ଆମିରଙ୍କୁ ପରୋକ୍ଷରେ କଟାକ୍ଷ! ବିବେକ କହିଲେ ‘୬୦ ବର୍ଷର ହିରୋ, ୩୦ ବର୍ଷୀୟା ଅଭିନେତ୍ରୀଙ୍କ ସହ…

ବମ୍ବେ: ରିଲିଜ ହେବା ପରଠାରୁ ଚର୍ଚ୍ଚାରେ ରହିଛି ଆମିର ଖାଁ ଏବଂ କରିନା କପୁର ଖାଁ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢ୍ଢା’। ପ୍ରଥମେ ଫିଲ୍ମକୁ ବଏକଟ କରିବା ଲାଗି ସୋସିଆଲ ମିଡିଆରେ ଟ୍ରେଣ୍ଡ ଚାଲିଥିଲା ବେଳେ ଏବେ ଫିଲ୍ମକୁ ମିଶ୍ର ପ୍ରତିକ୍ରିୟା ମିଳୁଛି। ବିଶେଷକରି ଅନେକ ସିନେମାହଲ୍‌ ଖାଲି ପଡ଼ୁଥିବା ଦେଖାଯାଇଛି। ଏସବୁ ମଧ୍ୟରେ ଫିଲ୍ମନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କୁ ମଧ୍ୟ ଫିଲ୍ମ ପସନ୍ଦ ଆସିନାହିଁ। ସେ ଏହାକୁ ନେଇ କରିଥିବା ଟୁଇଟ୍‌ ଏବେ ଭାଇରାଲ ହେଉଛି।

ଆମିରଙ୍କ ନାଁ ନ ନେଇ ବିବେକ ତାଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଆଜିକାଲି ବଲିଉଡ୍‌ ବୁଡ଼ିବାକୁ ବସିଲାଣି, କାରଣ ୬୦ ବର୍ଷର ହିରୋ, ୨୦-୩୦ ବର୍ଷିୟା ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଥିବା ଦେଖାଯାଉଛି। ଏମିତିରେ ଦର୍ଶକଙ୍କୁ କ’ଣ ପାକୃତିକ ଜିନିଷ ଦେଖାଯାଉଛି। ଏବେ ତ ଭିଏଫ୍‌ଏକ୍ସ ସହାୟତାରେ ଫିଲ୍ମରେ ବହୁତ କିଛି ପରିବର୍ତ୍ତନ କରାଯାଉଛି, ଯାହାକି ସମସ୍ତେ ଜାଣନ୍ତି ବୋଲି ସେ କହିଛନ୍ତି।

ଏହି ଟୁଇଟ୍‌ ଏବେ ଚର୍ଚ୍ଚାରେ ରହିଥିବା ବେଳେ କିଛି ଲୋକଙ୍କୁ ତାହା ପସନ୍ଦ ଆସିନାହିଁ। ବିଗତ ଦିନରେ ସେ ଆମିରଙ୍କ ଫିଲ୍ମ ‘ପିକେ’କୁ ସମର୍ଥନ କରିଥିବା ଅନେକ ମନେ ପକାଇ ଦେଇଛନ୍ତି। ସେହିଭଳି ଅନ୍ୟ ଜଣେ ସେ ବଲିଉଡ୍‌ରେ କେବଳ ନୁହେଁ, ଦକ୍ଷିଣ ଭାରତୀୟ ସିନେମାରେ ରଜନୀକାନ୍ତ ମଧ୍ୟ ୨୦ ବର୍ଷ ହେଲାଣି ସେଭଳି କରୁଥିବା ମତ ରଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଭାଇରାଲ, ହଠାତ ଚମକିଲେ ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କୁ ମିସ୍‌ କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶନିବାର…

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଅମିତାଭଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଲେ ରାଜକୁମାର: କହୁ କହୁ କହିଦେଲେ…

ମୁମ୍ବାଇ:ଲୋକପ୍ରିୟ କୁଇଜ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ସିଜନ ୧୮ର ମଞ୍ଚ କେବଳ ଜ୍ଞାନ ଓ ପୁରସ୍କାରରେ ସୀମିତ ନୁହେଁ। ଅନେକ ସମୟରେ ଏଠାରେ ଅତିଥିଙ୍କ…

ଗୋବିନ୍ଦାଙ୍କୁ ଫେରାଇ ଆଣିବାକୁ କୋମଲ ରାଣୀଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ସୁନିତା! ହାତଯୋଡି କଲେ ନିବେଦନ, ଭିଡ଼ିଓ ଦେଖିଲେ…

ମୁମ୍ବାଇ,୨୬।୯: ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଛି। ଖବର ଅନୁଯାୟୀ, ସୁନିତା ଅଭିଯୋଗ କରିଛନ୍ତି ଯେ ଗୋବିନ୍ଦାଙ୍କର କୋମଲ ରାଣୀ…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

‘ପାକିସ୍ତାନ ଜିନ୍ଦାବାଦ’ ଜପ କଲେ ଆୟୁଷ୍ମାନ ଖୁରାନା; ଟ୍ରୋଲ ହେବା ପରେ କହିଲେ…

ମୁମ୍ବାଇ: ଆୟୁଷ୍ମାନ ଖୁରାନା ବଲିଉଡର ସେହି ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ହାସ୍ୟରସ ଓ ଆକ୍ସନଠାରୁ ଆରମ୍ଭ କରି ସାମାଜିକ ବାର୍ତ୍ତାବହ ଚଳଚ୍ଚିତ୍ର ପର୍ଯ୍ୟନ୍ତ ବିଭିନ୍ନ ଶୈଳୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?