ଆଜି ୪୫ ବୁଥ୍‌ରେ ସାନି ମତଦାନ

ଭୁବନେଶ୍ୱର, ୨୩ା୨(ବ୍ୟୁରୋ): ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟିଂ ମଙ୍ଗଳବାର ଶେଷ ହୋଇଛି। ୨୭ ଜିଲାର ୬୪ ବ୍ଲକର ୧ ହଜାର ୨୫୪ ପଞ୍ଚାୟତରେ ମତଦାନ ସରିଛି। ମୋଟ ୧୭ ହଜାର ୮୯ ବୁଥ୍‌ରେ ୫୧ ଲକ୍ଷ ୩୧ ହଜାର ୭୨୭ଜଣ ଭୋଟ୍‌ ଦେଇଛନ୍ତି। ୧୬୩ ଜିଲା ପରିଷଦ ଜୋନ୍‌ରେ ମୋଟ ୬୬୭ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଥିବାବେଳେ ସେମାନଙ୍କ ଭାଗ୍ୟ ବାଲଟ୍‌ ବକ୍ସରେ ବନ୍ଦ ହୋଇଛି। ଅନ୍ତିମ ତଥା ୫ମ ପର୍ଯ୍ୟାୟ ନିର୍ବାଚନକୁ ମଝିରେ ମାତ୍ର ଦିନଟିଏ ଥିବାବେଳେ ଏଥିଲାଗି ର ଅପରାହ୍ନରୁ ପ୍ରଚାର ଶେଷ ହୋଇଛି। ଅନ୍ୟପଟେ ଗତ ୩ ପର୍ଯ୍ୟାୟ ନିର୍ବାଚନ ସମୟରେ ୪୫ ବୁଥ୍‌ରେ ବିଭିନ୍ନ କାରଣରୁ ହୋଇଥିବା ଭୋଟିଂ ପ୍ରକ୍ରିୟାକୁ ନିର୍ବାଚନ କମିଶନ ବାତିଲ କରିଦେଇଥିଲେ। ସେହିସବୁ ସ୍ଥାନରେ ବୁଧବାର ପୁନଃ ମତଦାନ ହେବ। ଅନୁରୂପ ଭାବେ ୩ୟ ପର୍ଯ୍ୟାୟରେ ୩୦ ବୁଥ୍‌ରେ ସାନି ମତଦାନ ଲାଗି ଜିଲାପାଳମାନେ ପ୍ରସ୍ତାବ ଦେଇଛନ୍ତି। ଆସନ୍ତା ୨୫ ତାରିଖରେ ଉକ୍ତ ୩୦ ବୁଥ୍‌ରେ ସାନି ମତଦାନ ହେବ ବୋଲି ଜଣାପଡ଼ିଛି। ଆସନ୍ତା ଗୁରୁବାର ଶେଷ ପର୍ଯ୍ୟାୟରେ ୪୯ ବ୍ଲକର ୧୩୩ ଜିଲା ପରିଷଦ ଜୋନ୍‌ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ୯୭୫ ସରପଞ୍ଚ,
ସମିତିସଭ୍ୟ ଏବଂ ୧୩ ହଜାର ୫୧୪ ଓ୍ବାର୍ଡସଭ୍ୟ ପଦବୀ ଲାଗି ୪୧ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଅଦ୍ୟାବଧି ୪ ପର୍ଯ୍ୟାୟରେ ଶେଷ ହୋଇଥିବା ନିର୍ବାଚନରେ ୭୩% ମତଦାନ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ୭୭.୨%, ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩%, ତୃତୀୟ ପର୍ଯ୍ୟାୟରେ ୭୮.୬% ଭୋଟିଂ ହୋଇଥିବା ବେଳେ ୪ର୍ଥ ପର୍ଯ୍ୟାୟ ଚୂଡ଼ାନ୍ତ ରିପୋର୍ଟ ଆସିବା ବେଳକୁ ଏହା ସବୁ ପର୍ଯ୍ୟାୟର ଭୋଟିଂ ରେକର୍ଡକୁ ପାର୍‌ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟରେ ୨୯ ଜିଲାର ୬୩ ବ୍ଲକ ଅନ୍ତର୍ଗତ ୧୭୧ ଜିଲା ପରିଷଦ ଜୋନ୍‌ର ୧ ହଜାର ୩୮୧ ପଞ୍ଚାୟତ ପାଇଁ ଭୋଟ ହୋଇଛି। ଏଥିରେ ୫୬ ଲକ୍ଷ ୫୩ ହଜାର ୪୦୫ଜଣ ଭୋଟର ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରିଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୬୭୯ ଜିଲା ପରିଷଦ ପ୍ରାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଜିଲାର ୬୮ ବ୍ଲକ ଅନ୍ତର୍ଗତ ୧୮୬ ଜିଲା ପରିଷଦ ଜୋନ୍‌ର ୧ ହଜାର ୫୧୪ ପଞ୍ଚାୟତର ୨୦ ହଜାର ୪୩୬ ବୁଥ୍‌ରେ ନିର୍ବାଚନ ହୋଇଥିଲା। ୬୨ ଲକ୍ଷ ୧୦ ହଜାର ୯୩୮ ମତଦାତା ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ। ୧୮୬ ଜିଲା ପରିଷଦ ଜୋନ୍‌ ପାଇଁ ୭୪୭ ପ୍ରାର୍ଥୀ ନିର୍ବାଚନ ଲଢୁଥିବାବେଳେ ସରପଞ୍ଚ, ସମିତି ସଭ୍ୟ ଏବଂ ଓ୍ବାର୍ଡମେମ୍ବର ପ୍ରାର୍ଥୀଙ୍କୁ ମିଶାଇ ଏହି ପର୍ଯ୍ୟାୟରେ ୩୦ ହଜାର ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ। ଅନୁରୂପ ଭାବେ ପ୍ରଥମ ପର୍ଯ୍ୟାୟରେ ୩୦ ଜିଲାର ୭୧ ବ୍ଲକ ଅଧୀନ ୧ ହଜାର ୬୬୯ ପଞ୍ଚାୟତର ୬୭ ଲକ୍ଷ ୫୧ ହଜାର ମତଦାତା ୨୨ ହଜାର ୩୭୯ ବୁଥ୍‌ରେ ଭୋଟ ଦେଇଥିଲେ। ସେମାନେ ୨୦୦ ଜିଲା ପରିଷଦ ସଭ୍ୟ ସମେତ ସରପଞ୍ଚ, ସମିତିସଭ୍ୟ ଏବଂ ଓ୍ବାର୍ଡସଭ୍ୟଙ୍କୁ ଚୟନ କରିସାରିଛନ୍ତି।
ବ୍ୟାପକ ହିଂସା, ଭୋଟ ବାକ୍ସ ଲୁଟ୍‌, ବୁଥ୍‌ ଜବରଦଖଲକୁ ଚଳିତ ପଞ୍ଚାୟତ ନିର୍ବାଚନ ଚର୍ଚ୍ଚାର ଶିରୋନାମା ପାଲଟିଛି। ଏସବୁ ଭିତରେ ଭାଗ୍ୟ ପରୀକ୍ଷା କରୁଥିବା ପ୍ରାର୍ଥୀମାନେ ଭୋଟଗଣତିକୁ ଅପେକ୍ଷା କରିଥିବାବେଳେ ଅନ୍ତିମ ଚରଣ ଭୋଟ ଲାଗି ସବୁଦଳ ପକ୍ଷରୁ ଜୋର୍‌ଦାର ପ୍ରଚାର କରାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନ୍ୟ ଜିଲା ଦାୟିତ୍ୱରେ ରହିଥିବା ନେତାମାନେ ନିଜ ଅଞ୍ଚଳକୁ ଫେରି ଆସିଛନ୍ତି। ଶେଷ ପର୍ଯ୍ୟାୟ ନିର୍ବାଚନକୁ ମାତ୍ର କେଇ ଘଣ୍ଟା ଥିବାବେଳେ ମତଗ୍ରହଣ ହେବାକୁ ଥିବା ସମ୍ବେଦନଶୀଳ ବୁଥ୍‌ଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି। ସ୍ଥାନୀୟ ପୋଲିସ, ପ୍ରଶାସନିକ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri