Posted inଖେଳ

‘ଇଣ୍ଡିଆନ୍‌ ମହାରାଜ’ର ନେତୃତ୍ୱ ନେବେ ସେହ୍ବାଗ

ମସ୍କାଟ,୧୯।୧: ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହ୍ବାଗ ଗୁରୁବାରଠାରୁ କିମ୍ବଦନ୍ତୀ ଲିଗ୍‌ କ୍ରିକେଟ (ଏଲ୍‌ଏଲ୍‌ସିି) ଟି-୨୦ ଟୁର୍ନାମେଣ୍ଟରେ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ଟିମ୍‌ ‘ଇଣ୍ଡିଆନ ମହାରାଜ’ର ନେତୃତ୍ୱ ନେବେ। ସେହିଭଳି ମହମ୍ମଦ କୈଫ୍‌ ଉପ-ଅଧିନାୟକ ଏବଂ ଅଷ୍ଟ୍ରେଲିଆର ବିଶ୍ୱକପ୍‌ ବିଜେତା ପ୍ରଶିକ୍ଷକ ଜନ୍‌ ବୁକାନନ୍‌ କୋଚ୍‌ ଭାବେ କାର୍ଯ୍ୟ କରିବେ।
ପାକିସ୍ତାନର ପୂର୍ବତନ ଅଧିନାୟକ ମିସବା-ଉଲ-ହକ ଏସିଆ ଲାୟନ୍ସ ଦଳର ନେତୃତ୍ୱ ନେବେ। ଏହି ଦଳରେ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନର ଖେଳାଳି ଅନ୍ତର୍ଭୁକ୍ତ। ଏହି ଦଳରେ ଶାହିଦ ଆଫ୍ରିଦି, ଶୋଏବ ଅଖତର, ମହମ୍ମଦ ହାଫିଜ, ଉମର ଗୁଲ, ସନଥ ଜୟସୁରିୟା, ତିଲକରତ୍ନେ ଦିଲଶାନ, ଚାମିଣ୍ଡା ଭାସ ଏବଂ ହବିବୁଲ ବଶରଙ୍କ ଭଳି ଖେଳାଳି ଅଛନ୍ତି।

ଟୁର୍ନାମେଣ୍ଟର ତୃତୀୟ ଦଳ ‘ୱାଲର୍‌ଡ ଜିଆଣ୍ଟସ’ର ନେତୃତ୍ୱ ପୂର୍ବତନ ୱେଷ୍ଟଇଣ୍ଡିଜ ଅଧିନାୟକ ଡାରେନ ସାମି ନେବେ। ଏହି ଦଳରେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ଡାନିଏଲ ଭେଟୋରି, ଅଷ୍ଟ୍ରେଲିଆର ଦ୍ରୁତ ବୋଲର ବ୍ରେଟ ଲି, ଇଂଲଣ୍ଡର କେଭିନ୍‌ ପିଟରସେନ, ଦକ୍ଷିଣ ଆଫ୍ରିକାର ସ୍ପିନର ଇମ୍ରାନ ତାହିର ପ୍ରମୁଖ ରହିବେ।

ଏଲଏଲ୍‌ସି ଟି -୨୦ ଟୁର୍ନାମେଣ୍ଟକୁ ନେଇ ରବି ଶାସ୍ତ୍ରୀ କହିଛନ୍ତି, ଏହି ଖେଳାଳିମାନେ ଅବସର ନେଇଛନ୍ତି ସତ, ତଥାପି ସେମାନେ କ୍ରିକେଟ ପ୍ରତି ଅତ୍ୟନ୍ତ ଆଗ୍ରହୀ ଅଛନ୍ତି। ଆଗାମୀ ୧୦ ଦିନରେ ସେମାନେ ନିଜ ଦଳ ପାଇଁ ସେମାନଙ୍କର କୌଶଳ ପ୍ରଦର୍ଶନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ କଡ଼ା ଚେତାବନୀ, ଇରାନକୁ ଶେଷ କରିବାର ସମୟ ଆସିଯାଇଛି….

ଓ୍ବାଶିଂଟନ,୧୯ା୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦିନ ଇରାନକୁ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିହ୍ନ କରିଦେବା ପାଇଁ ଧମକ ଦେଇଥିଲେ । ଟ୍ରମ୍ପ କହିଥିଲେ ଯେ ଇରାନ…

ଟିଭି ଦେଖିବାକୁ ମନାକଲେ ମା’, ଝୁଲିପଡିଲେ ନାବାଳିକା

ସିମୁଳିଆ,୧୯ା୪(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା କୁପୁରା ଅଞ୍ଚଳରେ ଅଭାବନୀୟ ଘଟଣା । ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ନାବାଳିକା । ମୃତକ…

ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ; ୧୬ମୃତ, ବଢ଼ିପାରେ ମୃତ୍ୟୁ ସଂଖ୍ୟା

ଚେନ୍ନାଇ,୧୯ା୪: ତାମିଲନାଡୁର ବିରୁଧୁନଗର ଜିଲାରେ ଥିବା ଏକ ବାଣ ତିଆରି ୟୁନିଟରେ ଏକ ବଡ଼ ବିସ୍ଫୋରଣ ଘଟିଛି। ବାଣ କାରଖାନାରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣରେ ଏପର୍ଯ୍ୟନ୍ତ…

ଓଲଟିଲା ମାଛ ବୋଝେଇ ଅଟୋ

ବାଲିଗୁଡ଼ା,୧୯ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ମୁସୁକୁଲିସ୍ଥିତ ବୁଲାଣି ନିକଟରେ ରବିବାର ମାଛ ବୋଝେଇ ହୋଇଥିବା ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ…

ଶିକ୍ଷାରେ ଅବହେଳା ହେଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ, ଛାତ୍ରୀଛାତ୍ର ଫେଲ୍‌ ହେଲେ ଦାୟୀ ରହିବେ ଶିକ୍ଷକ

କୋରାପୁଟ,୧୯ା୪(ଅମିତାଭ ବେହେରା): ବିଦ୍ୟାଳୟରେ ଶିକ୍ଷାରେ ଅବହେଳା କିମ୍ବା ତ୍ରୁଟି ଦେଖାଦେଲେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ…

ରକ୍ତରଞ୍ଜିତ ହେଲା ଲଖୁଆପଡା, ରାତିଅଧରେ ୯ ଜଣଙ୍କୁ ଶାବଳରେ ଆକ୍ରମଣ କଲେ ମାନସିକ ବିକାରଗ୍ରସ୍ତ ଯୁବକ

ବଡ଼ଗାଁ,୧୯ା୪(ଅଶୋକ ଷଡଙ୍ଗୀ):  ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଲଖୁଆପଡା ଗାଁ ଦାଣ୍ଡ ଶନିବାର ରାତିରେ ରକ୍ତରଞ୍ଚିତ ହୋଇଥିଲା। ଜଣେ ମାନସିକ ବିକାରଗ୍ରସ୍ତ ଯୁବକ…

ଆମେରିକୀୟ ‘ଜଳଦସ୍ୟୁ’କୁ ମୁକାବିଲା କରିବେ ଇରାନୀ ‘ମଶା’: ହର୍ମୁଜ ପ୍ରଣାଳୀରେ ବିନାଶର ପର୍ଯ୍ୟାୟ ପ୍ରସ୍ତୁତ…

ତେହରାନ,୧୯।୪: ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସମ୍ମୁଖରେ ଘୋଷଣା କରିଥିଲେ ଯେ ଆମେରିକା ଇରାନ ନୌସେନାକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଛି। ଆମେରିକା ଦ୍ୱାରା ଆରମ୍ଭ ହୋଇଥିବା ଆକ୍ରମଣରେ,…

ଇଟାଲୀରେ ଦୁଇ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା, ଗୁରୁଦ୍ୱାର ବାହାରେ….

ନୂଆଦିଲ୍ଲୀ,୧୯।୪: ଇଟାଲୀରେ ଦୁଇଜଣ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ଇଟାଲୀର କୋଭୋ ସହରରେ ଘଟିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri