‘ଚିହ୍ନଟ ଲାଗି ଅଳ୍ପ ସମୟ ମାସ୍କ ଖୋଲିବେ ଭୋଟର’

ବାଲେଶ୍ୱର ଅଫିସ,୧୭।୧:  ବାଲେଶ୍ୱର ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ରବିବାର ରାଜନୈତିକ ଦଳ ପ୍ରତିନିଧିମାନଙ୍କ ସହ ଜିଲା ପ୍ରଶାସନର ଆଲୋଚନା ହୋଇଥିଲା। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଜିଲା ପଞ୍ଚାୟତ ଅଧିକାରୀ ରବିଚନ୍ଦ୍ର କହଁର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରିଥିଲେ। ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ, ପ୍ରତ୍ୟାହାର, ନିର୍ବାଚନ ପ୍ରଚାର, ଆଦର୍ଶ ଆଚରଣ ବିଧି, କୋଭିଡ୍‌ କଟକଣା, ଭୋଟ୍‌ ଗ୍ରହଣ, ଗଣତି, କଣ୍ଟ୍ରୋଲ୍‌ ରୁମ୍‌ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜନୈତିକ ଦଳ ସେମାନଙ୍କ ପୋଲିଂ ଏଜେଣ୍ଟ ଏବଂ କାଉଣ୍ଟିଂ ଏଜେଣ୍ଟମାନଙ୍କୁ ନିର୍ବାଚନ ଆଚରଣ ବିଧି, କୋଭିଡ୍‌ କଟକଣା ଏବଂ ଅନ୍ୟ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଆବଶ୍ୟକ ପ୍ରଶିକ୍ଷଣ ଦେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଦୁଇଟି ଟିକା ନେଇଥିବା ଏବଂ କୋଭିଡ୍‌ ନେଗେଟିଭ୍‌ ଥିବା ପୋଲିଂ ଏଜେଣ୍ଟ, ବ୍ୟକ୍ତିଙ୍କୁ ହିଁ ଭୋଟଗଣତି କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ମିଳିବ। ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଭୋଟଦାନ କକ୍ଷରେ ଅଳ୍ପ ସମୟ ପାଇଁ ମାସ୍କ କାଢ଼ିବାକୁ ଏବଂ ଚିହ୍ନଟ ପରେ ତୁରନ୍ତ ପିନ୍ଧିବାକୁ କୁହାଯିବ। କ୍ୱାରାଣ୍ଟାଇନରେ ଥିବା କୋଭିଡ୍‌ ଆକ୍ରାନ୍ତଙ୍କୁ ଭୋଟଗ୍ରହଣ ଦିନ ଶେଷ ଏକ ଘଣ୍ଟା (୧୨ଟାରୁ ୧ଟା) ସମୟସୀମା ମଧ୍ୟରେ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭୋଟଦାନ ପାଇଁ ଅନୁମତି ମିଳିବ। ଆଦର୍ଶ ଆଚରଣ ବିଧି ଓ କୋଭିଡ୍‌ ମାର୍ଗଦର୍ଶିକା ଉଲ୍ଲଙ୍ଘନ ଏବଂ ଭୁଲ୍‌ ସତ୍ୟପାଠ କ୍ଷେତ୍ରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ନିର୍ବାଚନ ପାଇଁ ଜିଲା ମୁଖ୍ୟାଳୟ ସମେତ ସମସ୍ତ ବ୍ଲକ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି ା ନିର୍ବାଚନ ସଂକ୍ରାନ୍ତରେ କୌଣସି ପ୍ରକାର ସନ୍ଦେହ, ଦ୍ୱନ୍ଦ୍ୱ କିମ୍ବା ଅଭିଯୋଗ ଥିଲେ କଣ୍ଟ୍ରୋଲ ରୁମ ଫୋନ ନମ୍ବରରେ ଜଣାଇହେବ। ବୈଠକରେ ରାଜନୈତିକ ଦଳ ପ୍ରତିନିଧି ଶତ୍ରୁଘ୍ନ ମଲ୍ଲିକ, ଗୋପୀନାଥ ପାଢ଼ୀ, କେଶବ କୁମାର ଆଚାର୍ଯ୍ୟ, ପ୍ରେମରଞ୍ଜନ ପାତ୍ର, ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାରୀଶୁଆ ପାହାଡ଼ରୁ ବୋହି ନେଲେ ମାଟି, ପଥର

ଖଇରା, ୨୦।୧: ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡରୁ ମାଟି ଓ ପଥର ଲୁଟ କରୁଥିବା ମାଫିଆମାନେ କିଛି ଦିନ ନୀରବ ରହିବା...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନଗଲା

ବାଲେଶ୍ୱର ଅଫିସ, ୨।୨: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବାଜିତପୁର ପଞ୍ଚାୟତ ବରବରିଆ ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।...

ଆବଦ୍ଧାଞ୍ଚଳରେ କଟକଣା ମାନୁନାହାନ୍ତି: ବାଡବସା ପାଇଁ ହାତାହାତି

ଖଇରା,୧୦।୫(ଡି.ଏନ.ଏ)-ବାଲେଶ୍ୱର ଜିଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ବୁଧବାର ଠାରୁ ବାରିଙ୍ଗିଆ ସମେତ ତତ୍‌ ସଂଲଗ୍ନ...

bahanaga- gopalpur milk samabaya samiti photo-2

କ୍ଷତି ସହୁଛନ୍ତି ଦୁଗ୍ଧ ଚାଷୀ

ବାହାନଗା, ୧୭ା୫(ଡି.ଏନ.ଏ.)-ଲକ୍‌ଡାଉନ ଯୋଗୁ ପୂର୍ବଭଳି ଦୁଗ୍ଧ ବିକ୍ରି ହେଉ ନ ଥିବାରୁ ବାଲେଶ୍ୱର ଜିଲା ବାହାନଗା ବ୍ଲକର ଦୁଗ୍ଧ ଚାଷୀମାନେ କ୍ଷତି ସହୁଛନ୍ତି। ସାମାଜିକ ଦୂରତ୍ୱ...

ଚଞ୍ଚକତା କରି ନାଏବ ସରପଞ୍ଚ ଜିତାଇବାକୁ ଉଦ୍ୟମ

ବାଲେଶ୍ୱର ଅଫିସ,୧୨ ।୩ ବାଲେଶ୍ୱର ଜିଲା ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତରେ ଶୁକ୍ରବାର ନାଏବ ସରପଞ୍ଚ ପାଇଁ ନିର୍ବାଚନ ହୋଇଥିଲା। ରେମୁଣା ବ୍ଲକର ୱେଲଫେୟାର ଅଫିସର...

ଶ୍ରୀ ରାମଚନ୍ଦ୍ର ଭବନରେ ସ୍ଥାନ ପାଇଲା କବି ବ୍ରଜନାଥ ରଥଙ୍କ ତୈଳଚିତ୍ର

ବାଲେଶ୍ୱର ଅଫିସ,୧୨।୬: ବାଲେଶ୍ୱରର ବିଶିଷ୍ଟ କବି ବ୍ରଜନାଥ ରଥଙ୍କର ତୈଳଚିତ୍ର ମଙ୍ଗଳବାର ଶ୍ରୀ ରାମଚନ୍ଦ୍ର ଭବନରେ ସ୍ଥାନୀତ ହୋଇଛି।  ଏହି ଅବସରରେ ଆୟୋଜିତ ସଭାରେ ଉତ୍କଳ...

ପଞ୍ଚଲିଙ୍ଗେଶ୍ୱର, କୁଲଡ଼ିହାରେ ବିଦେଶୀ ପର୍ଯ୍ୟଟକ

ନୀଳଗିରି,୨୮ା୧(ପ୍ରଶାନ୍ତ କୁମାର ବିଶ୍ୱାଳ): ଉତ୍ତର ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ଓ କୁଲଡିହା ଅଭୟାରଣ୍ୟର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ରାଜ୍ୟ ତଥା...

କେନ୍ଦ୍ରମନ୍ତ୍ରୀଙ୍କ ନାଁ ନ ଥିବାରୁ ଭାଙ୍ଗିଲେ ଫଳକ

ସଜନାଗଡ଼, ୮ା୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବୁଧବାର କ୍ୟାବିନ୍‌ ଗୃହ ଉଦ୍‌ଘାଟନକୁ ନେଇ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ...

Advertisement
Archives

Model This Week