୧୦ ବର୍ଷ ଗୃହଯୁଦ୍ଧ

ବିରୁଟ/ଡାମାସ୍‌କସ୍‌/ଇଦ୍‌ଲିବ,୨୦ା୩: ଏକ ଦଶନ୍ଧି ତଳେ ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ୍‌ଙ୍କ ବିରୋଧରେ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ବିକ୍ଷୋଭ କେତେବେଳେ ଆନ୍ଦୋଳନର ରୂପ ନେଇ କ୍ରମଶଃ ଏକ ବୃହତ୍‌ ଗୃହଯୁଦ୍ଧ ପାଲଟିଗଲା କେହି ଜାଣିପାରିଲେ ନାହିଁ। ସିରିଆ ସଂଘର୍ଷରେ ଅଦ୍ୟାବଧି ୩,୮୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଥିବାବେଳେ ତୁହାକୁ ତୁହା ରକେଟ ମାଡ଼ରେ ଧୂଳିସାତ୍‌ ହୋଇଯାଇଛି ଅନେକ ସହର। ଉଦ୍‌ବାସ୍ତୁ ଜନତା ବିସ୍ଥାପିତ ହୋଇ ଗଣପଳାୟନ କରିବାକୁ ବାଧ୍ୟ ହେଉଛନ୍ତି ପଡ଼ୋଶୀ ଦେଶଗୁଡ଼ିକୁ। ସିରିଆରେ ସଂଘର୍ଷ ଆରମ୍ଭ ହେବା ପୂର୍ବରୁ ବହୁ ସଂଖ୍ୟକ ଲୋକ ବଶର ଅଲ୍‌-ଅସାଦ୍‌ଙ୍କ ଶାସନର ଉଛୁଳା ବେକାରି ଓ ଦୁର୍ନୀତି ଏବଂ ରାଜନୈତିକ ସ୍ବାଧୀନତାର ଅବକ୍ଷୟକୁ ନେଇ ଅଭିଯୋଗ କରିଆସୁଥିଲେ, ଯିଏକି ୨୦୦୦ ମସିହାରେ ବାପା ହାଫିଜଙ୍କ ମୃତ୍ୟୁ ପରେ କ୍ଷମତାକୁ ଆସିଥିଲେ। ୨୦୧୧ ମାର୍ଚ୍ଚରେ ଗଣତନ୍ତ୍ର ସପକ୍ଷବାଦୀ ବିକ୍ଷୋଭ ଦେଖାଦେଇଥିଲା ଦକ୍ଷିଣରେ ସ୍ଥିତ ଡେରା ସହରରେ। ପଡ଼ୋଶୀ ଦେଶଗୁଡ଼ିକରେ ଦମନକାରୀ ଶାସକମାନଙ୍କ ବିରୋଧରେ ମୁଣ୍ଡ ଟେକିଥିବା ବସନ୍ତ ବିପ୍ଳବ ଏହି ବିକ୍ଷୋଭକୁ ଆନ୍ଦୋଳନର ରୂପ ନେବା ପାଇଁ ପ୍ରେରିତ କରିଥିଲା।
ସରକାର ଅସନ୍ତୋଷର ସ୍ବରକୁ ଚପାଇ ଦେବା ଲାଗି ଘାତକ ବଳ ପ୍ରୟୋଗ କରିବାରୁ ଦେଶବ୍ୟାପୀ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି ଜୋର୍‌ ଧରିବାରେ ଲାଗିଲା। ଅଶାନ୍ତି ଯେତେ ବଢ଼ୁଥିଲା ସରକାରଙ୍କ ଦମନଲୀଳା ବର୍ବରତାର ସେତେ ସୀମା ଲଂଘୁଥିଲା। ଫଳରେ ବିରୋଧୀ ସମର୍ଥକମାନେ ଅସ୍ତ୍ର ଧରିବାକୁ ବାଧ୍ୟ ହୋଇଥିଲେ। ଅସ୍ତ୍ର ଉଠାଇବାର ଉଦ୍ଦେଶ୍ୟ ଥିଲା ପ୍ରଥମେ ନିଜକୁ ରକ୍ଷା କରିବା ଓ ପରେ ସୁରକ୍ଷା ବଳ ପ୍ରଭାବରୁ ନିଜ ନିଜ ଅଞ୍ଚଳକୁ ମୁକ୍ତ କରିବା। ବିଦ୍ରୋହୀଙ୍କ ଏହି ଶକ୍ତି ପ୍ରଦର୍ଶନକୁ ଅସାଦ୍‌ ବିଦେଶୀ ସମର୍ଥତ୍ତ ଆତଙ୍କବାଦର ଆଖ୍ୟାଦେଇ କାବୁ କରିବା ପାଇଁ ଆହୁରି ଟାଣପଣ ଦେଖାଇଲେ। ହିଂସା ବଢ଼ିଚାଲିବାରୁ ସମଗ୍ର ସିରିଆ ଗୃହଯୁଦ୍ଧ ମଧ୍ୟକୁ ଓହ୍ଲାଇଆସିଲା। ବିଦ୍ରୋହୀ ଗୋଷ୍ଠୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ଅସାଦ୍‌ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଅଘୋଷିତ ଯୁଦ୍ଧ ଜାରି ରହିଲା। ଫଳରେ ବିଦେଶୀ ଶକ୍ତିମାନେ ପକ୍ଷ ନେବା ଆରମ୍ଭ କଲେ। ଅର୍ଥ, ଅସ୍ତ୍ରଶସ୍ତ୍ର ଓ ଯୋଦ୍ଧାଙ୍କୁ ପଠାଇଲେ। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଫାଇଦା ଉଠାଇଲେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଏବଂ ଅଲ୍‌-କାଏଦା ଭଳି ଚରମପନ୍ଥୀ ଜେହାଦୀ ସଙ୍ଗଠନ। ସେପଟେ ନିଜକୁ ନିଜେ ଶାସନ କରିବାକୁ ଚାହୁଁଥିବା ସିରିଆର କୁର୍ଦ୍ଦମାନେ ଅସାଦ୍‌ଙ୍କ ସେନା ବିରୋଧରେ ଲଢ଼େଇ କରି ନ ଥିଲେ ମଧ୍ୟ ଏହି ସଂଘର୍ଷକୁ ଏକ ନୂଆ ଦିଶା ଦେଇଥିଲେ।
୨୦୧୦ ଦଶକର ଆଦ୍ୟ ଭାଗରେ ଆରମ୍ଭ ହୋଇଥିଲା ଆରବ ବସନ୍ତ। ଆରବୀୟ ରାଷ୍ଟ୍ରଗୁଡ଼ିକରେ ସ୍ବେଚ୍ଛାଚାରୀ ଶାସକଙ୍କ ବିରୋଧରେ ଏହା ଥିଲା ସାମଗ୍ରିକ ଆନ୍ଦୋଳନ। ଟ୍ୟୁନିସିଆରେ ଏକଚ୍ଛତ୍ରବାଦୀ ସରକାର ବିରୋଧୀ ବିକ୍ଷୋଭ କ୍ରମଶଃ ଅନ୍ୟ ୫ ରାଷ୍ଟ୍ର ଲିବ୍ୟା, ଇଜିପ୍ଟ, ୟେମେନ, ସିରିଆ ଓ ବାହାରିନ୍‌କୁ ବ୍ୟାପି ଦଙ୍ଗା, ଗୃହଯୁଦ୍ଧ ଏବଂ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ଜିନେ ଏଲ୍‌ ଆବିଦିନ ବେନ୍‌ ଅଲି, ମୁଆଁମାର ଗଦ୍ଦାଫି, ହୋସ୍‌ନି ମୁବାରକ୍‌ ଓ ଅଲି ଅବ୍‌ଦୁଲ୍ଲା ସଲେହଙ୍କ ଭଳି ଏକଚ୍ଛତ୍ରବାଦୀ ଶାସକମାନଙ୍କ ପତନ ଘଟାଇଥିଲା ଏହି ସଶସ୍ତ୍ର ବିଦ୍ରୋହ। ଇରାକ୍‌, ଅଲ୍‌ଜେରିଆ, ଇରାନ, ଜୋର୍ଡାନ, କୁଏଟ୍‌, ଓମାନ ଓ ସୁଡାନକୁ ବ୍ୟାପିଥିଲା ଜନଗଣଙ୍କ ବିପ୍ଳବର ବହ୍ନି, ଯେଉଁଥିରେ ୬୧,୦୦୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିଲେ।

ସ୍ତ୍ରୀ ଓ ପୁଅମାନଙ୍କୁ ହରାଇଛନ୍ତି କୃଷକ
ବର୍ଷୀୟ ଅବ୍‌ଦେଲ ରଜାକ୍‌ ଅଲ୍‌-ଖାତୁନ୍‌ ୧୦ ବର୍ଷ ତଳେ ହମା ପ୍ରଦେଶର ଜଣେ ରୋଜଗାରିଆ ଚାଷୀ ଥିଲେ। ଏବେ ସେ କପର୍ଦ୍ଦକଶୂନ୍ୟ ଓ ବାସହୀନ ହୋଇ ଇଦ୍‌ଲିବ୍‌ ସହର ଉତ୍ତର ଭାଗରେ ଥିବା ଏକ ତମ୍ବୁରେ ରହୁଛନ୍ତି। ସଂଘର୍ଷରେ ସେ ନିଜର ୧୩ ପୁଅଙ୍କୁ ହରାଇଛନ୍ତି। ଅସାଦ ସରକାରଙ୍କୁ ବିରେଧ କରି ଲଢ଼େଇ କରୁଥିବାବେଳେ ସେମାନଙ୍କ ଜୀବନ ଯାଇଛି। ମୃତ୍ୟୁ ବେଳକୁ ବଡ଼ପୁଅକୁ ୨୭ ଓ ସବା ସାନକୁ ୧୩ ବର୍ଷ ହେଉଥିଲା।
ସକାଳେ ଘରେ ବସି ଚା’ ପିଉଥିବାବେଳେ ହଠାତ୍‌ ଘର ଉପରେ ରକେଟ ମାଡ଼ ହେଲା। ଏଥିରୁ ରଜାକ୍‌ ବର୍ତ୍ତିଯାଇଥିଲେ ସିନା, ତାଙ୍କ ସ୍ତ୍ରୀଙ୍କୁ ବଞ୍ଚାଇ ପାରି ନ ଥିଲେ। ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ଉଦ୍ଦେଶ୍ୟରେ ନିର୍ମିତ ଏକ ବଡ଼ ଶିବିରରେ ରଜାକ୍‌ କାନ୍ଦି କାନ୍ଦି କହିଛନ୍ତି, ଅସାଦଙ୍କ ଶାସନକୁ ବିରୋଧ କରିବାକୁ ହିଁ ପଡ଼ିବ ବୋଲି ଯେକୌଣସି ମସ୍ତିଷ୍କଧାରୀ ବ୍ୟକ୍ତି ନିଷ୍କର୍ଷରେ ପହଞ୍ଚତ୍ବ। ମୁଁ ମୋ ଶହୀଦମାନଙ୍କୁ ହରାଇଛି ଏବଂ ଏଥିଲାଗି ମନରେ ଆଦୌ ଅନୁଶୋଚନା ନାହିଁ। ଏବେ ମଧ୍ୟ ଆଲ୍ଲାଙ୍କୁ ଧନ୍ୟବାଦ ଦେଉଛି।
ଥିଲା ସିରିଆର ଉତ୍ତର ପଶ୍ଚିମ ଭାଗରେ ବିଦ୍ରୋହୀଙ୍କ ଶେଷ ଦୁର୍ଗ। ସିରିଆ ଓ ରୁଷିଆ ସେନା ୨୦୧୯ ଏପ୍ରିଲରୁ ୨୦୨୦ ମାର୍ଚ୍ଚ ମଧ୍ୟରେ ଏହି ସହରରେ ଆଖିବୁଜା ଗୁଳିବର୍ଷା ଓ ବୋମାମାଡ଼ କରିଥିଲେ। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ଜୀବନ ବଞ୍ଚାଇବା ପାଇଁ ଅନେକେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ସେହି ଆକ୍ରମଣ ବେଳେ ସରାକେବ୍‌ସ୍ଥିତ ଏକ ଆଶ୍ରୟଗୃହରେ ରଜାକ ଥିଲେ। ପରିବାରର ୭ ଜଣଙ୍କୁ ସେହି ସମୟରେ ସେ ହରାଇଥିଲେ। ଲଗାତର ଆକ୍ରମଣରୁ ବର୍ତ୍ତିଯାଇଥିବା ଫତିମା ହେଉଛନ୍ତି ରଜାକଙ୍କ ଜଣେ ପୁଅଙ୍କ ଝିଅ। ୧୨ ନାତୁଣୀନାତିଙ୍କୁ ନେଇ ସେହି ଶିବିରରେ ରଜାକ୍‌ ରହୁଛନ୍ତି ନିଜ ବିଧବା ପୁତ୍ରବଧୂମାନଙ୍କ ସହ।

ଆର୍ଥିକ ସଙ୍କଟ ବଡ଼ ଚ୍ୟାଲେଞ୍ଜ
ଚଳିତ ସପ୍ତାହରେ ସିରିଆ ସଂଘର୍ଷକୁ ୧୦ ବର୍ଷ ପୂରିଛି। ୨୦୧୧ ମାର୍ଚ୍ଚରେ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ବିକ୍ଷୋଭରୁ ରକ୍ତାକ୍ତ ବିଦ୍ରୋହର ସୂତ୍ରପାତ ରାଷ୍ଟ୍ରପତି ବଶର ଅଲ୍‌-ଅସାଦଙ୍କ ଅବସ୍ଥା ଖରାପ କରିଦେଇଛି। ରୁଷିଆ ସେନାର ଉପସ୍ଥିତି ଓ ଇରାନର ଶିଆ ମିଲିସିଆମାନଙ୍କ ସହାୟତା ଯୋଗୁ ଦେଶର ଅନେକ ଭାଗରେ ଅସାଦ ସରକାରଙ୍କ କର୍ତ୍ତୃତ୍ୱ ରହିଛି। ଉତ୍ତର ପଶ୍ଚିମର କେତେକ ସ୍ଥାନ ଏବେ ବି ଶତ୍ରୁ ତୁର୍କୀ ନିୟଣନ୍ତ୍ରରେ। ଉତ୍ତର ପଶ୍ଚିମସ୍ଥିତ ତୈଳ ଓ ଗହମ ଉପତ୍ାଦନକାରୀ ଅଞ୍ଚଳରେ ଆମେରିକାର ଉପସ୍ଥିତି ରହିଛି। କିନ୍ତୁ ଅସାଦଙ୍କ ପାଇଁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ଅର୍ଥନୀତି। ଭ୍ରଷ୍ଟାଚାର, ଖାଦ୍ୟ ସାମଗ୍ରୀର ଦରବୃଦ୍ଧି, ମୁଦ୍ରାର ମୂଲ୍ୟହ୍ରାସ, ପାୱାର କଟ୍‌, ଗ୍ୟାସୋଲିନ୍‌ ନିଅଣ୍ଟ ଆଦିକୁ ନେଇ ଯୁଦ୍ଧ ପରବର୍ତ୍ତୀ ଜନଅସନ୍ତୋଷ ସ୍ଥିତିକୁ ଆହୁରି ସଙ୍ଗିନ କରିଦେଇଛି। ବହୁ ପରିବାର କଷ୍ଟ ଯନ୍ତ୍ରଣାରେ ବଞ୍ଚତ୍ଛନ୍ତି, ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ଦୀର୍ଘ ୧ ଦଶନ୍ଧିର ସଂଘର୍ଷ ଭିତରେ।

କେତେ ମୃତ
ସିରିଆନ୍‌ ଅବ୍‌ଜର୍ଭେଟୋରି ଫର୍‌ ହ୍ୟୁମାନ ରାଇଟ୍ସ (ଏସ୍‌ଓଏଚ୍‌ଆର୍‌) ଅନୁସାରେ ୨୦୨୦ ଡିସେମ୍ବର ସୁଦ୍ଧା ୩,୮୭,୧୧୮ ଜଣଙ୍କ ଜୀବନ ଯାଇଥିଲା। ମୃତକଙ୍କ ମଧ୍ୟରୁ ୧,୧୬,୯୯୧ ସାଧାରଣ ନାଗରିକ। ଏହାବାଦ୍‌ ୨୦୫,୩୦୦ ନିଖୋଜ ଅଥବା ନିହତଙ୍କୁ ମିଶାଇଲେ ସଂଖ୍ୟା ଆହୁରି ଅଧିକ ହେବ। କୁହାଯାଏ, ଏମାନଙ୍କ ଭିତରୁ ୮୮,୦୦୦ ଜଣଙ୍କୁ ସରକାରୀ ଜେଲଗୁଡ଼ିକରେ ନିର୍ଯାତନା ଦେଇ ମାରି ଦିଆଯାଇଛି। ଜାତିସଂଘ ରିପୋର୍ଟ ଅନୁସାରେ ୧୨,୦୦୦ ଶିଶୁ ମଧ୍ୟ ମୃତାହତ ହୋଇଛନ୍ତି।

କେତେ ପ୍ରଭାବିତ
ସିରିଆ ସଂଘର୍ଷରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିବାବେଳେ ୨.୧ ନିୟୁତ ନାଗରିକ ଆହତ କିମ୍ବା ପଙ୍ଗୁ ହୋଇଯାଇଛନ୍ତି। ପ୍ରାକ୍‌ ଯୁଦ୍ଧ ଜନସଂଖ୍ୟାର ଅର୍ଦ୍ଧାଧିକ (ପ୍ରାୟ ୧୨ ନିୟୁତ ଲୋକ) ସିରିଆରୁ ପଳାୟନ କରିଛନ୍ତି। ପଡ଼ୋଶୀ ଲେବାନନ, ଜୋର୍ଡାନ ଓ ତୁର୍କୀର ଶରଣାର୍ଥୀ ଶିବିରଗୁଡ଼ିକରେ ୫.୬ ନିୟୁତ ଲୋକ ଆଶ୍ରୟ ନେଇଛନ୍ତି। ଏହାକୁ ଆଧୁନିକ ଇତିହାସରେ ଶରଣାର୍ଥୀଙ୍କ ସବୁଠୁ ବଡ଼ ଗଣପଳାୟନ ବୋଲି କୁହାଯାଉଛି। ୨୦୨୧ ଜାନୁୟାରୀ ବେଳକୁ ସିରିଆ ଭିତରେ ୧୩.୪ ନିୟୁତ ଲୋକଙ୍କୁ ମାନବୀୟ ସହାୟତା ଜରୁରୀ ଥିବାବେଳେ ୧୨ ନିୟୁତରୁ ଅଧିକ ନାଗରିକ ଦୁଇଓଳି ଖାଇବାକୁ ପାଉ ନ ଥିବା ଜାତିସଂଘ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri