ଦୂରରୁ ମିଳୁଛି ଦର୍ଶନ, ନିରାଶ ଶ୍ରଦ୍ଧାଳୁ

ଭୁବନେଶ୍ୱର, ୨୫।୧୦(ବ୍ୟୁରୋ): ଫିକା ପଡ଼ିଛି ମା’ଙ୍କ ଧରାବତରଣ। ଭକ୍ତ ନିରାଡମ୍ବରରେ ପାଳିତ ହେଉଛି ମା’ଙ୍କ ପୂଜାର୍ଚ୍ଚନା। ନା ଆଗ ପରି ବଡ଼ ତୋରଣ ଅଛି ନା ଜାକଜମକ। କେବଳ ପରମ୍ପରା ଓ ରୀତିନୀତି ଅନୁସାରେ ମା’ ଦୁଗର୍ର୍ାଙ୍କ ପୂଜାର୍ଚ୍ଚନା ଜାରି ରହିଛି। ନୀତି ଅନୁସାରେ କେଉଁଠି ପୀଠରେ ତ କେଉଁଠି ମଣ୍ଡପରେ ମା’ଙ୍କ ନୀତିକାନ୍ତି ଚାଲିଛି। ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ଚଳିତବର୍ଷ ମା’ ପୂଜା ପାଉଛି। ବିଶେଷ କରି କଟକ ଓ ଭୁବନେଶ୍ୱରରେ ପ୍ରତ୍ୟେକ ବର୍ଷ ମା’ଙ୍କ ପୂଜାରେ ଯେଉଁଭଳି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳେ ତାହା ଏଥର ଦେଖିବାକୁ ମିଳୁ ନାହିଁ। ତଥାପି ଭକ୍ତଙ୍କ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି କଟକ ଭୁବନେଶ୍ୱରର କିଛି ମଣ୍ଡପରେ ସିସିଟିଭି ବ୍ୟବସ୍ଥା ଲଗାଯାଇ ଟିଭି ଓ ମୋବାଇଲ ମାଧ୍ୟମରେ ଲାଇଭ୍‌ ଦର୍ଶନର ବ୍ୟବସ୍ଥା କରାଯାଉଛି। ଯାହାକି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ସଂକ୍ରମଣଠାରୁ ଦୂରେଇ ରହିବାର ମାଧ୍ୟମ ସାଜିଛି। ଭୁବନେଶ୍ୱର ଓ କଟକରେ କେତେକ ଭକ୍ତ ଶନିବାର ମହାଷ୍ଟମୀରେ ମଣ୍ଡପ ନିକଟକୁ ନ ଯାଇ ପାରି ରାସ୍ତାରୁ ଦୂରରେ ରହି ମା’ଙ୍କୁ ଦର୍ଶନ କରିଥିବା ନଜରକୁ ଆସିଛି। କରୋନା ପାଇଁ ଭକ୍ତଙ୍କ ମଣ୍ଡପ ଭିତରକୁ ଯିବା ନିଷେଧ କରାଯାଇଥିବାରୁ ଶ୍ରଦ୍ଧାଳୁଙ୍କ ଭାବାବେଗ ପ୍ରତି କଠୋର ଆଘାତ ଆସିଥିବା କେତେକ ଭକ୍ତ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ମଣ୍ଡପରେ ପୋଲିସ ଛାଉଣୀ ଥିବାରୁ ମଣ୍ଡପ ବାହାରେ ଛିଡ଼ା ହେଲେ ପୋଲିସ ଘଉଡ଼ାଇ ଦେଉଛନ୍ତି। ଫଳରେ ଶ୍ରଦ୍ଧାଳୁ ନିରାଶ ହୋଇ ଘରକୁ ଫେରୁଥିବା ମତପ୍ରକାଶ ପାଇଛି। ତେବେ ଚଳିତବର୍ଷ ଅଧିକାଂଶ ମଣ୍ଡପରେ ୪ ଫୁଟରୁ କମ୍‌ ଉଚ୍ଚତାର ମୂର୍ତ୍ତି ହୋଇଥିବାରୁ ସୁନା ଓ ରୁପା ଗହଣା ବଦଳରେ ଜରି ଓ ମାଟିର ଅଳଙ୍କାରରେ ଦଶଭୂଜା ଓ ଅନ୍ୟ ପାର୍ଶ୍ୱ ଦେବଦେବୀ ବିଭୁଷିତ ହୋଇଛନ୍ତି। କରୋନା ମହାମାରୀ କାରଣରୁ ଦଶହରାର ପରିବେଶ ଫିକା ପଡ଼ିଯାଇଛି। ଏହା ସତ୍ତ୍ୱେ ମା’ଙ୍କ ଦର୍ଶାନାଭିଳାଷର୍ଥେ ଆସୁଥିବା ଶ୍ରଦ୍ଧାଳୁ ଖାଲି ହାତରେ ଫେରୁ ନାହାନ୍ତି। ବହୁ ସ୍ଥାନରେ ପୂଜା କମିଟିଗୁଡ଼ିକ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ନ ଦେଇ କରୋନା ସଚେତନତା ପାଇଁ ମାସ୍କ ଓ ସାନିଟାଇଜର ବାଣ୍ଟିବା ସହ କରୋନାଠୁ କିପରି ଦୂରରେ ରହିବେ ସେନେଇ ଲିଫ୍‌ଲେଟ୍‌ ବାଣ୍ଟୁଥିବାର ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri