Posted inଖେଳ

ସେହ୍ବାଗ କହିଲେ, ‘ନାଁ ସାର୍ବଜନୀନ କରନ୍ତୁ ଚହଲ’

ନୂଆଦିଲ୍ଲୀ,୮।୪: ସାଥୀ ଖେଳାଳିଙ୍କ ମଧ୍ୟରେ ନିଜର ମଜାଳିଆ ସ୍ବଭାବ ଏବଂ ବ୍ୟବହାରକୁ ନେଇ ଜଣାଶୁଣା ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ୯ ବର୍ଷ ପୂର୍ବେ ସମ୍ମୁଖୀନ ହୋଇଥିବା ଏକ ଘଟଣା ଉପରୁ ପରଦା ହଟାଇ ଚର୍ଚ୍ଚାରେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟୁଇଟ୍‌ କରାଯାଇଥିବା ଏକ ଭିଡିଓରେ ସେ ଏକ ଖୁଲାସା କରିଥିଲେ। ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସର ସଦସ୍ୟ ଥିବା ବେଳେ ଜଣେ ମଦ୍ୟପ ସାଥୀ ଖେଳାଳି ତାଙ୍କୁ ୧୫ ମହଲା ବାଲ୍‌କୋନିରୁ ଟାଙ୍ଗି ଦେଇଥିଲେ। ତାଙ୍କର ଛୋଟିଆ ଅସାବଧାନତା ଯୋଗୁ ସେ ଖସି ପଡ଼ିଥାନ୍ତେ ବୋଲି ଚହଲ ଭିଡିଓରେ କହିଥିଲେ। ଏହି ଲୋମହର୍ଷକାରୀ ଘଟଣା ସାମ୍ନାକୁ ଆସିବା ପରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ଚହଲଙ୍କୁ ତାଙ୍କ ନାମ ପ୍ରକାଶ କରିବାକୁ କହିଛନ୍ତି।

ମୁନ୍ନାଭାଇ ଏମ୍‌ବିବିଏସ୍‌ ଫିଲ୍ମର ଏକ ଦୃଶ୍ୟର ଫଟୋ ଶେୟାର କରି ସେହ୍ବାଗ କହିଛନ୍ତି, ଚହଲଙ୍କୁ ନିଶାରେ ବାଲକନୀରୁ ଲଟକାଇ ରଖିଥିବା ଖେଳାଳିଙ୍କ ନାମ କହିବା ଉଚିତ। ଯଦି ଏହି ଘଟଣା ସତ ତେବେ ଏହାକୁ ମଜାଳିଆ ଭାବେ ନେବା ଅନୁଚିତ। ସେ ଦିନ କ’ଣ ହୋଇଥିଲା ଏବଂ ଘଟଣାର ସମ୍ବେଦନଶୀଳତାକୁ ଦେଖି କେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ତାହା ଜାଣିବା ଉଚିତ ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଏଲିମିନେଟର୍‌ ମ୍ୟାଚ୍‌

କୋଲକତା,୨୫।୫: ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚ ଆଜି ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ।...

ଏହି କ୍ରିକେଟର୍‌ଙ୍କ ଆଗରେ ସର୍ତ୍ତ ରଖିଥିଲେ ଗର୍ଲଫ୍ରେଣ୍ଡ: ଲଗାତାର ୩ ଛକା ମାରିଲେ ବିବାହ କରିବି

ଆଜି ଭାରତର ପୂର୍ବତନ ଅଧିନାୟକ ମନସୁର ଅଲି ଖାନ ପଟୌଦିଙ୍କ ୮୧ ତମ ଜନ୍ମ ବାର୍ଷିକୀ। ଭାରତୀୟ କ୍ରିକେଟ ଇତିହାସରେ ତାଙ୍କ ନାମ ସୁବର୍ଣ୍ଣ ଅକ୍ଷରରେ...

ବୋଟ୍‌ ଚାଳକଙ୍କ ପାଇଁ ମହଙ୍ଗା ପଡ଼ିପାରେ ଶିଖର ଧାଓ୍ବନଙ୍କ ଭୁଲ

ବାରଣାସୀ,୨୫।୧: ଭାରତୀୟ କ୍ରିକେଟର ଶିଖର ଧାଓ୍ବନଙ୍କ ଫଟୋ ଉତ୍ତର ପ୍ରଦେଶ ବାରଣାସୀର ଜଣେ ବୋଟ ଚାଳକଙ୍କୁ ମହଙ୍ଗା ପଡ଼ିପାରେ  ପଡ଼ିପାରେ। ବୋଟ୍‌ରେ ବସିଥିବା ଧାଓ୍ବନ ପକ୍ଷୀମାନଙ୍କୁ...

ରଣଜୀ ଟ୍ରଫି: ଓଡ଼ିଶାର ଉତ୍କଣ୍ଠାପୂର୍ଣ୍ଣ ବିଜୟ

କଟକ ଅଫିସ,୩୧ା୧- ଟାଙ୍ଗୀ ସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ଚମକପ୍ରଦ ବିଜୟ ହାସଲ କରିଛି। ପେସ୍‌ ବୋଲରଙ୍କ ପ୍ରଭାବଶାଳୀ...

ଆଇପିଏଲ୍‌ରେ କରୋନା: ସିଏସ୍‌କେର ୧୩ ପଜିଟିଭ୍‌, ରାଇନାଙ୍କ ଘରବାହୁଡ଼ା

ନୂଆଦିଲ୍ଲୀ/ଦୁବାଇ, ୩୦ା୮ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଫ୍ରାଞ୍ଚାଇଜ୍‌ରେ ବିଭ୍ରାଟ ଦେଖା ଦେଇଛି। ଦୁଇଜଣ କ୍ରିକେଟରଙ୍କ ସମେତ...

ମ୍ୟାକ୍ସଓ୍ବେଲ, ଷ୍ଟୋଇନିସ ଆଶେସ୍‌ ସିରିଜ୍‌ରୁ ବାଦ୍‌

ମେଲବୋର୍ନ,୧୪।୭- ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଓ ମାର୍କସ ଷ୍ଟୋଇନିସ ଇଣ୍ଟ୍ରୋ ଅଷ୍ଟ୍ରେଲିଆ ମୁକାବିଲା ଲାଗି ଘୋଷିତ ୨୫ ଜଣିଆ ଦଳରୁ ବାଦ୍‌ ପଡ଼ିଛନ୍ତି। ଉକ୍ତ ମୁକାବିଲାରୁ...

ଟ୍ରାକ୍‌ରେ ନୁହେଁ ହସ୍ପିଟାଲ୍‌ରେ…

ନୂଆଦିଲ୍ଲୀ, ୨୧।୪ (ପି.ଟି.)- କିମ୍ବଦନ୍ତୀ ସ୍ପ୍ରିଣ୍ଟର ମିଲ୍‌ଖା ସିଂଙ୍କ ଝିଅ ତଥା ବିଶିଷ୍ଟ ଗଲ୍ଫ ଖେଳାଳି ଜିଭ୍‌ ମିଲ୍‌ଖା ସିଂଙ୍କ ବଡ଼ ଭଉଣୀ ନ୍ୟୁୟର୍କରେ ଏକ...

ଫ୍ରେଞ୍ଚ୍‌ ଓପନ୍‌ରୁ ଓହରିବା ମାମଲା: କ୍ରୀଡ଼ାର ନୂଆ ସୋପାନରେ ଓସାକା

ପ୍ୟାରିସ୍‌,୩।୬(ଏପି): କ୍ରୀଡ଼ାରେ ଇଞ୍ଜୁରି ନେଇ ଆଥ୍‌ଲେଟମାନେ ଖୋଲାଖୋଲି ନିଜର ମତ ରଖିଥାନ୍ତି। ତେବେ ମାନସିକ ସ୍ବାସ୍ଥ୍ୟ ନେଇ କେହି ଆଥ୍‌ଲେଟ କୌଣସି ଇଭେଣ୍ଟରୁ ଓହରିବା ସମ୍ପୂର୍ଣ୍ଣ...

Advertisement
Archives

Model This Week