ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ, ରୁଷିଆର ୨୦ ହଜାର ସେନାଙ୍କର ହେଲାଣି ମୃତ୍ୟୁ: ଜେଲେନ୍‌ସ୍କି

କ୍ୱିଭ,୧୭ ।୬: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ ହୋଇଛି । ଏହାରି ଭିତରେ ଉଭୟ ଦେଶ ବହୁ କ୍ଷତି ସହିଲାଣି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍‌ସ୍କି କହିଛନ୍ତି ଏହି ଯୁଦ୍ଧରେ ଉଭୟ ଦେଶ ବହୁ ସେନାଙ୍କୁ ହରାଇଲାଣି । ୟୁକ୍ରେନର ୩୦୦୦ ସେନାଙ୍କର ମୃତ୍ୟୁ ହୋଇଥିବା ବେଳେ ରୁଷିଆର ୧୯-୨୦ ହଜାର ସେନାଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି । ୟୁକ୍ରେନ୍ ପ୍ରଥମଥର ପାଇଁ ତା’ର ମୃତ ସେନାଙ୍କର ତଥ୍ୟ ଦେଇଛି । ଇତିମଧ୍ୟରେ ରୁଷିଆ ସେନା କ୍ୱିଭ ଓ ପଶ୍ଚିମ ସହର ଲବିବିରେ ଶନିବାର ପୁଣି ବିସ୍ଫୋରଣ କରିଛନ୍ତି ।
ଜେଲେନସ୍କି ଅନୁମାନ କରିଛନ୍ତି କି ରୁଷିଆ ପରମାଣୁ ଆକ୍ରମଣ କରିପାରେ । ୟୁକ୍ରେନ୍ ରାଷ୍ଟ୍ରପତି ମୃତାହତ ଅବା କ୍ଷୟକ୍ଷତି ସମ୍ପର୍କରେ ତତ୍‌କାଳ କୌଣସି ବିବରଣୀ ଦେଇ ନାହାନ୍ତି । ସୂଚନାଯୋଗ୍ୟ, ଗତ ମାସରେ ରୁଷିଆ କହିଥିଲା କି ଯୁଦ୍ଧରେ ତା’ର ୧,୩୫୧ ସେନାଙ୍କର ମୃତ୍ୟୁ ହୋଇଥିବା ବେଳେ ୩,୮୨୫ ଜଣ ଆହତ ହୋଇଛନ୍ତି । ପଶ୍ଚିମ ଦେଶ ଅନୁମାନ କରୁଛି କି ଏହି ଯୁଦ୍ଧରେ ରୁଷିଆର ହଜାର ହଜାର ସେନାଙ୍କର ମୃତ୍ୟୁ ହୋଇଛି ଓ ଅନେକେ ଆହତ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଚୁକ୍ତିରୁ ଓହରିଲା ଇରାନ, ଏବେ ତୀବ୍ର ହେବ ଲଢ଼େଇ

ଦୁବାଇ,୧୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଦୁଇଦେଶ ମଧ୍ୟରେ ଗୋଟିଏ ମାସ ପୂର୍ବରୁ ସ୍ବାକ୍ଷରିତ ହୋଇଥିବା…

ବରଗଡ଼ରେ ଦିଲ୍ଲୀ ତାତି: ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ କରି ଧର୍ମେନ୍ଦ୍ରଙ୍କ କୁଶ ପୁତ୍ତଳିକା ଦାହ

ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ଏନଇଇଟି ପରୀକ୍ଷାରେ ବିଭ୍ରାଟ ପ୍ରତିବାଦରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନର ତାତି ବରଗଡ଼ରେ ଅନୁଭୂତ ହୋଇଛି । ରବିବାର ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବରଗଡ଼…

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଅପଶବ୍ଦ କହିବା ଅଶ୍ଳୀଳତା ନୁହେଁ

ନୂଆଦିଲ୍ଲୀ,୧୯ା୭: କାହାକୁ ଗାଳିଗୁଲଜ କରିବା ଓ ଅପଶବ୍ଦ ପ୍ରୟୋଗ ଅସଭ୍ୟ ଏବଂ ଆପତ୍ତିଜନକ ହୋଇଥିଲେ ମଧ୍ୟ ଏହା ଅଶ୍ଳୀଳତା ନୁହେଁ । ଏଭଳି ଆଜି ରାୟ ଦେଇଛନ୍ତି…

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା…

୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

ଥୁଆମୂଳ ରାମପୁର,୧୯ା୭(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ…

ଶ୍ରୀକ୍ଷେତ୍ରରୁ ଭଟଲି ଆସିଲା ତିନି ରଥର ଚକ; ପାଛୋଟି ଆଣିଲେ ହଜାର ହଜାର ଭକ୍ତ, ବିଧାୟକ କହିଲେ…

ବରଗଡ଼,୨୦।୭(ପ୍ରେମାନନ୍ଦ ଖମାରୀ): ପୁରୀ ଧାମରୁ ଭଟଲି ଦଧିବାମନ ଧାମକୁ ରବିବାର ତିନି ରଥର ଚକ ପହଞ୍ଚିଛି । ଶ୍ରୀକ୍ଷେତ୍ର ପୁରୀର ଏହି ତିନି ରଥର ଚକକୁ ଭବ୍ୟ…

ଇରାନ ରିଭଲ୍ୟୁଶନାରି ଗାର୍ଡ ଉପରେ ଆମେରିକାର ବଡ଼ ଆକ୍ରମଣ

ଦୁବାଇ,୧୯ା୭: ଜୋର୍ଡାନରେ ଇରାନର ମିଶାଇଲ ଆକ୍ରମଣରେ ୨ ଜଣ ଆମେରିକୀୟ ସୈନ୍ୟ ନିହତ ହେବା ପରେ ଏହାର ଜବାବରେ ଓ୍ବାଶିଂଟନ ରବିବାର ଇରାନ ଅର୍ଦ୍ଧସାମରିକ ବାହିନୀ ରିଭଲ୍ୟୁଶନାରି…

ଭାଜପାରେ ମିଶିବା ଚର୍ଚ୍ଚା ଭିତରେ ବଡ଼ କଥା କହିଦେଲେ ବିକ୍ରମ ଆରୁଖ, ‘ବିଜେଡିରେ..’

ଭୁବନେଶ୍ବର,୧୯ା୭: ବିଜେଡିର ବରିଷ୍ଠ ନେତା ବିକ୍ରମ ଆରୁଖ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ବର୍ତ୍ତମାନ ସେ ମୁହଁ ଖୋଲି ଚର୍ଚ୍ଚାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri