ବରୀ, ରସୁଲପୁରରେ ଆଜି ଶେଷ ପର୍ଯ୍ୟାୟ ମତଦାନ

ଯାଜପୁର ଅଫିସ,୨୪ା୨: ଯାଜପୁର ଜିଲାରେ ୫ମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରସୁଲପୁର ଓ ବରୀ ବ୍ଲକ୍‌ର ୮ ଜିଲା ପରିଷଦ ଜୋନ୍‌ ଅନ୍ତର୍ଗତ ୭୨ ପଞ୍ଚାୟତରେ ମତଦାନ ଗୁରୁବାର ଅନୁଷ୍ଠିତ ହେବ। ପଞ୍ଚାୟତ ନିର୍ବାଚନ ଆରମ୍ଭରୁ ହିଂସା, ବୁଥ୍‌ କ୍ୟାପ୍‌ଚରିଂ, ଖବରଦାତା ଓ ପୋଲିସକୁ ଆକ୍ରମଣ, ବୋମାମାଡ଼ ଆଦି ଘଟଣା ପରିସ୍ଥିତିକୁ ସମ୍ପୂର୍ଣ୍ଣ ବଦଳେଇ ଦେଇଛି। ଅଧିକାଂଶ ଭୋଟର ନିଜ ଅସନ୍ତୋଷକୁ ଭୋଟ ମାଧ୍ୟମରେ ଜାହିର କରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ବିଶେଷକରି ଯାଜପୁର ବ୍ଲକ ନିର୍ବାଚନରେ ବ୍ୟାପକ ଅବ୍ୟବସ୍ଥା ଏଥର ବରୀ ଓ ରସୁଲପୁର ବ୍ଲକର ଭୋଟରଙ୍କୁ ସଚେତନ କରିଛି ବୋଲି ମତ ପ୍ରକାଶ ପାଇଛି।

ଗତ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ଭାଜପା ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଥିବାରୁ ବରୀ ଓ ରସୁଲପୁର ବ୍ଲକରେ ପ୍ରତିଦ୍ୱିନ୍ଦ୍ୱିତା ଜୋର ଧରିଛି। ବରୀ ବ୍ଲକରେ ବିଧାୟିକା ସୁନନ୍ଦା ଦାସ ଓ ବିଜେଡିର ଅନ୍ୟତମ ହେଭିୱେଟ ନେତା ବିଶ୍ୱରଞ୍ଜନ ମଲ୍ଲିକଙ୍କ ସମର୍ଥକ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଟକ୍କର ହେଉଛି। ପ୍ରଥମ ପର୍ଯ୍ୟାୟ ମତଦାନରେ ହିଂସାର କାରଣ ମଧ୍ୟ ଏହା ହୋଇଥାଇପାରେ ବୋଲି କୁହାଯାଉଛି। ଭାଜପାର ସାଙ୍ଗଠନିକ ସ୍ଥିତି ଦୁର୍ବଳ ରହିଥିଲେ ହେଁ ଭୋଟରଙ୍କ ମନ ଜିଣିବାକୁ ଭାଜପା ନେତା ଉଦ୍ୟମ ଜାରି ରଖିଛନ୍ତି। ଗତ ସାଧାରଣ ନିର୍ବାଚନରେ ବିଶ୍ୱରଞ୍ଜନଙ୍କ ନେତୃତ୍ୱରେ ଭାଜପା ବରୀ ନିର୍ବାଚନମଣ୍ଡଳୀରେ ୪୫.୫୮% ଭୋଟ ହାତେଇଥିଲା। ଅନ୍ୟପକ୍ଷେ ବିଜେଡି ୪୮.୨୮% ଭୋଟ ହାତେଇ ମାତ୍ର ୪,୩୬୨ ଭୋଟ ବ୍ୟବଧାନରେ ଜିତି ପାରିଥିଲା। ଚଳିତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭାଜପା ନେତା ବିଶ୍ୱରଞ୍ଜନ ବିଜେଡି ଶିବିରରେ ଯୋଗ ଦେଇଥିଲେ। ଏହାପରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ବିଜେଡି ବିଧାୟିକା ଦାସ ଓ ମଲ୍ଲିକ ଗୋଟିଏ ଶିବିରରେ ଥାଇ ନିଜ ନିଜ ସମର୍ଥକ ପ୍ରାର୍ଥୀଙ୍କୁ ଜିତାଇବାକୁ ବଳ ଲଗାଉଛନ୍ତି। ଏହି ନିର୍ବାଚନର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନରେ ଫଳିବ ବୋଲି ଦୁଇ ନେତା ଆଶାବାଦୀ ରହିଛନ୍ତି। କଂଗ୍ରେସ ପ୍ରଚାର ଏଠାରେ ନିଷ୍କ୍ରିୟ ଥିବା ମନେ ହେଉଛି। ତଥାପି ହିଂସାକୁ ପସନ୍ଦ କରୁ ନ ଥିବା ଭୋଟର ବିକଳ୍ପ ଭାବେ କଂଗ୍ରେସକୁ ବାଛିଥିବା ସୂଚନା ମିଳିଛି।

ବରୀ ବ୍ଲକର ୨୯ ପଞ୍ଚାୟତରେ ୪ ଜିଲା ପରିଷଦ ଆସନ ରହିଛି। ଏଥିପାଇଁ ୧୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୋଟ ୩୮୦ ବୁଥ୍‌ ମଧ୍ୟରୁ ୩୪୮ଟି ବୁଥ୍‌ ଅର୍ଥାତ ୯୨% ଉତ୍ତେଜନା ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ଯାହାକି ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି। ପୂର୍ବକୁ ହିଂସା ଘଟଣାକୁ ମନେ ପକାଇ ୧୩୭୯୨୪ ଭୋଟର ମଧ୍ୟରୁ କେତେଜଣ ଭୋଟ ଦେବାକୁ ଯିବେ କି ନାହଁ ସେ ନେଇ ଆଶଙ୍କାରେ ରହିଛନ୍ତି।

୪ ଜିଲା ପରିଷଦ ଜୋନ୍‌କୁ ନେଇ ଗଠିତ ରସୁଲପୁର ବ୍ଲକରେ ତିନିକୋଣିଆ ରାଜନୀତି ଚାଲିଛି। ଧର୍ମଶାଳା ଓ କୋରେଇ ବିଧାନସଭା କ୍ଷେତ୍ରରେ ଏହି ବ୍ଲକର ୯ଟି ଲେଖାଏ ଗ୍ରାମ ପଞ୍ଚାୟତ ରହିଛି। ବରୀ ନିର୍ବାଚନମଣ୍ଡଳୀରେ ଏହି ବ୍ଲକର ୧୦ ପଞ୍ଚାୟତ ଅନ୍ତର୍ଭୁକ୍ତ। ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ନାଭିକେନ୍ଦ୍ର ଭାବେ ପରିଚିତ ଏହି ବ୍ଲକର ୩୪ ଓ ୩୬ ନମ୍ବର ଜୋନ୍‌ରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେଣୁ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଚାଲିଛି। ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ, ବରୀ ବିଧାୟିକା ସୁନନ୍ଦା ଦାସ, ଭାଜପା ନେତ୍ରୀ ସ୍ମୃତିରେଖା ପହି, କଂଗ୍ରେସ ନେତା ପ୍ରମୁଖ ଏହି ବ୍ଲକରେ ନିଜର ସମ୍ମାନ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏହି ବ୍ଲକରେ ୨୮ ପଞ୍ଚାୟତରେ ୪ଟି ଜିଲା ପରିଷଦ ଜୋନ ରହିଛି। ୧୩୯୨୫୬ ଭୋଟର ୪୬୫ ବୁଥରେ ନିଜର ମତଦାନ ସାବ୍ୟସ୍ତ କରିବେ। ତେବେ ୮୮ଟି ବୁଥ୍‌କୁ ଉତ୍ତେଜନା ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ତେଣୁ ଜିଲା ଓ ରାଜ୍ୟର ନିର୍ବାଚନୀ ହିଂସା ବରୀ ଓ ରସୁଲପୁର ବ୍ଲକଦ୍ୱୟକୁ ପ୍ରଭାବିତ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri