୧୦ ବର୍ଷ ଗୃହଯୁଦ୍ଧ

ବିରୁଟ/ଡାମାସ୍‌କସ୍‌/ଇଦ୍‌ଲିବ,୨୦ା୩: ଏକ ଦଶନ୍ଧି ତଳେ ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ୍‌ଙ୍କ ବିରୋଧରେ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ବିକ୍ଷୋଭ କେତେବେଳେ ଆନ୍ଦୋଳନର ରୂପ ନେଇ କ୍ରମଶଃ ଏକ ବୃହତ୍‌ ଗୃହଯୁଦ୍ଧ ପାଲଟିଗଲା କେହି ଜାଣିପାରିଲେ ନାହିଁ। ସିରିଆ ସଂଘର୍ଷରେ ଅଦ୍ୟାବଧି ୩,୮୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଥିବାବେଳେ ତୁହାକୁ ତୁହା ରକେଟ ମାଡ଼ରେ ଧୂଳିସାତ୍‌ ହୋଇଯାଇଛି ଅନେକ ସହର। ଉଦ୍‌ବାସ୍ତୁ ଜନତା ବିସ୍ଥାପିତ ହୋଇ ଗଣପଳାୟନ କରିବାକୁ ବାଧ୍ୟ ହେଉଛନ୍ତି ପଡ଼ୋଶୀ ଦେଶଗୁଡ଼ିକୁ। ସିରିଆରେ ସଂଘର୍ଷ ଆରମ୍ଭ ହେବା ପୂର୍ବରୁ ବହୁ ସଂଖ୍ୟକ ଲୋକ ବଶର ଅଲ୍‌-ଅସାଦ୍‌ଙ୍କ ଶାସନର ଉଛୁଳା ବେକାରି ଓ ଦୁର୍ନୀତି ଏବଂ ରାଜନୈତିକ ସ୍ବାଧୀନତାର ଅବକ୍ଷୟକୁ ନେଇ ଅଭିଯୋଗ କରିଆସୁଥିଲେ, ଯିଏକି ୨୦୦୦ ମସିହାରେ ବାପା ହାଫିଜଙ୍କ ମୃତ୍ୟୁ ପରେ କ୍ଷମତାକୁ ଆସିଥିଲେ। ୨୦୧୧ ମାର୍ଚ୍ଚରେ ଗଣତନ୍ତ୍ର ସପକ୍ଷବାଦୀ ବିକ୍ଷୋଭ ଦେଖାଦେଇଥିଲା ଦକ୍ଷିଣରେ ସ୍ଥିତ ଡେରା ସହରରେ। ପଡ଼ୋଶୀ ଦେଶଗୁଡ଼ିକରେ ଦମନକାରୀ ଶାସକମାନଙ୍କ ବିରୋଧରେ ମୁଣ୍ଡ ଟେକିଥିବା ବସନ୍ତ ବିପ୍ଳବ ଏହି ବିକ୍ଷୋଭକୁ ଆନ୍ଦୋଳନର ରୂପ ନେବା ପାଇଁ ପ୍ରେରିତ କରିଥିଲା।
ସରକାର ଅସନ୍ତୋଷର ସ୍ବରକୁ ଚପାଇ ଦେବା ଲାଗି ଘାତକ ବଳ ପ୍ରୟୋଗ କରିବାରୁ ଦେଶବ୍ୟାପୀ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି ଜୋର୍‌ ଧରିବାରେ ଲାଗିଲା। ଅଶାନ୍ତି ଯେତେ ବଢ଼ୁଥିଲା ସରକାରଙ୍କ ଦମନଲୀଳା ବର୍ବରତାର ସେତେ ସୀମା ଲଂଘୁଥିଲା। ଫଳରେ ବିରୋଧୀ ସମର୍ଥକମାନେ ଅସ୍ତ୍ର ଧରିବାକୁ ବାଧ୍ୟ ହୋଇଥିଲେ। ଅସ୍ତ୍ର ଉଠାଇବାର ଉଦ୍ଦେଶ୍ୟ ଥିଲା ପ୍ରଥମେ ନିଜକୁ ରକ୍ଷା କରିବା ଓ ପରେ ସୁରକ୍ଷା ବଳ ପ୍ରଭାବରୁ ନିଜ ନିଜ ଅଞ୍ଚଳକୁ ମୁକ୍ତ କରିବା। ବିଦ୍ରୋହୀଙ୍କ ଏହି ଶକ୍ତି ପ୍ରଦର୍ଶନକୁ ଅସାଦ୍‌ ବିଦେଶୀ ସମର୍ଥତ୍ତ ଆତଙ୍କବାଦର ଆଖ୍ୟାଦେଇ କାବୁ କରିବା ପାଇଁ ଆହୁରି ଟାଣପଣ ଦେଖାଇଲେ। ହିଂସା ବଢ଼ିଚାଲିବାରୁ ସମଗ୍ର ସିରିଆ ଗୃହଯୁଦ୍ଧ ମଧ୍ୟକୁ ଓହ୍ଲାଇଆସିଲା। ବିଦ୍ରୋହୀ ଗୋଷ୍ଠୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ଅସାଦ୍‌ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଅଘୋଷିତ ଯୁଦ୍ଧ ଜାରି ରହିଲା। ଫଳରେ ବିଦେଶୀ ଶକ୍ତିମାନେ ପକ୍ଷ ନେବା ଆରମ୍ଭ କଲେ। ଅର୍ଥ, ଅସ୍ତ୍ରଶସ୍ତ୍ର ଓ ଯୋଦ୍ଧାଙ୍କୁ ପଠାଇଲେ। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଫାଇଦା ଉଠାଇଲେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଏବଂ ଅଲ୍‌-କାଏଦା ଭଳି ଚରମପନ୍ଥୀ ଜେହାଦୀ ସଙ୍ଗଠନ। ସେପଟେ ନିଜକୁ ନିଜେ ଶାସନ କରିବାକୁ ଚାହୁଁଥିବା ସିରିଆର କୁର୍ଦ୍ଦମାନେ ଅସାଦ୍‌ଙ୍କ ସେନା ବିରୋଧରେ ଲଢ଼େଇ କରି ନ ଥିଲେ ମଧ୍ୟ ଏହି ସଂଘର୍ଷକୁ ଏକ ନୂଆ ଦିଶା ଦେଇଥିଲେ।
୨୦୧୦ ଦଶକର ଆଦ୍ୟ ଭାଗରେ ଆରମ୍ଭ ହୋଇଥିଲା ଆରବ ବସନ୍ତ। ଆରବୀୟ ରାଷ୍ଟ୍ରଗୁଡ଼ିକରେ ସ୍ବେଚ୍ଛାଚାରୀ ଶାସକଙ୍କ ବିରୋଧରେ ଏହା ଥିଲା ସାମଗ୍ରିକ ଆନ୍ଦୋଳନ। ଟ୍ୟୁନିସିଆରେ ଏକଚ୍ଛତ୍ରବାଦୀ ସରକାର ବିରୋଧୀ ବିକ୍ଷୋଭ କ୍ରମଶଃ ଅନ୍ୟ ୫ ରାଷ୍ଟ୍ର ଲିବ୍ୟା, ଇଜିପ୍ଟ, ୟେମେନ, ସିରିଆ ଓ ବାହାରିନ୍‌କୁ ବ୍ୟାପି ଦଙ୍ଗା, ଗୃହଯୁଦ୍ଧ ଏବଂ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ଜିନେ ଏଲ୍‌ ଆବିଦିନ ବେନ୍‌ ଅଲି, ମୁଆଁମାର ଗଦ୍ଦାଫି, ହୋସ୍‌ନି ମୁବାରକ୍‌ ଓ ଅଲି ଅବ୍‌ଦୁଲ୍ଲା ସଲେହଙ୍କ ଭଳି ଏକଚ୍ଛତ୍ରବାଦୀ ଶାସକମାନଙ୍କ ପତନ ଘଟାଇଥିଲା ଏହି ସଶସ୍ତ୍ର ବିଦ୍ରୋହ। ଇରାକ୍‌, ଅଲ୍‌ଜେରିଆ, ଇରାନ, ଜୋର୍ଡାନ, କୁଏଟ୍‌, ଓମାନ ଓ ସୁଡାନକୁ ବ୍ୟାପିଥିଲା ଜନଗଣଙ୍କ ବିପ୍ଳବର ବହ୍ନି, ଯେଉଁଥିରେ ୬୧,୦୦୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିଲେ।

ସ୍ତ୍ରୀ ଓ ପୁଅମାନଙ୍କୁ ହରାଇଛନ୍ତି କୃଷକ
ବର୍ଷୀୟ ଅବ୍‌ଦେଲ ରଜାକ୍‌ ଅଲ୍‌-ଖାତୁନ୍‌ ୧୦ ବର୍ଷ ତଳେ ହମା ପ୍ରଦେଶର ଜଣେ ରୋଜଗାରିଆ ଚାଷୀ ଥିଲେ। ଏବେ ସେ କପର୍ଦ୍ଦକଶୂନ୍ୟ ଓ ବାସହୀନ ହୋଇ ଇଦ୍‌ଲିବ୍‌ ସହର ଉତ୍ତର ଭାଗରେ ଥିବା ଏକ ତମ୍ବୁରେ ରହୁଛନ୍ତି। ସଂଘର୍ଷରେ ସେ ନିଜର ୧୩ ପୁଅଙ୍କୁ ହରାଇଛନ୍ତି। ଅସାଦ ସରକାରଙ୍କୁ ବିରେଧ କରି ଲଢ଼େଇ କରୁଥିବାବେଳେ ସେମାନଙ୍କ ଜୀବନ ଯାଇଛି। ମୃତ୍ୟୁ ବେଳକୁ ବଡ଼ପୁଅକୁ ୨୭ ଓ ସବା ସାନକୁ ୧୩ ବର୍ଷ ହେଉଥିଲା।
ସକାଳେ ଘରେ ବସି ଚା’ ପିଉଥିବାବେଳେ ହଠାତ୍‌ ଘର ଉପରେ ରକେଟ ମାଡ଼ ହେଲା। ଏଥିରୁ ରଜାକ୍‌ ବର୍ତ୍ତିଯାଇଥିଲେ ସିନା, ତାଙ୍କ ସ୍ତ୍ରୀଙ୍କୁ ବଞ୍ଚାଇ ପାରି ନ ଥିଲେ। ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ଉଦ୍ଦେଶ୍ୟରେ ନିର୍ମିତ ଏକ ବଡ଼ ଶିବିରରେ ରଜାକ୍‌ କାନ୍ଦି କାନ୍ଦି କହିଛନ୍ତି, ଅସାଦଙ୍କ ଶାସନକୁ ବିରୋଧ କରିବାକୁ ହିଁ ପଡ଼ିବ ବୋଲି ଯେକୌଣସି ମସ୍ତିଷ୍କଧାରୀ ବ୍ୟକ୍ତି ନିଷ୍କର୍ଷରେ ପହଞ୍ଚତ୍ବ। ମୁଁ ମୋ ଶହୀଦମାନଙ୍କୁ ହରାଇଛି ଏବଂ ଏଥିଲାଗି ମନରେ ଆଦୌ ଅନୁଶୋଚନା ନାହିଁ। ଏବେ ମଧ୍ୟ ଆଲ୍ଲାଙ୍କୁ ଧନ୍ୟବାଦ ଦେଉଛି।
ଥିଲା ସିରିଆର ଉତ୍ତର ପଶ୍ଚିମ ଭାଗରେ ବିଦ୍ରୋହୀଙ୍କ ଶେଷ ଦୁର୍ଗ। ସିରିଆ ଓ ରୁଷିଆ ସେନା ୨୦୧୯ ଏପ୍ରିଲରୁ ୨୦୨୦ ମାର୍ଚ୍ଚ ମଧ୍ୟରେ ଏହି ସହରରେ ଆଖିବୁଜା ଗୁଳିବର୍ଷା ଓ ବୋମାମାଡ଼ କରିଥିଲେ। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ଜୀବନ ବଞ୍ଚାଇବା ପାଇଁ ଅନେକେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ସେହି ଆକ୍ରମଣ ବେଳେ ସରାକେବ୍‌ସ୍ଥିତ ଏକ ଆଶ୍ରୟଗୃହରେ ରଜାକ ଥିଲେ। ପରିବାରର ୭ ଜଣଙ୍କୁ ସେହି ସମୟରେ ସେ ହରାଇଥିଲେ। ଲଗାତର ଆକ୍ରମଣରୁ ବର୍ତ୍ତିଯାଇଥିବା ଫତିମା ହେଉଛନ୍ତି ରଜାକଙ୍କ ଜଣେ ପୁଅଙ୍କ ଝିଅ। ୧୨ ନାତୁଣୀନାତିଙ୍କୁ ନେଇ ସେହି ଶିବିରରେ ରଜାକ୍‌ ରହୁଛନ୍ତି ନିଜ ବିଧବା ପୁତ୍ରବଧୂମାନଙ୍କ ସହ।

ଆର୍ଥିକ ସଙ୍କଟ ବଡ଼ ଚ୍ୟାଲେଞ୍ଜ
ଚଳିତ ସପ୍ତାହରେ ସିରିଆ ସଂଘର୍ଷକୁ ୧୦ ବର୍ଷ ପୂରିଛି। ୨୦୧୧ ମାର୍ଚ୍ଚରେ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ବିକ୍ଷୋଭରୁ ରକ୍ତାକ୍ତ ବିଦ୍ରୋହର ସୂତ୍ରପାତ ରାଷ୍ଟ୍ରପତି ବଶର ଅଲ୍‌-ଅସାଦଙ୍କ ଅବସ୍ଥା ଖରାପ କରିଦେଇଛି। ରୁଷିଆ ସେନାର ଉପସ୍ଥିତି ଓ ଇରାନର ଶିଆ ମିଲିସିଆମାନଙ୍କ ସହାୟତା ଯୋଗୁ ଦେଶର ଅନେକ ଭାଗରେ ଅସାଦ ସରକାରଙ୍କ କର୍ତ୍ତୃତ୍ୱ ରହିଛି। ଉତ୍ତର ପଶ୍ଚିମର କେତେକ ସ୍ଥାନ ଏବେ ବି ଶତ୍ରୁ ତୁର୍କୀ ନିୟଣନ୍ତ୍ରରେ। ଉତ୍ତର ପଶ୍ଚିମସ୍ଥିତ ତୈଳ ଓ ଗହମ ଉପତ୍ାଦନକାରୀ ଅଞ୍ଚଳରେ ଆମେରିକାର ଉପସ୍ଥିତି ରହିଛି। କିନ୍ତୁ ଅସାଦଙ୍କ ପାଇଁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ଅର୍ଥନୀତି। ଭ୍ରଷ୍ଟାଚାର, ଖାଦ୍ୟ ସାମଗ୍ରୀର ଦରବୃଦ୍ଧି, ମୁଦ୍ରାର ମୂଲ୍ୟହ୍ରାସ, ପାୱାର କଟ୍‌, ଗ୍ୟାସୋଲିନ୍‌ ନିଅଣ୍ଟ ଆଦିକୁ ନେଇ ଯୁଦ୍ଧ ପରବର୍ତ୍ତୀ ଜନଅସନ୍ତୋଷ ସ୍ଥିତିକୁ ଆହୁରି ସଙ୍ଗିନ କରିଦେଇଛି। ବହୁ ପରିବାର କଷ୍ଟ ଯନ୍ତ୍ରଣାରେ ବଞ୍ଚତ୍ଛନ୍ତି, ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ଦୀର୍ଘ ୧ ଦଶନ୍ଧିର ସଂଘର୍ଷ ଭିତରେ।

କେତେ ମୃତ
ସିରିଆନ୍‌ ଅବ୍‌ଜର୍ଭେଟୋରି ଫର୍‌ ହ୍ୟୁମାନ ରାଇଟ୍ସ (ଏସ୍‌ଓଏଚ୍‌ଆର୍‌) ଅନୁସାରେ ୨୦୨୦ ଡିସେମ୍ବର ସୁଦ୍ଧା ୩,୮୭,୧୧୮ ଜଣଙ୍କ ଜୀବନ ଯାଇଥିଲା। ମୃତକଙ୍କ ମଧ୍ୟରୁ ୧,୧୬,୯୯୧ ସାଧାରଣ ନାଗରିକ। ଏହାବାଦ୍‌ ୨୦୫,୩୦୦ ନିଖୋଜ ଅଥବା ନିହତଙ୍କୁ ମିଶାଇଲେ ସଂଖ୍ୟା ଆହୁରି ଅଧିକ ହେବ। କୁହାଯାଏ, ଏମାନଙ୍କ ଭିତରୁ ୮୮,୦୦୦ ଜଣଙ୍କୁ ସରକାରୀ ଜେଲଗୁଡ଼ିକରେ ନିର୍ଯାତନା ଦେଇ ମାରି ଦିଆଯାଇଛି। ଜାତିସଂଘ ରିପୋର୍ଟ ଅନୁସାରେ ୧୨,୦୦୦ ଶିଶୁ ମଧ୍ୟ ମୃତାହତ ହୋଇଛନ୍ତି।

କେତେ ପ୍ରଭାବିତ
ସିରିଆ ସଂଘର୍ଷରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିବାବେଳେ ୨.୧ ନିୟୁତ ନାଗରିକ ଆହତ କିମ୍ବା ପଙ୍ଗୁ ହୋଇଯାଇଛନ୍ତି। ପ୍ରାକ୍‌ ଯୁଦ୍ଧ ଜନସଂଖ୍ୟାର ଅର୍ଦ୍ଧାଧିକ (ପ୍ରାୟ ୧୨ ନିୟୁତ ଲୋକ) ସିରିଆରୁ ପଳାୟନ କରିଛନ୍ତି। ପଡ଼ୋଶୀ ଲେବାନନ, ଜୋର୍ଡାନ ଓ ତୁର୍କୀର ଶରଣାର୍ଥୀ ଶିବିରଗୁଡ଼ିକରେ ୫.୬ ନିୟୁତ ଲୋକ ଆଶ୍ରୟ ନେଇଛନ୍ତି। ଏହାକୁ ଆଧୁନିକ ଇତିହାସରେ ଶରଣାର୍ଥୀଙ୍କ ସବୁଠୁ ବଡ଼ ଗଣପଳାୟନ ବୋଲି କୁହାଯାଉଛି। ୨୦୨୧ ଜାନୁୟାରୀ ବେଳକୁ ସିରିଆ ଭିତରେ ୧୩.୪ ନିୟୁତ ଲୋକଙ୍କୁ ମାନବୀୟ ସହାୟତା ଜରୁରୀ ଥିବାବେଳେ ୧୨ ନିୟୁତରୁ ଅଧିକ ନାଗରିକ ଦୁଇଓଳି ଖାଇବାକୁ ପାଉ ନ ଥିବା ଜାତିସଂଘ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ଡ୍ରାଗନର ନୂଆ ଚାଲ: ଚାଇନାର ନଦୀବନ୍ଧ ଭାରତ ପାଇଁ ସାଜିବ କି ବଡ଼ ବିପଦ?

ବେଜିଂ,୧୧ା୭: ତିବ୍ବତର ୟାରଲୁଙ୍ଗ୍‌ ସାଙ୍ଗପୋ ନଦୀରେ ଚାଇନା ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଉକ୍ତ ନଦୀବନ୍ଧ ପ୍ରତି ପ୍ରାକୃତିକ ବିପଦ ରହିଥିବା ଚାଇନା ସରକାରଙ୍କ…

ସଚିନଙ୍କ ସହ ୱିମ୍ବଲଡନ ଦେଖିବାକୁ ଗଲେ ଶୁବମନ ଗିଲ୍‌: ଲୋକେ କହିଲେ…

ନୂଆଦିଲ୍ଲୀ,୧୧।୭: ଭାରତର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲଙ୍କୁ ୱିମ୍ବଲଡନରେ ରୟାଲ ବକ୍ସରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ତାଙ୍କ ସ୍ତ୍ରୀ ଅଞ୍ଜଳିଙ୍କ…

IND vs ENG: ବାହାନା ପରେ ବାହାନା… ଟିମ ଇଣ୍ଡିଆର ଦୁଃଖଦ ଅବସ୍ଥା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୧୧।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ପାଖରେ ଅସୀମ ବାହାନା ଥିବା ପରି ମନେହୁଏ। ସେ ଏବେ ଆଉ ଏକ ବାହାନା ବାହାର…

ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ, ଆଉ ୩…

ଝରିଗାଁ,୧୧ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ନୂତନ କୋର୍ଟ ନିକଟରେ ବାଇକ୍‌ ଦୁର୍ଘଟଣା ଯୋଗୁ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ୍‌ରେ ଥିବା…

ଦୁଃଖ କରୁଛି ପାକିସ୍ତାନ ! ମୋଦିଙ୍କୁ ନେଇ ଶାହବାଜ ସରିଫଙ୍କ ପରାମର୍ଶଦାତା କହିଲେ ଏମିତି କଥା ସବୁଠି ହେଉଛି ଚର୍ଚ୍ଚା

ଇସଲାମାବାଦ,୧୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଜଣେ ପ୍ରମୁଖ ପରାମର୍ଶଦାତା ରାଣା ସାନାଉଲ୍ଲା ଖାନଙ୍କ ଏକ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା…

ଆର୍‌ଆଇ କାର୍ଯ୍ୟାଳୟର ପାଚେରି ଭାଙ୍ଗିଲା, ସୁରକ୍ଷା ନେଇ ଚିନ୍ତା

କର୍ଲାମୁଣ୍ଡା,୧୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ରାଜସ୍ବ  ନିରୀକ୍ଷକ (ଆର୍‌.ଆଇ.) କାର୍ଯ୍ୟାଳୟର ପାଚେରିର ଏକ ବଡ଼ ଅଂଶ ଭାଙ୍ଗିପଡ଼ିଛି। ଫଳରେ କାର୍ଯ୍ୟାଳୟ ପରିସରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri