ବିଷ୍ଣୁ ଶୋଇଛନ୍ତି

ଯେତେବେଳେ ବର୍ଷା ଆରମ୍ଭ ହୋଇଯାଏ, ଯେତେବେଳେ ଘର କାନ୍ଥଗୁଡ଼ିକ ଓଦା ହେବାକୁ ଲାଗେ ଏବଂ ଖାଦ୍ୟରେ ଫିମ୍ପି ବସିଯାଏ ସେତେବେଳେ ଜାଣିବ ଯେ ଜଗତର ପରିପାଳକ ବିଷ୍ଣୁ ଶୋଇଛନ୍ତି। ପୃଥିବୀ ବନ୍ୟା ଜଳରେ ବୁଡ଼ିରହିଥିବା ବେଳେ ସେ ଚାରିମାସ ଧରି (ଚତୁର୍ମାସ) ଶୋଇରହନ୍ତି। ଏହା ହେଉଛି ବାର୍ଷିକ ପ୍ରଳୟ। ଏହା ପରେ ବିଶ୍ୱ ନିଜକୁ ନବୀକରଣ କରେ। ଏହି ବାର୍ଷିକ ଜଳପ୍ଳାବନ ବର୍ଷର କୃଷ୍ଣପକ୍ଷରେ ସଙ୍ଗଠିତ ହୋଇଥାଏ। ପ୍ରାଚୀନ ଋଷିମାନେ ବର୍ଷକୁ ଦୁଇ ଭାଗରେ ବିଭକ୍ତ କରିଥିଲେ: ପ୍ରଥମଟି ଜାନୁୟାରୀରୁ ଜୁନ୍‌, ଯେତେବେଳେ ଉଦିତ ସୂର୍ଯ୍ୟ ଧ୍ରୁବ ନକ୍ଷତ୍ର ଆଡ଼କୁ(ଉତ୍ତରାୟଣ) ଗତିକରନ୍ତି। ଦ୍ୱିତୀୟଟି ଜୁଲାଇରୁ ଡିସେମ୍ବର ମଧ୍ୟରେ ସୂର୍ଯ୍ୟ ଦକ୍ଷିଣ ଆଡ଼କୁ (ଦକ୍ଷିଣାୟନ)ଗତିକରନ୍ତି। ଉତ୍ତର ଦିଗକୁ ଯାତ୍ରା କହିଲେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ପରେ ଏହା ଆରମ୍ଭ ହୁଏ, ଯାହା ପ୍ରେମ ଏବଂ ଜୀବନର ପ୍ରତୀକ ଭାବରେ ଚିହ୍ନିତ। ଏହା ବସନ୍ତ ଏବଂ ଗ୍ରୀଷ୍ମର ସମୟ, ଯେତେବେଳେ ଦିନ ଉଷ୍ମ ଏବଂ ଉଜ୍ଜ୍ୱଳ ହୋଇଥାଏ। ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କଲେ ଦକ୍ଷିଣାୟନ ଆରମ୍ଭ ହୋଇଥାଏ। ସେତେବେଳେ ସୌର ରଶ୍ମିର ତେଜ କମି ଆସେ। ଦିନ ଛୋଟ ହୋଇଆସିବା ସହ ଥଣ୍ଡା ଆସିଯାଏ । ଏତିକିବେଳେ ମେଘ ଆକାଶକୁ ଆଚ୍ଛାଦିତ କରେ ଏବଂ ବିଷ୍ଣୁ ଶୋଇବାକୁ ଯାଆନ୍ତି। ଏହି ସମୟରେ ସାରା ଜଗତ ଦେବୀ ଏବଂ ବିଷ୍ଣୁଙ୍କ ଅବତାରଙ୍କ ଯତ୍ନରେ ରହିଥାଏ।
ଋଷିମାନେ ଘୋଷଣା କରିଥିଲେ ଯେ ବର୍ଷର ଅଧା ଉଷ୍ମ କାଳ । ଏହି ସମୟ ହେଉଛି ଦେଦୀପ୍ୟମାନ ଆକାଶ ଦେବତା ଆଦିତ୍ୟଙ୍କର। କିନ୍ତୁ ହିନ୍ଦୁ ପୁରାଣର ଇଂଲିଶ ଅନୁବାଦକମାନେ ଏମାନଙ୍କୁ ‘ଦେବତା’ ବୋଲି କହନ୍ତି। ବର୍ଷର ଶୀତଳ ରହୁଥିବା ଅର୍ଦ୍ଧେକ ଅବଧି ଦୈତ୍ୟମାନଙ୍କର, ଯାହାଙ୍କୁ ହିନ୍ଦୁ ପୁରାଣର ଇଂଲିଶ ଅନୁବାଦକମାନେ ‘ରାକ୍ଷସ’ ଭାବରେ ଅଭିହିତ କରିଛନ୍ତି। ତେଣୁ ବର୍ଷର ଅଧା ସମୟ ଆକାଶରେ ଶକ୍ତିଶାଳୀ ଆଦିତ୍ୟଙ୍କ ସହିତ ମହାଜାଗତିକ ମଣ୍ଡଳର ମହା ମନ୍ଥନ ଘଟେ ଏବଂ ଅନ୍ୟ ଅର୍ଦ୍ଧକରେ ଦୈତ୍ୟ ଶକ୍ତିଶାଳୀ ହୋଇରହିଥାଆନ୍ତି। ତେବେ ଏହି ମନ୍ଥନରୁ ଅନେକ ଋତୁ ସହିତ ବର୍ଷ ଜନ୍ମ ନିଏ। ଯେତେବେଳେ ବିଷ୍ଣୁ ଶୋଇଥା’ନ୍ତି, ଦୈତ୍ୟଗୁରୁ ଶୁକ୍ର ଭୂତଳେ ଯାଦୁକରୀ ସଞ୍ଜୀବନୀଙ୍କୁ ପୂର୍ଣ୍ଣ କରିଦିଅନ୍ତି। ଏହା ପୃଥିବୀର ଉର୍ବରତାକୁ ଫେରାଇ ଆଣେ। ମଞ୍ଜିଗୁଡ଼ିକ ଅଙ୍କୁରିତ ହୁଏ, ପୃଥିବୀ ଶସ୍ୟଶାମଳା ହୋଇଯାଏ। ଚାରିଆଡ଼େ ସବୁଜ ଦେଖାଯାଏ। କାମଦେବଙ୍କ ଦ୍ୱାରା ଚନ୍ଦ୍ର ପ୍ରଭାବିତ ହୁଅନ୍ତି। ଦିନସାରା ଘରେ ରହିଥିବା ସ୍ବାମୀ ଏବଂ ସ୍ତ୍ରୀମାନେ ଅନ୍ତରଙ୍ଗ ମୁହୂର୍ତ୍ତକୁ ଉପଭୋଗ କରନ୍ତି। ଏହି ସମୟରେ ମଧ୍ୟ କାମସୂତ୍ର ଲେଖାଯାଇଥିଲା ବୋଲି କୁହାଯାଏ।
ବିଷ୍ଣୁ ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳପକ୍ଷର ଏକାଦଶୀ ପର୍ଯ୍ୟନ୍ତ ଶୋଇରହନ୍ତି। ଏହି ସମୟରେ ଭ୍ରମଣ କରିବା ମନା। ଯେଉଁ ଋଷିମାନଙ୍କୁ ସମାନ ଛାତ ତଳେ ଗୋଟିଏ ଦିନରୁ ଅଧିକ ରହିବାକୁ ବାରଣ ଥିଲା ସେମାନେ ବି ଚାରି ମାସ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ରହନ୍ତି। ସମ୍ଭବତଃ ୪ ମାସରେ କିଛି କାମ ନ ଥିବା ଏବଂ ବର୍ଷା ମଧ୍ୟମ ରହୁଥିବାରୁ ଏହି ମାସଗୁଡ଼ିକରେ ପ୍ରାର୍ଥନା ଏବଂ ପର୍ବପର୍ବାଣି ପାଳନ କରାଯାଏ। ଏଥିମଧ୍ୟରୁ ପ୍ରଥମଟି ହେଉଛି ଆଷାଢ଼ ପୂର୍ଣ୍ଣିମା। ଏହି ଦିନ ଗୁରୁଙ୍କୁ ସ୍ମରଣ କରାଯାଏ। ଏହାର ଦୁଇ ସପ୍ତାହ ପରେ ଆସେ ଶ୍ରାବଣ ମାସ। ଏହିି ସମୟରେ ଲୋକେ ଉପବାସ କରନ୍ତି। ମଦ୍ୟପାନ ଏବଂ ଆମିଷ, ମସଲା ଖାଦ୍ୟ ଭକ୍ଷଣ ଆଦିି ସମସ୍ତ ଭୋଗ ବିଳାସ ବନ୍ଦ ହୋଇଯାଏ। ଶ୍ରାବଣ ଶୁକ୍ଳପକ୍ଷର ପଞ୍ଚମ ଦିନରେ ନାଗ ପୂଜା କରାଯାଇଥାଏ। ଶ୍ରାବଣ କୃଷ୍ଣପକ୍ଷର ଅଷ୍ଟମ ଦିନରେ କୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ। ଶ୍ରାବଣ ପୂର୍ଣ୍ଣିମାରେ ଭଉଣୀମାନେ ଭାଇମାନଙ୍କ ହାତରେ ରାଖୀ ବାନ୍ଧି ସେମାନଙ୍କଠାରୁ ସୁରକ୍ଷା ଚାହାନ୍ତି। ଏହି ଦିନରୁ ବର୍ଷାର ତୀବ୍ରତା କମିବା ଆରମ୍ଭ ହୁଏ ଓ ମତ୍ସ୍ୟଜୀବୀମାନେ ସେମାନଙ୍କ ଲୋକ ପରମ୍ପରା ଅନୁଯାୟୀ ନଡ଼ିଆକୁ ସମୁଦ୍ର ଭିତରକୁ ଫିଙ୍ଗନ୍ତି ଏବଂ ଶୀଘ୍ର ସମୁଦ୍ର ସେମାନଙ୍କୁ ପୁଣି ଥରେ ମାଛ ଧରିବାକୁ ଅନୁମତି ଦେଉ ବୋଲି ସେମାନେ ଚାହିଁଥାନ୍ତି।
ଏହା ପରବର୍ତ୍ତୀ ଭଦ୍ରାପଦରେ, ଗଣେଶ ତାଙ୍କ ମାତା ଗୌରୀଙ୍କ ସହ ଆସନ୍ତି। ଗୌରୀ ସବୁଜ ଶାଢ଼ି ପିନ୍ଧିଥାଆନ୍ତି, ଯାହା ସବୁଜିମାଭରା ପୃଥିବୀକୁ ସୂଚିତ କରିଥାଏ। ଗଣେଶ ଓ ଗୌରୀଙ୍କ ମୂର୍ତ୍ତି ମାଟିରେ ତିଆରି କରି ଆମେ ପୂଜାକରୁ। ପୂଜା କରିବା ପରେ ମୂର୍ତ୍ତିକୁ ପାଣିରେ ବିସର୍ଜନ କରାଯାଏ। ବିସର୍ଜନ ପଛରେ ଏକ ତତ୍ତ୍ୱ ନିହିତ ରହିଛି, ଯାହା ପ୍ରକୃତିର ସୃଷ୍ଟି ଓ ବିଲୟ ଧାରାକୁ ସ୍ମରଣ କରାଇଦିଏ। ଗଣେଶ ଧରାରୁ ବିଦାୟ ନେବା ପରେ ପିତୃପୁରୁଷମାନଙ୍କୁ ଉପାସନା କରାଯାଏ। ସେମାନଙ୍କ ଶ୍ରାଦ୍ଧ ରୀତିନୀତି ସମ୍ପନ୍ନ ହୁଏ। ଏହି ପରମ୍ପରା ସ୍ମରଣ କରାଇଦିଏ ଯେ ପୂର୍ବପୁରୁଷ ଓ ଆମମାନଙ୍କ ମଧ୍ୟରେ ଜୀବନଚକ୍ର ଅବିରତ ଚାଲିଛି। ପୁନର୍ଜନ୍ମକୁ ନିଶ୍ଚିତ କରିବା ଲାଗି ଲୋକେ ସନ୍ତାନକୁ ଜନ୍ମ ଦେଉଛନ୍ତି । ଏହି ସମୟରେ ଶସ୍ୟ ଏହାର ଶେଷ ସ୍ତରରେ ପହଞ୍ଚତ୍ୟାଇଥାଏ। ଏହା ମଧ୍ୟ ଅମଳର ସମୟ। ବିଷ୍ଣୁଙ୍କ ଶୟନ ସମୟରେ ପାତାଳରୁ ଆସିଥିବା ରାକ୍ଷସମାନଙ୍କୁ ବଧ କରି ମାନବ ପାଇଁ ଖାଦ୍ୟ ଉତ୍ପାଦନ କରିବାକୁ ହୋଇଥାଏ। ଏହିପରି ଭାବରେ ଚତୁର୍ମାସ ଅନ୍ତିମ ମାସରେ ଅନେକ ରାକ୍ଷସ ବଧକୁ ନେଇ ପର୍ବଗୁଡ଼ିକ ପାଳନ କରାଯାଇଥାଏ। ଦଶହରା ପର୍ବ ପାଳନ କରାଯାଏ। ଦୁର୍ଗା ନଅ ରାତିର ଯୁଦ୍ଧ ପରେ ମହିଷାସୁରକୁ ଏବଂ ରାମ ମଧ୍ୟ ଏହି ସମୟରେ ରାବଣକୁ ବଧ କରିଥାନ୍ତି। ଏହା ପର ପୂର୍ଣ୍ଣିମା ହେଉଛି ଶରଦ ପୂର୍ଣ୍ଣିମା କିମ୍ବା କୋଜାଗିର। ଏହି ଦିନ ଦେବୀ ଶାନ୍ତ ରୂପରେ ଆବିର୍ଭାବ ହୋଇ କୃଷ୍ଣଙ୍କ ସହ ରାଧା ଭାବରେ ନାଚନ୍ତି । ପରବର୍ତ୍ତୀ ଦୁଇ ସପ୍ତାହରେ କୃଷ୍ଣ ନାରକାଙ୍କୁ ବଧ କରିବା ସହ ବଳିକୁ ପାତାଳକୁ ଚାପି ଦେଇଥିଲେ, ଯାହାକୁ ଆମେ ଦୀପାବଳି ଭାବେ ପାଳନ କରୁ। ଯେହେତୁ ଦୈତ୍ୟଙ୍କ ହତ୍ୟା ସମୃଦ୍ଧି ଆଣିଥାଏ, ତେଣୁ ସେଥିପାଇଁ ଦେବୀଙ୍କୁ ଲକ୍ଷ୍ମୀ ରୂପରେ ପୂଜା କରାଯାଏ। ତାଙ୍କୁ କାଳୀ ଭାବରେ ମଧ୍ୟ ପୂଜା କରାଯାଏ ଏବଂ ଏହା ସୂଚିତ କରେ ଯେ ଧନ ସୃଷ୍ଟି ସହ ହିଂସା ଜଡ଼ିତ ଏବଂ ଏହାକୁ ହାଲୁକା ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ। ଲକ୍ଷ୍ମୀଙ୍କ ଆବିର୍ଭାବର ଅଳ୍ପ ସମୟ ପରେ ବିଷ୍ଣୁ ଜାଗ୍ରତ ହୋଇ କାର୍ତ୍ତିକ ମାସର ଏକାଦଶ ଦିନରେ ତାଙ୍କୁ ବିବାହ କରିଛନ୍ତି। ଲକ୍ଷ୍ମୀ ତୁଳସୀ ଉଦ୍ଭିଦ ରୂପ ଗ୍ରହଣ କରିଛନ୍ତି ଏବଂ ବିଷ୍ଣୁ ଆଖୁ କିମ୍ବା ଶାଳଗ୍ରାମ ଶିଳା ରୂପ ନେଇଛନ୍ତି। ଏହା ବିଷ୍ଣୁଙ୍କ ନିଦ୍ରାର ସମାପ୍ତି ଏବଂ ବିବାହ ଋତୁ ଆରମ୍ଭକୁ ସୂଚିତ କରିଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri