Posted inଫୁରସତ

ନୂଆବର୍ଷରେ ଭ୍ରମଣ

ନୂଆବର୍ଷ ଆସିଲେ ପାର୍ଟି, ଫଙ୍କ୍‌ଶନ, ପିକ୍‌ନିକ୍‌ ଇତ୍ୟାଦିର ପ୍ଲାନିଂ କରିବା ସାଧାରଣ କଥା। ଯଦି ଆପଣ ମଧ୍ୟ ସେମିତି କିଛି ଯୋଜନା କରୁଥାନ୍ତି, ତା’ହେଲେ ଏଠାରେ ଦିଆଯାଇଥିବା କିଛି ଖାସ୍‌ ଡେଷ୍ଟିନେଶନ ମଧ୍ୟରୁ କାହାକୁ ବି ଚୟନ କରିପାରିବେ। କାରଣ ଏହିସବୁ ସ୍ଥାନଗୁଡ଼ିକରେ ବେଶ୍‌ ଆକର୍ଷଣୀୟ ଢଙ୍ଗରେ ନୂତନ ବର୍ଷକୁ ସ୍ବାଗତ କରାଯାଇଥାଏ; ଯେଉଁଠାକୁ ଗଲେ ନିଆରା ଅନୁଭୂତି ମିଳିବା ସହ ସ୍ଥାନୀୟ କିଛି ପର୍ଯ୍ୟଟନସ୍ଥଳୀ ଦେଖିବାର ସୁଯୋଗ ମିଳିଥାଏ…

କରୋନା ମହାମାରୀକୁ ନେଇ ଲୋକଙ୍କ ମନରୁ ଭୟ ସମ୍ପୂର୍ଣ୍ଣ ଦୂର ହୋଇ ନ ଥିଲେ ବି ଆଗକୁ ଆସୁଥିବା ନୂଆବର୍ଷରେ କୁଆଡ଼େ ଟିକେ ବୁଲି ଆସିବାକୁ ହୁଏତ ଆମ ଭିତରୁ ଅନେକେ ପ୍ଲାନିଂ କରିବେଣି। ଯଦି ଆପଣଙ୍କର ବି ଏମିତି କିଛି ପ୍ଲାନିଂ ରହିଛି, ତା’ହେଲେ ଏଠାରେ ଉଲ୍ଲେଖ କରାଯାଇଥିବା ଯେ କୌଣସି ଡେଷ୍ଟିନେଶନକୁ ଚୟନ କରିପାରିବେ। ତା’ସହିତ ବୁଲିଗଲାବେଳେ ସାଙ୍ଗରେ କରୋନାର ଦ୍ୱିତୀୟ ଡୋଜ୍‌ ଭାକ୍‌ସିନ୍‌ର୍‌ ସାର୍ଟିଫିକେଟ୍‌, ମାସ୍କ ଓ ସାନିଟାଇଜର୍‌ ନିଶ୍ଚୟ ନେଇକି ଯିବେ। ଏଥିସହିତ ସାମାଜିକ ଦୂରତା ରକ୍ଷା କରି ନିଜ ହୁସିଆରରେ ବୁଲିଗଲେ ନୂଆବର୍ଷର ଛୁଟିକୁ ବେଶ୍‌ ଭଲରେ ଉପଭୋଗ କରିପାରିବେ। ତା’ହେଲେ ଆସନ୍ତୁ ଜାଣିବା କେତୋଟି ଖାସ୍‌ ନ୍ୟୁ ଇୟର୍‌ ଡେଷ୍ଟିନେଶନ ସମ୍ପର୍କରେ…

*ଗୋଆ: ଏହା ଏମିତି ଏକ ସ୍ଥାନ ଯେଉଁଠାରେ ଖ୍ରୀଷ୍ଟମାସ ହେଉ ଅବା ନୂଆବର୍ଷକୁ ବେଶ୍‌ ଆନନ୍ଦର ସହକାରେ ପାଳନ କରାଯାଇଥାଏ। ଚାରିଆଡ଼େ ରଙ୍ଗିନ ଆଲୋକମାଳାର ସାଜସଜ୍ଜା ସାଙ୍ଗକୁ ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ର ଆୟୋଜନ ଏଠାକାର ପରିବେଶକୁ କରିଦେଇଥାଏ ବେଶ୍‌ ରଙ୍ଗିନ୍‌। ତା’ସହିତ ଗୋଆ ବିଚ୍‌ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଝଲକ ବି ଦେଖିବାକୁ ମିଳିଥାଏ; ଯାହା ନିଆରା ଅନୁଭୂତି ଦେଇଥାଏ ପର୍ଯ୍ୟଟକଙ୍କୁ।

*ଉଦୟପୁର: ରାଜସ୍ଥାନର ଉଦୟପୁର ବି ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ, ଯେଉଁଠାରେ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଜୋର୍‌ସୋର୍‌ରେ ପ୍ରସ୍ତୁତି କରାଯାଇଥାଏ। ଏଠାରେ ପର୍ଯ୍ୟଟକଙ୍କ ନିମନ୍ତେ ଖୁବ୍‌ ଶସ୍ତାରୁ ଆରମ୍ଭ କରି ନାମୀଦାମୀ ହୋଟେଲ୍‌ର ବ୍ୟବସ୍ଥା ରହିଛି। ତା’ଛଡ଼ା ଏହି ସବୁ ହୋଟେଲଗୁଡ଼ିକରେ ନୂଆବର୍ଷ ସେଲିବ୍ରେଶନ୍‌ ପାଇଁ ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ବି ହୋଇଥାଏ। ରାତିରେ ଆତସବାଜି ସହ ସଙ୍ଗୀତର ତାଳେ ତାଳେ ଝୁମିଝୁମି ଲୋକେ ଏଠି ନୂତନ ବର୍ଷକୁ ସ୍ବାଗତ କରିଥାନ୍ତି। କିନ୍ତୁ କରୋନା ମହାମାରୀ ପାଇଁ ଏଥର ସେତେ ଧୁମ୍‌ଧାମ୍‌ରେ ହୁଏତ ନୂଆବର୍ଷ ପାଳନ ନ ହୋଇପାରେ କିନ୍ତୁ ଏଠାରେ ଥିବା ଅନେକ ଐତିହାସିକ ପର୍ଯ୍ୟଟନସ୍ଥଳୀକୁ ବୁଲି ଦେଖିବାରେ ବି ନିଆରା ଆନନ୍ଦ ପାଇପାରିବେ ପର୍ଯ୍ୟଟକ।

*ଜୈସଲମେର୍‌: କେବଳ ଉଦୟପୁର ନୁହେଁ ରାଜସ୍ଥାନର ଜୈସଲ୍‌ମେର୍‌ ବି ନୂଆବର୍ଷରେ ଛୁଟି କଟାଇବା ପାଇଁ ଖୁବ୍‌ ସୁନ୍ଦର ସ୍ଥାନ। ‘ଦି ଗୋଲ୍ଡେନ୍‌ ସିଟି’ ଭାବେ ପରିଚିତ ଏହି ସହରର ମୁଖ୍ୟ ଆକର୍ଷଣ ହେଉଛି ଜୈସଲମେର୍‌ ଦୁର୍ଗ। ତା’ଛଡା ଏଠାରେ ଓଟ ପିଠିରେ ବସି ବୁଲିବା, ପର୍ଯ୍ୟଟକଙ୍କ ପାଇଁ ବାଲି ଉପରେ ସ୍ବତନ୍ତ୍ର ଭାବେ ତିଆରି ହୋଇଥିବା କ୍ୟାମ୍ପରେ ରହିବା ସାଙ୍ଗକୁ ରାଜସ୍ଥାନୀ ଖାଦ୍ୟର ସ୍ବାଦ ନେବା ହିଁ କିଛିଟା ଅଲଗା ଅନୁଭୂତି ଦେଇଥାଏ ଆଗନ୍ତୁକଙ୍କୁ।

*ଜୟପୁର: ‘ଦି ପିଙ୍କ୍‌ ସିଟି’ ଭାବେ ପରିଚିତ ରାଜସ୍ଥାନର ଜୟପୁରରେ ବି ନୂଆବର୍ଷ ଅବସରରେ ରଙ୍ଗିନ ଆଲୋକମାଳାର ସାଜସଜ୍ଜା ସାଙ୍ଗକୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ଦେଖିବାକୁ ମିଳିଥାଏ। ଖାସ୍‌କରି ଏଠାକାର ହାଓ୍ବା ମହଲ, ଜଲ୍‌ ମହଲ୍‌, ସିଟି ପ୍ୟାଲେସ୍‌, ଆମେର୍‌ ଦୁର୍ଗ, ଜନ୍ତରମନ୍ତର ଇତ୍ୟାଦି ପର୍ଯ୍ୟଟନସ୍ଥଳଗୁଡ଼ିକୁ ନୂଆବର୍ଷ ପାଇଁ ଖୁବ୍‌ ସୁନ୍ଦର ଭାବେ ସଜା ଯାଇଥାଏ; ଯାହାକୁ ଦେଖିବା ପାଇଁ ନୂଆବର୍ଷରେ ଏଠାରେ ଆଗନ୍ତୁକଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ।

*କସୌଲୀ: ହିମାଚଳପ୍ରଦେଶର କସୌଲୀରେ ବି ନୂଆବର୍ଷ ପାଳନ କରିବାକୁ ଯାଇପାରିବେ। ଏଠାରେ ନବବର୍ଷ ପାର୍ଟିର ଆନନ୍ଦ ନେବାସହ ପର୍ଯ୍ୟଟକ ଚାହିଁଲେ ସ୍ଥାନୀୟ କେତେକ ପର୍ଯ୍ୟଟନସ୍ଥଳୀ ବି ବୁଲି ଦେଖିପାରିବେ। କେବଳ କସୌଲୀ କାହିଁକି ତୁଷାରପାତର ଶୀତଳ ପରଶର ମଜା ନେବା ପାଇଁ ପର୍ଯ୍ୟଟକ ଚାହିଁଲେ ହିମାଚଳପ୍ରଦେଶର ମନାଲି ଆଡ଼େ ବି ବୁଲି ଯାଇପାରିବେ। ଏଠାରେ ତୁଷାରପାତ ହେଉଥିବାରୁ ସ୍କିଂ କରିବା ସହ ସ୍ନୋମ୍ୟାନ୍‌ ଓ ବରଫ ସହ ଖେଳିବାର ମଜା ବେଶ୍‌ ନିଆରା ଅନୁଭୂତି ଦେଇଥାଏ ପର୍ଯ୍ୟଟକଙ୍କୁ।

ତେବେ ଏହି ସବୁ ସ୍ଥାନ ବ୍ୟତୀତ ପର୍ଯ୍ୟଟକ ଚାହିଁଲେ କେରଳ, ଆଣ୍ଡାମାନ ଓ ନିକୋବର ଦ୍ୱୀପ, ବେଙ୍ଗାଲୁରୁ, ଲାକ୍ଷାଦ୍ୱୀପ ଇତ୍ୟାଦି ସ୍ଥାନକୁ ମଧ୍ୟ ବୁଲିବାକୁ ଯାଇ ନିଆରା ଅନୁଭୂତି ନେବା ସହ ନୂଆବର୍ଷକୁ ବେଶ୍‌ ଆନନ୍ଦଉଲ୍ଲାସ ସହକାରେ ପାଳନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?