‘ଚିହ୍ନଟ ଲାଗି ଅଳ୍ପ ସମୟ ମାସ୍କ ଖୋଲିବେ ଭୋଟର’

ବାଲେଶ୍ୱର ଅଫିସ,୧୭।୧:  ବାଲେଶ୍ୱର ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ରବିବାର ରାଜନୈତିକ ଦଳ ପ୍ରତିନିଧିମାନଙ୍କ ସହ ଜିଲା ପ୍ରଶାସନର ଆଲୋଚନା ହୋଇଥିଲା। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଜିଲା ପଞ୍ଚାୟତ ଅଧିକାରୀ ରବିଚନ୍ଦ୍ର କହଁର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରିଥିଲେ। ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ, ପ୍ରତ୍ୟାହାର, ନିର୍ବାଚନ ପ୍ରଚାର, ଆଦର୍ଶ ଆଚରଣ ବିଧି, କୋଭିଡ୍‌ କଟକଣା, ଭୋଟ୍‌ ଗ୍ରହଣ, ଗଣତି, କଣ୍ଟ୍ରୋଲ୍‌ ରୁମ୍‌ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜନୈତିକ ଦଳ ସେମାନଙ୍କ ପୋଲିଂ ଏଜେଣ୍ଟ ଏବଂ କାଉଣ୍ଟିଂ ଏଜେଣ୍ଟମାନଙ୍କୁ ନିର୍ବାଚନ ଆଚରଣ ବିଧି, କୋଭିଡ୍‌ କଟକଣା ଏବଂ ଅନ୍ୟ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଆବଶ୍ୟକ ପ୍ରଶିକ୍ଷଣ ଦେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଦୁଇଟି ଟିକା ନେଇଥିବା ଏବଂ କୋଭିଡ୍‌ ନେଗେଟିଭ୍‌ ଥିବା ପୋଲିଂ ଏଜେଣ୍ଟ, ବ୍ୟକ୍ତିଙ୍କୁ ହିଁ ଭୋଟଗଣତି କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ମିଳିବ। ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଭୋଟଦାନ କକ୍ଷରେ ଅଳ୍ପ ସମୟ ପାଇଁ ମାସ୍କ କାଢ଼ିବାକୁ ଏବଂ ଚିହ୍ନଟ ପରେ ତୁରନ୍ତ ପିନ୍ଧିବାକୁ କୁହାଯିବ। କ୍ୱାରାଣ୍ଟାଇନରେ ଥିବା କୋଭିଡ୍‌ ଆକ୍ରାନ୍ତଙ୍କୁ ଭୋଟଗ୍ରହଣ ଦିନ ଶେଷ ଏକ ଘଣ୍ଟା (୧୨ଟାରୁ ୧ଟା) ସମୟସୀମା ମଧ୍ୟରେ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭୋଟଦାନ ପାଇଁ ଅନୁମତି ମିଳିବ। ଆଦର୍ଶ ଆଚରଣ ବିଧି ଓ କୋଭିଡ୍‌ ମାର୍ଗଦର୍ଶିକା ଉଲ୍ଲଙ୍ଘନ ଏବଂ ଭୁଲ୍‌ ସତ୍ୟପାଠ କ୍ଷେତ୍ରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ନିର୍ବାଚନ ପାଇଁ ଜିଲା ମୁଖ୍ୟାଳୟ ସମେତ ସମସ୍ତ ବ୍ଲକ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି ା ନିର୍ବାଚନ ସଂକ୍ରାନ୍ତରେ କୌଣସି ପ୍ରକାର ସନ୍ଦେହ, ଦ୍ୱନ୍ଦ୍ୱ କିମ୍ବା ଅଭିଯୋଗ ଥିଲେ କଣ୍ଟ୍ରୋଲ ରୁମ ଫୋନ ନମ୍ବରରେ ଜଣାଇହେବ। ବୈଠକରେ ରାଜନୈତିକ ଦଳ ପ୍ରତିନିଧି ଶତ୍ରୁଘ୍ନ ମଲ୍ଲିକ, ଗୋପୀନାଥ ପାଢ଼ୀ, କେଶବ କୁମାର ଆଚାର୍ଯ୍ୟ, ପ୍ରେମରଞ୍ଜନ ପାତ୍ର, ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?