Posted inଫୁରସତ

ନୂଆବର୍ଷରେ ଭ୍ରମଣ

ନୂଆବର୍ଷ ଆସିଲେ ପାର୍ଟି, ଫଙ୍କ୍‌ଶନ, ପିକ୍‌ନିକ୍‌ ଇତ୍ୟାଦିର ପ୍ଲାନିଂ କରିବା ସାଧାରଣ କଥା। ଯଦି ଆପଣ ମଧ୍ୟ ସେମିତି କିଛି ଯୋଜନା କରୁଥାନ୍ତି, ତା’ହେଲେ ଏଠାରେ ଦିଆଯାଇଥିବା କିଛି ଖାସ୍‌ ଡେଷ୍ଟିନେଶନ ମଧ୍ୟରୁ କାହାକୁ ବି ଚୟନ କରିପାରିବେ। କାରଣ ଏହିସବୁ ସ୍ଥାନଗୁଡ଼ିକରେ ବେଶ୍‌ ଆକର୍ଷଣୀୟ ଢଙ୍ଗରେ ନୂତନ ବର୍ଷକୁ ସ୍ବାଗତ କରାଯାଇଥାଏ; ଯେଉଁଠାକୁ ଗଲେ ନିଆରା ଅନୁଭୂତି ମିଳିବା ସହ ସ୍ଥାନୀୟ କିଛି ପର୍ଯ୍ୟଟନସ୍ଥଳୀ ଦେଖିବାର ସୁଯୋଗ ମିଳିଥାଏ…

କରୋନା ମହାମାରୀକୁ ନେଇ ଲୋକଙ୍କ ମନରୁ ଭୟ ସମ୍ପୂର୍ଣ୍ଣ ଦୂର ହୋଇ ନ ଥିଲେ ବି ଆଗକୁ ଆସୁଥିବା ନୂଆବର୍ଷରେ କୁଆଡ଼େ ଟିକେ ବୁଲି ଆସିବାକୁ ହୁଏତ ଆମ ଭିତରୁ ଅନେକେ ପ୍ଲାନିଂ କରିବେଣି। ଯଦି ଆପଣଙ୍କର ବି ଏମିତି କିଛି ପ୍ଲାନିଂ ରହିଛି, ତା’ହେଲେ ଏଠାରେ ଉଲ୍ଲେଖ କରାଯାଇଥିବା ଯେ କୌଣସି ଡେଷ୍ଟିନେଶନକୁ ଚୟନ କରିପାରିବେ। ତା’ସହିତ ବୁଲିଗଲାବେଳେ ସାଙ୍ଗରେ କରୋନାର ଦ୍ୱିତୀୟ ଡୋଜ୍‌ ଭାକ୍‌ସିନ୍‌ର୍‌ ସାର୍ଟିଫିକେଟ୍‌, ମାସ୍କ ଓ ସାନିଟାଇଜର୍‌ ନିଶ୍ଚୟ ନେଇକି ଯିବେ। ଏଥିସହିତ ସାମାଜିକ ଦୂରତା ରକ୍ଷା କରି ନିଜ ହୁସିଆରରେ ବୁଲିଗଲେ ନୂଆବର୍ଷର ଛୁଟିକୁ ବେଶ୍‌ ଭଲରେ ଉପଭୋଗ କରିପାରିବେ। ତା’ହେଲେ ଆସନ୍ତୁ ଜାଣିବା କେତୋଟି ଖାସ୍‌ ନ୍ୟୁ ଇୟର୍‌ ଡେଷ୍ଟିନେଶନ ସମ୍ପର୍କରେ…

*ଗୋଆ: ଏହା ଏମିତି ଏକ ସ୍ଥାନ ଯେଉଁଠାରେ ଖ୍ରୀଷ୍ଟମାସ ହେଉ ଅବା ନୂଆବର୍ଷକୁ ବେଶ୍‌ ଆନନ୍ଦର ସହକାରେ ପାଳନ କରାଯାଇଥାଏ। ଚାରିଆଡ଼େ ରଙ୍ଗିନ ଆଲୋକମାଳାର ସାଜସଜ୍ଜା ସାଙ୍ଗକୁ ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ର ଆୟୋଜନ ଏଠାକାର ପରିବେଶକୁ କରିଦେଇଥାଏ ବେଶ୍‌ ରଙ୍ଗିନ୍‌। ତା’ସହିତ ଗୋଆ ବିଚ୍‌ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଝଲକ ବି ଦେଖିବାକୁ ମିଳିଥାଏ; ଯାହା ନିଆରା ଅନୁଭୂତି ଦେଇଥାଏ ପର୍ଯ୍ୟଟକଙ୍କୁ।

*ଉଦୟପୁର: ରାଜସ୍ଥାନର ଉଦୟପୁର ବି ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ, ଯେଉଁଠାରେ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଜୋର୍‌ସୋର୍‌ରେ ପ୍ରସ୍ତୁତି କରାଯାଇଥାଏ। ଏଠାରେ ପର୍ଯ୍ୟଟକଙ୍କ ନିମନ୍ତେ ଖୁବ୍‌ ଶସ୍ତାରୁ ଆରମ୍ଭ କରି ନାମୀଦାମୀ ହୋଟେଲ୍‌ର ବ୍ୟବସ୍ଥା ରହିଛି। ତା’ଛଡ଼ା ଏହି ସବୁ ହୋଟେଲଗୁଡ଼ିକରେ ନୂଆବର୍ଷ ସେଲିବ୍ରେଶନ୍‌ ପାଇଁ ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ବି ହୋଇଥାଏ। ରାତିରେ ଆତସବାଜି ସହ ସଙ୍ଗୀତର ତାଳେ ତାଳେ ଝୁମିଝୁମି ଲୋକେ ଏଠି ନୂତନ ବର୍ଷକୁ ସ୍ବାଗତ କରିଥାନ୍ତି। କିନ୍ତୁ କରୋନା ମହାମାରୀ ପାଇଁ ଏଥର ସେତେ ଧୁମ୍‌ଧାମ୍‌ରେ ହୁଏତ ନୂଆବର୍ଷ ପାଳନ ନ ହୋଇପାରେ କିନ୍ତୁ ଏଠାରେ ଥିବା ଅନେକ ଐତିହାସିକ ପର୍ଯ୍ୟଟନସ୍ଥଳୀକୁ ବୁଲି ଦେଖିବାରେ ବି ନିଆରା ଆନନ୍ଦ ପାଇପାରିବେ ପର୍ଯ୍ୟଟକ।

*ଜୈସଲମେର୍‌: କେବଳ ଉଦୟପୁର ନୁହେଁ ରାଜସ୍ଥାନର ଜୈସଲ୍‌ମେର୍‌ ବି ନୂଆବର୍ଷରେ ଛୁଟି କଟାଇବା ପାଇଁ ଖୁବ୍‌ ସୁନ୍ଦର ସ୍ଥାନ। ‘ଦି ଗୋଲ୍ଡେନ୍‌ ସିଟି’ ଭାବେ ପରିଚିତ ଏହି ସହରର ମୁଖ୍ୟ ଆକର୍ଷଣ ହେଉଛି ଜୈସଲମେର୍‌ ଦୁର୍ଗ। ତା’ଛଡା ଏଠାରେ ଓଟ ପିଠିରେ ବସି ବୁଲିବା, ପର୍ଯ୍ୟଟକଙ୍କ ପାଇଁ ବାଲି ଉପରେ ସ୍ବତନ୍ତ୍ର ଭାବେ ତିଆରି ହୋଇଥିବା କ୍ୟାମ୍ପରେ ରହିବା ସାଙ୍ଗକୁ ରାଜସ୍ଥାନୀ ଖାଦ୍ୟର ସ୍ବାଦ ନେବା ହିଁ କିଛିଟା ଅଲଗା ଅନୁଭୂତି ଦେଇଥାଏ ଆଗନ୍ତୁକଙ୍କୁ।

*ଜୟପୁର: ‘ଦି ପିଙ୍କ୍‌ ସିଟି’ ଭାବେ ପରିଚିତ ରାଜସ୍ଥାନର ଜୟପୁରରେ ବି ନୂଆବର୍ଷ ଅବସରରେ ରଙ୍ଗିନ ଆଲୋକମାଳାର ସାଜସଜ୍ଜା ସାଙ୍ଗକୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ଦେଖିବାକୁ ମିଳିଥାଏ। ଖାସ୍‌କରି ଏଠାକାର ହାଓ୍ବା ମହଲ, ଜଲ୍‌ ମହଲ୍‌, ସିଟି ପ୍ୟାଲେସ୍‌, ଆମେର୍‌ ଦୁର୍ଗ, ଜନ୍ତରମନ୍ତର ଇତ୍ୟାଦି ପର୍ଯ୍ୟଟନସ୍ଥଳଗୁଡ଼ିକୁ ନୂଆବର୍ଷ ପାଇଁ ଖୁବ୍‌ ସୁନ୍ଦର ଭାବେ ସଜା ଯାଇଥାଏ; ଯାହାକୁ ଦେଖିବା ପାଇଁ ନୂଆବର୍ଷରେ ଏଠାରେ ଆଗନ୍ତୁକଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ।

*କସୌଲୀ: ହିମାଚଳପ୍ରଦେଶର କସୌଲୀରେ ବି ନୂଆବର୍ଷ ପାଳନ କରିବାକୁ ଯାଇପାରିବେ। ଏଠାରେ ନବବର୍ଷ ପାର୍ଟିର ଆନନ୍ଦ ନେବାସହ ପର୍ଯ୍ୟଟକ ଚାହିଁଲେ ସ୍ଥାନୀୟ କେତେକ ପର୍ଯ୍ୟଟନସ୍ଥଳୀ ବି ବୁଲି ଦେଖିପାରିବେ। କେବଳ କସୌଲୀ କାହିଁକି ତୁଷାରପାତର ଶୀତଳ ପରଶର ମଜା ନେବା ପାଇଁ ପର୍ଯ୍ୟଟକ ଚାହିଁଲେ ହିମାଚଳପ୍ରଦେଶର ମନାଲି ଆଡ଼େ ବି ବୁଲି ଯାଇପାରିବେ। ଏଠାରେ ତୁଷାରପାତ ହେଉଥିବାରୁ ସ୍କିଂ କରିବା ସହ ସ୍ନୋମ୍ୟାନ୍‌ ଓ ବରଫ ସହ ଖେଳିବାର ମଜା ବେଶ୍‌ ନିଆରା ଅନୁଭୂତି ଦେଇଥାଏ ପର୍ଯ୍ୟଟକଙ୍କୁ।

ତେବେ ଏହି ସବୁ ସ୍ଥାନ ବ୍ୟତୀତ ପର୍ଯ୍ୟଟକ ଚାହିଁଲେ କେରଳ, ଆଣ୍ଡାମାନ ଓ ନିକୋବର ଦ୍ୱୀପ, ବେଙ୍ଗାଲୁରୁ, ଲାକ୍ଷାଦ୍ୱୀପ ଇତ୍ୟାଦି ସ୍ଥାନକୁ ମଧ୍ୟ ବୁଲିବାକୁ ଯାଇ ନିଆରା ଅନୁଭୂତି ନେବା ସହ ନୂଆବର୍ଷକୁ ବେଶ୍‌ ଆନନ୍ଦଉଲ୍ଲାସ ସହକାରେ ପାଳନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri