଧ ସମୟରେ ବାଖମୁଟ ସହରକୁ ଦଖଲ କରିବାରେ ସଫଳ ହୋଇଥିଲା। କିନ୍ତୁ, ଆଜି ଏହି ଗୋଷ୍ଠୀ ରୁଷିଆର ରାଷ୍ଟ୍ରପତି ଭ୍ଳାଡ଼ିମିର ପୁଟିନଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ୱାଗନର୍‌ ଗ୍ରୁପ ରାଷ୍ଟ୍ରପତି ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ କରିଛି।

ୱାଗନର୍‌ ପ୍ରାଇଭେଟ ମେଜର ୟେଭେଗେନି ପ୍ରିଗୋଜିନ ରୁଷର ସାମରିକ ନେତୃତ୍ୱକୁ ଦେଶରୁ ବହିଷ୍କାର କରିବାର ଲକ୍ଷ୍ୟ ନେଇ ମସ୍କୋ ଆଡ଼କୁ ଅଗ୍ରସର ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଗୋଷ୍ଠୀ ସହିତ ଲଢିବା ପାଇଁ ରୁଷିଆର ସେନା ମଧ୍ୟ ପ୍ରସ୍ତୁତ ହୋଇଛି। ରୁଷର ରାଜଧାନୀ ମସ୍କୋରେ ବହୁ ସଂଖ୍ୟକ ଟ୍ୟାଙ୍କ ଏବଂ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଏହି ସମୟରେ, ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ୱାଗନର୍‌ ଗ୍ରୁପ୍‌ ମସ୍କୋ ଆଡକୁ ନ ଆସିବାକୁ ଏବଂ ପୂର୍ବରୁ ନିୟୋଜିତ ହୋଇଥିବା ସ୍ଥାନକୁ ଫେରି ଯିବାକୁ ଅପିଲ କରିଛି। ଏହାପୂର୍ବରୁ ୱାଗନର୍‌ ଗ୍ରୁପର ମୁଖ୍ୟ ୟେଭେଗେନି ପ୍ରିଗୋଜିନ ଦାବି କରିଥିଲେ ଏହି ଗୋଷ୍ଠୀ ରୁଷିଆର ଦୁଇଟି ସହରରେ ସାମରିକ ସୁବିଧା ନିୟନ୍ତ୍ରଣ କରୁଛନ୍ତି।

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ୟେଭେଗେନି ପ୍ରିଗୋଜିନଙ୍କୁ କୁହାଯାଇଛି ଆପଣଙ୍କ ଦଳର ଅନେକ ସୈନିକ ସେମାନଙ୍କର ଭୁଲ ବୁୂଝିପାରି ପଶ୍ଚାତାପ କରୁଛନ୍ତି। ସେମାନେ ସେମାନଙ୍କର ସ୍ଥାୟୀ ଶିବିରକୁ ଫେରିବା ପାଇଁ ସାହାଯ୍ୟ ଲୋଡିଛନ୍ତି।

ସେମାନଙ୍କର ସ୍ଥାୟୀ ବେସକୁ ଫେରିବାକୁ ଚାହୁଁଥିବା ସମସ୍ତ ୱାଗନର୍‌ ଗ୍ରୁପ ସୈନିକଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଆମେ ସମସ୍ତଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ପ୍ରସ୍ତୁତ।

ଶନିବାର ଭୋରୋନେଜରେ ରୁଷିଆର ସାମରିକ ସୁବିଧା ଉପରେ ନିୟନ୍ତ୍ରଣ ରଖିବାକୁ ଦାବି କରିଛନ୍ତି। ଏହାପୂର୍ବରୁ ଶନିବାର ୱାଗନର୍‌ ମୁଖ୍ୟ ୟେଭେଗେନି ପ୍ରିଗୋଜିନ କହିଥିଲେ ରୋଷ୍ଟୋଭ-ଅନ-ଡନରେ ଥିବା ଏୟାରଫିଲ୍ଡ ସମେତ ସାମରିକ ସୁବିଧାକୁ ତାଙ୍କ ସୈନ୍ୟ ନିୟନ୍ତ୍ରଣ କରୁଛନ୍ତି। ସିଏନଏନ ଆରଆଇ ନୋଭୋଷ୍ଟିଙ୍କ ଉଦ୍ଧେଶ୍ୟରେ କହିଛି ରୁଷିଆର ସୁରକ୍ଷା ବାହିନୀ ସେଣ୍ଟ ପିଟର୍ସବର୍ଗର ୱାଗନର୍‌ ସେଣ୍ଟର ବିଲ୍ଡିଂକୁ ଘେରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?