‘ଦ କଶ୍ମୀର ଫାଇଲ୍ସ ଅନରିପୋର୍ଟେଡ’ ନିର୍ମାଣ କରିବେ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: କଶ୍ମୀର ପଣ୍ଡିତଙ୍କ ଦୁଃଖକୁ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇଥିବା ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’ ପୁଣି ବିବାଦ ମଧ୍ୟକୁ ଚାଲି ଆସିଛି । ଆଉ ଏହି ବିବାଦ ମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଆଉ ଏକ ବଡ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଫିଲ୍ମ ନିର୍ଦ୍ଦେଶକ ବିବେକ ଏକ ସାକ୍ଷାତକାରରେ କହିଛନ୍ତି ‘ଦ କଶ୍ମୀର ଫାଇଲ୍ସ’ର ପରବର୍ତ୍ତି ଭାଗ ‘ ଦ କଶ୍ମୀର ଫାଇଲ୍ସ-ଅନରିପୋର୍ଟେଡ’ ବି ସେ ନିର୍ମାଣ କରିବେ । ସୂଚନାଯୋଗ୍ୟ, ଗୋଆରେ ଅର୍ଗାନାଇଜ ଆଇଏଫଏଫଆଇ ୨୦୨୨ର ଇଭେଣ୍ଟରେ ଜୁରୀରେ ସାମିଲ ହୋଇଥିବା ଇସ୍ରାଏଲର ଫିଲ୍ମ ମେକର ନାଦବ ଲାପିଡ ‘ ଦ କଶ୍ମୀର ଫାଇଲ୍ସ’କୁ ଭଲଗାର ଓ ପ୍ରୋପାଗଣ୍ଡା ଫିଲ୍ମ୍ମ ବୋଲି କହି ବିବାଦ ଉଠାଇଥିଲେ । ଏହାପରେ ପୁଣିଥରେ ଏହି ମୁଭିକୁ ନେଇ ଦୁଇ ଦଳ ସାମ୍ନାକୁ ଆସିଛନ୍ତି ।
ଦଳେ ଇସ୍ରାଏଲ ଫିଲ୍ମ ନିର୍ମାତାଙ୍କୁ ସପୋର୍ଟ କରୁଥିବା ବେଳେ ଏପଟେ ସେଲିବ୍ରିଟିମାନେ ଏହାକୁ ନେଇ ନିଜ ନିଜର ମତ ରଖୁଛନ୍ତି । ଏମିତିକି ଫିଲ୍ମର ବରିଷ୍ଠ କଳାକାର ଅନୁପମ ଖେର କହିଥିଲେ, ହେ ଭଗବାନ ଏମାଙ୍କୁ ସଦବୁଦ୍ଧି ଦିଅ । ଆଉ ଏହାରି ଭିତରେ ପୁଣିଥରେ ‘ ଦ କଶ୍ମୀର ଫାଇଲ୍ସ-ଅନରିପୋର୍ଟେଡ’ ନିର୍ମାଣ କରିବାକୁ କହି ବିବେକ ନିଜ ଆଡକୁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଯଦିଓ ସେ ଏହି ଫିଲ୍ମକୁ ନେଇ ଅଧିକ କିଛି କଥା ଶେୟାର କି ନାହାନ୍ତି ତଥାପି ଏହା ପୁଣି ଚର୍ଚ୍ଚାକୁ ଆସିଯାଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?