ଭୂତାଣୁ ପୁଣି ଉପରମୁହଁ।

ନୂଆଦିଲ୍ଲୀ/ ମୁମ୍ବାଇ/ ଅମୃତସର,୨୦।୩: ନୂଆ ଧାରାରେ ଭିନ୍ନ ଅବତାର ନେଇ ଫେରିଛି କରୋନାର ଆଉ ଏକ ପ୍ରବାହ । ମହାମାରୀର ଲେଉଟାଣିକୁ ରୋକିବା ପାଇଁ ପୂର୍ବଭଳି ଲକ୍‌ଡାଉନ୍‌ ବା ଶଟ୍‌ଡାଉନ୍‌ ଜାରି କଲେ ଏଥିରୁ ଦେଶକୁ ଫାଇଦା ମିଳିବ ନାହିଁ ବୋଲି ଅନେକେ ମତ ଦେଉଛନ୍ତି। ଏହି ସ୍ଥଳେ କେତେକ ରାଜ୍ୟ ଆର୍ଥିକ ଦୃଷ୍ଟିରୁ ତାଲାବନ୍ଦ ଭଳି ସ୍ଥିତି ଏଡ଼ାଇବା ପାଇଁ କୋଭିଡ୍‌ ନିୟମାବଳୀକୁ କଡ଼ାକଡ଼ି କରୁଛନ୍ତି। ତେବେ ମହାରାଷ୍ଟ୍ର ଓ ପଞ୍ଜାବର ଅଣାୟତ୍ତ ପରିସ୍ଥିତି ସାରା ଦେଶ ପାଇଁ ଚିନ୍ତାବୃଦ୍ଧିର କାରଣ ସାଜିଛି । ଏଥିଯୋଗୁ ଉଦ୍ଧବ ଠାକ୍‌ରେ ଏବଂ ଅମରିନ୍ଦର ସିଂ ସରକାର କଠୋର ପଦକ୍ଷେପ ନେବାକୁ ପଛାଇ ନାହାନ୍ତି ।ପୁଣି ଉପରମୁହଁା ହେଲାଣି ଘାତକ ଭୂତାଣୁ କୋଭିଡ୍‌-୧୯। ପୂର୍ବରୁ ୩ ମାସ ଧରି ସଂକ୍ରମଣ ହାର ନିମ୍ନରେ ରହୁଥିଲା। ମାତ୍ର ଏବେ ୯ ଦିନ ହେଲା ପ୍ରତ୍ୟହ ନୂଆ ରେକର୍ଡ ଭାଙ୍ଗୁଛି ସଂକ୍ରମଣ। ଏହି ଘାତକ ଭୂତାଣୁ ୨୪ ଘଣ୍ଟାରେ ପ୍ରାୟ ୪୦ ହଜାର ନୂଆ ଲୋକଙ୍କୁ କବଳିତ କରିଛି। ୨୦୨୧ ବର୍ଷରେ ଏତେ ସଂକ୍ରମଣ ଦେଖିବାକୁ ମିଳି ନ ଥିଲା। ଶୁକ୍ରବାର ୩୯,୭୨୬ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୫ ଲକ୍ଷ ୧୫ ହଜାର ଛୁଇଁଛି। ସକ୍ରିୟ ମାମଲା ୨.୭୧ ଲକ୍ଷ ଟପିଯାଇଛି। ଫେବୃୟାରୀ ୧୧ରେ ଏହି ସଂଖ୍ୟା ୧.୩୩ ଲକ୍ଷ ଥିବାବେଳେ ଏବେ ଏଥିରେ ୧୦୩% ବୃଦ୍ଧି ଘଟିଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି। ବିଶେଷକରି ୮ଟି ରାଜ୍ୟର ସ୍ଥିତି ଚିନ୍ତାଜନକ ରହିଛି। ଦେଶର ଦୈନିକ ନୂଆ ମାମଲା ମଧ୍ୟରୁ ୮୦%ରୁ ଅଧିକ କେବଳ ମହାରାଷ୍ଟ୍ର, ପଞ୍ଜାବ, କର୍ନାଟକ, ଗୁଜରାଟ ଓ ଚଣ୍ଡିଗଡ଼ରେ ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୨୫,୮୩୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ହେଉଛି ଦୈନିକ ନୂଆ ମାମଲାରେ ୬୫% ବୃଦ୍ଧି। ମହାରାଷ୍ଟ୍ର ତଳକୁ ପଞ୍ଜାବରେ ୨,୩୬୯ ଏବଂ କେରଳରେ ୧,୮୯୯ ନୂଆ କୋଭିଡ୍‌ ପଜିଟିଭ୍‌ ସାମ୍ନାକୁ ଆସିଛନ୍ତି। ଏହି ଉଦ୍‌ବେଗଜନକ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଆର୍‌ଟିପିସିଆର୍‌ ଟେଷ୍ଟ ତ୍ୱରାନ୍ବିତ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି।
ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଇବାରୁ ମହାରାଷ୍ଟ୍ରରେ ପୁଣିଥରେ କଟକଣା ଲାଗୁ ହୋଇଛି। ରାଜ୍ୟର ସମସ୍ତ ଥିଏଟର, ପ୍ରେକ୍ଷାଳୟ ଓ କାର୍ଯ୍ୟାଳୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୫୦ ପ୍ରତିଶତ ଲୋକରେ ଚଳାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜନସାଧାରଣ ସୁରକ୍ଷା ନିୟମ ନ ମାନିଲେ ପୁଣିଥରେ କଠୋର ଲକ୍‌ଡାଉନ ଲାଗୁ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କିଛିଦିନ ପୂର୍ବରୁ ସତର୍କ କରାଇଥିଲେ। ରାଜ୍ୟରେ ଦୈନିକ ସଂକ୍ରମଣ ୨୫ ହଜାର ଉପରେ ରହୁଥିବାରୁ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସ୍ବାସ୍ଥ୍ୟ ଓ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ଘରୋଇ ଅଫିସ୍‌ ୫୦ ପ୍ରତିଶତ କର୍ମଚାରୀରେ ଚଳାଇବାକୁ କୁହାଯାଇଛି। ସରକାରୀ ଓ ଅର୍ଦ୍ଧସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ କର୍ମଚାରୀ ସଂଖ୍ୟା କମାଇବା ପାଇଁ ଅନୁମତି ଦିଆଯାଇଛି। ଏପରି କି ଉତ୍ପାଦନ ଶିଳ୍ପଗୁଡ଼ିକୁ କମ୍‌ କର୍ମଚାରୀରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଦୂରତ୍ୱ ନିୟମର ଉଲ୍ଲଂଘନ କଲେ କାରଖାନାକୁ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି।
ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶନିବାରଠାରୁ ରାଜ୍ୟବ୍ୟାପୀ କଟକଣା ଲାଗୁ ପାଇଁ ଘୋଷଣା କରିଛନ୍ତି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବାବେଳେ ସିନେମା ହଲ୍‌ ଓ ମଲ୍‌ରେ ଲୋକ ସଂଖ୍ୟା କମାଇବାକୁ କୁହାଯାଇଛି। ସିନେମା ହଲ୍‌ରେ ଧାରଣ କ୍ଷମତାର ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇଛି। ମଲ୍‌ରେ ଏକକାଳୀନ ୧୦୦ରୁ ଅଧିକ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ। ଆଗାମୀ ଦୁଇ ସପ୍ତାହ ପାଇଁ ଲୋକେ ଘରେ ରହି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଅଧିକ ସଂକ୍ରମଣ ବ୍ୟାପିଥିବା ୧୧ ଜିଲାରେ ସାମାଜିକ ସମାବେଶକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଅନ୍ତ୍ୟେଷ୍ଟି କ୍ରିୟା କିମ୍ବା ବିବାହ କାର୍ଯ୍ୟରେ ମାତ୍ର ୨୦ ଜଣ ଲୋକଙ୍କୁ ଯୋଗଦେବା ପାଇଁ ଅନୁମତି ମିଳିଛି। ରବିବାରଠାରୁ ଏହିସବୁ ଜିଲାରେ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି ହେବ। ରବିବାର ସିନେମା, ମଲ୍ଟିପ୍ଲେକ୍ସ, ରେଷ୍ଟୁରାଣ୍ଟ, ମଲ୍‌ ଇତ୍ୟାଦି ସମ୍ପୂର୍ଣ୍ଣ ବନ୍ଦ ରହିବ। ସର୍ବାଧିକ ସଂକ୍ରମିତ ଜିଲାଗୁଡ଼ିକ ହେଲେ ଲୁଧିଆନା, ଜଳନ୍ଧର, ପଟିଆଲା, ମୋହାଲି, ଅମୃତସର, ହୋସିଆରପୁର, କପୁରତାଲା, ଏସ୍‌ବିଏସ୍‌ ନଗର, ଫତେଗଡ଼ ସାହିବ, ରୋପାର ଏବଂ ମୋଗା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri