Posted inଖେଳ

କୋହଲିଙ୍କ କଟା ଘା’ରେ ଚୂନ ଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଶାରଜା,୧୩।୧୦: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଇପିଏଲ୍‌ରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ବିପକ୍ଷରେ ଅଧିନାୟକତ୍ୱର ଶେଷ ମ୍ୟାଚ ଖେଳିଛନ୍ତି। ଏହି ଆଇପିଏଲ ସିଜନ ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ଅଧିନାୟକ ପଦରୁ ଇସ୍ତଫା ଦେବେ ବୋଲି ବିରାଟ କୋହଲି ପୂର୍ବରୁ ଘୋଷଣା କରିଛନ୍ତି। ତାଙ୍କ ଅଧିନାୟକତ୍ୱର ଶେଷ ଆଇପିଏଲ ମ୍ୟାଚରେ କୋହଲି ହୃଦୟ ଭାଙ୍ଗିଥିଲେ। ଆଇପିଏଲ ୨୦୨୧ର ଏଲିମିନେଟର ମ୍ୟାଚରେ ଆରସିବି ଦଳ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ୪ ଉଇକେଟ ହରାଇ ଫାଇନାଲ ଦୌଡ଼ରୁ ବାହାରିଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ କୋହଲିଙ୍କ କ୍ଷତ ଉପରେ ଲୁଣ ଛିଞ୍ଚିଛନ୍ତି।
ଭନଙ୍କ କହିବାନୁସାରେ, ବିରାଟ କୋହଲିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ସବୁଠାରୁ ଅସଫଳ ଅଧିନାୟକ ଭାବେ ସ୍ମରଣ କରାଯିବ, ଯିଏକି ତାଙ୍କ ଦଳକୁ ଥରେ ମଧ୍ୟ ଆଇପିଏଲ ଟ୍ରଫି ଜିତିତାଇ ପାରି ନାହାନ୍ତି। ଭାରତୀୟ ଟେଷ୍ଟ ଦଳ ଏବଂ ଟେଷ୍ଟ କ୍ରିକେଟ ପାଇଁ ବିରାଟ ବହୁତ ଭଲ କାମ କରୁଛନ୍ତି। ଏହି କାରଣରୁ ଭାରତୀୟ କ୍ରିକେଟ ବହୁତ ବିକାଶ କରୁଛି, କିନ୍ତୁ ଆପଣଙ୍କୁ ସଚ୍ଚୋଟ ଭାବରେ କହିବାକୁ ପଡିବ ଯେ, ଅନ୍ତର୍ଜାତୀୟ ଟି-୨୦ ଏବଂ ଦିନିକିଆରେ ଭାରତ ଅଧିନାୟକତ୍ୱ ଏବଂ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରର ଅଧିନାୟକଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ଅଛି ବୋଲି ସେ କହିଛନ୍ତି।
ବିରାଟ କୋହଲି ୭ ବର୍ଷ ଧରି ଆରସିବିର ଅଧିନାୟକ ରହିଆସିଛନ୍ତି, କିନ୍ତୁ ତାଙ୍କ ଅଧିନାୟକତ୍ୱରେ ଆରସିବି ଦଳ ଗୋଟିଏ ବି ଆଇପିଏଲ ଟାଇଟଲ ଜିତି ନାହିଁ। ଟ୍ରଫି ଜିତିବାର ସ୍ବପ୍ନ ଭାଙ୍ଗିବା ପରେ ବିରାଟ କୋହଲି କହିଛନ୍ତି ଯେ, ଯେପର୍ଯ୍ୟନ୍ତ ସେ ଆଇପିଏଲରେ ଖେଳିବେ,ଆରସିବି ଦଳ ସହ ଜଡିତ ହେବେ। ନ୍‌ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟି -୨୦ ବିଶ୍ୱକପ ୨୦୨୧ ପରେ ଭାରତୀୟ ଟି -୨୦ ଦଳର ଅଧିନାୟକତ୍ୱ ଛାଡିବେ ବୋଲି ଘୋଷଣା କରିଥିଲେ ଏବଂ ୧୯ ସେପ୍ଟେମ୍ବର ୨୦୨୧ରେ ସେ ରୟାଲର ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

LKG ଛାତ୍ରଙ୍କୁ ଚାପୁଡ଼ା ମାରିଲେ ଶିକ୍ଷୟିତ୍ରୀ: ହଠାତ୍‌ ଘଟିଗଲା ଏମିତି କିଛି, ଦେଖନ୍ତୁ ଛାତିଥରା VIDEO

ବିଶାଖାପାଟଣା,୨୨।୮: ବିଶାଖାପାଟଣାର ଏକ ସ୍କୁଲର ହୃଦୟ ବିଦାରକ ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ନିର୍ଦ୍ଦୋଷ ୬ ବର୍ଷର ଶିଶୁକୁ ଜଣେ ଶିକ୍ଷୟିତ୍ରୀ ତା’ର…

ରାହୁଲଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଉତ୍ତେଜନା; NSUI-ABVP ସମର୍ଥକଙ୍କ ମଧ୍ୟରେ ହାତାହାତି

ନୂଆଦିଲ୍ଲୀ,୨୨।୮: ଅଗଷ୍ଟ ୨୧ରେ ପୁଣେରେ ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନେଇ ‘ଛତ୍ରୋଂ କି ଗୁଞ୍ଜ’ (ଛାତ୍ରଙ୍କ ପ୍ରତିଧ୍ୱନି)…

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

ଆଉ ମିଳିବନି ବ୍ରାଣ୍ଡେଡ କମ୍ପାନୀର ପିଜା-ବର୍ଗର! McDonald’s ସମତେ ୭ ଫୁଡ ଆଉଟଲେଟର ଲାଇସେନ୍ସ ରଦ୍ଦ

ମୁମ୍ବାଇ,୨୨।୮: ଖାଦ୍ୟ ସୁରକ୍ଷା ଏବଂ ପରିଷ୍କାର ପରିଚ୍ଛନ୍ନତା ମାନଦଣ୍ଡର ଉଲ୍ଲଂଘନ ଅଭିଯୋଗରେ ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ରାଜ୍ୟବ୍ୟାପୀ ୧୩ଟି ଖାଦ୍ୟ ଦୋକାନର ଲାଇସେନ୍ସକୁ…

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶର ମେଗା ପୋର୍ଟ ହେବ ପାରାଦୀପ

ପାରାଦୀପ, ୨୨।୮(ଶରତ ରାଉତ):କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ପାରାଦୀପ ଗସ୍ତ କରିଥିଲେ। ଏହି ଅବସରରେ…

ଷ୍ଟେଜ ଉପରେ କାହିଁକି ହଠାତ ନାଚିଲେ ଟ୍ରମ୍ପ? ସାମ୍ନାକୁ ଆସିଲା ଭିଡ଼ିଓ

ଓ୍ବାଶିଂଟନ,୨୨।୮: ଦକ୍ଷିଣ କାରୋଲିନାର ପ୍ରସିଦ୍ଧ ରିସର୍ଟ ସହର ମର୍ଟଲ ବିଚରେ ଏକ କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ ନାଚିଥିବାର ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri