ଭୋଟର ବିକଳ୍ପ ଖୋଜିଲେଣି

କେନ୍ଦ୍ରାପଡ଼ା ଅଫିସ, ୧୫ା୩: ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ସମୟ ଅଛି। ଏହା ପୂର୍ବରୁ କେନ୍ଦ୍ରାପଡ଼ା ଜିଲା ରାଜନୀତି ଚଳଚଞ୍ଚଳ ହୋଇଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ପକ୍ଷରୁ ସ୍ଥାନୀୟ ସମସ୍ୟାକୁ ପ୍ରସଙ୍ଗ କରି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି। ଶାସକ ବିଜେଡି ପକ୍ଷରୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପ୍ରକଳ୍ପ ପାଇଁ ଏବେଠାରୁ ଶିଳାନ୍ୟାସ କାର୍ଯ୍ୟକ୍ରମ ଓ ଜନସମ୍ପର୍କ ଆରମ୍ଭ କରିଥିବା ବେଳେ ବିରୋଧୀ ଦଳ ପଛରେ ପଡ଼ିନାହାନ୍ତି। ବିରୋଧୀ କଂଗ୍ରେସ ଓ ଭାଜପା ନିଜର ସ୍ଥିତି ଜାହିର କରିବା ପାଇଁ ସ୍ଥାନୀୟ ସମସ୍ୟାକୁ ଆଗକୁ ଆଣିଛନ୍ତି। ଜିଲାର ରାଜନୈତିକ ସମୀକ୍ଷକଙ୍କ ମତରେ ଶାସକ ଓ ପ୍ରଶାସକଙ୍କ ମଧ୍ୟରେ ସମନ୍ବୟ ନ ଥିବାରୁ ଜିଲାର ସମସ୍ୟା ଅଣଦେଖା ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ, ଜଳ ପରିଚାଳନା, ଗମନାଗମନ, ପାନୀୟ ଜଳ ଆଦି ମୌଳିକ ସମସ୍ୟା ସହ ଜିଲାର ଆର୍ଥିକ ପ୍ରଗତି ପାଇଁ ଶିଳ୍ପ, ରେଳ, ବିଭିନ୍ନ ବିଶ୍ୱବିଦ୍ୟାଳୟ ଆଦି ଜିଲାବାସୀଙ୍କ ଦାବି ଅଦ୍ୟାବଧି ପୂରଣ ହେଉନାହିଁ। ଫଳରେ ଭୋଟର ଏବେ ସ୍ଥାନୀୟ ରାଜନେତାଙ୍କ ବିକଳ୍ପ ଖୋଜିଲେଣି।
ଏ ସମ୍ପର୍କରେ ରାଜନୈତିକ ବିଶ୍ଳେଷକ ଅମରବର ବିଶ୍ୱାଳ, ବାନାମ୍ବର ସାହୁ, ଚିତ୍ତରଞ୍ଜନ ସାହୁ, ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ ପ୍ରମୁଖ କହିଛନ୍ତି, ଗତ ନିର୍ବାଚନରେ ଏମ୍‌ପି, ବିଧାୟକ, ଜିଲା ପରିଷଦ ଓ ମ୍ୟୁନିସିପାଲିଟି ଅଧ୍ୟକ୍ଷ, ସମସ୍ତ ବ୍ଲକର ଅଧ୍ୟକ୍ଷ ପଦ ଶାସକ ବିଜେଡି ହାତକୁ ଯାଇଛି। ଏଥିସହ ଜିଲାର ୨ ବିଧାୟକ ମନ୍ତ୍ରୀ ପଦରେ ଅଛନ୍ତି। ରାଜ୍ୟରେ ବିଜେଡି ଶାସନ କରୁଥିବାରୁ ଜିଲାର ଆର୍ଥିକ ପ୍ରଗତି ଓ ସ୍ଥାନୀୟ ଅଞ୍ଚଳର ଉନ୍ନତି ପାଇଁ ଯୋଜନା କାର୍ଯ୍ୟକାରୀରେ କୌଣସି ସମସ୍ୟା ରହିବା କଥା ନୁହେଁ। ଏହାସତ୍ତ୍ୱେ ଜିଲାର ୫ଟି ନିର୍ବାଚନ ମଣ୍ଡଳୀରେ ଗତ ସାଧାରଣ ନିର୍ବାଚନ ପରଠାରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆ ଯାଇପାରିନାହିଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକ କାର୍ଯ୍ୟକାରୀ ପାଇଁ ରାଜନେତା ଓ ପ୍ରଶାସକଙ୍କ ମଧ୍ୟରେ ସମନ୍ବୟ ରହୁନାହିଁ। କୃଷି ଏହି ଜିଲାର ଅର୍ଥନୀତି ହୋଇଥିବା ବେଳେ ଅଦ୍ୟାବଧି ରାଜ୍ୟ ସରକାରଙ୍କ ପ୍ରତି ବ୍ଲକ କ୍ଷେତକୁ ଅନୂ୍ୟନ ୩୫ ପ୍ରତିଶତ ଜଳ ଯୋଗାଣ କାର୍ଯ୍ୟକାରୀ ହୋଇନାହିଁ। ଜଳସେଚନ ପରି ଜଳ ନିଷ୍କାସନ ସମସ୍ୟା ସହ ବଜାର ମଣ୍ଡି, ତାଲିମ, ଅର୍ଥକରୀ ଫସଲ ପାଇଁ ଥିବା ଯୋଜନା କାର୍ଯ୍ୟକାରୀ ହୋଇନାହିଁ। ଜିଲାର ଭୂଗର୍ଭରେ ପାନୀୟ ଜଳ ନ ଥିବା ରାଜ୍ୟ ସରକାରଙ୍କ ୨୦୧୭ ସର୍ଭେ ରିପୋର୍ଟରେ ଅଛି। ଏହାସତ୍ତ୍ୱେ ଖରସ୍ରୋତା ନଦୀରୁ ପାଣି ଉତ୍ତୋଳନ କରି ଭଦ୍ରକ ଜିଲାର ୪ ବ୍ଲକ ଓ ୨ ଏନ୍‌ଏସିକୁ ଦିଆଯିବା ସ୍ଥାନୀୟ ଅଞ୍ଚଳରେ ଗ୍ରହଣୀୟ ହୋଇପାରିନାହିଁ। କେନ୍ଦ୍ରାପଡ଼ା ସହର ଏବେ ୧୧ ବର୍ଗ କିଲୋମିଟର ମଧ୍ୟରେ ସୀମିତ ନୁହେଁ। ଜମଧରଠାରୁ ଜଜାଙ୍ଗ ଓ ଗୋପରୁ ସାମଗୁଡ଼ିଆକୁ ଏହାର ପରିସୀମା ବୃଦ୍ଧି କରି ଖଡ଼ଇଙ୍ଗସ୍ଥ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ଭିତ୍ତିଭୂମିରେ ସିଟି ହସ୍ପିଟାଲ ସ୍ଥାପନ ଦାବିରେ ଗତ ୫୦ ଦିନ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଚାଲିଛି। ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଉଦ୍ୟମ ସତ୍ତ୍ୱେ ଏହାର ସମାଧାନ ହେଉ ନ ଥିବାରୁ ସହରବାସୀଙ୍କ ଆକ୍ରୋଶ ବଢ଼ିଛି। ଶାସକ ଦଳ ଏଥିପ୍ରତି ଦୃଷ୍ଟି ନ ଦେଇ କାଳକ୍ଷେପଣ ନୀତି ଅବଲମ୍ବନ କରିଛି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଜିଲାରେ ଶିଳ୍ପ ଓ ବନ୍ଦର ଖୋଲାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏ ନେଇ ସ୍ଥାନୀୟ ରାଜନେତାଙ୍କ ଉଦ୍ୟମ ତୃଣମୂଳସ୍ତରରେ ପହଞ୍ଚତ୍ ନାହିଁ। ସେହିପରି ଜିଲାରେ ମେଡ଼ିକାଲ କଲେଜ, କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା, କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ, କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା, ସିଂହଗଁାଠାରେ ସେତୁ ନିର୍ମାଣ ଆଦି ଶାସକ ଦଳ ସହ ବିରୋଧୀ ଦଳର ରାଜନୈତିକ ଏଜେଣ୍ଡାରେ ରହୁଛି। ମାତ୍ର ଏହାର ସକାରାତ୍ମକ ପଦକ୍ଷେପ ନ ଥିବାରୁ ବିରୋଧୀ ଦଳ ଏହାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri