Posted inଫୁରସତ

ଚିଠି ମାଧ୍ୟମରେ ଗଣପତିଙ୍କୁ ଜଣାଇବାକୁ ପଡେ ନିଜର ମନୋସ୍କାମନା

କୌଣସି ଶୁଭ କାମ କରିବା ପୂର୍ବରୁ ସାଧାରଣତଃ ଗଣପତି ବା ଗଣେଶଙ୍କର ଆରାଧନା କରାଯାଇଥାଏ । ଅନେକ ସ୍ଥାନରେ ଗଣେଶଙ୍କର ମନ୍ଦିର ଥିବା ଦେଖାଯାଏ । ଆଦ୍ୟେ ପୂଜା ପାଉଥିବା ଗଜାନନଙ୍କର ଏକ ସ୍ୱତନ୍ତ୍ର ମନ୍ଦିର ରହିଛି ରାଜସ୍ଥାନରେ । ଯେଉଁଠି ଜଣେ ଭକ୍ତ ନିଜର ମନୋସ୍କାମନା ଜଣାଇବା ପାଇଁ ଗରପତିଙ୍କ୍‌ୁ ଏକ ପତ୍ର ଲେଖିବାକୁ ପଡିଥାଏ । ପ୍ରତ୍ୟେକ ବ୍ୟକ୍ତି ଶୁଭ କାମର ଆରମ୍ଭରୁ ଏହି ମନ୍ଦିରକୁ ଏକ ପତ୍ର ଲେଖିଥାଆନ୍ତି । ସେଥିପାଇଁ ସେଠାରେ ଗଣପତିଙ୍କ ପାଦତଳେ ସର୍ବଦା ଲକ୍ଷ ଲକ୍ଷ ପତ୍ର ଥୁଆ ହୋଇଥିବା ଦେଖାଯାଏ । ଏଠାକୁ ପଠାଯାଉଥିବା ଚିଠିରେ ଠିକଣା ଥାଏ, ଶ୍ରୀ ଗଣେଶ ଜୀ, ରଣଥଂଭୋରା କିଲା, ଜିଲା-ବସାଇ ମାଧପୁର, ରାଜସ୍ଥାନ । ଡାକବାଲା ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ଭକ୍ତିରେ ଚିଠି ଗୁଡିକୁ ମନ୍ଦିରରେ ପହଞ୍ଚାଇଥାଆନ୍ତି । ଏହାପରେ ମନ୍ଦିର ମଧ୍ୟକୁ ଚିଠି ପ୍ରବେଶ କରିବା ପରେ ସେଠାକାର ପୂଜାରି ଚିଠିକୁ ପଢି ଗଣପତିଙ୍କ ପାଦତଳେ ରଖି ଦିଅନ୍ତି । ବିଶ୍ୱାସ କରାଯାଏ ଯେ କୌଣସି ଶୁଭ କାମ ପୂର୍ବରୁ ଏହି ମନ୍ଦିରକୁ ଚିଠି ଲେଖିଲେ ଗଣପତିଙ୍କ କରୁଣାରୁ ସବୁ କାମ ସୁରୁଖୁରରେ ହୋଇଯାଇଥାଏ । ଏହି ମନ୍ଦିରଟି ରାଜସ୍ଥାନ, ସବାଇମାଧପୁରଠାରୁ ୧୦ କିଲୋମିଟର ଦୂର ରଣଥଂଗୋର କିଲାରେ ନିର୍ମାଣ କରାଯାଇଛି । କୁହାଯାଏ ଏହି ମନ୍ଦିର ୧୦ମ ଶତାବ୍ଦିରେ ରଣଥଂଭୋରର ରାଜା ହମିର ନିର୍ମାଣ କରିଥିଲେ । ଯୁଦ୍ଧ ସମୟରେ ଗଣେଶ ରାଜାଙ୍କ ସ୍ୱପ୍ନରେ ଆସିଥିଲେ ଓ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହାପରେ ରାଜା ଯୁଦ୍ଧରେ ବିଜୟ ଲାଭ କରିଥିଲେ । ଏହାପରେ ରାଜା ନିଜର କିଲାରେ ଏହି ମନ୍ଦିର ନିର୍ମାଣ କରିଥିଲେ । ତେବେ ଏଠାରେ ଯେଉଁ ମୂର୍ତ୍ତି ପୂଜା ପାଉଛନ୍ତି ତାଙ୍କର ୩ଟି ଆଖି ରହିଛି । ଆଉ ଏଠାରେ ଗଣେଶ ପତ୍ନୀ ରିଦ୍ଧି-ସିଦ୍ଧି ଓ ପୁତ୍ର ଶୁଭଲାଭଙ୍କ ସହ ବିରାଜମାନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?