ଭୋଟର ବିକଳ୍ପ ଖୋଜିଲେଣି

କେନ୍ଦ୍ରାପଡ଼ା ଅଫିସ, ୧୫ା୩: ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ସମୟ ଅଛି। ଏହା ପୂର୍ବରୁ କେନ୍ଦ୍ରାପଡ଼ା ଜିଲା ରାଜନୀତି ଚଳଚଞ୍ଚଳ ହୋଇଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ପକ୍ଷରୁ ସ୍ଥାନୀୟ ସମସ୍ୟାକୁ ପ୍ରସଙ୍ଗ କରି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି। ଶାସକ ବିଜେଡି ପକ୍ଷରୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପ୍ରକଳ୍ପ ପାଇଁ ଏବେଠାରୁ ଶିଳାନ୍ୟାସ କାର୍ଯ୍ୟକ୍ରମ ଓ ଜନସମ୍ପର୍କ ଆରମ୍ଭ କରିଥିବା ବେଳେ ବିରୋଧୀ ଦଳ ପଛରେ ପଡ଼ିନାହାନ୍ତି। ବିରୋଧୀ କଂଗ୍ରେସ ଓ ଭାଜପା ନିଜର ସ୍ଥିତି ଜାହିର କରିବା ପାଇଁ ସ୍ଥାନୀୟ ସମସ୍ୟାକୁ ଆଗକୁ ଆଣିଛନ୍ତି। ଜିଲାର ରାଜନୈତିକ ସମୀକ୍ଷକଙ୍କ ମତରେ ଶାସକ ଓ ପ୍ରଶାସକଙ୍କ ମଧ୍ୟରେ ସମନ୍ବୟ ନ ଥିବାରୁ ଜିଲାର ସମସ୍ୟା ଅଣଦେଖା ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ, ଜଳ ପରିଚାଳନା, ଗମନାଗମନ, ପାନୀୟ ଜଳ ଆଦି ମୌଳିକ ସମସ୍ୟା ସହ ଜିଲାର ଆର୍ଥିକ ପ୍ରଗତି ପାଇଁ ଶିଳ୍ପ, ରେଳ, ବିଭିନ୍ନ ବିଶ୍ୱବିଦ୍ୟାଳୟ ଆଦି ଜିଲାବାସୀଙ୍କ ଦାବି ଅଦ୍ୟାବଧି ପୂରଣ ହେଉନାହିଁ। ଫଳରେ ଭୋଟର ଏବେ ସ୍ଥାନୀୟ ରାଜନେତାଙ୍କ ବିକଳ୍ପ ଖୋଜିଲେଣି।
ଏ ସମ୍ପର୍କରେ ରାଜନୈତିକ ବିଶ୍ଳେଷକ ଅମରବର ବିଶ୍ୱାଳ, ବାନାମ୍ବର ସାହୁ, ଚିତ୍ତରଞ୍ଜନ ସାହୁ, ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ ପ୍ରମୁଖ କହିଛନ୍ତି, ଗତ ନିର୍ବାଚନରେ ଏମ୍‌ପି, ବିଧାୟକ, ଜିଲା ପରିଷଦ ଓ ମ୍ୟୁନିସିପାଲିଟି ଅଧ୍ୟକ୍ଷ, ସମସ୍ତ ବ୍ଲକର ଅଧ୍ୟକ୍ଷ ପଦ ଶାସକ ବିଜେଡି ହାତକୁ ଯାଇଛି। ଏଥିସହ ଜିଲାର ୨ ବିଧାୟକ ମନ୍ତ୍ରୀ ପଦରେ ଅଛନ୍ତି। ରାଜ୍ୟରେ ବିଜେଡି ଶାସନ କରୁଥିବାରୁ ଜିଲାର ଆର୍ଥିକ ପ୍ରଗତି ଓ ସ୍ଥାନୀୟ ଅଞ୍ଚଳର ଉନ୍ନତି ପାଇଁ ଯୋଜନା କାର୍ଯ୍ୟକାରୀରେ କୌଣସି ସମସ୍ୟା ରହିବା କଥା ନୁହେଁ। ଏହାସତ୍ତ୍ୱେ ଜିଲାର ୫ଟି ନିର୍ବାଚନ ମଣ୍ଡଳୀରେ ଗତ ସାଧାରଣ ନିର୍ବାଚନ ପରଠାରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆ ଯାଇପାରିନାହିଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକ କାର୍ଯ୍ୟକାରୀ ପାଇଁ ରାଜନେତା ଓ ପ୍ରଶାସକଙ୍କ ମଧ୍ୟରେ ସମନ୍ବୟ ରହୁନାହିଁ। କୃଷି ଏହି ଜିଲାର ଅର୍ଥନୀତି ହୋଇଥିବା ବେଳେ ଅଦ୍ୟାବଧି ରାଜ୍ୟ ସରକାରଙ୍କ ପ୍ରତି ବ୍ଲକ କ୍ଷେତକୁ ଅନୂ୍ୟନ ୩୫ ପ୍ରତିଶତ ଜଳ ଯୋଗାଣ କାର୍ଯ୍ୟକାରୀ ହୋଇନାହିଁ। ଜଳସେଚନ ପରି ଜଳ ନିଷ୍କାସନ ସମସ୍ୟା ସହ ବଜାର ମଣ୍ଡି, ତାଲିମ, ଅର୍ଥକରୀ ଫସଲ ପାଇଁ ଥିବା ଯୋଜନା କାର୍ଯ୍ୟକାରୀ ହୋଇନାହିଁ। ଜିଲାର ଭୂଗର୍ଭରେ ପାନୀୟ ଜଳ ନ ଥିବା ରାଜ୍ୟ ସରକାରଙ୍କ ୨୦୧୭ ସର୍ଭେ ରିପୋର୍ଟରେ ଅଛି। ଏହାସତ୍ତ୍ୱେ ଖରସ୍ରୋତା ନଦୀରୁ ପାଣି ଉତ୍ତୋଳନ କରି ଭଦ୍ରକ ଜିଲାର ୪ ବ୍ଲକ ଓ ୨ ଏନ୍‌ଏସିକୁ ଦିଆଯିବା ସ୍ଥାନୀୟ ଅଞ୍ଚଳରେ ଗ୍ରହଣୀୟ ହୋଇପାରିନାହିଁ। କେନ୍ଦ୍ରାପଡ଼ା ସହର ଏବେ ୧୧ ବର୍ଗ କିଲୋମିଟର ମଧ୍ୟରେ ସୀମିତ ନୁହେଁ। ଜମଧରଠାରୁ ଜଜାଙ୍ଗ ଓ ଗୋପରୁ ସାମଗୁଡ଼ିଆକୁ ଏହାର ପରିସୀମା ବୃଦ୍ଧି କରି ଖଡ଼ଇଙ୍ଗସ୍ଥ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ଭିତ୍ତିଭୂମିରେ ସିଟି ହସ୍ପିଟାଲ ସ୍ଥାପନ ଦାବିରେ ଗତ ୫୦ ଦିନ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଚାଲିଛି। ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଉଦ୍ୟମ ସତ୍ତ୍ୱେ ଏହାର ସମାଧାନ ହେଉ ନ ଥିବାରୁ ସହରବାସୀଙ୍କ ଆକ୍ରୋଶ ବଢ଼ିଛି। ଶାସକ ଦଳ ଏଥିପ୍ରତି ଦୃଷ୍ଟି ନ ଦେଇ କାଳକ୍ଷେପଣ ନୀତି ଅବଲମ୍ବନ କରିଛି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଜିଲାରେ ଶିଳ୍ପ ଓ ବନ୍ଦର ଖୋଲାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏ ନେଇ ସ୍ଥାନୀୟ ରାଜନେତାଙ୍କ ଉଦ୍ୟମ ତୃଣମୂଳସ୍ତରରେ ପହଞ୍ଚତ୍ ନାହିଁ। ସେହିପରି ଜିଲାରେ ମେଡ଼ିକାଲ କଲେଜ, କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା, କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ, କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା, ସିଂହଗଁାଠାରେ ସେତୁ ନିର୍ମାଣ ଆଦି ଶାସକ ଦଳ ସହ ବିରୋଧୀ ଦଳର ରାଜନୈତିକ ଏଜେଣ୍ଡାରେ ରହୁଛି। ମାତ୍ର ଏହାର ସକାରାତ୍ମକ ପଦକ୍ଷେପ ନ ଥିବାରୁ ବିରୋଧୀ ଦଳ ଏହାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri