Posted inଖେଳ

୫୧ ହଜାର କରୋନା ସଂକ୍ରମିତଙ୍କୁ ମାଗଣାରେ ଖାଦ୍ୟ ପହଞ୍ଚାଇଲେଣି ଏହି ବିସ୍ଫୋରକ କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୫: ମାରାତ୍ମକ କରୋନା ସମୟରେ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି ଅନେକ ସେଲିବ୍ରିଟି। ଏଥିରେ ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ମଧ୍ୟ ଅଛନ୍ତି। ତାଙ୍କ ସଂଗଠନ ଙ୍‌ଏହି କଷ୍ଟଦାୟକ ସମୟରେ ଲୋକଙ୍କୁ ସାହାଯ୍ୟ କରୁଛି। ସେହ୍ବାଗ ଫାଉଣ୍ଡେସନ ଗତ ମାସରେ ୫୧ ହଜାରରୁ ଅଧିକ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦେଇଛି। ଏହି ଅନୁଷ୍ଠାନ ଟୁଇଟ୍‌ ଯୋଗେ କହିଛି ଯେ, ଦିଲ୍ଲୀ-ଏନସିଆରରେ କରୋନା ସଂକ୍ରମିତ ୫୧ ହଜାରରୁ ଅଧିକ ଲୋକଙ୍କୁ ଏବଂ ସେମାନଙ୍କ ପରିବାରକୁ ମାଗଣା ଘରୋଇ ଖାଦ୍ୟ ଯୋଗାଇ ଦିଆଯାଇଛି। ଏହା ବ୍ୟତୀତ ଏହା ମଧ୍ୟ କୁହାଯାଇଛି ଯେ, ଯଦି ଦିଲ୍ଲୀ କିମ୍ବା ଏନସିଆରରେ କୌଣସି ପରିବାର ଅଛନ୍ତି ଯେଉଁମାନେ କରୋନା ସଂକ୍ରମିତ ଅଛନ୍ତି ଏବଂ ଘରେ ତିଆରି ଖାଦ୍ୟ ଖାଇବା ଉଚିତ, ତେବେ ସେମାନେ ଏହି ସୂଚନା ବାଣ୍ଟିପାରିବେ। ସେହ୍ବାଗଙ୍କ ସଂଗଠନକୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି।

୍‌ଆନ୍ତର୍ଜାତୀୟ କ୍ୟାରିୟରରେ ୧୭ ହଜାରରୁ ଅଧିକ ରନ ସଂଗ୍ରହ କରିଥିବା ସେହ୍ବାଗ ଏହାକୁ ରିଟୁଇଟ କରିଛନ୍ତି। ଲୋକମାନେ ତାଙ୍କ ସଂଗଠନ ବିଷୟରେ ପ୍ରଶଂସା କରୁଛନ୍ତି। ସେ ଏହା ପୂର୍ବରୁ ସୋସିଆଲ ମିଡିଆରେ ଲୋକଙ୍କୁ ଏହି କାର୍ଯ୍ୟରେ ଆଗକୁ ଆସିବାକୁ ନିବେଦନ କରିଥିଲେ ଏବଂ ଦାନ କରିବାକୁ କହିଥିଲେ। ସେହ୍ବାଗଙ୍କ ପରି ଅନ୍ୟ କ୍ରିକେଟରମାନେ ମଧ୍ୟ ଏହି ବିପଦ ସମୟରେ ଆଗେଇ ଆସିଛନ୍ତି। ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଏକାଠି ଦୁଇ କୋଟି ସମେତ ୧୧ କୋଟି ପାଣ୍ଠି ସଂଗ୍ରହ କରିଛନ୍ତି। କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ବ୍ୟତୀତ ଶିଖର ଧାୱନ, ରିଷଭ ପନ୍ତ, ହନୁମା ବିହାରୀ ମଧ୍ୟ ଏହି କଷ୍ଟ ସମୟରେ ତାଙ୍କ ପକ୍ଷରୁ ସହଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri