ଚିକିତ୍ସା ପାଇଁ ଯାଇ ଡାକ୍ତରଙ୍କ ପ୍ରେମରେ ପଡ଼ିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ; ଏବେ ଭାଜପାର ଜଣେ ଟାଣୁଆ ନେତ୍ରୀ ଭାବେ…

ବମ୍ବେ: ହିନ୍ଦୀ ସିନେମାର ସଫଳତମ ଅଭିନେତ୍ରୀଙ୍କ ମଧ୍ୟରୁ ବୈଜୟନ୍ତୀ ମାଳା ଅନ୍ୟତମ। ସେ ଦକ୍ଷିଣ ଭାରତୀୟ ସିନେମାରୁ ହିନ୍ଦୀ ସିନେମାକୁ ଆସି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଖାଲି ଯେ ଅଭିନୟ ତାହା ନୁହେଁ ନୃତ୍ୟରେ ବି ସେ ଥିଲେ ପାରଙ୍ଗମ। ସେ ଭାରତନାଟ୍ୟମର ନୃତ୍ୟଶିଳ୍ପୀ, କର୍ନାଟକ ଶୈଳୀର ଗାୟିକା ଏବଂ ନୃତ୍ୟ ଶିକ୍ଷକ ମଧ୍ୟ ଥିଲେ।

୧୯୩୬ ମସିହା ଆଜିର ଦିନରେ ମାଡ୍ରାସରେ ଜନ୍ମଗ୍ରହଣ କରିଥିଲେ ବୈଜୟନ୍ତୀମାଳା। ତାଙ୍କ ବାପାଙ୍କ ନାମ ଏମ୍‌ଡି ରମଣ ଏବଂ ମା’ଙ୍କ ନାମ ବସୁନ୍ଧରା ଦେବୀ ଥିଲା। ୧୯୪୦ରେ ବୈଜୟନ୍ତୀଙ୍କ ମା’ ଲୋକପ୍ରିୟ ତାମିଲ ଅଭିନେତ୍ରୀ ଥିଲେ। ତାଙ୍କ ଯୋଗୁ ପିଲାଟିଦିନରୁ ବୈଜୟନ୍ତୀ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ। ୧୩ ବର୍ଷ ବୟସରେ ସେ ଡେବ୍ୟୁ କରିଥିଲେ। ୧୯୪୯ରେ ତାମିଲ ଫିଲ୍ମ ‘ବଡ଼କଇ’ରେ ସେ ନଜର ଆସିଥିବା ବେଳେ ୧୯୫୧ରେ ଫିଲ୍ମ ‘ବାହାର’ ଜରିଆରେ ବଲିଉଡ୍‌ରେ ପ୍ରବେଶ କରିଥିଲେ।

୧୯୫୭ରେ ଫିଲ୍ମ ‘ଦେବଦାସରେ ସେ ଚନ୍ଦ୍ରମୁଖୀ ଭୂମିକାରେ ନଜର ଆସିଥିଲେ। ଏଥିପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ପୁରସ୍କାର ମିଳିଥିଲା। ପରେ ସେ ଫିଲ୍ମ ‘ମଧୁମତି, ଗଙ୍ଗା ଜମୁନା, ସଙ୍ଗମ’ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀର ଫିଲ୍ମଫେୟାର ପୁରସ୍କାର ଜିତିଥିଲେ। ୧୯୯୬ରେ ତାଙ୍କୁ ଫିଲ୍ମଫେୟାର ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡରେ ସମ୍ମାନିତ କରାଯାଇଥିଲା। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ହୋଇଥିଲେ ହେଁ ତାଙ୍କୁ ନିଜ ଡାଏଲଗ୍‌ ଡବ୍‌ କରିବାକୁ ପଡ଼ୁ ନ ଥିଲା। କାରଣ ସେ ହିନ୍ଦୀରେ କହିବା ଶିଖିଥିଲେ।

ଅଭିନେତା ଦୀଲିପ କୁମାରଙ୍କ ସହ ତାଙ୍କ ଯୋଡ଼ି ବେଶ ଜମିଥିଲା। ଏହି ସମୟରେ ଉଭୟଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଥିଲେ। ହେଲେ ପରେ ସେ ରାଜ କପୁରଙ୍କ ନିକଟତର ହୋଇଥିଲେ। ତାହା ବେଶି ଦିନ ଚାଲି ନ ଥିଲା। ରାଜ କପୁରଙ୍କ ସ୍ତ୍ରୀ ଉଭୟଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇବା ପରେ ସେ କେବେହେଲେ ଅଭିନେତ୍ରୀଙ୍କ ସହ ଫିଲ୍ମ କରିବେ ନାହିଁ ବୋଲି କହିଥିଲେ। ଏହିପରି ଭାବେ ଅନେକ ଲୋକଙ୍କ ସହ ତାଙ୍କ ନାମକୁ ଯୋଡ଼ା ଯାଇଥିଲା। ହେଲେ ତାଙ୍କ ବାସ୍ତବିକ ପ୍ରେମକାହାଣୀ ଥିଲା ସବୁଠୁ ନିଆରା।

ଏକଦା ବୈଜୟନ୍ତୀଙ୍କୁ ନିମୋନିଆ ହୋଇଯାଇଥିଲା। ତାଙ୍କର ଚିକିତ୍ସା କରୁଥିଲେ ଡା.ଚମନଲାଲ ବାଲି। ଅଭିନେତ୍ରୀଙ୍କର ସେ ଜଣେ ପ୍ରଶଂସକ ଥିଲେ। ଚିକିତ୍ସା ଚାଲିଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୧୯୬୮ ମାର୍ଚ୍ଚ ୧୦ରେ ସେମାନେ ବିବାହ କରିନେଇଥିଲେ। ତାଙ୍କର ଏକ ପୁଅ ରହିଛି। ବୈଜୟନ୍ତୀ ରାଜନୀତିରେ ମଧ୍ୟ ବେଶ ସକ୍ରିୟ। ଏବେ ସେ ଭାଜପାର ସଦସ୍ୟ ଥିବା ବେଳେ ଚେନ୍ନାଇର ସବୁଠାରୁ ଶକ୍ତିଶାଳୀ ରାଜନୈତିକ ବ୍ୟକ୍ତିବିଶେଷ ଭାବେ ଖ୍ୟାତି ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri