୭୧୭ ବୁଥ୍‌ରେ ୨ଲକ୍ଷ ୨୦ ହଜାର ଭୋଟର କରିବେ ମତଦାନ

ଜୁନାଗଡ/ଗୋଲାମୁଣ୍ଡା,୧୫।୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଆସନ୍ତା ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହିକ୍ରମରେ କଳାହାଣ୍ଡି ଜିଲାର ପ୍ରଥମ ପର୍ଯ୍ୟାୟରେ ଜୁନାଗଡ ନିର୍ବାଚନ ମଣ୍ଡଳୀରେ ମତଦାନ ହେବାକୁ ଯାଉଛି। ଜୁନାଗଡ ନିର୍ବାଚନମଣ୍ଡଳୀରେ ଜୁନାଗଡ ଓ ଗୋଲାମୁଣ୍ଡା ବ୍ଲକ ରହିଛି। ଚଳିତ ପଞ୍ଚାୟତ ନିର୍ବାଚନରେ ଜୁନାଗଡ ବ୍ଲକର ୩୪ଟି ପଞ୍ଚାୟତରେ ୩୯୦ଟି ବୁଥ୍‌ ହୋଇଥିବା ବେଳେ ଏଥିରେ ୧ ଲକ୍ଷ ୨୪ ହଜାର ୯୨୯ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ। ଜୁନାଗଡ ବ୍ଲକର ୩୪ଟି ପଞ୍ଚାୟତରେ ୩୯୬ ଜଣ ୱାର୍ଡମେମ୍ବର, ୧୬୩ ସରପଞ୍ଚ,୧୩୯ ସମିତିସଭ୍ୟା/ସଭ୍ୟ ଓ ୪ ଜୋନ୍‌ ପାଇଁ ୧୭ ଜଣ ଜିଲା ପରିଷଦ ପ୍ରାର୍ଥୀ ଛିଡା ହୋଇଛନ୍ତି।

ସେହିପରି ଗୋଲାମୁଣ୍ଡା ବ୍ଲକର ୨୨ଟି ପଞ୍ଚାୟତରେ ୩୨୭ଟି ବୁଥ୍‌ ହୋଇଥିବାବେଳେ ଏଥିରେ ୯୫ ହଜାର ୧୦୬ଜଣ ଭୋଟର ନିଜ ମତ ସାବ୍ୟସ୍ତ କରିବେ। ଗୋଲାମୁଣ୍ଡା ବ୍ଲକର ୨୮ଟି ପଞ୍ଚାୟତରେ ୪୮୪ଜଣ ୱାର୍ଡମେମ୍ବର, ୧୩୯ ସରପଞ୍ଚ, ୯୮ ସମିତିସଭ୍ୟା/ସଭ୍ୟ ଓ ୩ ଜୋନ୍‌ ପାଇଁ ୯ଜଣ ଜିଲା ପରିଷଦ ପ୍ରାର୍ଥତ୍ନୀ/ପ୍ରାର୍ଥୀ ଛିଡା ହୋଇଛନ୍ତି। ସମୂଦାୟ ଜୁନାଗଡ ନିର୍ବାଚନମଣ୍ଡଳୀରେ ଚଳିତ ପଞ୍ଚାୟତ ନିର୍ବାଚନରେ ୭୧୭ଟି ବୁଥ୍‌ ରହିଥିବା ବେଳେ ଏଥିରେ ୨ ଲକ୍ଷ ୨୦ ହଜାର ୩୫ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ। ବୁଧବାର ଜୁନାଗଡ ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେଉଥିବାରୁ ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୁଥ୍‌ଗୁଡିକ ପ୍ରସ୍ତୁତ ରଖାଯାଇଛି। ସେହିପରି ମତଦାନ ଲାଗି ମଙ୍ଗଳବାର ପୋଲିସ କର୍ମଚାରୀ, ପୋଲିଂ ଅଧିକାରୀମାନେ ମତଦାନ କେନ୍ଦ୍ର ଅଭିମୁଖେ ଗସ୍ତ କରିବେ ବୋଲି ଜଣାପଡିଛି। ପୂର୍ବ ନିର୍ବାଚନଗୁଡିକରେ ୨ଦିନ ପୂର୍ବରୁ ପୋଲିଂ ଅଧିକାରୀ, ପୋଲିସ କର୍ମଚାରୀମାନେ ମତଦାନ କେନ୍ଦ୍ରକୁ ଯାଉଥିବା ବେଳେ ଚଳିତବର୍ଷ କଳାହାଣ୍ଡି ଜିଲାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri