୧୦ ଜିଲାରେ ଆରମ୍ଭ ହେଲା ଭର୍ଚୁଆଲ ହାଇକୋର୍ଟ

କଟକ ଅଫିସ,୪ା୨: ରାଜ୍ୟର ୧୦ ଜିଲାରେ ଶୁକ୍ରବାରଠାରୁ ଭର୍ଚୁଆଲ ହାଇକୋର୍ଟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମର ବ୍ରହ୍ମପୁର, ଭଦ୍ରକ, କଳାହାଣ୍ଡିର ଭବାନୀପାଟଣା, ଖୋର୍ଦ୍ଧାର ଭୁବନେଶ୍ୱର, ବଲାଙ୍ଗୀର, କୋରାପୁଟର ଜୟପୁର, ପୁରୀ ଓ ସୁନ୍ଦରଗଡ଼ର ରାଉରକେଲାଠାରେ ହାଇକୋର୍ଟର ଭର୍ଚୁଆଲ କ୍ୟାବିନ କାର୍ଯ୍ୟକ୍ଷମ ହୋଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୂଡ ନୂଆଦିଲ୍ଲୀରୁ ଭର୍ଚୁଆଲରେ ଥାଇ ଭର୍ଚୁଆଲ ହାଇକୋର୍ଟ ବ୍ୟବସ୍ଥାକୁ ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି।
କଟକସ୍ଥିତ ଜୁଡିସିଆଲ ଏକାଡେମୀ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଥାଇ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଓଡ଼ିଶା ହାଇକୋର୍ଟର ଏହି ଉଦ୍ୟମକୁ ପ୍ରଶଂସା କରି କହିଥିଲେ, ନ୍ୟାୟିକ କ୍ଷେତ୍ରରେ ଇ-ବ୍ୟବସ୍ଥା ଏକ ଜାତୀୟ ଆନ୍ଦୋଳନରେ ପରିଣତ ହେବା ସହ ଦେଶର ଅନ୍ୟ ହାଇକୋର୍ଟଗୁଡ଼ିକ ଏହାକୁ ଅନୁସରଣ କରିବେ। ଅଧିକାଂଶ ହାଇକୋର୍ଟରେ କେବଳ ଗୋଟିଏ ବେଞ୍ଚ କାର୍ଯ୍ୟ କରୁଥିବାବେଳେ କିଛି ହାଇକୋର୍ଟରେ ଦୁଇଟି ବେଞ୍ଚ ରହିଛି। ହେଲେ ଓଡ଼ିଶା ହାଇକୋର୍ଟ ରାଜ୍ୟର ସବୁ ଜିଲାରୁ କାର୍ଯ୍ୟକ୍ଷମ ହେଉଛି ଯାହା ଦେଶରେ ପ୍ରଥମ। ଏହାଦ୍ୱାରା ବହୁଦୂରରେ ଥିବା ଆଇନଜୀବୀମାନେ ନିଜ ଅଞ୍ଚଳରେ ରହି ହାଇକୋର୍ଟର ମାମଲା ପରିଚାଳନା କରିପାରିବାର ସୁଯୋଗ ପାଇବେ। କ୍ଷୁଦ୍ର ସହରରେ ରହି ବି ମେଧାବୀ ଆଇନଜୀବୀମାନେ ମାମଲା ପରିଚାଳନା ପାଇଁ ନିଜ ଦକ୍ଷତାକୁ ଉପଯୋଗ କରିପାରିବେ। ଏହି ଅବସରରେ ପ୍ରଧାନ ବିଚାରପତି ଏକ ଘୋଷଣା କରିଥିଲେ, ସୁପ୍ରିମକୋର୍ଟ ପକ୍ଷରୁ ମାଡ୍ରାସ ଆଇଆଇଟି ସହଯୋଗରେ ବିଚାରପତିଙ୍କ ରାୟକୁ ଆଞ୍ଚଳିକ ଭାଷାରେ ଅନୁବାଦ କରିବାର ଏକ ନୂଆ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଓଡ଼ିଶା ହାଇକୋର୍ଟ ବି ରାୟଗୁଡ଼ିକୁ ଓଡ଼ିଆରେ ଅନୁବାଦ କରିବା ନେଇ ଆଶାବ୍ୟକ୍ତ କରିଥିଲେ। ଆଇନଜୀବୀ, ବିଚାରପତି ଓ ପକ୍ଷମାନଙ୍କ ନିମନ୍ତେ ସୁପ୍ରିମକୋର୍ଟଙ୍କ ୩୫୦୦୦ ରାୟ ଅଦ୍ୟାବଧି ପୋର୍ଟାଲରେ ବିନା ଦେୟରେ ଉପଲବ୍ଧ କରାଯାଇଛି ବୋଲି ସେ କହିଥିଲେ।
ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର କହିଥିଲେ, ଜିଲାସ୍ତରରେ ଭର୍ଚୁଆଲ ହାଇକୋର୍ଟ ସ୍ଥାପନ ଭବିଷ୍ୟତ ପାଇଁ ଏକ ବଡ଼ ପଦକ୍ଷେପ। ଏହା ସଫଳ ହେଲେ ନ୍ୟାୟିକ ବ୍ୟବସ୍ଥାର ଚେହେରା ପରିବର୍ତ୍ତନ କରିଦେବ। ଲୋକମାନେ ପ୍ରତି ଜିଲାରେ ହାଇକୋର୍ଟର ଉପସ୍ଥିତିକୁ ଅନୁଭବ କରିପାରିବେ ଓ ଦ୍ୱାରଦେଶରେ ନ୍ୟାୟିକ ସେବା ପାଇବେ। ଏହାଦ୍ୱାରା ହାଇକୋର୍ଟଠାରୁ ବହୁ ଦୂରରେ ଥାଇ ଲୋକମାନେ ହାଇକୋର୍ଟରେ ମାମଲା ଦାୟର କରିପାରିବେ। ଏଥିସହ ଶୁଣାଣିରେ ଉପସ୍ଥିତ ରହିବା ସହ ସାର୍ଟିଫାଏଡ୍‌ କପି ମଧ୍ୟ ପାଇପାରିବେ। ପ୍ରଥମ ପର୍ଯ୍ୟାୟରେ ୧୦ ଜିଲାରେ ହୋଇଥିବା ଭର୍ଚୁଆଲ ହାଇକୋର୍ଟ ଦ୍ୱାରା ନିକଟବର୍ତ୍ତୀ ଜିଲାର ଲୋକମାନେ ମଧ୍ୟ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ। ହାଇକୋର୍ଟର ଆଇଟି ଆଣ୍ଡ୍‌ ଏଆଇ କମିଟି ଅଧ୍ୟକ୍ଷ ତଥା ବିଚାରପତି ଶୁଭାଶିଷ ତାଳପତ୍ର ସ୍ବାଗତ ଭାଷଣ ଓ ବିଚାରପତି ଡ. ସଞ୍ଜୀବ କୁମାର ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଭର୍ଚୁଆଲ ହାଇକୋର୍ଟ ଉପରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା। ହାଇକୋର୍ଟ ବିଚାରପତି, ପୂର୍ବତନ ବିଚାରପତିମାନଙ୍କ ସମେତ ଆଡ୍‌ଭୋକେଟ ଜେନେରାଲ, ଡେପୁଟି ସଲିସିଟର ଜେନେରାଲ ଅଫ ଇଣ୍ଡିଆ ଫର ଓଡ଼ିଶା ହାଇକୋର୍ଟ, ବିଚାର ବିଭାଗୀୟ ଅଧିକାରୀ, ସରକାରୀ ଅଧିକାରୀ, ହାଇକୋର୍ଟ ବାର୍‌ ଆସୋସିଏଶନର ସଦସ୍ୟ ଓ ୧୦ ଜିଲାର ଆଇନଜୀବୀ ଉପସ୍ଥିତ ଥିଲେ।
୧୦ ଜିଲାରେ ସର୍ବାଧିକ ମାମଲା
ପ୍ରଥମ ପର୍ଯ୍ୟାୟରେ ଯେଉଁ ୧୦ଟି ଜିଲାରେ ଭର୍ଚୁଆଲ ହାଇକୋର୍ଟ ସ୍ଥାପନ ହୋଇଛି, ତାହା ଭୌଗୋଳିକ ସ୍ଥିତି ଓ ମାମଲାର ପରିମାଣକୁ ଆଧାର କରି ସ୍ଥିର କରାଯାଇଛି। ବର୍ତ୍ତମାନ ସୁଦ୍ଧା ହାଇକୋର୍ଟରେ ୧.୭ ଲକ୍ଷ ମାମଲା ବିଚାର ପାଇଁ ପଡ଼ିରହିଛି। ତନ୍ମଧ୍ୟରୁ ଉପରୋକ୍ତ ୧୦ଟି ଜିଲାରେ ପ୍ରାୟ ୭୨,୭୬୦ ମାମଲା ରହିଛି। ପୁଣି ଖୋର୍ଦ୍ଧା ଜିଲାରେ ସର୍ବାଧିକ ପ୍ରାୟ ୨୭,୧୬୦ ମାମଲା ରହିଥିବା ଜଣାପଡିଛି। ଏଥିସହ ସମ୍ବଲପୁରରେ ୪୦୦୦, ଗଞ୍ଜାମରେ ୧୦୫୦୦, ଭଦ୍ରକରେ ୫୩୦୦, କଳାହାଣ୍ଡିରେ ୩୪୦୦, ବଲାଙ୍ଗୀରରେ ୩୮୦୦, କୋରାପୁଟରେ ୩୨୦୦, ପୁରୀରେ ୮୨୦୦ ଓ ସୁନ୍ଦରଗଡ଼ରେ ପାଖାପାଖି ୩୨୭୮ଟି ମାମଲା ପଡ଼ିରହିଛି।
ଭର୍ଚୁଆଲ ହାଇକୋର୍ଟର ସୁବିଧା
ଭର୍ଚୁଆଲ ହାଇକୋର୍ଟରେ ଭିଡିଓ କନ୍‌ଫରେନ୍ସ ସୁବିଧା ସହ ଏକ କାର୍ଯ୍ୟାଳୟ ରହିଛି। ହାଜରା ପାଇଁ ୫୫ ଇଞ୍ଚ ଟିଭି, କ୍ୟାମେରା, ମାଇକ୍ରୋଫୋନ, ସ୍ପିକର, ଡକ୍ୟୁମେଣ୍ଟ ଭିଜୁଆଲାଇଜର, କମ୍ପ୍ୟୁଟର, ପ୍ରିଣ୍ଟର, ସ୍କାନର ଆଦି ବ୍ୟବସ୍ଥା ଅଛି। ସେଠାରେ ଆଇନଜୀବୀମାନେ ମାମଲା ଇ-ଫାଇଲ କରିପାରିବେ। କୌଣସି ଆଇନଜୀବୀ ବା ପକ୍ଷ ଚାହିଁଲେ ଲିଖିତ କାଗଜାତ ମାଧ୍ୟମରେ ବି ମାମଲା ଦାୟର କରିପାରିବେ। ସେଠାରେ ଥିବା କମ୍ପ୍ୟୁଟର ସିଷ୍ଟମ ଜରିଆରେ ସେଗୁଡ଼ିକ ସ୍କାନ୍‌ ହୋଇ ଅପ୍‌ଲୋଡ୍‌ ହେବ। ଏହି କାର୍ଯ୍ୟ ପାଇଁ ଜଣେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପ୍ରତି ଜିଲା କ୍ୟାବିନରେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri