Posted inଖେଳ

କୋହଲିଙ୍କ କଟା ଘା’ରେ ଚୂନ ଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଶାରଜା,୧୩।୧୦: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଇପିଏଲ୍‌ରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ବିପକ୍ଷରେ ଅଧିନାୟକତ୍ୱର ଶେଷ ମ୍ୟାଚ ଖେଳିଛନ୍ତି। ଏହି ଆଇପିଏଲ ସିଜନ ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ଅଧିନାୟକ ପଦରୁ ଇସ୍ତଫା ଦେବେ ବୋଲି ବିରାଟ କୋହଲି ପୂର୍ବରୁ ଘୋଷଣା କରିଛନ୍ତି। ତାଙ୍କ ଅଧିନାୟକତ୍ୱର ଶେଷ ଆଇପିଏଲ ମ୍ୟାଚରେ କୋହଲି ହୃଦୟ ଭାଙ୍ଗିଥିଲେ। ଆଇପିଏଲ ୨୦୨୧ର ଏଲିମିନେଟର ମ୍ୟାଚରେ ଆରସିବି ଦଳ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ୪ ଉଇକେଟ ହରାଇ ଫାଇନାଲ ଦୌଡ଼ରୁ ବାହାରିଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ କୋହଲିଙ୍କ କ୍ଷତ ଉପରେ ଲୁଣ ଛିଞ୍ଚିଛନ୍ତି।
ଭନଙ୍କ କହିବାନୁସାରେ, ବିରାଟ କୋହଲିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ସବୁଠାରୁ ଅସଫଳ ଅଧିନାୟକ ଭାବେ ସ୍ମରଣ କରାଯିବ, ଯିଏକି ତାଙ୍କ ଦଳକୁ ଥରେ ମଧ୍ୟ ଆଇପିଏଲ ଟ୍ରଫି ଜିତିତାଇ ପାରି ନାହାନ୍ତି। ଭାରତୀୟ ଟେଷ୍ଟ ଦଳ ଏବଂ ଟେଷ୍ଟ କ୍ରିକେଟ ପାଇଁ ବିରାଟ ବହୁତ ଭଲ କାମ କରୁଛନ୍ତି। ଏହି କାରଣରୁ ଭାରତୀୟ କ୍ରିକେଟ ବହୁତ ବିକାଶ କରୁଛି, କିନ୍ତୁ ଆପଣଙ୍କୁ ସଚ୍ଚୋଟ ଭାବରେ କହିବାକୁ ପଡିବ ଯେ, ଅନ୍ତର୍ଜାତୀୟ ଟି-୨୦ ଏବଂ ଦିନିକିଆରେ ଭାରତ ଅଧିନାୟକତ୍ୱ ଏବଂ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରର ଅଧିନାୟକଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ଅଛି ବୋଲି ସେ କହିଛନ୍ତି।
ବିରାଟ କୋହଲି ୭ ବର୍ଷ ଧରି ଆରସିବିର ଅଧିନାୟକ ରହିଆସିଛନ୍ତି, କିନ୍ତୁ ତାଙ୍କ ଅଧିନାୟକତ୍ୱରେ ଆରସିବି ଦଳ ଗୋଟିଏ ବି ଆଇପିଏଲ ଟାଇଟଲ ଜିତି ନାହିଁ। ଟ୍ରଫି ଜିତିବାର ସ୍ବପ୍ନ ଭାଙ୍ଗିବା ପରେ ବିରାଟ କୋହଲି କହିଛନ୍ତି ଯେ, ଯେପର୍ଯ୍ୟନ୍ତ ସେ ଆଇପିଏଲରେ ଖେଳିବେ,ଆରସିବି ଦଳ ସହ ଜଡିତ ହେବେ। ନ୍‌ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟି -୨୦ ବିଶ୍ୱକପ ୨୦୨୧ ପରେ ଭାରତୀୟ ଟି -୨୦ ଦଳର ଅଧିନାୟକତ୍ୱ ଛାଡିବେ ବୋଲି ଘୋଷଣା କରିଥିଲେ ଏବଂ ୧୯ ସେପ୍ଟେମ୍ବର ୨୦୨୧ରେ ସେ ରୟାଲର ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri