ଦୁର୍ଘଟଣାରେ ଆହତଙ୍କୁ ଫାଷ୍ଟ-ଏଡ୍‌ ଦେବେ ସ୍ବେଚ୍ଛାସେବୀ

ଭୁବେନଶ୍ବର,୧୪ା୧(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ଏବଂ ଏଥିଜନିତ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଗତବର୍ଷ ଜାନୁଆରୀରୁ ଅକ୍ଟୋବର ମାସ ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ପ୍ରାୟ ୮.୫% ବଢ଼ିଛି। ଅଭ୍ୟାସଗତ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଚିନ୍ତା କରୁଛନ୍ତି। କେବଳ ଯୋଗ୍ୟ ଚାଳକ ଯେପରି ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ପାଇବେ, ତାହାକୁ ଗୁରୁତ୍ୱ ଦିଆଯାଉଛି।
ଦୁର୍ଘଟଣାଜନିତ ମୃତ୍ୟୁ କମାଇବାକୁ ପ୍ରତି ଗାଁରେ ଯୁବପିଢ଼ି/ସ୍ବେଚ୍ଛାସେବୀଙ୍କୁ ତାଲିମ ଦିଆଯିବ। ସଡ଼କ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଏହି ସ୍ବେଚ୍ଛାସେବୀମାନେ ଫାଷ୍ଟ-ଏଡ ଦେବା ସହ ନିକଟସ୍ଥ ଟ୍ରମା କେୟାର ସେଣ୍ଟର (ଟିସିସି)କୁ ସ୍ଥାନାନ୍ତରିତ କରିବେ। ପ୍ରତି ଗାଁରେ ୧୦ରୁ ୧୫ ଜଣଙ୍କୁ ଏଥିପାଇଁ ତାଲିମ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ସଚେତନତା ସୃଷ୍ଟି କ୍ଷେତ୍ରରେ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌୍‌ଏଚ୍‌ଜି) ସଦସ୍ୟାଙ୍କୁ ସାମିଲ କରାଯିବ। ଅପରପକ୍ଷେ ବାରମ୍ବାର ଟ୍ରାଫିକ ନିୟମ ଭଙ୍ଗ କରୁଥିବା ଚାଳକଙ୍କୁ ଅଧିକ ଦଣ୍ଡିତ କରାଯିବ। ସେମାନଙ୍କ ଯାନର ବୀମା ପ୍ରିମିୟମକୁ ବଢ଼ାଇ ଦିଆଯିବ। ଏନେଇ ବୀମା କମ୍ପାନୀଗୁଡ଼ିକ ସହ ସରକାର ଆଲୋଚନା କରିବେ। ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ଦ୍ବିତୀୟ ବୈଠକ ବିବରଣୀରୁ ଏହି ସୂଚନା ମିଳିଛି। ଉକ୍ତ ବୈଠକରେ ଅଧ୍ୟକ୍ଷତା କରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, ଆମ ସମସ୍ତଙ୍କ ପାଇଁ ସଡ଼କ ସୁରକ୍ଷା ହେଉଛି ଚିନ୍ତାର ବିଷୟ। ଓଡ଼ିଶାରେ ଗତ ଦଶନ୍ଧିରେ ପ୍ରାୟ ୪୫ ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦% ହେଉଛନ୍ତି ଯୁବବର୍ଗ। ଗ୍ରାମାଞ୍ଚଳରେ ଅଧିକ ସଡ଼କ ଦୁର୍ଘଟଣା ଘଟୁଥିବାରୁ ସଚେତନତା ସୃଷ୍ଟିରେ ଏସଏଚଜି ଏବଂ ଅନ୍ୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ତୃଣମୂଳସ୍ତରରେ ସାମିଲ କରିବାକୁ ମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।
କମିସନରେଟ ପୋଲିସ ଅଞ୍ଚଳରେ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା ଆରମ୍ଭ ହୋଇଛି। ଭୁବନେଶ୍ବରରେ ଦ୍ରୁତବେଗରେ ଗାଡ଼ି ଚାଳନା ମାମଲା ଅଧିକ ଦେଖାଯାଉଛି। ମାସକ ମଧ୍ୟରେ ସ୍ପିଡ ଲିମିଟ ଧାର୍ଯ୍ୟ କରିବାକୁ ସଡ଼କ କର୍ତ୍ତୃପକ୍ଷଗୁଡ଼ିକୁ କୁହାଯାଇଛି। ଅନ୍ୟପକ୍ଷରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ମେଡିଆନ କଟ ଏବଂ ଟ୍ରାଫିକ ଲାଇଟ ପୋଷ୍ଟକୁ ସଠିକ ଭାବେ ଡିଜାଇନ କରାଯାଇନି। ଯାହାଫଳରେ ଦୁର୍ଘଟଣା ଘଟୁଛି। ଏଭଳି ସ୍ଥାନଗୁଡ଼ିକୁ ମିଳିତ ଭାବେ କମିସନରେଟ ପୋଲିସ ଏବଂ ପରିବହନ ଆୟୁକ୍ତଙ୍କ ଏକ ବୈଷୟିକ ଦଳ ଯାଞ୍ଚ କରିବେ। ସହର ରାସ୍ତା ଡିଜାଇନ କରିବା ସମୟରେ କମିସନରେଟ ପୁଲିସ ସହ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପରାମର୍ଶ କରିବ। ସେହିପରି ରାଜପଥ କଡ଼ ଗ୍ରାମରେ ରହୁଥିବା ଲୋକେ ବେଆଇନ ଭାବେ ହମ୍ପସ ର୍ନିମାଣ କରୁଛନ୍ତି। ଏପରି ନ କରିବାକୁ ସେମାନଙ୍କୁ ବୁଝାଯିବ। ସରକାରଙ୍କ ତରଫରୁ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା ଯୋଗାଇ ଦିଆଯିବ। ଭୁବନେଶ୍ବର ସହରର ବିଭିନ୍ନ କାନ୍ଥରେ ସଡ଼କ ସୁରକ୍ଷା ବାର୍ତ୍ତା ସମ୍ବଳିତ ଚିତ୍ର କରିବାକୁ ବିଏମସି ଏବଂ ସ୍ମାର୍ଟ ସିଟିକୁ ଅନୁରୋଧ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri