ଭାଇରସ୍‌ ଖେଳ

କୋଭିଡ୍‌-୧୯ ବା କରୋନା ଭୂତାଣୁ ସଂକ୍ରମଣ ସାମ୍ନାକୁ ଆସିବାର ୫ବର୍ଷ ପରେ ଏବେ ହ୍ୟୁମାନ ମେଟା ନ୍ୟୁମୋ ଭାଇରସ୍‌ (ଏଚ୍‌ଏମ୍‌ପିଭି) ସଂକ୍ରମଣକୁ ନେଇ ନୂଆ ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ଭଳି ଏଚ୍‌ଏମ୍‌ପିଭି ଦ୍ରୁତ ଗତିରେ ବ୍ୟାପୁଥିବା କୁହାଯାଉଛି। ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଜାନୁଆରୀ ୬ରେ କର୍ନାଟକରେ ୨ଜଣ, ତାମିଲନାଡୁରେ ୨ ଜଣ ଏବଂ ଗୁଜରାଟରେ ଜଣେ ସଂକ୍ରମିତ ହୋଇଛନ୍ତି। କୋଲକାତାରେ ନଭେମ୍ବର ୨୦୨୪ରୁ ଇତିମଧ୍ୟରେ ୩ ଜଣ ସଂକ୍ରମିତ ହୋଇଥିବା ପିୟର୍ଲେସ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଅସ୍ବୀକାର କରିଛନ୍ତି। ସଂକ୍ରମଣକୁ ନେଇ କର୍ନାଟକ, ମହାରାଷ୍ଟ୍ର ଓ ଦିଲ୍ଲୀରେ ଗାଇଡଲାଇନ ଜାରି କରାଯାଇଛି। ସୂଚନାଯୋଗ୍ୟ ଯେ,ଏହା ଶ୍ୱାସକ୍ରିୟା ସହିତ ଜଡ଼ିତ ଏକ ପ୍ରକାର ଫ୍ଲୁ ଭୂତାଣୁ। ଏହା ଚାଇନାରୁ ସୃଷ୍ଟି ହୋଇଥିବା କୁହାଯାଉଛି। ସେଠାରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବା ଖବର ପ୍ରକାଶ ପାଉଥିଲେ ମଧ୍ୟ ଏହାର ଠିକ୍‌ ସଂଖ୍ୟା ଜଣାପଡ଼ୁନାହିଁ। ବିଶ୍ୱ ସ୍ତରରେ ଏଚ୍‌ଏମ୍‌ପିଭି ସଂକ୍ରମଣରେ ଚାଇନା ପଛକୁ ରହିଛି ମାଲେସିଆ। ସେଠାରେ ୨୦୨୪ରେ ୩୨୭ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । କିନ୍ତୁ କୌଣସି ମୃତ୍ୟୁ ଘଟିବାର ଖବର ମିଳିନାହିଁ। ଉଲ୍ଲେଖନୀୟ ଯେ, ୨୦୧୯ର ଶେଷ ଭାଗରେ ଚାଇନାର ଉହାନରୁ କୋଭିଡ୍‌ ଭୂତାଣୁ ସୃଷ୍ଟି ହୋଇଥିଲା। ସେଥିରେ ବିଶ୍ୱର ୨୨୬ଟି ଦେଶରେ ୭୦ କୋଟିରୁ ଊର୍ଦ୍ଧ୍ୱ ଲାକ ସଂକ୍ରମିତ ହେବା ସହ ୭୦ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଆମେରିକାରେ ସବୁଠୁ ଅଧିକ ମୃତ୍ୟୁ ଘଟିଥିଲା । ସେଠାରେ ପାଖାପାଖି ୧୨ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲାବେଳେ ଏହା ପଛକୁ ଥିଲା ଭାରତ। ଭାରତରେ ୫ ଲକ୍ଷ ୩୩ ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ କୋଭିଡ-୧୯ ସଂକ୍ରମଣ ପାଇଁ ସେ ସିଧାସଳଖ ଚାଇନାକୁ ଦାୟୀ କରାଯାଇଥିଲେ ମଧ୍ୟ କରୋନା ଭୂତାଣୁ ପ୍ରାଣୀଙ୍କ ଶରୀରରୁ କିମ୍ବା ପରୀକ୍ଷାଗାରରୁ ସୃଷ୍ଟି ହୋଇଛି କି ନାହିଁ ତାହା ଏଯାବତ ପ୍ରମାଣିତ ହୋଇନାହିଁ। ଏଭଳି ଏକ ଦ୍ୱନ୍ଦ୍ୱ ଅସମାହିତ ଥିବାବେଳେ ଏବେ ଏଚ୍‌ଏମ୍‌ପିଭିକୁ ନେଇ ଚାଇନା ପୁନର୍ବାର ଚର୍ଚ୍ଚାକୁ ଆସିଛି। କିନ୍ତୁ ଏହି ଫ୍ଲୁ ଭୂତାଣୁ ଭୟଙ୍କର ନୁହେଁ ବୋଲି ଦିଲ୍ଲୀସ୍ଥିତ ଏମ୍ସର ସେଣ୍ଟର ଫର୍‌ କମ୍ୟୁନିଟି ମେଡିସିନ ପ୍ରାଧ୍ୟାପକ ଡ. ହର୍ଷାଲ ଆର୍‌ ସାଲ୍‌ଭେ କହିଛନ୍ତି । ତାଙ୍କ ମତରେ ଏହା ଏକ ନୂଆ ଭାଇରସ୍‌ ନୁହେଁ। ଉଲ୍ଲେଖଯୋଗ୍ୟ ଯେ, ୨୦୦୧ରେ ନେଦରଲାଣ୍ଡ୍‌ସର ବୈଜ୍ଞାନିକମାନେ ଏହି ଭାଇରସ୍‌କୁ ଉଦ୍ଭାବନ କରିଥିଲେ। ଚାଇନାରେ ମଧ୍ୟ ନୋରୋ ଭାଇରସ୍‌ ବ୍ୟାପୁଛି। ଜାନୁଆରୀ ୬ରେ ଜାହାଜରେ ଯାତ୍ରା କରୁଥିବା ଜଣେ ବ୍ରିଟିଶ ନାଗରିକଙ୍କର ନୋରୋ ଭାଇରସ୍‌ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଛି। ଦେଖିବାକୁ ଗଲେ କେବଳ ଏଚ୍‌ଏମ୍‌ପିଭି ନୁହେଁ ପୃଥିବୀରେ ଭିନ୍ନ ଭିନ୍ନ ଭୂତାଣୁ ପ୍ରକାଶ ପାଇବାରେ ଲାଗିଛି।
ଅନ୍ୟଦିଗରୁ ଦେଖିଲେ ଏହିସବୁ ନୂତନ ଭାଇରସ୍‌ର ଭୟାବହତା ବିଷୟରେ ଏବେ କହିବା କଷ୍ଟକର। କାରଣ ମନେହେଉଛି ଯେପରି ପ୍ରବଳ ଆର୍ଥିକ ସମ୍ପୃକ୍ତି ଥିବା ହେତୁ ପୃଥିବୀର ବୃହତ୍‌ ଫାର୍ମା ଅର୍ଥାତ୍‌ ଔଷଧ ନିର୍ମାତା ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଏଭଳି ଭୟ ସୃଷ୍ଟିକରି ରଖିବାକୁ ଚାହୁଁଛନ୍ତି। ସେହି ଭୟ ଲାଗିରହିଲେ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ସବୁ ଦେଶର ସରକାର ପ୍ରବଳ ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। କରୋନାର ଉଦାହରଣରୁ ଜଣାପଡ଼ିଲା ଯେ ଯେଉଁପ୍ରକାରର ଅର୍ଥ ବିଶ୍ୱବ୍ୟାପୀ ଭ୍ୟାକ୍‌ସିନ୍‌ (ଟିକା) ପାଇଁ ଖର୍ଚ୍ଚ କରାଯାଇଥିଲା ତାହାର ଆଖିଦୃଶିଆ ସଫଳତା ଏବେ ମଧ୍ୟ ପ୍ରମାଣିତ ହୋଇନାହିଁ। କରୋନାରେ ମୃତ୍ୟୁବରଣ କରିଥିବା ଅନେକ ଲକ୍ଷ ଲୋକ ଦୁଇଟିଯାକ ଟିକା ପାଇବା ସତ୍ତ୍ୱେ ମଧ୍ୟ ବଞ୍ଚିପାରିଲେ ନାହିଁ। ଏହା ସହିତ ଟିକା ଲଗାଇବାକୁ ମନାକରିଥିବା ନାଗରିକ ମଧ୍ୟ ବଞ୍ଚି ରହିଛନ୍ତି। ସେଥିପାଇଁ ହୁଏତ ଏହିସବୁ ଭାଇରସ୍‌ର ଖେଳ ପଛରେ ବଡ଼ ଫାର୍ମା ସଂସ୍ଥାଗୁଡ଼ିକର ବ୍ୟବସାୟିକ ମନ୍ଦ ଉଦ୍ଦେଶ୍ୟ ଲୁକ୍କାୟିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?