ଆୟୁଷ ସରିଆସୁଥିବା ବିଶ୍ୱର ଅତିଥ

ସାରଦା ପ୍ରସାଦ କର

ଭାଗବତର କଥା- ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ। ନଶ୍ୱର ମାନବ, ଏହାକୁ ଘେରି ରହିଥିବା ଜୈବ ବଳୟ। ମନୁଙ୍କଠାରୁ ଉପତ୍ନ୍ନ ମଣିଷର ପୁଣି ମନ୍ବନ୍ତରରେ ବିନାଶ ଅଛି। ଖଣ୍ଡ ପ୍ରଳୟ, ପ୍ରଳୟ କି ମହାପ୍ରଳୟର କଥା ପୁରାଣ ଦର୍ଶନର ଗବାକ୍ଷ ଡେଇଁ ଆମକୁ ଯେଉଁ ସନ୍ଦେଶ ଦିଏ ତାହା ଭୟ, ବିପଦ ଓ ଏକ ନକାରାମତ୍କ ଚିତ୍ରର କଥା। ଈଶ୍ୱର ଯିଏ ଏକ ଅଦୃଶ, ଅପରାଜେୟ ଓ ଅପରାହତ ଶକ୍ତି ତାହା କେବଳ ଅବିନଶ୍ୱର ଆଉ ସମସ୍ତେ ମରଣଶୀଳ। ତରୁ-ଲତା, ଗୁଳ୍ମ, ପାହାଡ଼, ସମୁଦ୍ର, ଜୀବଜନ୍ତୁ, ଜୈବ ମଣ୍ଡଳ ଆଦି ସମସ୍ତେ ଧ୍ୱଂସଶୀଳ ଆଉ ପ୍ରଳୟ କାଳରେ ସତ୍ତାହୀନ ହେବାର ନିଶ୍ଚିତ ବୋଲି କାଳଦ୍ରଷ୍ଟା ଶତାୟୁ ସନ୍ଥମାନେ ପ୍ରାଚୀନ କାଳରୁ ଦାବି ଉଲ୍ଲେଖ୍ୟ କରିଯାଇଛନ୍ତି। ତା’ର ଝଲକ ସହସ୍ରାବ୍ଦର କାଳାନଳ ଜୟ କରିଥିବା ମଣିଷ ପାଇସାରିଲାଣି।
ସୌରଶିଖା ଉଦ୍ଦୀପ୍ତମାନ ହେବାରେ ବିଜ୍ଞାନୀ ମଣିଷ ସୂର୍ଯ୍ୟଙ୍କ ଆୟୁଷର ଯେତେବେଳେ ଅବଗଣନା ଆରମ୍ଭ କରିଦେଇଛି ସେତେବେଳେ ଧରିନେବାକୁ ହେବ ଯେ, ଆୟୁଷ ସରିଆସୁଥିବା ବିଶ୍ୱର ଆମେ ବା ଆମର ପରବର୍ତ୍ତୀ କେଇଟା ପିଢ଼ି ଏ ବିଶ୍ୱର ଅଢ଼େଇ ଦିନିଆ ଅତିଥି। ସୌରାଲୋକ ଧରଣୀକୁ ତେଲ କଡ଼େଇରେ ଭାଜିଲାବେଳେ ଅଧିକ କ୍ଷମତାସମ୍ପନ୍ନ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ଆବଶ୍ୟକତା ଅନୁଭବ ହେଉଛି। ଆଉ ଯେତେବେଳେ ସୂର୍ଯ୍ୟ ନିର୍ବାପିତ ହେବା ଆରମ୍ଭ ହେବେ, ହୁଏତ ବିଜ୍ଞାନୀ ମଣିଷର ଅକଲ ଗୁଡ଼ୁମ ହୋଇଯିବ! ତାପମାତ୍ରା ଅଧିକ ବା କମ୍‌ ସହିବା ପାଇଁ ମଣିଷ ଶରୀରର ଗୋଟିଏ ସୀମାରେଖା ଅଛି। ବୁଦ୍ଧିଆ ମଣିଷ, ୬-୯ କରି ୫୦ବର୍ଷ ଆଗକୁ ବିଶ୍ୱର ଆୟୁଷ ଖେଳିପାରେ ହେଲେ ଜୈବମଣ୍ଡଳର ଧ୍ୱଂସ ସହ ବୃକ୍ଷଲତା, ଜୀବଜନ୍ତୁଙ୍କ ଅନୁପସ୍ଥାନରେ ମଣିଷ ପ୍ରକୃତିର କ୍ରୀଡ଼ାନକ ହୋଇ ହାଃ ହାଃ କାର ଭିତରକୁ ଚାଲିଯିବ।
ବିଜ୍ଞାନ ସିଦ୍ଧାନ୍ତରେ ୪୬୦ କୋଟି ବର୍ଷ ତଳେ ପୃଥିବୀର ସୃଷ୍ଟି। ବିଜ୍ଞାନୀ ମଣିଷ ଏଭଳି ଏକ ଜୀବସତ୍ତା ସମ୍ପନ୍ନ ନୀଳ ଗ୍ରହର ସନ୍ଧାନ ପାଇନି ଏଯାବତ୍‌। ଯାହା ଥିବାର କହୁଛି ତାହା କେବଳ ଅନୁମାନରେ ସୀମିତ। ତେବେ ପ୍ରକୃତିର ଉପହାର ସ୍ବରୂପ ମଣିଷକୁ ଦିଆଯାଇଛି ୬ ଗୋଟି ଋତୁ । ବର୍ଷା ଅନିୟମିତ, ଶୀତ ପ୍ରାୟ ଅତିଥିର ଭୂମିକାରେ। କାଉ, ଭଦଭଦଳିଆ, ଚିଲ, ଶାଗୁଣା ଆଦି ଜୀବମାନେ ମଧ୍ୟ ଅତିଥି ଭୂମିକାରେ। ସରକାରଙ୍କର ବିସ୍ମୃତ ତାଲିକା ଭିତରେ ଆମ ସମାଜର ଦୈନିକ ଦେଖିଥିବା ଜୀବଜନ୍ତୁ ସବୁ ଉଭାନ ହେବାରେ ଲାଗିଛନ୍ତି। ବିଜ୍ଞାନ କହେ ଜଳବାୟୁ ଏହାର ବିଶିଷ୍ଟ କାରଣ।
ମଣିଷର କର୍ମଫଳର ଚରମ ନିଦର୍ଶନରେ ଧରିତ୍ରୀ ଅନନିଃଶ୍ୱାସୀ। ପାପ ଫଳର କଥା ବିଜ୍ଞାନୀଗଣ ସିଧାସଳଖ କହିବାକୁ ପ୍ରସ୍ତୁତ ନ ଥିବାବେଳେ ତାପଜନିତ ଫଳ କଥା ଗ୍ରହଣ କରିସାରିଲେଣି। ଅଙ୍ଗାରକାମ୍ଳର ଅତ୍ୟଧିକ ନିଃସହରଣ ଫଳରେ ଆମ ପରିବେଶର ସବା ଉପରସ୍ତରରେ ଥିବା ଓଜୋନ ଗ୍ୟାସ ସ୍ତରରେ ଫାଟ ସୃଷ୍ଟି ହୋଇ ସୂର୍ଯ୍ୟଙ୍କଠାରୁ ସିଧା ସଳଖ ଅତି ବାଇଗଣୀ ରଶ୍ମି ପୃଥିବୀରେ ମାଡ଼ ହେବ। ମଣିଷର ହେତୁ ବାହାରେ କର୍କଟ ଭଳି ମାରାମତ୍କ ବ୍ୟାଧି ସଂଗ୍ରହ ହେବ। ବାୟୁ ମଣ୍ଡଳକୁ ଅଧିକ ଉତ୍ତେଜିତ କଲେ ପରିବେଶ ଅସ୍ବାଭାବିକ ହେବା ସହ ଆଣ୍ଟାର୍କଟିକାର ହିମ ଖଣ୍ଡ ତରଳି ପୃଥିବୀ ଜଳାର୍ଣ୍ଣବ ହେବ, ବିଶ୍ୱର ଆୟୁଷ ସରିଯିବ। ଆମେ ହେବା ସେହି ଆୟୁଷ ସରିଆସୁଥିବା ବିଶ୍ୱର ଅତିଥି।
ପୃଥିବୀର ପ୍ରଥମ ୫୦ କିଲୋମିଟର ମଧ୍ୟରେ ଆମ ବ୍ୟବହୃତ ମାତ୍ର ୨୦ ପ୍ରତିଶତ ଅମ୍ଳଜାନ ଅଛି। କିନ୍ତୁ ଆମେ ଯଦି ପରିବେଶକୁ ଅଧିକ ଗରମ ରଖିବା ତେବେ ଅମ୍ଳଜାନ ଆହୁରି ହାଲୁକା ହୋଇ ଊର୍ଦ୍ଧ୍ୱମୁଖୀ ହେବ। ଆମେ ଗଛ କାଟୁଛେ, ଗାଡ଼ି ମୋଟର, କାରଖାନାଜନିତ ପ୍ରଦୂଷଣ ବଢ଼ଉଛେ, ଆଣବିକ ବିକିରଣ କି ରକେଟ୍‌ ପରୀକ୍ଷା ବନ୍ଦ କରିପାରିବାନି ବୋଲି କହୁଛେ। ତେବେ ଗଛ କାଟିବା, ସହରକୁ କଂକ୍ରିଟ କରି ମାଟିର ବିକିରଣଜନିତ ଶୋଷଣ କ୍ଷମତାକୁ ନୂ୍ୟନ କରିବା ଅର୍ଥ ବିଶ୍ୱର ଆୟୁ ହାନି କରିବା। ଭୂ-ବିଜ୍ଞାନ ପ୍ରକୃତି ଗବେଷକ ଜର୍ଜିଆ ଟେକ୍‌ ଏବଂ ଟୋହୋ ବିଶ୍ୱବିଦ୍ୟାଳୟ ପୃଥିବୀର ଆୟୁଷ ସର୍ବାଧିକ ଗୋଟେ ବିଲିୟନ ବର୍ଷ କଳନା କରିଛନ୍ତି। ଅନ୍ୟ ଗ୍ରହାଣୁର ଧକ୍କା, ଭୂକମ୍ପ କିମ୍ବା ମାଧ୍ୟାକର୍ଷଣ ବଳ ହ୍ରାସରୁ କକ୍ଷଚ୍ୟୁତ ହେବାଭଳି ଧ୍ୱଂସ ଲୀଳା ଆଉ କଳ୍ପନା ବାହାରେ ନାହିଁ। ଅସଲ କଥା ହେଲା ବୃକ୍ଷ ଲତା ନଷ୍ଟ ଯୋଗୁ ଅମ୍ଳଜାନର ସଙ୍କଟ ଓ ତତ୍‌ଜନିତ ଜୀବସତ୍ତା ଧ୍ୱଂସର ସହସା ନିରାକରଣ କାହା ପାଖରେ ନାହିଁ।
ତର୍କଶାସ୍ତ୍ରରେ କୁହାଯାଇଛି ସତ୍ୟଯୁଗ ୧୭ ଲକ୍ଷ ୨୮ ହଜାର ସୌର ବର୍ଷ ବା ୪୮ଶହ ଦେବ ବର୍ଷ । ସେହିଭଳି ତ୍ରେତୟା ୧୨ଲକ୍ଷ ୯୬ ହଜାର ବର୍ଷ ବା ୩୬ଶହ ବର୍ଷ, ଦ୍ୱାପର ୮ଲକ୍ଷ ୬୪ ହଜାର ବର୍ଷ ବା ୨୪ ଶହ ବର୍ଷ ଆଉ କଳିଯୁଗ ୪ଲକ୍ଷ ୩୨ ହଜାର ବର୍ଷ ବା ୧୨ଶହ ବର୍ଷ। ଆଉ କେତେକେ ଆକଳନ କଲେଣି ୨୦୨୫ରେ ଗ୍ରହାଣୁ ଧକ୍କାରେ ସଭ୍ୟତା ନଷ୍ଟ ହେବ। ତେବେ କଳିଯୁଗର ଅନ୍ତୁଡ଼ି କି ଅନ୍ତ୍ୟେଷ୍ଟ୍ରି ଛୁଇଁବା ତାରିଖ ତର୍କଶାସ୍ତ୍ରୀ ଘୋଷଣା କରିପାରିନାହାନ୍ତି। ଅଷ୍ଟମ ଶତାବ୍ଦୀରେ କେରଳ ଜନ୍ମିତ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଚାରିଧାମର ପ୍ରତିଷ୍ଠା ଅବସରରେ ଅଦୈତବାଦର ପ୍ରଚାର କରିଛନ୍ତି। ସ୍ରଷ୍ଟା (ଭଗବାନ) ଓ ସୃଷ୍ଟି (ଯାହା ତାଙ୍କର ଆମତ୍ା) ଦୁହିଁଙ୍କୁ ଅଲଗା ଦେଖାଯାଇ ନ ପାରେ। ଆଇନ ଷ୍ଟାଇନ୍‌ କହିଥିଲେ, ମୁଁ ଭଗବାନଙ୍କୁ ଜାଣେନାହିଁ, କିନ୍ତୁ ସୃଷ୍ଟିର ଗଭୀର ଅଧ୍ୟୟନ କରିବା ପରେ ମୋର ବିଶ୍ୱାସ ଯେ ଏଭଳି ଅକଳ୍ପନୀୟ ସୃଷ୍ଟି କୌଣସି ସାଧାରଣ ମଣିଷର କାମ ନୁହେଁ। ଏଥିରୁ ସିଦ୍ଧାନ୍ତ ହୁଏ ଯେ କୌଣସି ଗୋଟେ କର୍ମ ଶକ୍ତି (ସୁପର ଫୋର୍ସ) ଏ ବ୍ରହ୍ମାଣ୍ଡ ସୃଷ୍ଟିର କାରଣ। ଆମତ୍ା-ପରମାମତ୍ାଙ୍କୁ ଭିନ୍ନଚିନ୍ତା କରିହେବ ନାହିଁ। ଅର୍ଜୁନଙ୍କୁ କୃଷ୍ଣ କହୁଛନ୍ତି ଶ୍ରୀମଦ୍ଭଗବଦ୍‌ ଗୀତାରେ – ‘ମୟାଧକ୍ଷେଣ ପ୍ରକୃତି ସୂୟତେ ସଚରାଚରମ୍‌।’ ଅର୍ଥାତ୍‌ ମୋର ଅଧ୍ୟକ୍ଷତାରେ ପ୍ରକୃତି, ଚରାଚର ସମଗ୍ର ଜଗତକୁ ସର୍ଜନା କରେ।
ମହାଅନ୍ଧକାରରେ ଘୂରିବୁଲୁଥିବା ବିରାଟ ବିରାଟ ଗ୍ରହାଣୁ କେତେ ପୃଥିବୀରେ ଧକ୍କା ଖାଇଲେ ଜୀବସତ୍ତାର ଅନ୍ତଃ ସୁନିଶ୍ଚିତ। ତେବେ ଏସବୁ ନିଶ୍ଚିହ୍ନ ହେବା ପଛରେ ଆଉ ଅଦୃଶ୍ୟ ନିୟନ୍ତାଙ୍କ ଖେଳ ଭିତରେ ଆମେ ନିଆଁରେ ଘିଅ ଢାଳି ବିଶ୍ୱର ଆୟୁଷ କ୍ଷୁଣ୍ଣ ପାଇଁ ନିଜକୁ ଦାୟୀ କରିବା ଠିକ୍‌ ହେବ ନାହିଁ। ପରିବେଶ ସୁରକ୍ଷା ଆମ ହାତରେ, ସମୁଦ୍ରରେ କୁଢ଼ କୁଢ଼ ପ୍ଲାଷ୍ଟିକ୍‌, ବିଷାକ୍ତ ତୈଳର ମିଶ୍ରଣ, ପୃଥିବୀ ଚଟାଣରେ ସବୁଜିମା ନଷ୍ଟ କରିବା ବଦ ଅଭ୍ୟାସରୁ ବିରତ ରହିଲେ ଯଥା ସମ୍ଭବ ଆମ ପାଇଁ ଭଲ।
୧୨୬୧, ଜମେଶ୍ୱର ପାଟଣା, ପୁରୁଣା ଭୁବନେଶ୍ୱର
ମୋ-୮୨୪୯୮୨୭୧୪୮


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri