କରୋନାର ନୂଆ ଷ୍ଟ୍ରେନ୍ ୨୦୨୧ରେ ନେବ ଅଧିକ ଜୀବନ!

ଲଣ୍ଡନ,୨୫ ।୧୨: ବ୍ରିଟେନରେ ବ୍ୟାପିଥିବା କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଏକ ଅଧ୍ୟୟନରୁ ଜଣାପଡିଛି କି ଏହି ନୂଆ ଷ୍ଟ୍ରେନ୍ ପୁରୁଣା ଭାଇରସ ତୁଳନାରେ ୫୬ ପ୍ରତିଶତ ଅଧିକ କ୍ଷତିକାରକ । ଏହାଦ୍ୱାରା ଅଧିକ ସଂଖ୍ୟାରେ ମୃତ୍ୟୁ ଆଶଙ୍କା କରାଯାଉଛି । ତେଣୁ ଏହାକୁ ନେଇ ବ୍ରିଟେନରେ ଯେତେଶୀଘ୍ର ଟିକାକରଣ କରାଯିବା ଦରକାର । ଲଣ୍ଡନ ସ୍କୁଲ ଅଫ୍ ହାଇଜିନ ଆଣ୍ଡ ଟ୍ରପିକାଲ ମେଡିସିନରେ ସେଣ୍ଟର ଫର ମ୍ୟାଥମେଟିକାଲ ମଡଲିଂ ଅଫ୍ ଇନଫେକସନ୍ ଡିଜିଜ ପକ୍ଷରୁ ପ୍ରକାଶିତ ଏକ ଷ୍ଟଡି ଅନୁଯାୟୀ, ନଭେମ୍ବରରେ ଦକ୍ଷିଣ ପୂର୍ବ ଇଂଲଣ୍ଡରେ ଦ୍ରୁତ ଗତିରେ ବ୍ୟାପିଥିବା ଏହି ଷ୍ଟ୍ରେନ୍ କାରଣରୁ ଆସନ୍ତା ବର୍ଷ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତକଙ୍କ ସଂଖ୍ୟାରେ ମଧ୍ୟ ବୃ୍‌ଦ୍ଧି ଘଟିବ । ହେଲେ ଏବେ ପର୍ଯ୍ୟନ୍ତ ଏହା ପ୍ରମାଣିତ ହୋଇନାହିଁ ଯେ ମ୍ୟୁଟେଡେଡ ଷ୍ଟ୍ରେନ୍ ପୁରୁଣା ଭାରିଏଣ୍ଟଠାରୁ ଅଧିକ କ୍ଷତିକାରକ କି ନା । ହେଲେ ବିଶେଷଜ୍ଞଙ୍କ କହିବା କଥା ହେଲା ୨୦୨୧ରେ ସଂକ୍ରମଣ କାରଣରୁ ରୋଗୀଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ହେବ । କିନ୍ତୁ ନଭେମ୍ବରରେ ଲଣ୍ଡନରେ ଲାଗୁ କରାଯାଇଥିବା ଲକଡାଉନ ଦ୍ୱାରା ସଂକ୍ରମଣ କମ୍ ହେବନାହିଁ ଯେଉଁ ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ ନ କରାଯାଇଛି । ଯଦି ଲକ୍‌ଡାଉନରେ ସାମାନ୍ୟ ଢିଲା କରାଯାଏ ତେବେବି ସଂକ୍ରମଣ ବଢିଯିବ । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଖ୍ରୀଷ୍ଟମାସ ଛୁଟିକୁ ଆଖିଆଗରେ ରଖି ଲକଡାଉନ ଜାରି କରିଥିବା ବଳେ ସେ କହିଛନ୍ତି, ନୂଆ ଷ୍ଟ୍ରେନ୍ ୭୦ ପ୍ରତିଶତ ଅଧିକ ଗତିରେ ସଂକ୍ରମଣ ହେବାର ଆଶଙ୍କା ରହିଛି । ଅନ୍ୟପଟେ ବାୟୋଏନଟେକର କୋ-ଫାଉଣ୍ଡର କହିଛନ୍ତି ଆମ ଭ୍ୟାକ୍ସିନ ନୂଆ ଭାଇରସ ଉପରେ କାମ କରିପାରେ ଯଦି ନ କାମ କରେ ୬ ସପ୍ତାହ ମଧ୍ୟରେ ଏଥିପାଇଁ ଭ୍ୟାକ୍ସିନ ତିଆରି ହୋଇ ପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri