ପଦ୍ମଶ୍ରୀ ଫେରାଇଲେ ବୀରେନ୍ଦ୍ର

ନୂଆଦିଲ୍ଲୀ,୨୪ା୧୨(ପି.ଟି.)ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ଭାବେ ନିର୍ବାଚିତ ହେବା ପ୍ରତିବାଦରେ ଆଉ ଜଣେ ଆଥ୍‌ଲେଟ ନିଜ ପଦ୍ମଶ୍ରୀ ଫେରାଇବା ପାଇଁ ଶନିବାର ଘୋଷଣା କରିଛନ୍ତି। ବଧିର ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା କୁସ୍ତି ଯୋଦ୍ଧା ବୀରେନ୍ଦ୍ର ସିଂ ଯାଦବ ରେସ୍‌ଲରଙ୍କ ସମର୍ଥନରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ସଞ୍ଜୟ ସିଂ ନିର୍ବାଚିତ ହେବା ପରେ ଅବସର ଗ୍ରହଣ କରିଥିବା ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାକ୍ଷୀ ମଲିକଙ୍କ ପ୍ରତି ନିଜର ଦୃଢ ସମର୍ଥନ ଜାହିର କରିବା ସହିତ ପୁରସ୍କାର ଫେରାଇବେ ବୋଲି ସେ ସୋସିଆଲ ମିଡିଆ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଶୁକ୍ରବାର ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ ମଧ୍ୟ ନିଜ ପୁରସ୍କାର ଫେରସ୍ତ କରିଥିଲେ। ‘ମୋ ଭଉଣୀ ଓ ଦେଶର ଝିଅଙ୍କ ସମ୍ମାନ ପାଇଁ ମୁଁ ମଧ୍ୟ ତାହା କରିବି। ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମୁଁ ଆପଣଙ୍କ ଝିଅ ତଥା ମୋ ଭଉଣୀ ସାକ୍ଷୀ ମଲିକ୍‌ଙ୍କ ପାଇଁ ଗର୍ବିତ’ ବୋଲି ବୀରେନ୍ଦ୍ର ‘ଏକ୍ସ’ରେ ଲେଖିଥିଲେ।
ଏହା ସହିତ ଦେଶର ସ୍ପୋଟର୍‌ସ ଆଇକନ ସଚିନ ତେନ୍ଦୁଲକର ଓ ନୀରଜ ଚୋପ୍ରାଙ୍କ ପରି ଖେଳାଳିଙ୍କୁ ଏହି ଘଟଣା ଉପରେ ନିଜ ମତ ରଖିବା ପାଇଁ ସେ ଅନୁରୋଧ କରିଥିଲେ। ସେ ଉଭୟ ତେନ୍ଦୁଲକର ଓ ନୀରଜ ଚୋପ୍ରାଙ୍କୁ ଏହି ପୋଷ୍ଟରେ ଟ୍ୟାଗ ମଧ୍ୟ କରିଥିଲେ। ବୀରେନ୍ଦ୍ରଙ୍କୁ ୨୦୨୧ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହା ପୂର୍ବରୁ ୨୦୧୫ରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଗୁରୁବାର ସଞ୍ଜୟ ସିଂ ଡବ୍ଲ୍ୟୁଏଫ୍‌ଆଇ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହା ସହିତ ଡବ୍ଲ୍ୟୁଏଫ୍‌ଆଇର ସମୁଦାୟ ୧୫ ପଦବୀ ମଧ୍ୟରୁ ୧୩ଟିରେ ବ୍ରିଜ୍‌ଭୂଷଣଙ୍କ ସମର୍ଥକ ବିଜୟୀ ହୋଇଥିଲେ। ଏହାପରେ ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ଏକ ଖବରଦାତା ସମ୍ମିଳନୀ କରିଥିଲେ। ସାକ୍ଷୀ ଅବସର ଘୋଷଣା କରିଥିବା ବେଳେ ବଜରଙ୍ଗ ଗୋଟିଏ ଦିନ ପରେ ପୁରସ୍କାର ଫେରାଇବା ପାଇଁ ଘୋଷଣା କରିଥିଲେ। ପୂର୍ବରୁ ମେ’ ୩୦ ତାରିଖରେ କୁସ୍ତିଯୋଦ୍ଧାମାନେ ନିଜର ପଦକ ଗଙ୍ଗାରେ ଭସାଇବା ପାଇଁ ଯାଇଥିବା ବେଳେ ଚାଷୀ ନେତାମାନଙ୍କ ଅନୁରୋଧ କ୍ରମେ ଏଥିରୁ ନିବୃତ୍ତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲ ଶସ୍ତା କଲେ ସରକାର, ହ୍ରାସ ହେଲା ଉତ୍ପାଦ ଶୁଳ୍କ, ଜାଣନ୍ତୁ ପ୍ରତି ଲିଟର କେତେ…

ନୂଆଦିଲ୍ଲୀ,୨୭ା୩: ଆମେରିକା-ଇରାନ ଯୁଦ୍ଧ ଯୋଗୁ ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବୃଦ୍ଧିର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉଭୟ ଉପରେ ଅତିରିକ୍ତ ଉତ୍ପାଦ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

କାହିଁକି ପଛଘୁଞ୍ଚା ଦେଲେ ଟ୍ରମ୍ପ, କହିଦେଲେ ଏହି ବଡ଼ କାରଣ

ଓ୍ବାଶିଂଟନ,୨୭ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦ ଦିନ ପାଇଁ ଯୁଦ୍ଧ ବିରତି ଘୋଷଣା କରିଛନ୍ତି। ତେବେ ଟ୍ରମ୍ପ କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି ସେନେଇ ସୋସିଆଲ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri