ଢେଙ୍କାନାଳରେ ପୁଣି କୁମାରୀ ମା’

ଢେଙ୍କାନାଳ ଅଫିସ, ୧୬।୧: ଢେଙ୍କାନାଳ ଜିଲା ପୁଣି ବୋହିଛି କୁମାରୀ ମା’ର କଳଙ୍କ। ଭୁବନ ପରେ କାମାକ୍ଷାନଗର ଥାନା ଅଞ୍ଚଳରେ ଏହାର ପୁନରାବୃତ୍ତି ଘଟିଛି। ଜଣେ ୧୭ ବର୍ଷୀୟା ନାବାଳିକା ଶୁକ୍ରବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅନ୍ତଃସତ୍ତ୍ୱା କରିଥିବା ଯୁବକ ଫେରାର ହୋଇଯାଇଛନ୍ତି। ଏ ସଂକ୍ରାନ୍ତରେ କାମାକ୍ଷାନଗର ଥାନାରେ ଗତ ୩୧ ତାରିଖରେ ମାମଲା (ନଂ.୪୩୧/୨୦) ରୁଜୁ ହୋଇଥିଲା। ଏଯାଏ ଅଭିଯୁକ୍ତ ଗିରଫ ହୋଇ ନ ଥିବାରୁ ପୀଡ଼ିତାଙ୍କ ପରିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନାବାଳିକାଙ୍କୁ ନ୍ୟାୟ ଦେବାକୁ ସେମାନେ ଦାବି କରିଛନ୍ତି। ଜନ୍ମିତ ସନ୍ତାନର ଓଜନ ୩ କେଜି। ମା’ ଏବଂ ଛୁଆ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ଏଥିପୂର୍ବରୁ ଗତ ୬ ତାରିଖ ରାତିରେ ଭୁବନ ଥାନା ଅଞ୍ଚଳର ଜଣେ ୨୫ ବର୍ଷୀୟା ଅବିବାହିତା ଯୁବତୀ ଶୌଚାଳୟରେ ସନ୍ତାନ ପ୍ରସବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ୍‌: ୭ ଗିରଫ, ମାରଣାସ୍ତ୍ର ଜବତ

ତାଳଚେର,୧।୯(ନି.ପ୍ର.) – ତାଳଚେରର ବିଭିନ୍ନ ଅଞ୍ଚଳରେ ଲୁଟ ତରାଜ ଚଳାଉଥିବା ଏକ ଡକାୟତି ଗ୍ୟାଙ୍ଗର ୭ ଜଣଙ୍କୁ କଲିୟରୀ ପୋଲିସ ଚଢ଼ାଉ କରି ଶନିବାର ଗିରଫ...

ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲା ଓକିଲ ସଂଘର ବନ୍ଦ ପାଳନ

ଦେବଗଡ଼,୨୬।୯(ଡି.ଏନ୍‌.ଏ.) : ଦେବଗଡ଼ ଜିଲା ଓକିଲ ସଂଘ ପକ୍ଷରୁ ପଞ୍ଚିମ ଓଡ଼ିଶା ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଗୁରୁବାର ସମସ୍ତ ସରକାରୀ, ବେସରକାରୀ,...

ଆଦର୍ଶ ଶିକ୍ଷକ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ

ଭବାନୀପାଟଣା,୧୫।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ଆଦର୍ଶ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାବତଙ୍କ ୭୧ ବର୍ଷ ବୟସରେ ପରଲୋକ ଘଟିଛି ା...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ

ଖୋର୍ଦ୍ଧା ଅଫିସ,୧୧ା୪: କରୋନା ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ମିନି ଟ୍ରକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂଘର...

ଆବଣ୍ଟନ ହେବ କୃଷକ ବଜାର ଦୋକାନ ଗୃହ: ଦିଆଯିବ ୫୬ ଦୋକାନ, ୩ ଗୋଦାମ

ଢେଙ୍କାନାଳ ଅଫିସ, ୧୮।୮: ଢେଙ୍କାନାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସ୍ଥାନୀୟ କୈବଲ୍ୟ ବଜାରରେ ୮୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କୃଷକ ବଜାର ଦୋକାନ ଘର ଆବଣ୍ଟନ...

ହକି ଖେଳ ପ୍ରତି ଆଗ୍ରହ ବଢ଼ାଅ

ବାଲିକୁଦା,୩୦।୮(ସ୍ବ.ପ୍ର.):ବାଲିକୁଦାସ୍ଥିତ ବୋରିକିନା ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀଜାତୀୟ କ୍ରୀଡ଼ାଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲାପାଳ ପାରୁଳ ପଟୁଓ୍ବାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ହାଇସ୍କୁଲ ପରିସରରେ...

ଟଙ୍କା ମୁଣି ଧରି ବୁଲୁଛନ୍ତି ନବ ଦାସ: ଧର୍ମେନ୍ଦ୍ର

ପାଇକମାଳ, ୩୦।୧୧ (ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନକୁ ଆଉ ସପ୍ତାହେ ବାକି ଥିବାରୁ ସବୁଦଳର ହେଭିଓ୍ବେଟ୍‌ ନେତା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏହି କ୍ରମରେ...

ଢେଙ୍କାନାଳରେ ୬,୩୫୫ ପକ୍ଷୀ

ଢେଙ୍କାନାଳ ଅଫିସ, ୧୨।୧ ଢେଙ୍କାନାଳରେ ପକ୍ଷୀଗଣନା ଶେଷ ହୋଇଛି। ଜିଲାର ବିଭିନ୍ନ ବନଖଣ୍ଡ, ସଂରକ୍ଷିତ ଜଙ୍ଗଲ, ଜଳାଶୟରେ ହୋଇଥିବା ଏହି ଗଣନାରୁ ୬,୩୫୫ ପକ୍ଷୀ ରହିଥିବା...

Advertisement
Archives

Model This Week