୭୧୭ ବୁଥ୍‌ରେ ୨ଲକ୍ଷ ୨୦ ହଜାର ଭୋଟର କରିବେ ମତଦାନ

ଜୁନାଗଡ/ଗୋଲାମୁଣ୍ଡା,୧୫।୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଆସନ୍ତା ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହିକ୍ରମରେ କଳାହାଣ୍ଡି ଜିଲାର ପ୍ରଥମ ପର୍ଯ୍ୟାୟରେ ଜୁନାଗଡ ନିର୍ବାଚନ ମଣ୍ଡଳୀରେ ମତଦାନ ହେବାକୁ ଯାଉଛି। ଜୁନାଗଡ ନିର୍ବାଚନମଣ୍ଡଳୀରେ ଜୁନାଗଡ ଓ ଗୋଲାମୁଣ୍ଡା ବ୍ଲକ ରହିଛି। ଚଳିତ ପଞ୍ଚାୟତ ନିର୍ବାଚନରେ ଜୁନାଗଡ ବ୍ଲକର ୩୪ଟି ପଞ୍ଚାୟତରେ ୩୯୦ଟି ବୁଥ୍‌ ହୋଇଥିବା ବେଳେ ଏଥିରେ ୧ ଲକ୍ଷ ୨୪ ହଜାର ୯୨୯ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ। ଜୁନାଗଡ ବ୍ଲକର ୩୪ଟି ପଞ୍ଚାୟତରେ ୩୯୬ ଜଣ ୱାର୍ଡମେମ୍ବର, ୧୬୩ ସରପଞ୍ଚ,୧୩୯ ସମିତିସଭ୍ୟା/ସଭ୍ୟ ଓ ୪ ଜୋନ୍‌ ପାଇଁ ୧୭ ଜଣ ଜିଲା ପରିଷଦ ପ୍ରାର୍ଥୀ ଛିଡା ହୋଇଛନ୍ତି।

ସେହିପରି ଗୋଲାମୁଣ୍ଡା ବ୍ଲକର ୨୨ଟି ପଞ୍ଚାୟତରେ ୩୨୭ଟି ବୁଥ୍‌ ହୋଇଥିବାବେଳେ ଏଥିରେ ୯୫ ହଜାର ୧୦୬ଜଣ ଭୋଟର ନିଜ ମତ ସାବ୍ୟସ୍ତ କରିବେ। ଗୋଲାମୁଣ୍ଡା ବ୍ଲକର ୨୮ଟି ପଞ୍ଚାୟତରେ ୪୮୪ଜଣ ୱାର୍ଡମେମ୍ବର, ୧୩୯ ସରପଞ୍ଚ, ୯୮ ସମିତିସଭ୍ୟା/ସଭ୍ୟ ଓ ୩ ଜୋନ୍‌ ପାଇଁ ୯ଜଣ ଜିଲା ପରିଷଦ ପ୍ରାର୍ଥତ୍ନୀ/ପ୍ରାର୍ଥୀ ଛିଡା ହୋଇଛନ୍ତି। ସମୂଦାୟ ଜୁନାଗଡ ନିର୍ବାଚନମଣ୍ଡଳୀରେ ଚଳିତ ପଞ୍ଚାୟତ ନିର୍ବାଚନରେ ୭୧୭ଟି ବୁଥ୍‌ ରହିଥିବା ବେଳେ ଏଥିରେ ୨ ଲକ୍ଷ ୨୦ ହଜାର ୩୫ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ। ବୁଧବାର ଜୁନାଗଡ ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେଉଥିବାରୁ ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୁଥ୍‌ଗୁଡିକ ପ୍ରସ୍ତୁତ ରଖାଯାଇଛି। ସେହିପରି ମତଦାନ ଲାଗି ମଙ୍ଗଳବାର ପୋଲିସ କର୍ମଚାରୀ, ପୋଲିଂ ଅଧିକାରୀମାନେ ମତଦାନ କେନ୍ଦ୍ର ଅଭିମୁଖେ ଗସ୍ତ କରିବେ ବୋଲି ଜଣାପଡିଛି। ପୂର୍ବ ନିର୍ବାଚନଗୁଡିକରେ ୨ଦିନ ପୂର୍ବରୁ ପୋଲିଂ ଅଧିକାରୀ, ପୋଲିସ କର୍ମଚାରୀମାନେ ମତଦାନ କେନ୍ଦ୍ରକୁ ଯାଉଥିବା ବେଳେ ଚଳିତବର୍ଷ କଳାହାଣ୍ଡି ଜିଲାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri