ଗର୍ଭାବସ୍ଥାରେ ବାନ୍ତି

ଗର୍ଭାବସ୍ଥାରେ
ଅନେକ ମହିଳାଙ୍କର ବାନ୍ତି ସମସ୍ୟା ଦେଖା ଦେଇଥାଏ। ଯଦିଓ ଏହା ଏକ ପ୍ରାକୃତିକ ପ୍ରକ୍ରିୟା, ତଥାପି ବାରମ୍ବାର ଏପରି ହେବା ଦ୍ୱାରା ଶରୀରରୁ ଜଳିୟାଂଶ କମିବା ସହ ଦୁର୍ବଳ ଲାଗିଥାଏ, ଯାହାକୁ ଦୂରେଇବାଲାଗି କେତେକ
ଘରୋଇ ଉପଚାର ଲାଭଦାୟକ…

ଏ ସମୟରେ ବାନ୍ତି ନ ହେବା ଲାଗି ଅଧିକ ତେଲମସଲା ଯୁକ୍ତ ଖାଦ୍ୟ କିମ୍ବା ଅରୁଚିକର ଲାଗୁଥିବା ଖାଦ୍ୟ ନ ଖାଇବା ଭଲ। ଶରୀରରୁ ପାଣି ମାତ୍ରା ହ୍ରାସ ନ ହେବା ଲାଗି ପର୍ଯ୍ୟାପ୍ତ ପରିମାଣରେ ପାଣି ଏବଂ ଫ୍ରୁଟ୍‌ ଜୁସ୍‌ ଆଦି ପିଇବା ଭଲ।
ଶୁଖିଲା କିମ୍ବା କଞ୍ଚା ଧନିଆକୁ ଗ୍ରାଇଣ୍ଡ କରି ସେଥିରେ ସାମାନ୍ୟ କଳା ଲୁଣ ମିଶାନ୍ତୁ। ଅଧିକ ବାନ୍ତି ହେଉଥିଲେ ମଝିରେ ମଝିରେ ଏହାକୁ ଖାଇବା ଦ୍ୱାରା ବାନ୍ତି କମିବା ସହ ଆରାମ ଲାଗିବ।
ଲେମ୍ବୁ ଶୁଙ୍ଘିବା କିମ୍ବା ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇବା ଦ୍ୱାରା ବି ଉପଶମ ମିଳିଥାଏ।
ଅଁଳା ଖଣ୍ଡ ପାଟିରେ ଜାକିବା ଦ୍ୱାରା ବାନ୍ତି କମିଥାଏ। ଯଦି ଏହାର ସ୍ବାଦ ଖରାପ ଲାଗୁଛି ତେବେ ଅଁଳା ମୁରବ୍ବା ଖାଇଲେ ବାନ୍ତି ସମସ୍ୟାରୁ ଉପଶମ ମିଳିପାରିବ।
ତୁଳସୀ ପତ୍ର ରସରେ ମହୁ ମିଶାଇ ଅଳ୍ପ ଅଳ୍ପ ଚାଟିଲେ ବି ଉପକୃତ ହେବେ।
ଅଧିକ ବାନ୍ତି ହେଉଥିଲେ ରାତିରେ କଳା ଚଣା ବା ବୁଟକୁ ପାଣିରେ ଭିଜାଇ ଦିଅନ୍ତୁ ଏବଂ ସକାଳୁ ଉକ୍ତ ପାଣିକୁ ପିଇଦିଅନ୍ତୁ। ଏପରି କରିବା ଦ୍ୱାରା ଉପକୃତ ହେବେ।
ଏ ସମୟରେ ଅଦାର ସେବନ ମଧ୍ୟ ହଜମ ଭଲ କରିବା ସହ ଏସିଡିଟି ହେବାକୁ ଦିଏ ନାହିଁ, ଯାହାକି ବାନ୍ତି କମ୍‌ କରିବାରେ ସାହାଯ୍ୟ କରିଥାଏ। ତେଣୁ ଅଦା ରସରେ ମହୁ, ଅଦା ଚା କିମ୍ବା ଅଦା ଚକୋଲେଟ୍‌ ବା କୁକିଜ୍‌ ଖାଇଲେ ବାନ୍ତି ସମସ୍ୟା ଦୂର ହୋଇପାରିବ।
କମଳାରେ ଥିବା ସାଇଟ୍ରିକ୍‌ ଏସିଡ୍‌ ବାନ୍ତି କମ୍‌ କରିବାରେ ବେଶ୍‌ ଲାଭଦାୟକ। ତେଣୁ ବାନ୍ତି ହେଲେ କମଳା ଖାଆନ୍ତୁ କିମ୍ବା ଏହାର ଜୁସ୍‌ ପିଅନ୍ତୁ।
ତେବେ ଏସବୁ ଉପଚାର ସହିତ ଯଦି ବାନ୍ତି ନ କମେ ତେବେ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri