Posted inଖେଳ

ଏହି ଖେଳାଳିଙ୍କ ଯୋଗୁ ତୃତୀୟ ଥର ତ୍ରିଶତକ ମାରିବାରୁ ବଞ୍ଚିତ ହୋଇଥିଲେ ସେହ୍ବାଗ: ମାତ୍ର ୭ ରନ୍‌ ଯୋଗୁ…

ନୂଆଦିଲ୍ଲୀ,୨୧।୮: ଭାରତର ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହ୍ବାଗ ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ଜଣାଶୁଣା। ଦୁନିଆର କିମ୍ବଦନ୍ତୀ ବୋଲରମାନେ ତାଙ୍କୁ ବୋଲିଂ କରିବାକୁ ଡରୁଥିଲେ। ସେ ଯେକୌଣସି ବଲ୍‌କୁ ନିଜସ୍ବ ଶୈଳୀରେ ଖେଳିପାରୁଥିଲେ। ପରିସ୍ଥିତି କ’ଣ ଏବଂ କେଉଁ ବୋଲର୍‌ ଅଛନ୍ତି ସେଥିପ୍ରତି ଧ୍ୟାନ ଦେଉ ନ ଥିଲେ। ଏହି କାରଣରୁ ତାଙ୍କ ନାମ ଦୁଇଥର ତ୍ରିଶତକ ମାରିଥିବା କିିଛି ଖେଳାଳିଙ୍କ ତାଲିକାରେ ରହିଛି। ତେବେ ସେହ୍ବାଗ ନିଜ କ୍ୟାରିୟରରେ ତୃତୀୟ ଥର ପାଇଁ ୩୦୦ ରନ୍‌ ପୂରଣ କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ ହେଁ ମାତ୍ର ୭ ରନ୍‌ ଯୋଗୁ ତାହା କରିପାରି ନ ଥିଲେ।

୨୦୦୯ରେ ସେହ୍ବାଗ ମୁମ୍ବାଇରେ ଶ୍ରୀଲଙ୍କା ବିପକ୍ଷରେ ତ୍ରିଶତକ କରିଥାନ୍ତେ। ହେଲେ ସେଥିରୁ ବଞ୍ଚିତ ହୋଇଥିଲେ। ଏହା ପଛରେ ଦ୍ରାବିଡ ଥିବା ଏବେ ମୁଥେୟା ମୁରଲୀଧରନ କହିଛନ୍ତି। ସେହ୍ବାଗ ନିଜର ୨୮୪ରନ୍‌ କରିଥିବା ବେଳେ ଯଥାଶୀଘ୍ର ରନ୍‌ କରିବାକୁ ଚାହୁଁଥିଲେ। ହେଲେ ଦ୍ରାବିଡ ତାଙ୍କୁ ତତ୍ପର ହୁଅ ନାହିଁ ବୋଲି କହି ପରଦିନ ଖେଳି ୩୦୦ ରନ୍‌ ପୂର୍ଣ୍ଣ କରିବାକୁ କହିଥିଲେ। ହେଲେ ତାହା ହୋଇପାରି ନ ଥିଲା। ୨୯୩ ରନ୍‌ କରିଥିବା ବେଳେ ମୁରଲୀଧରନ୍‌ ତାଙ୍କ ଉଇକେଟ ନେଇଥିଲେ। ଫଳରେ ତାଙ୍କ ସ୍ବପ୍ନ ପୂରଣ ହୋଇପାରି ନ ଥିଲା। ତେବେ ଦ୍ରାବିଡଙ୍କ ପରାମର୍ଶକୁ ଅନୁସରଣ କରିବା ଉଚିତ ନ ଥିଲା। ଦ୍ୱିତୀୟ ଦିନ ହିଁ ସେ ତାଙ୍କୁ ଖେଳି ତ୍ରିଶତକ ପୂରଣ କରିହୋଇଥାନ୍ତା ବୋଲି ସେହ୍ବାଗ କହିଥିବା ମୁରଲୀଧରନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦରମାରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ ସମିତି ସଭ୍ୟ ଧ୍ରୁବ, ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା

ଗଞ୍ଜାମ,୧୬।୭ (ବିଦ୍ୟାଧର ସାହୁ ): ଝିଅ ବିବାହ ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା କରି ଚର୍ଚ୍ଚାରେ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ। ଗଞ୍ଜାମ…

ଜାରି ରହିଛି ଲଗାଣ ବର୍ଷା: କୁଲାଡ ରଥଯାତ୍ରା ବର୍ଷା ପାଇଁ ନାହିଁ ଶ୍ରଦ୍ଧାଳୁଙ୍କ ଭିଡ଼

ଭଞ୍ଜନଗର,୧୬।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବୁଧବାର ରାତିରୁ ଗୁରୁବାର ଖବର ଲେଖା ହେବା ପର୍ଯ୍ୟନ୍ତ ଲଗାଣ ବର୍ଷା ଲାଗି ରହିଛି। ଏହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ…

ବିଦ୍ୟୁତ ବୋର୍ଡ ମରାମତି କରୁଥିବା ବେଳେ ମାରିଲା କରେଣ୍ଟ, ତାପରେ….

ପାଟଣା,୧୬ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ଅନ୍ତର୍ଗତ ବାର ତୁଣିଆ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ବିପଦପୂର୍ଣ୍ଣ ଅବସ୍ଥାରେ ବୃଦ୍ଧାଙ୍କ ଘର: ସହାୟତାର ହାତ ବଢ଼ାଇଲେ ସମାଜସେବୀ

କର୍ଲାମୁଣ୍ଡା:୧୬।୭(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ଗ୍ରାମ ପଞ୍ଚାୟତ କୁଶୁର୍ଲା ହଜାରିପଡ଼ାର ଜଣେ ଅସହାୟ ବୃଦ୍ଧା ଫୁଲତୁଲା ସାହୁ( ୭୫)ଙ୍କ ଘର ଲଗାତାର ବର୍ଷା…

ରଣ୍ଢାରେ ବଡ଼ ସଡ଼କ ଦୁର୍ଘଟଣା; ଔଷଧ କିଣିବାକୁ ଯାଉଥିବା ବେଳେ କାର-ଟ୍ରକ ଧକ୍କାରେ ଦମ୍ପତି ମୃତ, କ୍ଷତିପୂରଣ ଦାବିରେ ୧୬ ନଂ ଜାତୀୟ ରାଜପଥ ଅବରୋଧ

ଗୋପାଳପୁର,୧୬ା୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା ଅଧିନସ୍ଥ ରଣ୍ଢାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଗୁରୁବାର ଦିନ ରାସ୍ତା…

ବର୍ଷା ସତ୍ତ୍ୱେ ଜନଜାତି ଗାଁରେ ନିଆରା ଢଙ୍ଗରେ ପାଳନ ହେଉଛି ରଥଯାତ୍ରା: ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡି, ୧୬।୭ (ଅରୁଣ ସାହୁ):ଲଘୁଚାପ ପ୍ରଭାବରେ ବୁଧବାର ବିଳମ୍ବିତ ରାତ୍ର ଠାରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ତେବେ…

ପୋଲିସ ଷ୍ଟେଶନରେ ଭୟଙ୍କର ବିସ୍ଫୋରଣ,୧୪ ଜଣଙ୍କ ମୃତ୍ୟୁ

ଇସଲାମବାଦ୍,୧୬ା୭: ପାକିସ୍ତାନର ପଖତୁନଖ୍ୱା ପ୍ରଦେଶ ପୁଣିଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣରେ ଥରି ଉଠିଛି ।ଆତଙ୍କବାଦୀମାନେ ବାନୁ ଜିଲାର ମିରିଆନ୍ ପୋଲିସ ଷ୍ଟେଶନକୁ ଟାର୍ଗେଟ କରି ବିସ୍ଫୋରକ…

କବାଟ ବନ୍ଦ କରି ୪ ବର୍ଷର ପୁଅକୁ ହତ୍ୟା କଲେ ବାପା, ମା’ ଆଖିରୁ ଶୁଖୁନି ଲୁହ, କହିଲେ ତାଙ୍କ ସ୍ବାମୀ…

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ବାପା ସାଜିଲେ ଜହ୍ଲାଦ। ଦୁନିଆ କ’ଣ ଜାଣି ନ ଥିବା ୪ ବର୍ଷର ଜନ୍ମ କଲା ପୁଅକୁ କଟୁରିରେ ହାଣି ହତ୍ୟା କଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri