Posted inଖେଳ

୪ ବର୍ଷରେ ପ୍ରଥମ ଥର ହେବ ଏମିତି; କୋହଲି କଦାଚିତ୍‌ କରି ନ ଥିଲେ ଏହାର କଳ୍ପନା

ନୂଆଦିଲ୍ଲୀ,୧।୧: ନୂଆ ବର୍ଷରେ ନୂଆ ଆରମ୍ଭ କରିବାକୁ ଭାରତୀୟ ଟିମ୍‌ ପ୍ରସ୍ତୁତ। ବିସିସିଆଇ ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଦଳ ଘୋଷଣା କରିଛି। ନବନିଯୁକ୍ତ ଅଧିନାୟକ ରୋହିତ ଶର୍ମା ଆହତ ସମସ୍ୟାରୁ ସୁସ୍ଥ ହୋଇ ନ ଥିବା ହେତୁ ଦିନିକିଆ ଦଳର ନେତୃତ୍ୱ କେ.ଏଲ୍‌. ରାହୁଲଙ୍କୁ ଦିଆଯାଇଛି। ସେହିଭଳି ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା ସିରିଜରେ ଉପଅଧିନାୟକ ଭୂମିକା ତୁଲାଇବେ। ଏହାଛଡ଼ା ଦଳର ପୂର୍ବ ଅଧିନାୟକ ବିରାଟ କୋହଲି ଜଣେ ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ଭାବେ ନଜର ଆସିବେ।

କୋହଲି ୨୦୧୭ରୁ ସୀମିତ ଓଭର ଦଳର ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ହେଲେ ଏହି ସିରିଜ ପୂର୍ବରୁ ତାଙ୍କ ହାତରୁ ନେତୃତ୍ୱ ଚାଲିଯିବ ବୋଲି ସେ କଳ୍ପନା କରି ନ ଥିଲେ। ବିଗତ ୪ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ନୂଆ ଅଧିନାୟକଙ୍କ ଅଧୀନରେ ଖେଳୁଥିବା ନଜର ଆସିବେ ସେ।

ଜଣେ ଭଲ ଅଧିନାୟକ ହେଲେ ହେଁ କୋହଲିଙ୍କ ନେତୃତ୍ୱରେ କୌଣସି ଆଇସିସି ଟ୍ରଫି ଜିତିପାରି ନ ଥିଲା ଭାରତୀୟ ଦଳ। ଏହା ତାଙ୍କୁ ଅଧିନାୟକତ୍ୱରୁ ହଟାଇବାର ପ୍ରମୁଖ କାରଣ ପାଲଟିଲା। ଏବେ ଚାରି ବର୍ଷ ପରେ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଖେଳିବାକୁ ଯାଉଥିବାରୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ବ୍ୟାଟ୍ସମ୍ୟାନ୍‌ ଭାବେ ତାଙ୍କ ପୁରୁଣା ଉପଲବ୍ଧି ସେ ହାସଲ କରିପାରିବେ କି ନାହିଁ ବୋଲି ଦେଖିବା ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌କୁ ନେଇ ବଢୁଛି ଚିନ୍ତା: ଖେଳାଳିଙ୍କ ପରେ ଏବେ ଅମ୍ପାୟାର ବି ଟୁର୍ନାମେଣ୍ଟ ଅଧାରୁ ଛାଡି ପଳାଇଲେ

ନୂଆଦିଲ୍ଲୀ,୨୯।୪: ଦେଶରେ ଏବେ କରୋନା କାୟା ବିସ୍ତାର କରିଛି। ଏସବୁ ଭିତରେ ଆଇପିଏଲ ୨୦୨୧ ଟୁର୍ନାମେଣ୍ଟ ଜାରି ରହିଛି। କରୋନା ଯୋଗୁ ଟୁର୍ନାମେଣ୍ଟ ମଝିରେ କିଛି...

ଅମ୍ପାୟରଙ୍କ ତ୍ରୁଟି ପରେ ହୃଦ୍‌ଘାତ ନେଲା ବ୍ୟାଟ୍ସମ୍ୟାନଙ୍କ ଜୀବନ

ହାଇଦ୍ରାବାଦ,୧୯।୧୧- କ୍ରିକେଟରେ ଅମ୍ପାୟରଙ୍କ ତ୍ରୁଟି କରିବା କିଛି ନୂଆ କଥା ନୁହେଁ। ମାତ୍ର ଅମ୍ପାୟର ତ୍ରୁଟି ଯୋଗୁ ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଏତେ ବିଚଳିତ ହୋଇ...

ଘର କିଣିଲେ ବିରାଟ କୋହଲି, ଦାମ୍‌ ଜାଣିଲେ

ମୁମ୍ବାଇ,୨୪।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ୨୩ ଫେବୃଆରୀରେ ମୁମ୍ବାଇରେ ଆୱାସ ଲିଭିଙ୍ଗରେ ୨୦୦୦ ବର୍ଗଫୁଟ୍‌ର ଘର କିଣିଛନ୍ତି। ମୁମ୍ବାଇର ଆଲିବାଗ...

ଓ୍ବର୍ନଙ୍କ ନାମରେ ଟେଷ୍ଟ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର

ମେଲବୋର୍ନ, ୨୭ା୧୨: କିମ୍ବଦନ୍ତୀ ସ୍ପିନର ଶେନ୍‌ ଓ୍ବର୍ନଙ୍କୁ ସମ୍ମାନିତ କରିବାକୁ ଯାଇ ଏଣିକି ତାଙ୍କ ନାମରେ ଅଷ୍ଟ୍ରେଲିଆର ପୁରୁଷ ଟେଷ୍ଟ ପ୍ଲେୟର ଅଫ୍‌ ଦି ଇୟର...

ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୬୮ ରନ…

ମେଲବୋର୍ନ,୨୯।୧୦ : ଟି-୨୦ ବିଶ୍ୱକପରେ ଶନିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି। ଦୁଇ ଦଳ ମଧ୍ୟରେ ପ୍ରଥମ ସ୍ଥାନ ପାଇଁ...

ଦିଲ୍ଲୀର ମୁଣ୍ଡବିନ୍ଧା ବଢାଉଛନ୍ତି ଏହି ବୋଲର୍‌

ଦୁବାଇ,୧୩।୧୦: ଆଇପିଏଲ ୨୦୨୧ର ଫାଇନାଲରେ କେଉଁ ଦଳ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ ସହ ମୁହାଁମୁହିଁ ହେବ ତାହା ଆଜି ସ୍ପଷ୍ଟ ହେବ।...

ଭାରତ ପାଇଁ ସହଜ ହେବନି ସେମିଫାଇନାଲ୍‌ ରାସ୍ତା: ଜାଣନ୍ତୁ କ’ଣ କହୁଛି ସମୀକରଣ

ପର୍ଥ,୩୧।୧୦: ଟି-୨୦ ବିଶ୍ୱକପ ୨୦୨୨ରେ ଭାରତୀୟ ଦଳକୁ ଗତକାଲି ରାତିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ପରାଜୟ ଦ୍ୱାରା ଭାରତୀୟ...

ଡେବ୍ୟୁ ମ୍ୟାଚ୍‌ ଦିନ ହୋଟେଲ ରୁମ୍‌କୁ ଯାଇ ପ୍ରବଳ କାନ୍ଦିଥିଲେ ଏହି କ୍ରିକେଟର୍‌, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟର ମନୋଜ ତିୱାରୀ ଆଜିକାଲି କ୍ରିକେଟଠାରୁ ଦୂରରେ ଅଛନ୍ତି। ସେ ପୂର୍ବ ଆଇପିଏଲ ସିଜନରେ ଅଂଶଗ୍ରହଣ କରି ନ ଥିବା ବେଳେ ୨୦୧୫ ମସିହାରୁ...

Advertisement
Archives

Model This Week